spot_img
Home Blog Page 5951

କୋଇଲା ଚୋରି ରୋକିବାକୁ ଯାଇ ମାଫିଆଙ୍କ ଦ୍ୱାରା ଆକ୍ରମଣର ଶିକାର ହେଲେ ଆରପିଏଫ ଯବାନ

ଭଦ୍ରକ: କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହେଲେ ଆରପିଏଫ ଯବାନ । ଭଦ୍ରକରେ ସକ୍ରୀୟ କୋଇଲା ଓ ଇଟା ମାଫିଆ । ଦିନ ଦିପହରେ ଆରପିଏଫ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଦୁଇ ଆରପିଏଫ କର୍ମଚାରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଧାମରାରୁ ଟ୍ରେନରେ କୋଇଲା ଚୋରି କରି ଆଣି ସ୍ଥାନୀୟ ଇଟାଭାଟିରେ ବ୍ୟବହାର ହୁଏ । ଆରପିଏଫର ୮ଜଣିଆ ଟିମ୍ ଖବର ପାଇ ପଳାସପୁରରେ ଚଢ଼ାଉ କରି ଏକ ଇଟା ଭାଟିରୁ ବେଆଇନ କୋଇଲା ଜବତ କରିଥିଲା । ଏହି ସମୟରେ 20 ରୁ 30 ଲୋକେ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ । ଫଳରେ ଆରପିଏଫର 2 କର୍ମଚାରୀ ମୁକେଶ କୁମାର ଓ ପୂର୍ଣଚନ୍ଦ୍ର ପଣ୍ଡା ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।

କଲିକତାକୁ ବେଆଇନ ଭାବେ ଚାଲାଣ ହେଉଥିଲା ଗୋରୁ, ବଜରଙ୍ଗଦଳ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କଲା

ଭଦ୍ରକ: ବେଆଇନ ଭାବେ ବାହାରକୁ ଚାଲାଣ ହେଉଥିବା ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ। ପିକଅପ ଭ୍ୟାନ ରେ ଥିବା ୨୦ ରୁ ଉର୍ଦ୍ଧ୍ୱ ଗୋରୁ ଙ୍କୁ ଉଦ୍ଧାର କରି ଭଦ୍ରକ ଟାଉନ ପୋଲିସ କୁ ହସ୍ତାନ୍ତର କରିଲେ ବଜରଙ୍ଗ କର୍ମୀ। ସୂଚନା ଅନୁଯାୟୀ, ଭଦ୍ରକ ରୁ ଏକ ପିକଅପ ଯୋଗେ ୨୦ ରୁ ଉର୍ଦ୍ଧ୍ୱ ଗୋରୁ ବୋଝେଇ କରାଯାଇ ବେଆଇନ ଭାବେ ବାହାରକୁ ଚାଲାଣ କରାଯାଉଥିଲା।

ଏନେଇ ବଜରଙ୍ଗଦଳ ସୂଚନା ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଷ୍ଟେସନ ଛକ ନିକଟରେ ଗୋରୁ ବୋଝେଇ ପିକଅପ ଟିକୁ ଅଟକ ରଖିଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା। ପରେ ଗୋରୁ ବୋଝେଇ ପିକଅପ ଟିକୁ ଭଦ୍ରକ ଟାଉନ ପୋଲିସ କୁ ହସ୍ତାନ୍ତର କରିଛନ୍ତି ବଜରଙ୍ଗ କର୍ମୀ। ବେଆଇନ ଗୋ ଚାଲାଣ କୁ ନେଇ ଭଦ୍ରକ ରେ ବାରମ୍ବାର କୌଣସି ନା କୌଣସି ତୁମୁଳକାଣ୍ଡ ଘଟୁଛି।

କିନ୍ତୁ ଗୋ ଚାଲାଣ ହେଉଥିବା ଖବର ବାହାର ଲୋକ ଜାଣୁଥିବା ବେଳେ, ପୋଲିସ ପାଖରେ ଖବର କିପରି ପହଞ୍ଚି ପାରୁନି। କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଲେ, ପୋଲିସ ପହଞ୍ଚି ପ୍ରତିଶ୍ରୁତି ଦେଉଛି। ପୋଲିସ ର ଏଭଳି ନିଷ୍କ୍ରିୟତା ଯୋଗୁଁ ଭଦ୍ରକ ରେ ବେଆଇନ ଭାବେ ଗୋରୁ ବାହାରକୁ ଚାଲାଣ ହେଉଛି।  ଜବତ ହୋଇଥିବା  ଗୋରୁ ବୋଝେଇ ପିକଅପ ଭ୍ୟାନ ଟି  ଭଦ୍ରକ ରୁ କୋଲକାତା ନେଇ ଯାଉଥିବା ସୂଚନା

