ଏଏନଏମ ନର୍ସିଂ କଲେଜ ବିରୋଧରେ ଠକେଇ ଅଭିଯୋଗ !

ଭୁବନେଶ୍ୱର: ଏଏନଏମ୍ ଓ ଜିଏନଏମ ତାଲିମ ନାଁରେ ଠକେଇ ଅଭିଯୋଗ  । ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଶତାଧିକ ଛାତ୍ରଛାତ୍ରୀଙ୍କ ଅଭିଯୋଗ  । ଖଣ୍ଡଗିରିଠାରେ ଥିବା ଏଏନଏମ ନର୍ସିଂ କଲେଜ ବିରୋଧରେ ଆସିଛି ଏହି ଅଭିଯୋଗ  । ତାଲିମ ପରେ ଫେକ ସାର୍ଟିଫିକେଟ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି  । ୩ ବର୍ଷର ତାଲିମ ପାଇଁ ସଂସ୍ଥା ନେଇଛି ୯୫ ହଜାର ଟଙ୍କା  ।

ତାଲିମ ପରେ ଫେକ ସାର୍ଟିଫିକେଟ ଦେବାରୁ ଚାକିରିରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । କଲେଜରେ ନର୍ସିଂ ପଢିଥିବା ଛାତ୍ରଛାତ୍ରୀ ଏବେ କଲେଜ ବିରୋଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି  । ଅଭିଯୋଗ ଅନୁସାରେ ଉକ୍ତ କଲେଜଟି ଆଇଏନସି ଦ୍ୱାରା ଆପ୍ରୁଭ ନୁହେଁ । କଲେଜ ଯେଉଁ ସାର୍ଟିଫିକେଟ ଦେଉଛି ତାହା ଦ୍ୱାରା କେଉଁଠାରେ ଚାକିରି ମିଳୁନାହିଁ  । ଏହି କଲେଜର ସାର୍ଟିଫିକେଟ ନେଇ କେଉଁଠାରେ ଚାକିରି ପାଇନାହାନ୍ତି ବୋଲି କଲେଜରୁ ପାସ ହୋଇଥିବା ଜଣେ ଛାତ୍ରୀ କହିଛନ୍ତି  ।

ଏହା ସହ ଆଡମିସନ ବେଳେ କଲେଜର କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରିନାହାନ୍ତି  । ତେବେ କଲେଜ ବିଷୟରେ ସତ୍ୟତା ଜାଣିବା ପରେ କଲେଜରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି  । ଶେଷରେ ଛାତ୍ରଛାତ୍ରୀମାନେ ଏହି ଫେକ ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ସେମାନଙ୍କ ପଇସା ଫେରସ୍ତ ନିମନ୍ତେ ଦାବି କରିଛନ୍ତି ।

Leave a Reply