spot_img
Home Blog Page 60

ଆସିବ ନିର୍ବାଚନ ଫଳାଫଳ: ନେତାଙ୍କ ଛାତି ଧଡଧଡ !

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଭୋଟ ଗଣତି । ନିର୍ଦ୍ଧାରିତ ହେବ ଚାରି ରାଜ୍ୟର ଭାଗ୍ୟ । କିଏ ମାରିବ ବାଜି, ତାହା ଉପରେ ଅଟକିଛି ସମସ୍ତଙ୍କ ନଜର ।  ଆଜି ଘୋଷଣା ହେବ ଦେଶର ୪ ରାଜ୍ୟରେ ହୋଇଥିବା ବିଧାନସଭା ଏବଂ ଲୋକସଭା ଉପନିର୍ବାଚନର ଫଳାଫଳ । ଅକ୍ଟୋବର ୬ ତାରିଖରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ଉପନିର୍ବାଚନ ପାଇଁ ଭୋଟ୍ ପଡିଥିଲା । ଏଥିରେ ପାଞ୍ଚଟି ବିଧାନସଭା ଆସନ ଏବଂ ଆସାମର ଗୋଟିଏ ନାଗାଓଁ ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା । ଯାହାର ଫଳାଫଳ ଆଜି ଜଣାପଡିବ । ତେବେ ସକାଳ ୮ଟାରୁ ଭୋଟ ଗତଣି ଆରମ୍ଭ ହୋଇସାରିଛି । ବିଭିନ୍ନ ରାଜ୍ୟରେ ବଦଳୁଥିବା ରାଜନୈତିକ ସମୀକରଣ ମଧ୍ୟରେ ଏହି ଉପନିର୍ବାଚନର ଫଳାଫଳ ରାଜନୈତିକ ଦଳଗୁଡିକ ପାଇଁ ଗୁରୁତ୍ବପୂର୍ଣ୍ଣ ସଙ୍କେତ ପ୍ରଦାନ କରିପାରେ ।

ଯଦି ଦେଖିବା, ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଏବଂ ରାଜନଗର ବିଧାନସଭା ଉପନିର୍ବାଚନର ଫଳାଫଳ ବର୍ତ୍ତମାନ ରାଜନୈତିକ ଦୃଶ୍ୟପଟର ଏକ ଝଲକ ପ୍ରଦାନ କରିବାର ସମ୍ଭାବନା ରହିଛି । ଯଦିଓ ଅକ୍ଟୋବର ୬ରେ ହୋଇଥିବା ଦୁଇଟି ଉପନିର୍ବାଚନ ଚାରି ମାସର ପୁରୁଣା ବିଜେପି ସରକାର ଉପରେ କୌଣସି ଜନମତ ସଂଗ୍ରହ କରିନାହିଁ ତଥାପି ବିରୋଧୀ ଦଳରୁ କ୍ଷମତାକୁ ଆସିବା ପରେ ଦଳର ନିର୍ବାଚନୀ ଶକ୍ତିର ମୂଲ୍ୟାଙ୍କନ ଏବଂ ବିରୋଧୀ ଶିବିରର ସ୍ଥିତି ଆକଳନ କରିବା ପାଇଁ ଫଳାଫଳ ଉପରେ କଡା ନଜର ରଖାଯାଇଛି । ଏଥିରେ ନନ୍ଦିଗ୍ରାମ ପୂର୍ବରୁ ହିଁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ୨୦୨୧ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଏହି ଆସନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ସେହିପରି ୨୦୨୬ ବିଧାନସଭା ନିର୍ବାଚନରେ ମଧ୍ୟ ଏହି ଆସନରେ ଜିତିଥିଲା । କିନ୍ତୁ ଭବାନୀପୁର ଆସନ ବଜାୟ ରଖିବା ଫଳରେ ନନ୍ଦିଗ୍ରାମ ଆସନ ଖାଲି ପଡିଥିଲା । ଫଳରେ ଉପନିର୍ବାଚନର ଆବଶ୍ୟକ ହୋଇଥିଲା ।  ସେହିଭଳି ରାଜନଗରରେ ପୋଲିସ ସହ ସଂଘର୍ଷ ପରେ ଆମ୍ ଜନତା ପାର୍ଟିର ମୁଖ୍ୟ ହୁମାୟୁନ କବୀରଙ୍କୁ ଗିରଫ କରାଯାଇଥିଲା । ଫଳରେ କଂଗ୍ରେସ ଉଭୟ ବିଧାନସଭା ଆସନରେ ପୁନଃନିର୍ବାଚନ ଦାବି କରିଥିଲା । ଯେଉଁଠାରେ ଆମ୍ ଜନତା ପାର୍ଟିର ମୁଖ୍ୟ ହୁମାୟୁନ କବୀରଙ୍କ ପୁଅ ଗୁଲାମ ନବୀ ଆଜାଦ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଅନ୍ୟପଟେ ତାମିଲନାଡୁର ମଦୁରନ୍ତକମ୍ ଏବଂ ଧାରାପୁରମ୍ ବିଧାନସଭା ଉପନିର୍ବାଚନରେ ତ୍ରିସ୍ତରୀୟ ସୁରକ୍ଷା କବଚ ମଧ୍ୟରେ ଭୋଟ୍ ଗଣତି ଚାଲିଛି । ମେ ମାସରେ ଟିଭିକେ କ୍ଷମତାକୁ ଆସିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ଉପନିର୍ବାଚନକୁ ଏହାର ଲୋକପ୍ରିୟତାର ପରୀକ୍ଷା ଭାବରେ ଦେଖାଯାଉଛି । ଯେତେବେଳେ କି ଏଆଇଏଡିଏମକେ ଟିଭିକେ ଠାରୁ ବିଧାନସଭା ନିର୍ବାଚନ ହାରିବା ପରେ ଏବେ ପୁନର୍ବାର ଆସନ ଫେରିପାଇବାକୁ ଆଶା ରଖିଛି ।  ସେପଟେ ଆସାମର ନଗାଓଁ ଲୋକସଭା ଆସନରେ ବିଜେପି, କଂଗ୍ରେସ୍ ଏବଂ ଏଆଇୟୁଡିଏଫ୍ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି । ବିଜେପି ପୂର୍ବତନ ବ୍ୟୁରୋକ୍ରାଟ ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ଶିବମଣି ବୋରା ଏବଂ ଏଆଇୟୁଡିଏଫ୍ ତରଫରୁ ଦଳର ମୁଖ୍ୟ ବଦରୁଦ୍ଦିନ ଅଜମଲ ମୈଦାନରେ ଅଛନ୍ତି ।