ବାଲି ଟ୍ରକ୍‌‌ରୁ ମିଳିଲା ୪୩୨ କେଜିର ଗଞ୍ଜେଇ

କୋରାପୁଟ: କୋରାପୁଟ ଲମତାପୁଟରେ ବେଧଡକ ଚାଲିଛି ଗଞ୍ଜେଇ ଚୋରା ଚାଲାଣ। ବାଲି ବୋଝେଇ ଟିପରରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ। ଟିପର ଜବତ, ଡ୍ରାଇଭର ଗିରଫ । ଜବତ ୪୩୨କେଜି ଗ଼୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷଟଙ୍କା ହୋବ  ।

ଅଧିକ ତଦନ୍ତ ପରେ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ପାଡୁଆ ପୁଲିସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଆନ୍ଧ୍ର ସୀମାନ୍ତ ପୂଜାରିପୁଟ ବାଲି ଘାଟ ନିକଟରେ ଏକ ଟିପର ବାଲି ସହ ଗଞ୍ଜେଇ ଭର୍ତ୍ତି କରି ସେମିଳିଗୁଡା

ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପାଡୁଆ ପୁଲିସକୁ ଖବର ମିଳିଥିଲା। ସଙ୍ଗେ ସଙ୍ଗେ ନାକାବନ୍ଦୀ ସହ ସବୁ ଗାଡି ତନତନ କରି ଯାଞ୍ଚ ପରେ ଗଞ୍ଜେଇ ଜବତ ହେଲା।

ଆଜିଠାରୁ ମୋଟେରା ଷ୍ଟାଡିୟମରେ ଡେ ନାଇଟ ଟେଷ୍ଟ, ପିଙ୍କ ବଲରେ ଖେଳାଯିବ ଏହି ମ୍ୟାଚ୍‌

ନୂଆଦିଲ୍ଲୀ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ ମ୍ୟାଚ୍। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ନବ ନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ପିଙ୍କ୍ ବଲରେ ଖେଳାଯିବ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍। ଟିମ୍ ଇଣ୍ଡିଆ ପ୍ଲେଇଁ ଇଲେଭେନରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଆଜିର ମ୍ୟାଚ୍ ବହୁ ଗୁରୁତ୍ୱ ବହନ କରୁଛି।

ପୂର୍ବରୁ ଦୁଇ ଟିମ୍ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି। ଭ୍ରମଣକାରୀ ଦଳ ପାଇଁ ଚିନ୍ତାର କାରଣ ହୋଇଛି ଭାରତର ବୋଲିଂ ଲାଇନ୍। ଭାରତୀୟ ସ୍ପିନରଙ୍କ ଆଗରେ ଇଂଲଣ୍ଡ ବ୍ୟାଟସମ୍ୟାନ୍ ତିଷ୍ଠିବା ଏତେଟା ସହଜ ହେବନି। ଓପନର ଓ ମଧ୍ୟମ ବ୍ୟାଟିଂ ଲାଇନ୍ ଉପରେ ଭରସା କରିବ ଟିମ୍ ଇଣ୍ଡିଆ।

ସେପଟେ ଜୋ ରୁଟ୍, ରୋରି ବନସ୍ , ଡୋମନିକ୍ ସିବଲେ ଓ ବେନ୍ ଷ୍ଟୋକସଙ୍କ ଉପରେ ଭରସା କରିବ ଭ୍ରମଣକାରୀ ଦଳ। ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଷ୍ଟାଡିୟମ ମୋଟେରାରେ ଆଜିଠୁ ଆରମ୍ଭ ହେବ ତୃତୀୟ ଟେଷ୍ଟ ମ୍ୟାଚ୍। ଯାହା ଉପରେ ରହିଛି କ୍ରିଡାପ୍ରେମୀଙ୍କ ନଜର  ।

