spot_img
Home Blog Page 5982

ସୁଶାନ୍ତ ସିଂ ରାଜପୁତଙ୍କ ସହ କଳାକାର ସନ୍ଦୀପ ନହରଙ୍କ ସୁଇସାଇଡ୍, ମୃତ୍ୟୁ ପୂର୍ବରୁ ଫେସବୁକରେ ଛାଡ଼ିଲେ ଭିଡିଓ

ମୁମ୍ବାଇ: ବଲିଉଡ୍ କଳାକାରଙ୍କ ଆତ୍ମହତ୍ୟା । କେଶରୀ ଓ ଏମ୍.ଏସ୍ ଧୋନୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତା ସନ୍ଦୀପ ନହର ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଫେସବୁକରେ ୧୦ ମିନିଟର ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଯୋଗୁଁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସେ କିଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେ ଭିଡିଓରେ କହିଛନ୍ତି ।

ଅକ୍ଷୟ କୁମାର ଓ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ସହ କଳାକାର ଭାବେ ଅଭିୟନ ପାଇଁ ସନ୍ଦୀପ ଜଣାଶୁଣା ଥିଲେ । ସେ ବ୍ୟକ୍ତିଗତ କାରଣ ପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ, ତାଙ୍କ ମୃତ୍ୟୁ ପାଇଁ ପରିବାରର କେହି ବି ସଦସ୍ୟ ଦାୟୀ ନୁହଁନ୍ତି ବୋଲି ସେ ଲେଖିଛନ୍ତି ।

Sushant Singh Rajput’s Dhoni Co-Star Sandeep Nahar Dies By Suicide After Penning A Long ‘Suicide Note’ Along With Disturbing Video

ଗତବର୍ଷ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ଏବେ ସନ୍ଦୀପଙ୍କ ମୃତଦେହ ମୁମ୍ବାଇର ଗୋରେଗାଓଁ ବାସଭବନରୁ ଉଦ୍ଧାର କରାଯାଇଛି । ମୁମ୍ବାଇ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ, ୮ ଶହ କୋଟିରେ ସୁନ୍ଦର ଦିଶିବ ଶ୍ରୀକ୍ଷେତ୍ର

ପୁରୀ: ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ ହୋଇଛି। 19ଅକ୍ଟୋବର 2019ରେ କ୍ୟାବିନେଟରେ ଏହି ପ୍ରସ୍ତାବ ଅନୁମୋଦନ ହୋଇଥିଲା। ଯେଉଁଥିପାଇଁ 800 କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ ହୋଇଥିଲା। ସେପଟେ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଆଜିର ଦିନ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଐତିହାସିକ ଦିନ। ଶ୍ରୀ ଜଗନ୍ନାଥ ଐତିହ୍ୟ କରିଡରର ପ୍ରକଳ୍ପ ର ଚୁଡାନ୍ତ ରୂପରେଖ ମଞ୍ଜୁରୀ ଲାଭ କଲା। ଏହି ପ୍ରକଳ୍ପ ୧୯ ଅକ୍ଟୋବର ୨୦୧୯ ରେ କ୍ୟାବିନେଟରେ ୮୦୦ କୋଟି ଟଙ୍କାର ଅନୁମୋଦନ କରିଥିଲେ। ପ୍ରକଳ୍ପ ପାଇଁ ୩୦ ଡିସେମ୍ବରରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାରେ ରଖିଥିଲେ। ଲୋକଙ୍କୁ ମତାମତ ଦେବାକୁ କୁହାଯାଇଥିଲା। ୩ ଶହ ମତାମତ ଆସିଛି। ଏନେଇ କମିଟି ଗଠନ ହୋଇଥିଲା। କମିଟି ୮ଥର ବୈଠକ କରି ଟେକ୍ନିକାଲ ପରାମର୍ଶ ଦାତା କମିଟି ଗଠନ ହୋଇଥିଲା। ସେମାନେ ମଧ୍ୟ ବୈଠକ କରି ଆଲୋଚନା କରିଛନ୍ତି।

ସେହିପରି ପ୍ରକଳ୍ପ ପାଇଁ ୫୦ ରୁ ଉର୍ଦ୍ଧ୍ବ ବୈଠକ ହୋଇଛି। ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ୩ ଟି କାରଣ ଥିଲା । ମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା, ମୌଳିକ ସୁବିଧା ଯୋଗାଇ ଦେବା, ସୁନାବେଶକୁ ଅଧିକ ଭକ୍ତ ଦେଖିବା, ଜମି ଅଧିଗ୍ରହଣ କରିବା ସହ ଐତିହ୍ୟ କରିଡର ଶ୍ରୀମନ୍ଦିର ରିସେପସନ ମୌଳିକ ସୁବିଧା ମଠର ମନ୍ଦିର ଗୁଡିକର ପୁନରୁଦ୍ଧାର  କରିବା ବାବଦରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ସେହିପରି ଦକ୍ଷିଣ, ଉତ୍ତର ଓ ପଶ୍ଚିମ ଦୁଆରକୁ ୯ ଭାଗରେ ବିଭକ୍ତ କରାଯାଇଛି। କୀର୍ତ୍ତନ, ଜରୁରୀ କାଳୀନ ସେବା ପାଇଁ ସୁବିଧା ରହିବ । ୫୫ରୁ ୭୫ ମିଟର ମଧ୍ୟରେ ରହୁଥିବା ଲୋକଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ । ଶ୍ରୀମନ୍ଦିର ଅଭ୍ୟର୍ଥନା କକ୍ଷ , ଏମାର ମଠ ସ୍ଥାନରେ ୪ ଟି ବ୍ୟବସ୍ଥା
ରହିବ । ୬ହଜାର ଲୋକଙ୍କ ପାଇଁ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଅତ୍ୟାବଶ୍ୟକ ସ୍ଥଳେ ଆଉ ୨ ହଜାର ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯିବ
। ବର୍ଷକରେ ମାତ୍ର ୧୨ ରୁ ୧୪ ଦିନ କରିବାକୁ ପଡିବ । ୪ ହଜାର ପରିବାରର ବ୍ୟାଗେଜ ପାଇଁ ନିଶୁଳ୍କ ବ୍ୟବସ୍ଥା କରାଯିବ ନେଇ ପ୍ରସ୍ତାବରେ ସ୍ଥାନିତ ରହିଛି ।