 

 

ତିର୍ତ୍ତୋଲ ଥାନା ମହିଳ ଗାଁରେ ବାଣ ବିସ୍ଫୋରଣ

ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହିଳ ଗାଁରେ ବାଣ ବିସ୍ଫୋରଣ । ଘର ଭିତରେ ବେଆଇନ ଭାବେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ବାପ ପୁଅ ମୃତ । ବିସ୍ଫୋରଣ ପରେ ଘର ମାଲିକ ମନୋରଞ୍ଜନ ସ୍ୱାଇଁଙ୍କ ସମେତ ଆହତଙ୍କୁ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେକୁ ନିଆଯାଇଥିଲା l ଘଟଣା ସ୍ଥଳରେ ମନୋରଞ୍ଜନ ସ୍ଵାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ସୋନୁ ସ୍ୱାଇଁଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାସହ ଦୁଇ ମହିଳା, ତାଙ୍କ ଘରେ ରହୁଥିବା ନୟାଗଡ଼ ଅଞ୍ଚଳର ରାହୁଲ ରାଏଙ୍କ ସମେତ ୭ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି l ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ଏବଂ ତିର୍ତ୍ତୋଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିନ୍ତି l ବେଆଇନ ବାଣ କାରଖାନା କେବେଠାରୁ ଏଠାରେ ଆରମ୍ଭ ହୋଇଥିଲା ? ଘର ଭିତରେ କାହା କାହା ଅନୁମତିରେ ବାଣ ପ୍ରସ୍ତୁତ କରାଯାଉଥିଲା ? ବାରୁଦ କେଉଁଠୁ ଆଣିଥିଲେ ? ସନେଇ ତଦନ୍ତ କରୁଛି ପୋଲିସ ।…

 

ଗଜପତି ନେରେଡି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପର୍ଯ୍ୟବେକ୍ଷଣ କମିଟି

