କରୋନା ସଂକ୍ରମଣ ମାମଲା, ବିଏମସି ସିଲ୍ କଲା ଆଲେନ ଇନଷ୍ଟିଚ୍ୟୁଟ୍

1 min read

ଭୁବନେଶ୍ୱର: କରୋନା ପଜିଟିଭ୍ ଟିହ୍ନଟ ପରେ ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମ୍‌ସି । ଟେଷ୍ଟିଂ ପରେ ଆଲେନ୍ ଇନଷ୍ଟିଚ୍ୟୁଟରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇନଷ୍ଟିଚ୍ୟୁଟରୁ ଏକାଧିକ ପଜିଟିଭ ଚିହ୍ନଟ ପରେ ପଦକ୍ଷେପ ନେଇଛି ବିଏମସି । ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଶିକ୍ଷାନୁଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ଥିବା ବେଳେ, ଶିକ୍ଷାନୁଷ୍ଠାନକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୭୧ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆଲେନ ଇନଷ୍ଟିଚ୍ୟୁଟରୁ ୩୦ରୁ ଅଧିକ ପଜିଟିଭ ବାହାରିଛନ୍ତି । IIT ଅରଗୁଳ ୩ରୁ ୪ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି ।

ସେହିପରି ପୂର୍ବରୁ XIMBରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ହେବା ପରେ XIMBକୁ ସିଲ୍ କରିଥିଲା ଭୁବନେଶ୍ୱର ମହାନଗର ନିଗମ-ବିଏମସି । ଏହାସହ XIMBକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଥିଲା । IMBକୁ ଲାଗି ରହିଥିବା ଅନ୍ୟ ସମସ୍ତ ଅନୁଷ୍ଠାନର କ୍ୟାମ୍ପସ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । XIMB ଭିତରେ ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଥିଲା ।

ଅନ୍ୟପଟେ ଆଜି ଦେଶରେ ୬୨ହଜାର ୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୨ଜଣଙ୍କ ଜୀବନ ନେଇଛି କିଲର କରୋନା । ଆଜିର କରୋନା ମୃତ୍ୟୁ ସଂଖ୍ୟା ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୬୧ହଜାର ୫୫୨ରେ ପହଞ୍ଚିଛି । ଏହାସହ ରାଜ୍ୟରେ ଆଜି ୨୪ ଘଣ୍ଟାରେ ୨୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୭୧, ଲୋକାଲ କେସ୍ ୧୧୯ ରହିଛି ।

Leave a Reply