ଅନ୍ୟପଟେ ଭିନ୍ନକ୍ଷମ ପାଇଁ ସ୍ବତନ୍ତ୍ର ଶୌଚାଳୟ। ସେବାୟତ ଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଶୌଚାଳୟ ହେବ  । ସୂଚନା ଦାନ କେନ୍ଦ୍ର ଏଟିଏମ ଏବଂ ପୋଲିସ ସର୍ଭିସ ସେଣ୍ଟର ରହିବ। ସାଂସ୍କୃତିକ ମଣ୍ଡପ ୫ଶହ ଲୋକ ବସିକି ସଂକୀର୍ତ୍ତନ କରିବେ, ସେଠାରୁ ନୀଳଚକ୍ର ଦେଖିପାରିବେ । ମଠରୁ ଅଧିଗ୍ରହଣ ହୋଇଛି ଜମି। ସେଠାରେ ଥିବା ମନ୍ଦିର ର ପୁନରୁଦ୍ଧାର କରାଯିବ। ବଡଛତା ଏବଂ ମୌଳି ମନ୍ଦିର ସଂପୂର୍ଣ୍ଣ ପଥରେ ନିର୍ମାଣ କରାଯିବ। ଏହା ଓଡିଶା ସରକାରଙ୍କ ସ୍ବୀକୃତି ନେବା ପରେ ମନ୍ଦିର ପ୍ରଶାସନର ସ୍ବୀକୃତି ଜାତୀୟ ପ୍ରାଧିକରଣ ଏଏସଆଇ ପିକେଡିଏର ଅନୁମୋଦନ ପାଇଁ ଆବେଦନ କରାଯିବ।

ଆସନ୍ତା ୨୮ ଫେବୃଆରୀରେ ଏନେଇ ଆବେଦନ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି  । ଟେକ୍ନିକାଲ ଟିମ ଅନୁଧ୍ୟାନ କରିବା ପରେ OBCC ମାଧ୍ୟମରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବ। କାମ ପାଇଁ ପୁରୀ ରେ ଏକ ଓ୍ବାର୍କସପ କରାଯିବ। ଜୁନ ୧ ରୁ କାମ ଆରମ୍ଭ ହେବ। ଅଧିଗ୍ରହଣ କାମ ୮୫ ପ୍ରତିଶତ ସରିଛି। ବାକି ଜମି ଅଧିଗ୍ରହଣ ପାଇଁ ଜନ ଶୁଣାଣୀ ହେଇଛି। ପ୍ଳାନ ଅନୁସାରେ ୨ ଲକ୍ଷ ଲୋକ ଏକାଠି ଠିଆ ହୋଇ ଦେଖି ପାରିବେ। ଏବେ ମାତ୍ର ୨୦ ହଜାର ଦେଖିପାରୁଛନ୍ତି।

ଦିଶା ରବିଙ୍କ ଗିରଫ ଘଟଣା; ପ୍ରେସମିଟରେ ପର୍ଦ୍ଦାଫାସ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରୁ ପରିବେଶବିତ୍ ଦିଶା ରବିଙ୍କ ଗିରଫ ଘଟଣାକୁ ନେଇ ଦିଲ୍ଲୀ ପୋଲିସର ସାମ୍ବାଦିକ ସମ୍ମିଳନୀ । ଦେଶକୁ ବଦନାମ କରିବାକୁ ପ୍ରସ୍ତୁତ ହୋଇଥିଲା ବିଦ୍ଧିବଦ୍ଧ ଯୋଜନା । ଜାନୁୟାରୀ ୨୬ ପୂର୍ବରୁ ଜୁମ୍ ମିଟିଂରେ ପ୍ରସ୍ତୁତ ହୋଇଥିଲା ଟୁଲକିଟ୍ । ଦିଶା ରବି ଓ ତାଙ୍କର କେତେଜଣ ସହଯୋଗୀଙ୍କ ସହ ପ୍ରାୟ ୫୦ରୁ ୬୦ ଜଣ ଏହି ଭର୍ଚୁଆଲ ମିଟିଂରେ ସାମିଲ ହୋଇଥିଲେ ବୋଲି କହିଛି ଦିଲ୍ଲୀ ପୋଲିସ । ଚାଷୀ ଆନ୍ଦୋଳନ ବଢ଼ାଇବାକୁ ଜାନୁୟାରୀରେ ଏହି ଟୁଲକିଟ୍ ତିଆରି ହୋଇଥିଲା । ଏହାସହ ବିଦେଶରେ ଭାରତୀୟ ଦୂତାବାସକୁ ଟାର୍ଗେଟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