ଗଜପତି : ଗଜପତି ନେରେଡି ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଛି ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ପର୍ଯ୍ୟବେକ୍ଷଣ କମିଟି। ଅଧ୍ୟକ୍ଷଙ୍କ ସହ ଦୁଇ ସଦସ୍ୟ, ଉଭୟ ରାଜ୍ୟର ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ଶୁଣିଛନ୍ତି । ବ୍ୟାରେଜ୍, ବାମ କେନାଲ ଓ ଆପ୍ରୋଚ୍ ରାସ୍ତା ପାଇଁ କେତେ ଜମି ଯିବ, ତାହାର ସ୍ପଷ୍ଟ ତଥ୍ୟ ଦାବି କରିଛନ୍ତି ଲୋକେ । କେବଳ ଜମି ଅଧିଗ୍ରହଣ ନୁହେଁ, ବ୍ୟାରେଜରେ ସ୍ଲୁୁଇସ ଗେଟ୍ ରହିବ କି ନାହିଁ, ବନ୍ୟାଜଳ ନିଷ୍କାସନ ବ୍ୟବସ୍ଥା କଣ ରହିବ ଏବଂ କ୍ଷତିଗ୍ରସ୍ତଙ୍କୁ କିଭଳି କ୍ଷତିପୂରଣ ମିଳିବ, ସେନେଇ  ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ସମସ୍ତ ପ୍ରସଙ୍ଗର ସମାଧାନ ଓ ସ୍ପଷ୍ଟତା ପରେ ହିଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସେମାନେ ଦାବି ରଖିଛନ୍ତି । ଲୋକଙ୍କ ଦାବି ଓ ସମସ୍ୟା ଉପରେ ଉଭୟ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ । ସ୍ଥଳ ଯାଞ୍ଚ ସହ ସରକାରୀ ସର୍ଭେ ଏବଂ କାର୍ଯ୍ୟ ଆରମ୍ଭ ପୂର୍ବରୁ ପଲ୍ଲୀସଭା ଓ ଗ୍ରାମସଭା କରାଯିବ । ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଉଭୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି…।

ପୋଖରୀରେ ବୁଡି ନାବାଳକ ଓ ବୃଦ୍ଧା ମୃତ୍ୟୁ

ଦିଗପହଣ୍ଡି : ପୋଖରୀରେ ବୁଡି ନାବାଳକ ଓ ବୃଦ୍ଧା ମୃତ୍ୟୁ  । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଦାନଆମ୍ବଠା ପୋଖରୀରେ ନାବାଳକଙ୍କ ମୃତ୍ୟୁ। ନାବାଳକ ଜଣଙ୍କ ହେଲେ ଖଲିଙ୍ଗି ଗାଁର ପିଣ୍ଟୁ ମହାନ୍ତିଙ୍କ ୭ ବର୍ଷିୟ ପୁଅ ରାଜବିର ମହାନ୍ତି। ରାଜବିର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଅସାବଧନତା ହେତୁ ପୋଖରୀରେ ବୁଡି ଯାଇଥିଲେ l ନାବାଳକଙ୍କୁ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ରାଜବୀରକୁ ମୃତ ଘୋଷଣା କରିଥିଲେ l ସେହିଭଳି ମହାନଳା ଗ୍ରାମ ପୋଖରୀରେ ବୃଦ୍ଧା ଜଣଙ୍କ ଶୌଚ ପାଇଁ ଯାଇଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ l । ପରେ ପୋଖରୀରେ ବୃଦ୍ଧାଙ୍କ ମୃତ ଦେହ ଭାସୁଥିବାର ଦେଖିଯାଇଥିଲା।  ମୃତକ ବୃଦ୍ଧା ଜଣକ ହେଲେ ମହାନଳା ଗାଁର ରାଜଲକ୍ଷ୍ମୀ ଦୋରା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l….

ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀଙ୍କ ବାସଭବନ ଆଗରେ ଗର୍ଜିବ ଇଣ୍ଡିଆ ମେଣ୍ଟ !

ନନ୍ଦିଘୋଷ ବ୍ୟୁରୋ: SIR ପ୍ରସଙ୍ଗ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଛି ବିରୋଧୀଙ୍କ ଅଭିଯାନ । ଗତ ତିନି ଦିନ ଧରି ଇଣ୍ଡିଆ ମେଣ୍ଟର ସାଂସଦଙ୍କ ବିରୋଧ ପ୍ରଦର୍ଶନ ଆକ୍ରମଣାତ୍ମକ ହୋଇଛି । ଆଉ ଇଣ୍ଡିଆ ମେଣ୍ଟ ଆଜି ଚତୁର୍ଥ ଦିନରେ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି କରି ଏକ ବଡ ପ୍ରତିବାଦ କରିବାକୁ ଯୋଜନା କରୁଛି । ଏହାସହ ଇଣ୍ଡିଆ ମେଣ୍ଟର ନେତାମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାର ମଧ୍ୟ ଯୋଜନା ରହିଛି । ଏନେଇ ଇଣ୍ଡିଆ ମେଣ୍ଟର ୧୦ ଜଣିଆ ପ୍ରତିନିଧିଦଳ ରାଷ୍ଟ୍ରପତି ଭବନକୁ ସାକ୍ଷାତ ପାଇଁ ଯାଇପାରନ୍ତି । ଏଥିପାଇଁ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦିଲ୍ଳୀରେ ପହଁଞ୍ଚିଛନ୍ତି ।  ରାହୁଲ ଗାନ୍ଧୀ ଶିବସେବା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଫୋନ୍ କରି ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ହେଲେ ରାଷ୍ଟ୍ରପତି ଭବନରେ ବୈଠକ ପାଇଁ ଏପର୍ଯ୍ୟନ୍ତ କୌଣସି ସମୟ ସ୍ଥିର କରାଯାଇନାହିଁ । ତେବେ ମହାମହିମଙ୍କୁ ଭେଟିବା ପୂର୍ବରୁ ଇଣ୍ଡିଆ ମେଣ୍ଟର ସାଂସଦମାନେ ସେମାନଙ୍କର ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ପାଇଁ ସଂସଦର ସେଣ୍ଟ୍ରାଲ ହଲ୍ ରେ ଅପରାହ୍ଣ ୩ଟାରେ ବୈଠକ କରିବେ । ସୂତ୍ର ଅନୁସାରେ, ପ୍ରତିବାଦ ପାଇଁ ସେବା ତୀର୍ଥ, ରାଷ୍ଟ୍ରପତି ଭବନ, ଉପରାଷ୍ଟ୍ରପତିଙ୍କ ବାସଭବନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଟାର୍ଗେଟରେ ରହିଛି ।