ମୁହାଁ ମୁହିଁ ଧକ୍କା ଫଳରେ ପୋଲ ତଳକୁ ଖସିପଡ଼ିଲା ୨ଟି ବାଇକ୍‌, ଜଣେ ମୃତ ୨ ଗୁରୁତର

ନୀଳଗିରି: ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ପୋଲ ତଳକୁ ଖସିଗଲା ୨ ବାଇକ୍।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି।  ମୃତକ ଜଣଙ୍କ  ନୀଳଗିରି ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟ ଦୁଇଜଣ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଦୁଇଟି ଭାଇକ ମୁହାଁ ମୁହିଁ ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଦୁର୍ଘ  ଟଣା ପରେ ଗାଁଲୋକେ ଆମ୍ବୁଲାନ୍ସ ଖବର ଦେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ  ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୨ଟି ବାଇକ୍‌ରେ ୩ ଜଣ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୁହାଁମୁହିଁ ଧକ୍କା ହେବା ପରେ ବାଇକ୍‌ ୨ଟି ପୋଲ ତଳକୁ ଖସି ପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରି ନିଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ।

ସେମାନଙ୍କ ମଧ୍ୟରୁ ଅଭିଷେକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ ସହ ତଦନ୍ତ ଆରମ୍ଭ କରିଛି।

ପେଟ୍ରୋଲ ପକାଇଲେ, ଟଙ୍କା ମାଗିବାରୁ ଛୁରାମାଡ଼ କଲେ…

ରାଉରକେଲା: ହୁ ହୁ ହୋଇ ବଢ଼ି ଚାଲିଛି ତୈଳଦର । ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ଦର ୯୨ ଟଙ୍କା ୫୭ ପଇସା ରହିଛି । ଆଉ ପେଟ୍ରୋଲ ପମ୍ପରେ ଏହାକୁ ନେଇ ହୋଇଛି ଛୁରାମାଡ଼ । ରାଉରକେଲା ସହରର ଉଦିତନଗର ପେଟ୍ରୋଲ ପମ୍ପରେ କର୍ମଚାରୀଙ୍କୁ ଛୁରାମାଡ଼ କରିଛନ୍ତି ଜୈନିକ ଗ୍ରାହକ । ଜଣେ ଯୁବକ ୪୩୦ ଟଙ୍କାର ପେଟ୍ରୋଲ ବାଇକରେ ପକାଇଥିଲେ ।

Youth Attacked Petrol Pump Employee With Knife

ପେଟ୍ରୋଲ ଭରିବା ପରେ ପମ୍ପ କର୍ମଚାରୀଙ୍କ ଯୁବକଙ୍କ ଟଙ୍କା ମାଗିଥିଲେ । ଯୁବକ ଜଣଙ୍କ ଟଙ୍କା ଦେବା ପରିବର୍ତ୍ତ କର୍ମଚାରୀଙ୍କୁ ଛୁରାମାଡ଼ କରିଥିଲେ । ଆହତ ପେଟ୍ରୋଲ ପମ୍ପ କର୍ମଚାରୀ ସତୀଶ ରଜକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦିତନଗର ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଛାନଭିନ୍ନ ଜାରି କରିଛି ।

ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗର ସତର୍କବାଣୀ

ଭୁବନେଶ୍ୱର: ଟିକା ନନେଲେ ମିଳିବନି ସରକାରୀ ସୁବିଧା । ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ । ଜାଣିଶୁଣି କରୋନା ଟିକା ନ ନେଲେ ମିଳିବନି ସରକାରୀ ସୁବିଧା । ମାଗଣା ଚିକିତ୍ସା କିମ୍ବା ମୃତ୍ୟୁ ପରେ ପରିବାରକୁ ସହାୟତା ମିଳିବ ନାହିଁ । ଏନେଇ ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏବେ ସୁଦ୍ଧା ୮୫ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି ।

Health Department Warns HLW & FLW For Covid Vaccination

ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି । ଏବେବି ବହୁ ସ୍ୱାସ୍ଥ୍ୟକର୍ମୀ ପଞ୍ଜିକରଣ କରି ଟିକା ନେଉନାହାନ୍ତି । ତାଲିକା ଅନୁଯାୟୀ କେନ୍ଦ୍ରରୁ ଟିକା ମିଳୁଛି । ଟିକାର ସମ୍ପୂର୍ଣ୍ଣ ବିନିଯୋଗ ନହେଲେ ଆମେ ପ୍ରଭାବିତ ହେବା । ଟିକା ନେଉନଥିବା ସ୍ୱାସ୍ଥ୍ୟକର୍ମୀ ନିଜ ଅଞ୍ଚଳବାସୀଙ୍କ ପାଇଁ ବିପଦ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଲୁଟ୍ ଅଭିଯୋଗରେ ପୂର୍ବତନ ବିଧାୟକ ଓ ସହଯୋଗୀ ଗିରଫ