୨୬ ଜାନୁୟାରୀ ପୂର୍ବରୁ ଟୁଇଟରରେ ହାସଟ୍ୟାଗ୍ ଷ୍ଟର୍ମ ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ଦିଲ୍ଲୀ ପୋଲିସ ପାଖରେ ଖବର ଥିବା ସାଇବର ସେଲର ଜଏଣ୍ଟ କମିଶନର ପ୍ରେମ୍ ନାଥ ସୂଚନା ଦେଇଛନ୍ତି । ଦିଶା ହ୍ବାଟ୍ସଆପ୍‌ ଗ୍ରୁପରେ ଏହି ଟୁଲ୍‌କିଟ୍ ସେୟାର କରିଥିଲେ । ପରବର୍ତ୍ତୀ ସମୟରେ ସେ ଗ୍ରୁପ୍‌ ଡିଲିଟ କରିଦେଇଥିଲେ । ମେସେଜିଂ ଆପ୍‌ ଟେଲିଗ୍ରାମ୍‌ ଯୋଗେ ଗ୍ରେଟା ଥନବର୍ଗଙ୍କ ପାଖକୁ ଏହି ଟୁଲ୍‌କିଟ୍‌ ପଠାଇଥିଲେ ଦିଶା । ଏହାଛଡ଼ା ଏ ନେଇ ଗୁଗୁଲକୁ ପଚରା ଯାଇଥିବା ପ୍ରଶ୍ନଗୁଡ଼ିକରୁ କେତେକର ଉତ୍ତର ମଧ୍ୟ ମିଳିସାରିଛି ବୋଲି ଜଏଣ୍ଟ କମିଶନର ପ୍ରେମ୍‌ ନାଥ ସୂଚନା ଦେଇଛନ୍ତି ।

ସେପଟେ ଦିଶାଙ୍କ ଗିରଫ ନେଇ ସରଗରମ ହୋଇଛି ରାଜନୀତି । ଘଟଣାରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ଚାଷୀ ଆନ୍ଦୋଳନକୁ ନେଇ ସ୍ବିଡେନ୍‌ର ପରିବେଶବିତ୍ ଗ୍ରେଟା ଥନବର୍ଗ ସେୟାର କରିଥିବା ଟୁଲକିଟ୍ ମାମଲାରେ ଗିରଫ ହୋଇଛନ୍ତି ବେଙ୍ଗାଲୁରୁର ଦିଶା । ଗିରଫ ପରେ ଦିଶାଙ୍କୁ ୫ ଦିନିଆ ରିମାଣ୍ଡରେ ପଠାଇଛି ସ୍ପେଶାଲ ସେଲ୍ । ଦିଶା ବାଙ୍ଗାଲୁରୁର ଏକ ଘରୋଇ କଲେଜରେ MBA କରିଥିବା ବେଳେ ‘FRIDAY FOR FUTURE INDIA’ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ରହିଛନ୍ତି । ଦିଶାଙ୍କୁ ଗିରଫ କରିବା ପରେ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିଛି ପୋଲିସ ।

ଦ୍ୱିତୀୟ ଇନିଂସରେ ଅଶ୍ୱିନୀଙ୍କ ଦମ୍‌ଦାର ରେକର୍ଡ; ୧୪ ଚୌକା, ଗୋଟିଏ ଛକା ସହ କ୍ୟାରିୟରର ପଞ୍ଚମ ଶତକ

ଚେନ୍ନାଇ: ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀଙ୍କ ଚମତ୍କାର ପ୍ରଦର୍ଶନ । ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି । ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଆସିଥିବା ଭାରତୀୟ ଦଳ ୧୦ ଓ୍ୱିକେଟ୍‌ ହଜରାଇ ୩୨୯ ରନ୍‌ କରିଥିଲା । ଏଥିରେ ରୋହିତ ଶର୍ମା ଧୁଆଁଧାର ଶତକ କରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ । ରୋହିତ ଶର୍ମା ଏକାକି ୨୩୧ ବଲ୍‌ ଖେଳି ସର୍ବାଧିକ ୧୬୧ ରନ୍‌ କରିଥିଲେ । ଦ୍ୱିତୀୟ ସର୍ବାଧିକ ରାହାଣେ ୬୭, ପନ୍ତ ୫୮, ପୂଜାରା ୨୧, ଅଶ୍ୱିନୀ ୧୩ ଓ ସିରାଜ ୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ପ୍ରଥମ ଇନିଂସରେ ଭାରତର ୪ ଜଣ ବ୍ୟାଟ୍‌ସ ମ୍ୟାନ୍‌ ବିନା କୌଣସି ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ।

ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବା ସହ ବୋଲିଂରେ ମଧ୍ୟ ଦମ୍‌ଦାର ପ୍ରଦର୍ଶନ କରିଥିଲା ଟିମ୍‌ । ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ ଗୁରୁତ୍ୱପୂର୍ଣ୍ଣ ୫ଟି ଓ୍ୱିକେଟ୍‌ ନେଇ ଦଳକୁ ଭଲ ସ୍ଥିତିକୁ ଆଣିଥିଲେ । ଇଶାନ୍ତ ଶର୍ମା ଓ ଅକ୍ସର ପଟେଲଙ୍କୁ ଦୁଇଟି ଲେଖାଏଁ ଓ୍ୱିକେଟ୍‌ ମିଳିଥିଲା । ଇଂଲଣ୍ଡକୁ ମୋଟ୍‌ ୧୩୪ ରନ୍‌ରେ ସୀମିତ ରହିଥିଲା ।

Ravi-Ashwin-and-Virat-Kohli

ତେବେ ସବୁଠାରୁ ବଡ଼ କଥା ହେଲା ଅଶ୍ୱିନୀ ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିବା ସହ ଦ୍ୱିତୀୟ ଇନିଂସରେ ଧୁଆଁଧାର ବ୍ୟାଟିଂ କରିଛନ୍ତି । ଅଶ୍ୱିନୀ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୧୪୮ ବଲ୍‌ରେ୧୪ଟି ଚୌକା ମାରିବା ସହ ଓ ଗୋଟିଏ ଛକା ସହାୟତାରେ ୧୦୬ ରନ୍ ସଂଗ୍ରହ କରିଛନ୍ତି । ଏହା ଅଶ୍ୱିନୀଙ୍କ କ୍ୟାରିୟରର ପଞ୍ଚମ ଶତକ । ଯେଉଁ ମଇଦାନରେ ଇଂଲଣ୍ଡ ଟିମ୍‌ ୧୩୪ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା ଠିକ୍‌ ସେହି ମଇଦାନରେ ଅଶ୍ୱିନୀ ଦିନିକିଆ ଅନ୍ଦାଜରେ ଖେଳ ଆରମ୍ଭ କରି ଶତକ ହାସଲ କରିଛନ୍ତି ।