ଇଣ୍ଡିଆନ୍ ଏକପ୍ରେସ୍ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ପରେ ବିରୋଧୀଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଉଗ୍ର ହାେଇଛି । ସେପ୍ଟେମ୍ବର ୨୩ ତାରିଖର ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ, ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବୋକ ଜୋଶୀ ଗତ ୧୦ ମାସ ମଧ୍ୟରେ ଅତି କମରେ ୧୪ ଥର ଆପତ୍ତି ଉଠାଇଛନ୍ତି । ଯାହା ମୁଖ୍ୟତଃ ଭୋଟର ତାଲିକାର ଏସଆଇଆର ସହିତ ଜଡିତ ନିଷ୍ପତ୍ତି ଏବଂ ଆଦେଶ ସହ ଜଡିତ । ଏହି ମାମଲାକୁ ନେଇ ଅକ୍ଟୋବର ୨ ତାରିଖରୁ ପ୍ରତିବାଦ ଆରମ୍ଭ ହୋଇଛି । ଯେଉଁଥିରେ ବିରୋଧୀଙ୍କ ୫ଟି ଦାବି ରହିଛି । ଏହି ଦାବିଗୁଡିକ ହେଲା:

୧. ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା  ।

୨. ଭୋଟର ତାଲିକାରେ ସ୍ବଚ୍ଛତା ରହିବା ଉଚିତ ।

୩. ଏସଆଇଆର୍ ପୂର୍ବରୁ ଭୋଟର ତାଲିକା ବ୍ୟବହାର କରାଯିବା ଉଚିତ ।

୪. ଇଭିଏମ୍ ବଦଳରେ ବାଲଟ୍ ପେପରରେ ନିର୍ବାଚନ କରାଯାଉ ।

୫. ନିର୍ବାଚନ କମିଶନଙ୍କ ଦାୟିତ୍ବ ସ୍ଥିର କରାଯିବା ଉଚିତ ।

ସେପଟେ ଏହାକୁ ନେଇ ମାମଲାର ସମାଧାନ କରିବା ପରିବର୍ତ୍ତେ ମୁହଁତୋଡ ଦେଖାଉଛି ବିଜେପି । କୋର୍ଟଙ୍କ ଆଳ ଦେଖାଇ ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଛି । କିନ୍ତୁ ଅନ୍ୟ ମାମଲା ପରି ଏହି ମାମଲାକୁ ଚାପିଦେବା ବିଜେପି ପାଇଁ ଏତେ ସହଜ ହେବ ନାହିଁ । କାରଣ କେନ୍ଦ୍ର ସରକାରଙ୍କ ମନମୁଖୀ ନୀତିର ପର୍ଦ୍ଦାଫାସ୍ କରିବାକୁ ଏବେ ସମସ୍ତେ ଅଣ୍ଟା ଭିଡିଲେଣି ।

 

 

ଆଇଆଇଟି ବମ୍ବେରେ ଅଗ୍ନିକାଣ୍ଡ : ୫ ଆହତ !