ଫୁଲବାଣୀ: ମହଙ୍ଗା ପଡ଼ିଲା ଲୁଟ୍‌ । ଗିରଫ ହେଲେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର । ଫୁଲବାଣୀର କାଟ୍ରିଙ୍ଗିଆ ଏବଂ କାଟ୍ରାମାଲା ରାସ୍ତାରେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକାଇବା ସହ ତାଙ୍କଠାରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗତ ୧୧ ତାରିଖରେ ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ବ୍ୟବସାୟୀ ।

Ex-MLA Of Phulabani Debendra Kanhar Arrested In Loot Case

ଅଭିଯୋଗକୁ ଭିତ୍ତି କରି ଫୁଲବାଣୀ ପୋଲିସ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଦେବେନ୍ଦ୍ର କହଁରଙ୍କ ଜାମିନ୍ ଆବେଦନ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।

Ex-MLA Of Phulabani Debendra Kanhar Arrested In Loot Case

ଅନ୍ୟପଟେ ଏହି ମାମଲାରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି । ଆରବିଏନର ସୁବେଦାର ଶିବବ୍ରତ ବେହେରା, ହାବିଲଦାର ଶ୍ରୀନିବାସ କହଁରଙ୍କୁ ନିଲମ୍ବନ କରାଯାଇଛି । ସୁବେଦାର ଶିବବ୍ରତ ବେହେରା ଫେରାର ଥିବା ଜଣାପଡ଼ିଛି ।

ରାଜ୍ୟରେ ଅନିଶ୍ଚିତତା ଘେରରେ ପୌର ନିର୍ବାଚନ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ କେବେ ହେବ ? ତାହା ଏବେ ଅନିଶ୍ଚିତତା ଘେରରେ । ନୂଆ କରି ମହାନଗର ନିଗମର ମାନ୍ୟତା ପାଇଥିବା ସମ୍ବଲପୁର ଓ ରାଉରକେଲାରେ ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତାଦେଶ ଯୋଗୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ବାକି ୩ଟି ମହାନଗର ନିଗମ- କଟକ, ବ୍ରହ୍ମପୁର ଓ ଭୁବନେଶ୍ୱରରେ ପ୍ରଚଳିତ ନିୟମରେ ଆବଶ୍ୟକ ସଂଶୋଧନ ପରେ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାର ପଦକ୍ଷେପ ନେବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି ।

Municipality Election Is Uncertain In State

ରାଜ୍ୟରେ କାର୍ଯ୍ୟକାଳ ଶେଷ କରିଥିବା ସମସ୍ତ ପୌରସଂସ୍ଥା ଓ ଏନଏସିରେ ବି ସମାନ ସମସ୍ୟା ଦେଖା ଦେଇଛି । ସଂରକ୍ଷଣ ବ୍ୟବସ୍ଥା ସଂଶୋଧନ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋଭିଡ୍ କଟକଣା ଯୋଗୁ ତାହା ହୋଇପାରିନାହିଁ । ନିୟମରେ ଆବଶ୍ୟକ ସଂଶୋଧନ ପରେ ପୌରାଞ୍ଚଳ ଗୁଡ଼ିକରେ ନିର୍ବାଚନ କରିବାକୁ ପଦକ୍ଷେପ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଡିଜାଇନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । ଏହି ନୂତନ ବିଶ୍ୱବିଦ୍ୟାଳୟର ଡିଜାଇଇନ ସତ୍ୟବାଦୀ ବନ ବିଦ୍ୟାଳୟ ଢାଞ୍ଚାରେ କରାଯାଇଛି । ଏଠାରେ ଶାନ୍ତ, ସ୍ନିଗ୍ଧ ଓ ମୁକ୍ତ ପରିବେଶ ମଧ୍ୟରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନର ଲକ୍ଷ୍ୟ ରଖାଯାଇଛି ।

Design Of Odia University Approved By CM Naveen Patnaik

ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାକ ବ୍ୟବସ୍ଥା ରହିବ । ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଇଥିବା ଡିଜାଇନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାର ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।