ଅଶ୍ୱିନୀ ଶତକ ହାସଲ କରିବା ବେଳେ ଅନେକ ସୁନ୍ଦର ସୁଇପ୍‌ ସଟ୍‌ ଖେଳିଛନ୍ତି । ଏନେଇ ସେ କହିଛନ୍ତି ଯେ, ଶେଷଥର ପାଇଁ ସେ ୧୯ ବର୍ଷ ବୟସର ଥିବା ବେଳେ ସୁଇପ୍‌ ସଟ୍‌ ଖେଳିଥିଲେ । କିନ୍ତୁ ସେଥିରେ ସେ ସଫଳ ହୋଇନଥିଲେ । ତାଙ୍କୁ ଟିମ୍‌ରୁ ବାହାରେ ରହିବାକୁ ପଡ଼ିଥିଲା । ଏଥର ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଖେଳିଥିଲି । ପ୍ରଥମ ଟେଷ୍ଟ ପରେ ପିଚ୍‌କୁ ମୁଁ ଭଲ ଭାବରେ ଚିହ୍ନିସାରିଥିଲି । ସୁଇପ୍‌ ସର୍ଟକୁ ସେ ଖେଳିବାକୁ ଚାହୁଥିଲେ । ତେଣୁ ନିୟମିତ ଭାବେ ସେ ବିକ୍ରମ ରାଠୋଡ଼ଙ୍କ ସହ ଅଭ୍ୟାସ କରୁଥିଲେ । ଏଥିରେ ବିକ୍ରମ ରାଠୋଡ ତାଙ୍କୁ ଅନେକ ସହଯୋଗ କରିଛନ୍ତି । ଗେମ୍‌ ପ୍ଲାନ୍‌ ଅନୁସାରେ ବ୍ୟାଟିଂ କରିବା ନେଇ ସେ ତାଙ୍କଠାରୁ ଅନେକ କିଛି ସହଯୋଗ ପାଇଛନ୍ତି ।

ହାତୀ ମୃତ୍ୟୁ ନେଇ ଉଦବେଦ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଶୀଘ୍ର ପଦକ୍ଷେପ ନେବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର : କଳାହାଣ୍ଡିର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଘଟୁଥିବା ହାତୀ ମୃତ୍ୟୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଭିଡିଓ କନଫରେନ୍ସ ଯୋଗେ ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପଶୁସଂପଦ ବିଭାଗ ମିଳିତ ଭାବେ ପଦକ୍ଷେପ ନେଇ ହାତୀ ମୃତ୍ୟୁ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷେତ୍ରରେ ରାଜ୍ୟ ତଥା ଦେଶର ବିଶେଷଜ୍ଞ ମାନଙ୍କ ପରାମର୍ଶ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଅଭୟାରଣ୍ୟ ଓ ତାର ଆଖପାଖ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଥିବା ଗୃହପାଳିତ ପଶୁମାନଙ୍କର ଟୀକାକରଣ ସୁନିଶ୍ଚିତ କରିବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ, ଡିଏଫଓ ଓ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭୟାରଣ୍ୟରେ ଥିବା ସମସ୍ତ ଜଳାଶୟ ଗୁଡିକୁ ତୁରନ୍ତ ବିଶୋଧନ କରିବା ଏବଂ ଜଳର ନମୂନା ତୁରନ୍ତ ପରୀକ୍ଷା କରିବା ସହିତ ନିୟମିତ ପରୀକ୍ଷା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରୁ ଜଣାଯାଇଥିଲା ଯେ କଳାହାଣ୍ଡିର କାରଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଗତ ଦୁଇ ସପ୍ତାହ ମଧ୍ୟରେ ୬ଟି ହାତୀଙ୍କର ମୃତ୍ୟୁ ହୋଇଛି।

ବିଶେଷଜ୍ଞ ମାନଙ୍କ ମତ ଅନୁଯାୟୀ ଏହି ହାତୀଗୁଡିକ Pasteurella Multocida ନାମକ ଏକ ବ୍ୟାକ୍ଟେରିଆ ଦ୍ବାରା ସଂକ୍ରମିତ ହୋଇ Hemorrhagic Septicemia ରୋଗରୁ ମୃତ୍ୟୁବରଣ କରିଛନ୍ତି । ଏହି ଦଳରେ ସମୁଦାୟ ୮ଟି ହାତୀରୁ ୬ଟିର ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଆଉ ଦୁଇଟି ହାତୀ ଦଳ ରହିଛନ୍ତି । ସେହି ଦଳଗୁଡିକୁ ଟ୍ରାକ୍‌ କରାଯାଇ ସେମାନେ ଯେପରି ସଂକ୍ରମିତ ଦଳର ସଂସ୍ପର୍ଶରେ ନ ଆସିବେ, ସେଥିପାଇଁ ପଦକ୍ଷେପ ନିଆଯାଉଛି । ଏହାସହିତ ଏହି ଅଞ୍ଚଳରେ ଥିବା ୪୩ଟି ଜଳାଶୟରୁ ୨୫ଟି ଜଳାଶୟର ବିଶୋଧନ କରାଯାଇଛି ଏବଂ ବାକି ଗୁଡିକର ବିଶୋଧନ କରାଯାଉଛି ।

