ପିପିଲି ଯୁଦ୍ଧ ପାଇଁ ପରିବାର ଏକାଠି: ପ୍ରତିଭା ମହାରଥୀ

1 min read
Pipili War Family Will Fight Unitedly Says Pratibha Maharathy

ଭୁବନେଶ୍ୱର: ଆଖିରେ ଲୁହ, ମନରେ କୋହ । ମହାରଥୀଙ୍କ ପରିବାରରେ ଭାବବ୍ୱିହଳ ପରିବେଶ । ପିପିଲି ଉପନିର୍ବାଚନ ଲାଗି ରୁଦ୍ର ନବୀନ ନିବାସରୁ ଟିକେଟ୍ ଆଣି ଆସିବା ପରେ ମାଆ ପ୍ରତିଭାଙ୍କ ଆଶୀର୍ବାଦ ନେଇଛନ୍ତି । ସ୍ୱାମୀଙ୍କ ଭଳି ବିଜେଡି ପୁଅ ରୁଦ୍ରଙ୍କ ଉପରେ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରତିଭା ମହାରଥୀ ।

ଏଥିସହ ପଢ଼ନ୍ତୁ- ପିପିଲି ଉପନିର୍ବାଚନ; ପରିବାର ସହ ଆସି ନବୀନ ନିବାସରୁ ଟିକେଟ୍ ନେଲେ ରୁଦ୍ର

ପ୍ରତିଭା କହିଛନ୍ତି- ‘ସମସ୍ତଙ୍କ ଆଶୀର୍ବାଦରେ ରୁଦ୍ର ନିଶ୍ଚୟ ବିଜୟ ଲାଭ କରିବ ଏବଂ ସ୍ୱର୍ଗତଃ ମହାରଥୀଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିବ । ରୁଦ୍ର ମୁଣ୍ଡ ଉପରେ ମୋର ବରଦ ହସ୍ତ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି ।’ ପରିବାର ଏକାଠି ନଥିବା ଚର୍ଚ୍ଚା ଉପରେ ପ୍ରତିଭା କହିଛନ୍ତି- ଆମେ ଗୋଟିଏ ଘରେ ଗୋଟିଏ ସୂତ୍ରରେ ଏକାଠି ବାନ୍ଧି ହୋଇ ରହିଛୁ । ମହାରଥୀଙ୍କ ଭଳି ପୁଅକୁ ସାହାଯ୍ୟ କରିବି ବୋଲି କହିଛନ୍ତି ପ୍ରତିଭା ।

Pipili War Family Will Fight Unitedly Says Pratibha Maharathy

ସରକାରୀ ଚାକିରି କରିଥିବାରୁ ପ୍ରତିଭା ନିର୍ବାଚନ ପ୍ରଚାର କରିବାକୁ ଯିବେ ନାହିଁ । ଭାଇ ପାଇଁ ଭଉଣୀ ଓ ଭିଣୋଇ ପ୍ରଚାର କରିବେ ବୋଲି କହିଛନ୍ତି ପ୍ରତିଭା । ମାଆର ଆଶୀର୍ବାଦରେ ରୁଦ୍ର ଜିତିବେ, ବିପୁଳ ଭୋଟରେ ବିଜୟୀ ହେବେ ବୋଲି ପ୍ରତିଭା କହିଛନ୍ତି । ପ୍ରଦୀପ ମହାରଥୀ ପ୍ରଚଣ୍ଡ ହନୁମାନ ଓ ଜଗନ୍ନାଥ ଭକ୍ତ ଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ରୁଦ୍ର ଉପରେ ରହିଛି, ସେ ବିପୁଳ ଭୋଟରେ ଜିତିବ ବୋଲି କହିଛନ୍ତି ପ୍ରତିଭା ।

Leave a Reply