ନନ୍ଦିଘୋଷ ବ୍ୟରୋ: ରାତି ଅଧରେ ହଷ୍ଟେଲରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଲା ପୂରା ହଷ୍ଟେଲ !  ଆଇଆଇଟି ବମ୍ବେର ଏକ ହଷ୍ଟେଲରେ ଗ୍ୟାସ୍ ଲିକ୍ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ପାଞ୍ଚ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି  କରାଯାଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ସୂଚନା ମୁତାବକ, ପଓ୍ବଇର ଆଇଆଇଟି ବମ୍ବେ କ୍ୟାମ୍ପସରେ ଗ୍ୟାସ୍ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଗୁରୁବାର ରାତି ପ୍ରାୟ ୧୦ ଟା ୨୪ ମିନିଟରେ ହଷ୍ଟେଲ ନମ୍ବର ୬ରେ ହଠାତ ନିଆଁ ଲାଗିଯାଇଥିଲା । ଆଉ ଧିରେ ଧିରେ ଏହି ନିଆଁ ବ୍ୟାପିବାକୁ ଲାଗିଲା । ଗ୍ୟାସ୍ ସିଲିଣ୍ଡର ଲିକ୍ ହେବା କାରଣରୁ ନିଆଁ ଲାଗିଥିବା ଜଣାପଡିଛି । ଯାହାଫଳରେ ୫ ଜଣ ଗଭୀର ଭାବେ ଆହତ ହୋଇ ଯାଇଥିଲେ । ଆହତଙ୍କ ଭିତରେ ୨ ଜଣ ନାବାଳକ ମଧ୍ୟ ରହିଛନ୍ତି । ଘଟଣା ପରେ ତୁରନ୍ତ ଘଟଣାସ୍ଥଳକୁ ପୋଲିସ ଏବଂ ବିଏମସି ଓ୍ବାର୍ଡ କର୍ମଚାରୀଙ୍କୁ ଡକାଯାଇଥିଲା । ଫଳରେ ନିଆଁକୁ ଆୟତ୍ତ କରାଯିବା ସହ ଏକ ବଡ ଅଘଟଣ ହେବାରୁ ଟଳି ଯାଇଥିଲା । ତୁରନ୍ତ ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ରାଜାଓ୍ବାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କସ୍ତୁରବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେତେବେଳେ କି ଜଣେ ଆହତ ରାଜାଓ୍ବାଡି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଘଟଣାରେ ୧୨ ବର୍ଷର ଅଂଶ ଅହିରଓ୍ବାର, ୯ ବର୍ଷୀୟ ତହଜୀବ ଆଲମ, ୩୭ ବର୍ଷୀୟ ଈଶ୍ବର ସିଂହ, ୩୪ ବର୍ଷୀୟ ଶିବକୁମାର ସିଂହ ଏବଂ ୨୩ ବର୍ଷୀୟ ଅନିଲ କୁମାର ଆହତ ହୋଇଛନ୍ତି । ତେବେ ଡାକ୍ତରଙ୍କ କହିବାନୁସାର, ସମସ୍ତ ଆହତଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ।

ମହାମାୟାଙ୍କ ଆବାହନ ନେଇ କଟକରେ ଜୋରଦାର ପ୍ରସ୍ତୁତି

କଟକ: ଆସୁଛନ୍ତି ମହାମାୟା । ମାଆ ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତ ମଣ୍ଡପ ଓ କର୍ମକର୍ତ୍ତା । କଟକ ସହରରେ ଦୁର୍ଗା ପୂଜା ପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି । ହାତରେ ଆଉ ଅଳ୍ପଦିନ ଥିବାରୁ ମୂର୍ତ୍ତି ନିର୍ମାଣ ସହ ମଣ୍ଡପ କାମ ଜୋରସୋର ଆଗେଇ ଚାଲିଛି । ଅମାବାସ୍ୟାରେ ମାଆଙ୍କ ମୂର୍ତ୍ତିରେ ଖଡ଼ିଚଢ଼ା ହେବ । ଏହାର ଦୁଇଦିନ ପରେ ରଙ୍ଗ କାମ ଆରମ୍ଭ କରି ପୂଜା ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖିଛନ୍ତି କାରିଗର । ପରେ ମାଆଙ୍କୁ ବସ୍ତ୍ର, ଆଭୁଷଣରେ ଭୂଷିତ କରିବେ । ସେପଟେ ମାଆଙ୍କ ଜରି ମେଢ଼ କାରିଗର ଓ ମଣ୍ଡପ ରଙ୍ଗ କାରିଗର ମଧ୍ୟ କାମରେ ଲାଗିପଡ଼ିଛନ୍ତି ।