ହାତୀମାନଙ୍କର ଚଳପ୍ରଚଳ ଉପରେ ନଜର ରଖିବା ପାଇଁ ରେଞ୍ଜ୍‌ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଦୁଇଟି ଜୋନ୍‌କୁ ନେଇ ୧୦ଟି ଟିମ୍‌ ଗଠନ କରାଯାଇଛି । ଜଙ୍ଗଲ ବିଭାଗ ଓ ପଶୁସଂପଦ ବିଭାଗରୁ ଦୁଇଟି ରାଜ୍ୟସ୍ତରୀୟ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇ ପରିସ୍ଥିତିକୁ ଆକଳନ କରାଯିବା ସହିତ ଅନ୍ୟାନ୍ୟ ପଦକ୍ଷେପ ନିଆଯାଉଛି । ଅଭୟାରଣ୍ୟ ଓ ତାର ଆଖପାଖ ଗାଁ ଗୁଡିକରେ ଗୃହପାଳିତ ପଶୁଗୁଡିକର ଟୀକାକରଣ କରାଯାଉଛି।
Project Elephantର IG ଏବଂ Wildlife Institute of Indiaର ନିର୍ଦ୍ଦେଶକଙ୍କୁ ଓଡିଶାକୁ ଏକ ଟିମ୍‌ ପଠାଇ ପ୍ରତିରୋଧକ ବ୍ୟବସ୍ଥା ଓ ପରାମର୍ଶ ପାଇଁ ଅନୁରୋଧ କରାଯାଇଛି ।

ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ମୋନା ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ, ଜଙ୍ଗଲ ବିଭାଗର ବରିଷ୍ଠ ଅଫିସର ମାନେ ଉପସ୍ଥିତ ଥିଲେ । କଳାହାଣ୍ଡିରୁ PCCF ଏବଂ ଜିଲ୍ଲାପାଳ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇଥିଲେ ।

ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ୨୦୦ କୋଟିକୁ ବୃଦ୍ଧି, ନିର୍ମାଣ ହେବ ୧୦ ଜିଲ୍ଲା କାର୍ଯ୍ୟାଳୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି । ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ଯୁବକ ଯୁବତୀ ମାନଙ୍କ ପାଇଁ ଯେପରି ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ହେବ, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ୧୯୯୯-୨୦୦୦ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବଜେଟ ପରିମାଣ ବର୍ଷକୁ ୩ କୋଟି ଥିବାବେଳେ ଏବେ ତାହା ୧୦୦ କୋଟିକୁ ବୃଦ୍ଧି ପାଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିଷଦକୁ ରାଜ୍ୟ ସରକାରଙ୍କ ଅନୁଦାନ ପରିମାଣ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ହେବ। ଏହାସହିତ ପଶ୍ଚିମ ଓଡିଶାରେ ବିକାଶ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବା ପାଇଁ ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲା ଏବଂ ଆଠମଲ୍ଲିକରେ ପରିଷଦର କାର୍ଯ୍ୟାଳୟ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଅନେକ ଗୁଡିଏ ବୃହତ ପ୍ରକଳ୍ପକୁ ତ୍ବରାନ୍ବିତ କରି ଠିକ୍‌ ସମୟରେ ଶେଷ କରିବା ପାଇଁ WODC ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ବିଜୁ ଏକ୍‌ସପ୍ରେସ ୱେ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆଦି ବୃହତ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଦ୍ବାରା ପଶ୍ଚିମ ଓଡିଶାର ବିକାଶରେ କାୟାକଳ୍ପ ହୋଇପାରିବ ବୋଲି ଆଶା କରାଯାଉଛି । ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇ ପରିଷଦର କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା ରଖିଥିଲେ। ଉପସ୍ଥାପନାରୁ ଜଣାଯାଇଛି ଯେ ବିଗତ ଦିନମାନଙ୍କରେ WODC ପକ୍ଷରୁ ସଡକ ନିର୍ମାଣ, ଶିକ୍ଷା ଭିତ୍ତିଭୂମି ଓ ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରାଯାଇଛି ।

ଆଗାମୀ ଦିନରେ ପରିପରିବା, ଡାଲି ଜାତୀୟ ଫସଲ ଓ ତୈଳବିଜ, ଫୁଲଚାଷ ଆଦି ଉଦ୍ୟାନ କୃଷିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ପ୍ରଦାନ, ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆଦି କ୍ଷେତ୍ରରେ ପଶ୍ଚିମ ଓଡିଶା ଅଞ୍ଚଳରେ ବହୁତ ସମ୍ଭାବନା ରହିଛି ବୋଲି ସୂଚନା ଦିଆଯାଇଥିଲା ।
ପଶ୍ଚିମ ଓଡିଶା ଜିଲ୍ଲାଗୁଡିକରେ ସର୍ବାଧିକ ଅର୍ଥନୈତିକ ସମ୍ଭାବନା ଥିବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସୁବିଧା ସୃଷ୍ଟି କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ସମ୍ବଲପୁର, ବରଗଡ ଓ ସୋନପୁରରେ ଧାନ ଓ ଧାନରୁ ଉତ୍ପାଦିତ ପଦାର୍ଥର ବିନିଯୋଗ ପାଇଁ ଭିତ୍ତିଭୂମି, ବଲାଙ୍ଗୀରେ କୁକୁଡା ଓ ଅଣ୍ଡାଚାଷ ପାଇଁ ଭିତ୍ତିଭୂମି, କଳାହାଣ୍ଡିରେ ମାଛଚାଷ, ବୌଦ ଓ ସୋନପୁରରେ ଗୋପାଳନ ଓ ଦୁଗ୍‌ଧ ଉତ୍ପାଦନ ଏବଂ ହସ୍ତତନ୍ତ କ୍ଲଷ୍ଟରର ବିକାଶ ପାଇଁ ବହୁତ ସୁଯୋଗ ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିଶନର ଆର୍‌. କେ. ଶର୍ମା, ଅର୍ଥ ବିଭାଗର ପ୍ରମୁଖ ସଚିବ ଆଶୋକ କୁମାର ମୀନା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ପାରିତ ହେବ ଐତିହ୍ୟ କରିଡରର ଚୂଡାନ୍ତ ରୂପରେଖ

