BMCର ହୋଲ୍ଡିଂ ଟାକ୍ସ ବୃଦ୍ଧି ନିଷ୍ପତିକୁ ବ୍ରେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌

Holding Tax

ଭୁବନେଶ୍ୱର: ହୋଲ୍ଡିଂ ଟାକ୍ସ ବୃଦ୍ଧି ଉପରେ ରୋକ ଲାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏମ୍‌ସି ପକ୍ଷରୁ ହୋଲ୍ଡିଂ ଟାକ୍ସ ବୃଦ୍ଧି ନେଇ ନିଷ୍ପତି ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏମ୍‌ସିର ଏଭଳି ନିଷ୍ପତିକୁ ଚ୍ୟାଲେଞ୍ଜ କରି କିଛି ଗୋଷ୍ଠି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏମିତିକି ସାଧାରଣ ଜଣତା ମଧ୍ୟ ବର୍ଦ୍ଧିତ ହୋଲ୍ଡିଂ ଟାକ୍ସ ବୃଦ୍ଧିକୁ ନାପସନ୍ଦ କରିଥିଲେ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ହାଇକୋର୍ଟରେ ଏହି ମାମଲା ରହିଛି । ହେଲେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ତେଣୁ ସାଧାରଣ ଜନତାଙ୍କ ମନୋଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବିଏମ୍‌ସିର ଏହି ନିଷ୍ପତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପର୍ଯ୍ୟନ୍ତ ହାଇକୋର୍ଟରେ ମାମଲାର ଶୁଣାଣି ସରିନାହିଁ, ସେ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ବର୍ଦ୍ଧି ହୋଲ୍ଡିଂ ଟାକ୍ସ ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ପରେ ଭୁବନେଶ୍ୱରବାସୀଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ତେବେ ଲୋକଙ୍କ ଦାବି ରହିଛି ଯେ, ସାମୟିକ ଭାବେ ନୁହେଁ ସମ୍ପୂର୍ଣ୍ଣରୂପେ ହୋଲ୍ଡିଂ ଟାକ୍ସ ବୃଦ୍ଧିକୁ ବନ୍ଦ କରାଯାଉ ।

Leave a Reply