ଜରି କାମ ସରି ଆସିଥିବାରୁ ଏବେ ମଣ୍ଡପରେ ଜରି ମେଢକୁ ଜୋଖିବା କାମରେ ଲାଗିଛନ୍ତି କାରିଗର । ୧୩ ତାରିଖ ସୁଦ୍ଧା ମାଆଙ୍କ ମୂର୍ତ୍ତି, ମେଢ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ପକ୍ଷରେ ଦଶହରା ରାତିରେ ୩୬ ବର୍ଷ ହେବ ତଳ ବାଲିଯାତ୍ରା ପଡ଼ିଆରେ ବାରବାଟୀ ସର୍ବଧର୍ମ ସମନ୍ବୟ ସମିତି ପକ୍ଷରୁ ରାବଣପୋଡ଼ି ଉତ୍ସବ କରାଯାଉଛି । ଆଜି ନୌକାଗେଟ୍ ପାଖରେ ରାବଣପୋଡ଼ି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସୁନ୍ଦର ତଥା ଆକର୍ଷଣୀୟ ଢଙ୍ଗରେ କିପରି ରାବଣପୋଡ଼ି କରାଯିବା ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ପାଗ ଅନୁକୂଳ ଥିବାରୁ ଆଗକୁ ବିଭିନ୍ନ ପୂଜା ମଣ୍ଡପର ସାଜସଜ୍ଜା ଓ ତୋରଣ ନିର୍ମାଣ କାମ ଜୋରସୋର ଆଗେଇଥିବା କହିଛନ୍ତି କର୍ମକର୍ତ୍ତା ।

ଠିକା ସଂସ୍ଥାର ମନମାନି… ସଂଧ୍ୟା ହେଲେ ଅନ୍ଧାରରେ ବ୍ରହ୍ମପୁର ସହର

ବ୍ରହ୍ମପୁର: କେଉଁଠି ଦିନସାରା ଲାଇଟ ଜଳୁଛି ତ କେଉଁଠି ସନ୍ଧ୍ୟା ହେଲେ ଅନ୍ଧାରର ରାଜୁତି । ଦୀର୍ଘ ୨ ମାସ ହେଲା ବ୍ରହ୍ମପୁରର ଏପରି ସମସ୍ୟା । ସ୍ଥାନୀୟ ଜନପ୍ରତିନିଧି BeMCକୁ ଅବଗତ କରାଯାଉଛି, ସମସ୍ୟା ସୁଧାରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ମଧ୍ୟ ଦେଉଛନ୍ତି । କିନ୍ତୁ ଠିକା ସଂସ୍ଥାର କାର୍ଯ୍ୟକାଳ ଆଉ ମାତ୍ର ଦେଢ଼ମାସ ଥିବାରୁ ବେଖାତିର କରୁଛି । ସହରର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ପାଇଁ ବିଏମସି ପକ୍ଷରୁ ୨୦୧୯ ଅକ୍ଟୋବରରେ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ଵୀକ୍ଷର ହୋଇଥିଲା । ଦୀର୍ଘ ୭ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ ନେଇ ଦାୟିତ୍ବ ନେଇଥିଲା ସଂସ୍ଥା । ହେଲେ ଚୁକ୍ତିକୁ ଆଉ ମାତ୍ର ଦେଢମାସ ଥିବାରୁ ମରାମତି କରିବାକୁ ସଂସ୍ଥା ଗୁରୁତ୍ଵ ଦେଉନି । ତେଣୁ ସଂଧ୍ୟା ନଇଁଲେ ସହର ଅନ୍ଧାରରେ ବୁଡ଼ି ଯାଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ସହରରେ ଥିବା ୨୨ ହଜାର ୮ ଶହ ଷ୍ଟ୍ରିଟ୍ ଲାଇଟର ପରିଚାଳନା ପାଇଁ ଚୁକ୍ତି କରିଥିଲା ସଂସ୍ଥା । ହେଲେ ସଂସ୍ଥା ପକ୍ଷରୁ ନିୟୋଜିତ ୧୨ଜଣ କର୍ମଚାରୀଙ୍କୁ ଗତ ୪ ମାସ ହେବ ସଠିକ ଭାବେ ଦରମା ମିଳିନାହିଁ । ପ୍ରତିବାଦରେ ଅଗଷ୍ଟ ପହିଲାରୁ କର୍ମଚାରୀ କାର୍ଯ୍ୟବନ୍ଦ କରିଛନ୍ତି। ସହରର ପ୍ରମୁଖ ଛକରେ ଲାଗିଥିବା ହାଇମାସ୍କ ଲାଇଟ୍ ବି ଅଚଳ ହୋଇପଡ଼ିଛି । ସହରର ସମସ୍ୟା ବିଗିଡ଼ିବା ଦେଖି ବିଇଏମସି ପକ୍ଷରୁ ବାଧ୍ୟ ହୋଇ ବକେୟା ଥିବା କିଛି ଅର୍ଥ ଘରୋଇ ସଂସ୍ଥାକୁ ପ୍ରଦାନ କରାଯାଇଥିଲା । ତଥାପି ସଂସ୍ଥା ବିଏମସିକୁ କାର୍ଯ୍ୟରେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ସେପଟେ କମିଶନର କହିଛନ୍ତି, ଘରୋଇ ସଂସ୍ଥାକୁ ତାଗିଦ ପରେ ଚଳିତମାସ ଶେଷ ସୁଦ୍ଧା ସମସ୍ୟାର ସମାଧାନ କରିବାକୁ ସେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛି ।