Design Of Odia University Approved By CM Naveen Patnaik

ଉତ୍କଳମଣିଙ୍କର ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ସ୍ୱାଧୀନତା ସଂଗ୍ରାମ ସମୟର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ । ବକୁଳ ଓ ଛୁରିଆନା ବୃକ୍ଷ ଛାୟାରେ ମୁକ୍ତ ପରିବେଶ ମଧ୍ୟରେ ଏହି ବିଦ୍ୟାଳୟ ଗଢ଼ି ଉଠିଥିଲା । ଏଥିରେ ଓଡ଼ିଶାର ବହୁ ବିଖ୍ୟାତ ବ୍ୟକ୍ତି ଅଧ୍ୟୟନ କରି ପରବର୍ତ୍ତୀ ସମୟରେ ରାଜ୍ୟର ଗୌରବକୁ ବୃଦ୍ଧି କରିଥିଲେ । ଏହାଥିଲା ଏକ ଆଦର୍ଶ ବିଦ୍ୟାଳୟ, ମଣିଷ ତିଆରି କାରଖାନା ।

Design Of Odia University Approved By CM Naveen Patnaik

ସ୍ୱାଧୀନତା ଯୁଗର ପଞ୍ଚସଖା ଗୋପବନ୍ଧୁ ଦାସ, କୃପାସିନ୍ଧୁ ମିଶ୍ର, ହରିହରଦାସ, ପଣ୍ଡିତ ନୀଳକଣ୍ଠ ଦାସ ଏବଂ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପରି ଉତ୍କଳ ଜନନୀଙ୍କ ସୁଯୋଗ୍ୟ ସନ୍ତାନମାନଙ୍କ ମାର୍ଗ ଦର୍ଶନରେ ଦେଶଭକ୍ତି, ସେବା, ପ୍ରଜ୍ଞା ଓ ଜାତୀୟତାର ମହାନ ଶିକ୍ଷାନୁଷ୍ଠାନ ଭାବେ ଏହା ପ୍ରସିଦ୍ଧି ଲାଭ କରିଥିଲା । ସେହି ଐତିହାସିକ ବନ ବିଦ୍ୟାଳୟରେ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବେ ଏକ ଅନନ୍ୟ ଉଦ୍ୟମ ।

Design Of Odia University Approved By CM Naveen Patnaik

ଓଡ଼ିଆ ଭାଷା ଷଷ୍ଠ ଭାରତୀୟ ଭାଷା ଭାବରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି । ଓଡ଼ିଆ ଭାଷାର ଅତୀତ ଅତ୍ୟନ୍ତ ସମୃଦ୍ଧ । ଓଡ଼ିଆ ଭାଷାରେ ଅନେକ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଛି । ସତ୍ୟବାଦୀ ବନ ବିଦ୍ୟାଳୟରେ ସ୍ଥାପିତ ହେବାକୁ ଯାଉଥିବା ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ଏକ ଅନନ୍ୟ ସୁଯୋଗ ।

Design Of Odia University Approved By CM Naveen Patnaik

ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ପର୍କରେ ଉଚ୍ଚତର ଶିକ୍ଷା ପ୍ରଦାନ କରାଯିବା ସହିତ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯିବ । ସାରା ଦେଶରେ ଓଡ଼ିଆ ଜାତିର ସ୍ୱତନ୍ତ୍ରତା ଏବଂ ଓଡ଼ିଆ ଭାଷାର ମହନୀୟତା ସମ୍ପର୍କରେ ଏହା ଏକ ଉଦାହରଣ ସୃଷ୍ଟି କରିବ ।

Design Of Odia University Approved By CM Naveen Patnaik

ଏହି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନ ଶକ୍ତିର ପରିପୂର୍ଣ୍ଣ ବିକାଶ ସହିତ ଓଡ଼ିଆ ଭାଷାର ବ୍ୟାକରଣ, ଶବ୍ଦ ଭଣ୍ଡାର, କଥନ, ଲିଖନ ଆଦି ବିଷୟରେ ଉଚ୍ଚତର ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରିବ ।

Design Of Odia University Approved By CM Naveen Patnaik

ଏହି ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି.କେ. ପାଣ୍ଡିଆନ୍ ସଞ୍ଚାଳନ କରିଥିଲେ । ଏଥିରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବମାନେ ଉପସ୍ଥିତ ଥିଲେ ।