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ  । ସ୍ଥାୟୀ ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ  । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସପି କନଓ୍ବର ବିଶାଲ ସିଂ ଙ୍କ ସମେତ ୧୮ ସଦସ୍ୟ ଉପସ୍ଥିତ ଅଛନ୍ତି। ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ଚାଲିଥିବା ଜଣାପଡିଛି ।

ଏହି ବୈଠକରେ ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୂଡାନ୍ତ ରୂପରେଖ ପାରିତ ହେବ । ବୈଠକ ପୂର୍ବରୁ ଶ୍ରୀମନ୍ଦିର ଐତିହ୍ୟ କରିଡରର ଚୁଡାନ୍ତ ନକ୍ସାକୁ ମହାପ୍ରଭୁଙ୍କ ନିକଟରେ ଲାଗି କରାଯାଇଛି । ମୁଖ୍ୟ ପ୍ରଶାସକ କ୍ରୀଶନ କୁମାରଙ୍କ ନେତୃତ୍ୱରେ ପରିଚାଳନା କମିଟିର ସେବାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ନକ୍ସାକୁ ନେଇ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଛନ୍ତି।

ଏହାସହ ଏନଏମଏର ପ୍ରସ୍ତାବିତ ବାଇଲ ଉପରେ ଆସିବ ନିନ୍ଦା ପ୍ରସ୍ତାବ  । କରୋନା କଟକଣା ପାଇଁ ବନ୍ଦ ରହିଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ମଧ୍ୟ ଆଲୋଚନା ହୋଇପାରେ  । ପୌଷପୂର୍ଣ୍ଣିମା ଓ ସୂନାବେଶ ନିତିବିଶୃଙ୍ଖଳା ନେଇ ହେବ ଆଲୋଚନା  । ଏଥିସହ ପୂର୍ବ ପରିଚାଳନା କମିଟିର ବିବରଣୀ ଉପରେ ମଧ୍ୟ ଆଲୋଚନା ହେବା ନେଇ ସୂଚନା ମିଳିଛ  ।

ଭାରତର ଚମତ୍କାର ପ୍ରତ୍ୟାବର୍ତ୍ତନ, ଅଶ୍ୱିନୀଙ୍କ ଶତକ ପରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ବିଜୟପଥରେ ଭାରତୀୟ ଦଳ । ଦ୍ୱିତୀୟ ଇନିଂସରେ ତିନି ଓ୍ୱିକେଟ୍ ହରାଇ ବ୍ୟାକ୍‌ଫୁଟ୍‌ରେ ଟିମ୍ ଇଂଲଣ୍ଡ । ଭାରତ ଦ୍ୱିତୀୟ ଇନିଂସରେ ସମସ୍ତ ଓ୍ୱିକେଟ୍ ହରାଇ ୨୮୬ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଦଳ ପକ୍ଷରୁ ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନୀ ସର୍ବାଧିକ ୧୦୬ ରନ୍ କରି ଦଳକୁ ମଜବୁତ କରିଥିଲେ ।ସେହିଭଳି ଅଧିନାୟକ ବିରାଟ କୋହଲି ୬୨ ରନ୍, ରୋହିତ ଶର୍ମା ୨୬ ରନ୍, ରିସଭ ପନ୍ଥ ୮ ରନ୍, ଆଜିଙ୍କ୍ୟ ରାହାଣେ ୧୦ ରନ୍ ଓ ଅକ୍ସର ପଟେଲ୍ ୭ ରନ୍ କରି ଆଉଟ୍ ହୋଇଥିଲେ ।

ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ତିନୋଟି ଓ୍ୱିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିଛି । ରୋରି ବନସ୍ ୨୫ ରନ୍, ଡୋମନିକ୍ ସିବଲେ ୩ ରନ୍ ଓ ଜ୍ୟାକ୍ ଲିଚେ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ । ଅଶ୍ୱିନୀ ଗୋଟିଏ ଓ୍ୱିକେଟ୍ ନେଇଥିବାବେଳେ ଅକ୍ସର ପଟେଲ୍ ଦୁଇଟ ଓ୍ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି । ମ୍ୟାଚର ତୃତୀୟ ଦିନ ଖେଳ ସରିଥିବା ବେଳେ ଭାରତ ୪୨୯ ରନ୍‌ରେ ଆଗୁଆ ରହିଛି । ବାକି ଦୁଇ ଦିନରେ ଭାରତ ଅନ୍ୟ ଓ୍ୱିକେଟ୍ ଗୁଡିକ ନେଇ ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ୟ ରଖିଛି ।

ତେବେ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ରୋହିତ ଶର୍ମା ଧୁଆଁଧାର ଶତକ ମାରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ । ରୋହିତ ଶର୍ମା ଏକାକି ୨୩୧ ବଲ୍‌ ଖେଳି ସର୍ବାଧିକ ୧୬୧ ରନ୍‌ କରିଥିଲେ । ଦ୍ୱିତୀୟ ସର୍ବାଧିକ ରାହାଣେ ୬୭, ପନ୍ତ ୫୮, ପୂଜାରା ୨୧, ଅଶ୍ୱିନୀ ୧୩ ଓ ସିରାଜ ୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ପ୍ରଥମ ଇନିଂସରେ ଭାରତର ୪ ଜଣ ବ୍ୟାଟ୍‌ସ ମ୍ୟାନ୍‌ ବିନା କୌଣସି ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ।