 

ଇଣ୍ଡିମେଣ୍ଟର ବନ୍ଦ ଯୋଗୁଁ ରାଜଧାନୀ ଠପ୍

ଭୁବନେଶ୍ବର: ଇଣ୍ଡି ମେଣ୍ଟର ବନ୍ଦ ପାଇଁ ଠପ୍ ଭୁବନେଶ୍ବର । ଚାଲିଲାନି ଗାଡ଼ି ମଟର, ଦ୍ବିପ୍ରହର ଯାଏଁ ଦୋକାନ ବଜାର ବନ୍ଦ । ବରମୁଣ୍ଡା BSBT ବସଷ୍ଟାଣ୍ଡରେ ଫସି ରହିଲେ ଯାତ୍ରୀ । ଖୋଲାଥିବା ବ୍ୟାଙ୍କକୁ ମଧ୍ୟ ବନ୍ଦ କଲେ କଂଗ୍ରେସ କର୍ମୀ । ରାଜଧାନୀ ଭୁବନେଶ୍ବରରେ ଇଣ୍ଡି ମେଣ୍ଟର ୧୨ ଘଣ୍ଟିଆ ବନ୍ଦ ଡାକରାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । MMDR ସଂଶୋଧନ ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫ, ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ସହ ଚଳିତ ବର୍ଷ ବନ୍ୟା ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାରେ ସରକାର ବ୍ୟାପକ ଅନିୟମିତତା ଅଭିଯୋଗ ଆଣି ବନ୍ଦ ପାଳନ କରିଛି ଇଣ୍ଡି ମେଣ୍ଟ । କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ପ୍ରମୁଖ ସହଯୋଗୀ ମାନେ ରାଜ୍ୟର ପ୍ରମୁଖ ସ୍ଥାନ ମାନଙ୍କରେ ପିକେଟିଂ କରିବା ସହ ବନ୍ଦ ପାଳନ କରିଥିଲେ । ଯଦିଓ ମୁଖ୍ୟ ସଡ଼କ ଗୁଡ଼ିକରେ ପୋଲିସ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ କିନ୍ତୁ ଦିନ ଦ୍ବିପ୍ରହର ଯାଏଁ ସହରର ପ୍ରମୁଖ ବ୍ୟବସାୟ ସ୍ଥଳମାନଙ୍କରେ ଦେଖିବାକୁ ମିଳିଥିଲା ଅଦିନିଆ ଲକ୍ ଡାଉନ୍ । ବିଶେଷକରି ଜନପଥ ଏଥିରେ ପ୍ରଭାବିତ ହୋଇଥିଲା । ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ବନ୍ଦ ରହିଥିଲା ସମସ୍ତ ଦୋକାନ ବଜାର । ଅନ୍ୟପଟେ ସହରର ବିଭିନ୍ନ ବ୍ୟାଙ୍କ ଖୋଲା ରହିଥିବା ବେଳେ କଂଗ୍ରେସ କର୍ମୀ ପହଞ୍ଚି ସେଗୁଡ଼ିକୁ ବନ୍ଦ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କକୁ ବନ୍ଦ ରଖିଥିଲେ ବ୍ୟାଙ୍କ କର୍ମଚାରୀ ।

ଅନ୍ୟପଟେ ବିଭିନ୍ନ ଜିଲ୍ଲାରୁ ମେଡିକାଲ ଆସିଥିବା ରୋଗୀମାନେ ଏହି ବନ୍ଦ ଯୋଗୁଁ ବିଶେଷ ପ୍ରଭାବିତ ହୋଇଛନ୍ତି । ବରମୁଣ୍ଡା BSBT ବସ୍ ଟର୍ମିନାଲରୁ ବସ୍ ନଗଡ଼ିବା କାରଣରୁ ଶହ ଶହ ଯାତ୍ରୀ ଟର୍ମିନାଲରେ ଫସି ରହିଥିଲେ । ହସ୍ପିଟାଲ ଆସିଥିବା କିଛି ରୋଗୀ ମଧ୍ୟ ଟର୍ମିନାଲରେ ଫସି ଯାଇଥିଲେ । ଅନ୍ୟପଟେ ଜୟଦେବ ବିହାର ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜୟଦେବ ବିହାର ଛକରେ ମଧ୍ୟ କିଛି ରୋଗୀ ମେଡିକାଲ ଯାଇ ନପାରି ଅଟକି ରହିଥିଲେ ।