ଆସୁଛି ନିର୍ବାଚନ, ଦିଦି ଲଞ୍ଚ କଲେ ‘ଲଞ୍ଚ’ କାର୍ଡ

ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ହଟଚମଟ ଜାରି ରହିଛି । ମମତାଙ୍କ ଗଡ଼ରେ ସଂଗଠନ ସୁଦୃଢ଼ କରିବାକୁ ବିଜେପି ଆପ୍ରାଣ ଚେଷ୍ଟା ଚଳାଇଛି । ସେପଟେ ଗଡ଼ ରକ୍ଷା ପାଇଁ ନୂଆ ନୂଆ ଜନ ହିତକାରୀ ଯୋଜନାର ଶୁଭାରମ୍ଭ କରୁଛି ଟିଏମ୍‌ସି । ପଶ୍ଚିମବଙ୍ଗରେ ସୋମବାରଠାରୁ ମମତା ସରକାର ଆରମ୍ଭ କରିଛନ୍ତି ‘ମା’ କି ରଷୋଇ’ ଯୋଜନା । ଏହି ଯୋଜନାରେ ଗରିବ ଲୋକଙ୍କୁ ୫ ଟଙ୍କାରେ ପେଟପୂରା ଖାଇବାକୁ ମିଳିବ । ଭାତ, ଡାଲି, ତରକାରୀ ସହ ଗୋଟିଏ ଅଣ୍ଡା ବି ମିଳିବ ।

ସଚିବାଳୟରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭର୍ଚୁଆଲରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏବେ ଏହି ଯୋଜନାରେ କୋଲକାତାର କେତେକ ଅଫିସରେ ଦ୍ୱିପ୍ରହରର ଖାଇବା ବ୍ୟବସ୍ଥା କରାଯାଇଛି । ତେବେ ପ୍ରତ୍ୟେକ ଜାଗାରେ ଏହି ଯୋଜନା ଶୁଭାରମ୍ଭ କରିବାକୁ ଯୋଜନା କରିଛନ୍ତି ମମତା ସରକାର ।

ତେବେ ଏହା ପୂର୍ବରୁ କରୋନା ସମୟାରେ ମମତା ସରକାର ପକ୍ଷରୁ ଆରମ୍ଭ ହୋଇଥିଲା ‘ଦିଦିର ରାନ୍‌ଘର’ (ମମତାଙ୍କ କିଚେନ୍‌) । ଏହି ଯୋଜନା ଆରମ୍ଭ ହୋଇଥିଲା ପ୍ରବାସୀ ଶ୍ରମିକଙ୍କ ପାଇଁ । ଯେଉଁମାନେ ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ହରାଇ ବସିଥିଲେ । ଠିକ୍‌ ସେହିଭଳି ଗରିବ ଲୋକଙ୍କୁ ଶାକାହାରୀ ଖାଦ୍ୟ ଯୋଗାଇବା ପାଇଁ ସିପିଆଇ (ଏମ୍) “ସରୋଜୋଜି କ୍ୟାଣ୍ଟିନ” ଆରମ୍ଭ କରିଥିଲା । ଖାଲି ସେତିକି ନୁହେଁ ୫୦ଟି ସ୍ୱାସ୍ଥ୍ୟ କ୍ଲିନିକ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଯେଉଁମାନେ ହସ୍ପିଟାଲରେ ଚିକିତ୍ସା ହେବା ପାଇଁ ସକ୍ଷମ ନୁହଁନ୍ତି ସେମାନଙ୍କ ପାଇଁ ଏହି କ୍ଲିନିକ୍‌ ଖୋଲାଯାଇଥିଲା ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ । ନନ୍ଦିଗ୍ରାମ ସହ ଭବାନୀପୁର ଆସନରୁ ବି ନିର୍ବାଚନ ଲଢିବେ । ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀଙ୍କ ଗଡ ଭାବେ ବିବେଚିତ କରାଯାଇଥାଏ । ଯିଏକି ଟିମସି ଛାଡି ଏବେ ବିଜେପିରେ ସାମିଲ ହୋଇଛନ୍ତି ।

ତେଜସରେ ଲାଗିବ ଅସ୍ତ୍ର: ଚୀନ ଓ ପାକିସ୍ତାନ ଯୁଦ୍ଧ ବିମାନକୁ ମାଟିରେ ମିଶାଇବ

ଭୁବନେଶ୍ୱର : ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରସ୍ତୁତ ହେଉଛି ଡିଆରଡିଓ । କାରଣ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି  ‘ଅସ୍ତ୍ର ମାର୍କ-୨   । ଏହାଦ୍ୱାରା ବାୟୁସେନା ଭାରତ ସୀମାରେ ରହି ଚୀନ ବା ପାକିସ୍ତାନ ପରି ଶତ୍ରୁ ପକ୍ଷରୁ ଯୁଦ୍ଧ ବିମାନକୁ ଅବିଳମ୍ବେ ଧ୍ବଂସ କରିପାରିବ । ଖାଲି ସେତିକି ନୁହେଁ ଶବ୍ଦଠାରୁ ୪ଗୁଣା ଅଧିକ ଦ୍ରୁତ ଗତିରେ ଭାରତୀୟ ବାୟୁସେନା ଆକାଶ ମାର୍ଗରେ ରହି ଆକାଶ ମାର୍ଗକୁ ନିକ୍ଷେପ କରିପାରିବ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ୨୦୨୨ ସୁଦ୍ଧା ବାୟୁସେନାରେ ସାମିଲ୍ କରିବା ଲାଗି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ପଢ଼ନ୍ତୁ ସମ୍ପୂଣ୍ଣ ରିପୋର୍ଟ….