ସ୍ଵାସ୍ଥ୍ୟ ସେବାରେ କୌଣସି ବାଧା ସୃଷ୍ଟି ନକରିବାକୁ ପୂର୍ବରୁ ଇଣ୍ଡିମେଣ୍ଟ ଘୋଷଣା କରିଥିବା ବେଳେ ଏଥିରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।  ଯଦିଓ ଆମ୍ବୁଲାନ୍ସ ଗୁଡ଼ିକୁ ଆନ୍ଦୋଳନକାରୀ ମାନେ ଛାଡ଼ିଥିଲେ କିନ୍ତୁ ଅନେକ ରୋଗୀ ଗାଡ଼ି ମୋଟର ଜାମ୍ ଯୋଗୁଁ ଫସି ରହିଥିଲେ ।

 

ପାକିଡ଼ି ଅଞ୍ଚଳରେ କମୁଛି କି ଜାତୀୟ ପକ୍ଷୀ ମୟୂର ସଂଖ୍ୟା

ଗଞ୍ଜାମ: ଜାତୀୟ ପକ୍ଷୀ ମୟୂର ସୁରକ୍ଷା ଚିନ୍ତା। ଜଙ୍ଗଲ କ୍ଷୟ ଯୋଗୁଁ କମୁଛି ମୟୂରଙ୍କ ସଂଖ୍ୟା। ସୁରକ୍ଷା ଦେବାରେ ବିଫଳ ବନ ବିଭାଗ। ଗଞ୍ଜାମ ଜିଲ୍ଲାର ପାକିଡ଼ି ଅଞ୍ଚଳ ମୟୂର ପାଇଁ ବେଶ ପରିଚିତ। ଆଖପାଖ ଗାଁରେ ଯେଉଁଠି ଦେଖିବ, ସେଠି ଦେଖିବାକୁ ମିଳୁଥିଲା ମାଳ ମାଳ ମୟୂର। ଖୋଲା ପଡ଼ିଆଠାରୁ ଆରମ୍ଭ କରି ଜମିବାଡ଼ି, ସବୁଠି ଥିଲା ଏମାନଙ୍କ ବିଚରଣସ୍ଥଳୀ। ଦେଖିବାକୁ ପର୍ଯ୍ୟଟକଙ୍କ ସହ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଥିଲା।  ହେଲେ ଏବେ ସଂଖ୍ୟା କମିଛି।  ଜଙ୍ଗଲ କ୍ଷୟ ସହ ସୁରକ୍ଷା ଅଭାବ ଯୋଗୁଁ ମୟୂର ଅନ୍ୟ ଅଞ୍ଚଳକୁ ଚାଲିଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ମୟୂରଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅନେକ ମୟୂର ସୁରକ୍ଷା ସମିତି ଗଠନ କରାଯାଇଛି। ଏପରିକି DFO ସ୍ତରରେ ମଧ୍ୟ ମୟୂର ସୁରକ୍ଷା କମିଟି ରହିଛି। ରାସ୍ତାକଡ଼ରେ ସୁରକ୍ଷା ବୋର୍ଡ ମଧ୍ୟ ଲଗାଯାଇଛି। ହେଲେ ଏବେ ସେହି ବୋର୍ଡ ଲଟା ବୁଦାରେ ଲୁଚିଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମୟୂର ଚାଷୀଙ୍କ ଫସଲ ନଷ୍ଟ କରୁଛନ୍ତି । ମୟୂର ଉପଦ୍ରବରେ ଫସଲ ନଷ୍ଟ ଓ କୌଣସି କ୍ଷୟକ୍ଷତି ନ ମିଳିବା ପରେ ବି ମୟୂରଙ୍କୁ ସୁରକ୍ଷା ଦେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି ମୟୂର ସଂଖ୍ୟା କମୁଛି ? ବନବିଭାଗର ଅବହେଳା ନା ବେଆଇନ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ? ମୟୂରଙ୍କ ସୁରକ୍ଷା, ସଂରକ୍ଷଣ ଓ ବଂଶବୃଦ୍ଧି ପାଇଁ ବନ ବିଭାଗ କି ପଦକ୍ଷେପ ନେଉଛି? ସଠିକ ତଥ୍ୟ ପାଇଁ ନିୟମିତ ଗଣନା ଜରୁରୀ ହୋଇପଡିଛି।