ଫେବୃୟାରୀ ୨୬, ୨୦୧୯। ଭାରତୀୟ ପ୍ରତିରକ୍ଷା ଇତିହାସ ପାଇଁ ଏକ ଗୌରବମୟ ଦିନ। ଏହିଦିନ ପାକିସ୍ତାନର ବାଲାକୋଟରେ ଭାରତକୁ ବିପଦ ଥିବା ଆତଙ୍କବାଦୀଙ୍କ ଶିବିରକୁ ନଷ୍ଟ କରିଥିଲା ଆମ ବାୟୁସେନା। କେହି ତାହାର ଟେର ପାଇ ନଥିଲେ। ଆଉ ଯେତେବେଳେ ସବୁ ଅପରେସନ୍ ସରିଗଲା, ଆମ ଆକାଶବାହିନୀର ପିଛା କରିଥିଲା ପାକିସ୍ତାନର ଯୁଦ୍ଧ ବିମାନ। କିନ୍ତୁ ତାକୁ ସୀମା ପହଞ୍ଚୁ ପହଞ୍ଚୁ ମାଟି କାମୁଡ଼ାଇଥିଲା ଭାରତର ନିଜସ୍ବ ଜ୍ଞାନ କୌଶଳ ଓ ପ୍ରତିରକ୍ଷା ବ୍ୟବସ୍ଥା। ଆଉ କିଛିଦିନ ପରେ ଏହି ଦିନକୁ ଦି’ବର୍ଷ ପୂରିବ। ହେଲେ ସେ ଶୌର୍ଯ୍ୟକୁ ଅବିସ୍ମରଣୀୟ କରିବା ପାଇଁ ବାୟୁସେନାର କାନ୍ଧରେ ଆଉ ଏକ ତାରା ଚମକାଇବାକୁ ଭାରତର ପ୍ରତିରକ୍ଷା ଗବେଷଣା ସଂଗଠନ ଘୋଷଣା କରିଛି।

ଏହି କ୍ରମରେ ଖାଲି ପାକିସ୍ତାନ ନୁହେଁ ଚୀନର ଆକାଶରେ ଶତ୍ରୁ ପକ୍ଷର ଆଶଙ୍କିତ ବିମାନକୁ ଶବ୍ଦର ବେଗଠାରୁ ଅଢ଼େଇଗୁଣ ଅଧିକ ବେଗରେ ଧ୍ବଂସ କରିବାକୁ ପ୍ରସ୍ତୁତ କରୁଛି ‘ଅସ୍ତ୍ର’। ନିଜସ୍ବ ବିମାନ ତେଜସରେ ଏହା ଗୁନ୍ଥାଯିବ। ଅର୍ଥାତ୍ ସମ୍ପୂଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଶତ୍ରୁ ପକ୍ଷର ବିମାନକୁ ମାଟିରେ ଗଡ଼ାଇବ ଭାରତ। ଏହି ଯୁଦ୍ଧ ବିମାନର ନାଁ ହେଉଛି ‘ଅସ୍ତ୍ର ମାର୍କ-୨ ’। ଭାରତୀୟ ବିଜ୍ଞାନୀଙ୍କ ଦ୍ବାରା ଭାରତୀୟ ମାଟିରେ ନିର୍ମିତ ଏହି ବିମାନର ପ୍ରଥମ ସଂସ୍କରଣ ଏବେ ବାୟୁସେନାରେ ବ୍ୟବହାର ହେବା ପାଇଁ ସବୁ ପ୍ରସ୍ତୁତି ସରିଛି। ଋଷ୍ ନିର୍ମିତ ସୁଖୋଇ-୩୦ MKI ବିମାନରେ ଏହି ଯୁଦ୍ଧାସ୍ତ୍ର ବା କ୍ଷେପଣାସ୍ତ୍ରକୁ ଖଞ୍ଜାଯାଇ ସମସ୍ତ ପରୀକ୍ଷଣ ସରିଛି। ଏହା ଆକାଶମାର୍ଗରୁ ଆକାଶ ମାର୍ଗକୁ ନିକ୍ଷେପ କରି ଶତ୍ରୁ ପକ୍ଷରୁ ବିମାନକୁ ଧରାଶାୟୀ କରିବାରେ ସକ୍ଷମ ହେଉଛି। ଭାରତୀୟ ବାୟୁସେନା DRDO ଠାରୁ ୨୮୮ଟି ଅସ୍ତ୍ର ମାର୍କ କ୍ଷେପଣାସ୍ତ୍ର ନେବାକୁ ଅନୁରୋଧ କରିଛି।

ଅସ୍ତ୍ର ମାର୍କ-୨ ହେଉଛି ବିୟଣ୍ଡ ଭିଜୁଆଲ୍ ରେଞ୍ଜ ଏୟାର-ଟୁ ଏୟାର ମିଜାଇଲ୍ ବା ବିଭିରାମ୍। ଏହାର ଅର୍ଥ ହେଉଛି ଏହା ଆଖି ପାଉ ନଥିବା ପରିସୀମାରେ ଆକାଶ ମାର୍ଗରେ କ୍ଷେପଣ ହୋଇ ଆକାଶ ମାର୍ଗର ବିମାନକୁ ଟାର୍ଗେଟ୍ କରିପାରିବ। ଏହାର ବେଗ ବାୟୁ ମଣ୍ଡଳରେ ଶବ୍ଦର ବେଗ ଯେତିକି ତାହାର ଚାରିଗୁଣା। ଅର୍ଥାତ୍ ଘଣ୍ଟାକୁ ୩ହଜାର ମିଟରରୁ ଅଧିକ ବେଗରେ ଏହା ଗତି କରିପାରିବ। ଏବେ ଏହି କ୍ଷେପଣାସ୍ତ୍ରକୁ ୧୦୦ କିଲୋମିଟର ପରିଧିରେ ଟାର୍ଗେଟ କରିପାରୁଥିବା ହାଲୁକା ବିମାନ ତେଜସ୍ ସହ ଖଞ୍ଜାଯିବ। ଏବର୍ଷ ମଧ୍ୟଭାଗରେ ଅର୍ଥାତ୍ ଜୁନ୍ ବେଳକୁ ଏହାର ପ୍ରଥମ ପରୀକ୍ଷଣ ଆଶା କରାଯାଇପାରେ। ଆଉ ୨୦୨୨ ଶେଷ ବେଳକୁ ଏହା ବାୟୁସେନାରେ ଅନ୍ତର୍ଭୁକ୍ତ ହୋଇପାରେ।