spot_img
Home Blog Page 5939

ବରୁଣାବନ୍ତ ପାହାଡ଼ରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟବାନ ଗଛ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବନ ବିଭାଗ ଅଧୀନ ବରୁଣାବନ୍ତ ପାହାଡ଼ରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ଗଛ ଜଳି ନଷ୍ଟ ହୋଇ ଯାଇଛି । ଘଟଣା ସ୍ଥଳରେ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ ।

Fire Broke Outs IN Barunabanta Forest Chandikhol

ତେବେ ଜଙ୍ଗଲରେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ । ବିଭିନ୍ନ ସମୟରେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ସତର୍କତା ମୂଳକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

ମେଡିକାଲ ବେଡରେ ଫାଟିଲା ମୋବାଇଲ୍, ଅଳ୍ପକେ ବର୍ତ୍ତିଲେ ରୋଗୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ୱାର୍ଡରେ ମୋବାଇଲ ବିସ୍ଫୋରଣ ହୋଇଛି । ଟ୍ୟୁମର ଅପରେସନ ପରେ ମନୋରମା ସାହୁ ମାତୃ ଓ ଶିଶୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ମଧ୍ୟାହ୍ନରେ ମନୋରମାଙ୍କ ମୁଣ୍ଡ ପାଖରେ ତାଙ୍କ ଝିଅ ବ୍ୟାଗ ରଖିଥିଲେ । ଯେଉଁଥିରେ ଏକ ଲେନୋଭୋ ମୋବାଇଲ୍ ଥିଲା ।

Mobile Blast In Medical Bed Keonjhar

ତେବେ, ହଠାତ୍ ମୋବାଇଲଟି ଫାଟି ଯାଇ ଧୂଆଁ ବାହାରି ଥିଲା । ମୋବାଇଲଟି ଫାଟି ନିଆଁ ଜଳିଗଲା ପରେ ତାଙ୍କ ଝିଅ ନିକଟରେ ଥିବା ବାଥରୁମକୁ ମୋବାଇଲ ଫିଙ୍ଗି ଦେଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ୱାର୍ଡରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ତେବେ, କାହିଁକି ଫାଟେ ମୋବାଇଲ୍ ବ୍ୟାଟେରୀ । ଆସନ୍ତୁ ଜାଣିବା…

ନିର୍ମାଣଗତ ତ୍ରୁଟି: ମୋବାଇଲ୍ ଫାଟିବାର ପ୍ରଥମ କାରଣ ହୋଇପାରେ ମାନ୍ୟୁଫାକଚରିଂ ଡିଫେକ୍ଟ ବା ନିର୍ମାଣଗତ ତ୍ରୁଟି । ମୋବାଇଲରେ ବ୍ୟବହୃତ ଲିଥିୟମ୍-ଆଇଅନ୍ ବ୍ୟାଟେରୀ ଯୋଗାଣ ପୂର୍ବରୁ ଟେଷ୍ଟ କରାଯାଇଥାଏ । ବ୍ୟାଟେରୀ ନିର୍ମାଣରେ ଗୋଟିଏ ତ୍ରୁଟି ବିସ୍ଫୋରଣ କରିଦିଏ । ଅତ୍ୟଧିକ ତାପମାତ୍ରା, ଅତ୍ୟଧିକ ଚାର୍ଜ ଓ ନିମ୍ନମାନର ବ୍ୟାଟେରୀ ବିସ୍ଫୋରଣ ହେବାର ଅଧିକ ଆଶଙ୍କା ଥାଏ ।

ବ୍ୟାଟେରୀକୁ କ୍ଷତି ପହଞ୍ଚିଲେ: ବ୍ୟାଟେରୀ ବିସ୍ଫୋରଣ ଦ୍ୱିତୀୟ କାରଣ ହେଉଛି ବ୍ୟାଟେରୀକୁ କ୍ଷତି ପହଞ୍ଚିବ । ପ୍ରାୟତଃ ହାତରୁ ମୋବାଇଲ୍ ଖସି ପଡ଼ିଥାଏ । ଏହାଦ୍ୱାରା ବ୍ୟାଟେରୀକୁ କ୍ଷତି ପହଞ୍ଚିପାରେ । ଏହାଦ୍ୱାରା ବ୍ୟାଟେରୀର ଯାନ୍ତ୍ରିକ କିମ୍ବା ରାସାୟନକି ଗଠନ ବଦଳିଯିବା ଫଳରେ ସର୍ଟସର୍କିଟ, ଓଭରହିଟିଂ ହୋଇ ବିସ୍ଫୋରଣ ଘଟିଥାଏ ।

ଅନ୍ୟ ଚାର୍ଜରର ବ୍ୟବହାର: ଆମେ ପ୍ରାୟତଃ ଯେ କୌଣସି ଚାର୍ଜରରେ ମୋବାଇଲ୍ ଚାର୍ଜିଂ କରି ଦେଉ । ତେବେ, ଅନ୍ୟ ଚାର୍ଜରରେ ଚାର୍ଜିଂ କରିବା ବ୍ୟାଟେରୀ ପାଇଁ ବିପଦ । ହ୍ୟାଣ୍ଡସେଟର ଆବଶ୍ୟକତା ଅନୁସାରେ ଚାର୍ଜରରେ ଚାର୍ଜ ନକଲେ ବ୍ୟାଟେରୀ ଗରମ ହୋଇଯାଏ । ଏହାଦ୍ୱାରା ବ୍ୟାଟେରୀରେ ଥିବା ଉପାଦାନ ନଷ୍ଟ ହୋଇଯାଇ ଥାଏ ।

ରାତିସାରା ଚାର୍ଜ: ବ୍ୟାଟେରୀ ବିସ୍ଫୋରଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି- ସାରା ରାତି ମୋବାଇଲକୁ ଚାର୍ଜରେ ବସାଇବା । ଏମିତି ଅନେକ ଲୋକ ଯେଉଁମାନେ ସକାଳେ ଅଫିସ୍ କିମ୍ବା କୌଣସି କାମ ବାହାନାରେ ରାତି ସାରା ମୋବାଇଲକୁ ଚାର୍ଜରେ ବସାଇ ଶୋଇପଡ଼ନ୍ତି । ଫଳରେ ବ୍ୟାଟେରୀ ଆବଶ୍ୟକତା ଠାରୁ ଅଧିକ ଚାର୍ଜ ହୋଇ ଗରମ ହୋଇଯାଏ । ଓଭର ଚାର୍ଜିଂ ଫଳରେ ସର୍ଟ ସର୍କିଟ୍ ହୋଇ ବିସ୍ଫୋରଣ ଘଟେ ।

ପ୍ରୋସେସର ଓଭରଲୋଡ୍: ପ୍ରାୟତଃ ଆମେ ଫୋନରେ ଏକ ସମୟରେ ଏକାଧିକ ଆପ୍ଲିକେସନ୍ ବ୍ୟବହାର କରୁ । ଫଳରେ ବ୍ୟାଟେରୀ ଗରମ ହୋଇଯାଏ । ଏଥିପାଇଁ ପ୍ରାୟ ମୋବାଇଲରେ ଥର୍ମାଲ ଲକ୍ ରହିଛି । ତେବେ, ଏହା ବେଳେବେଳେ କାମ କରେନାହିଁ । ଫଳରେ ମୋବାଇଲ୍ ବ୍ୟାଟେରୀ ଫାଟି ଯାଏ ।

କାରରେ ଫୋନ୍ ଛାଡ଼ିଦେବା: ଅତ୍ୟଧିକ ଉତ୍ତାପ ବ୍ୟାଟେରୀକୁ ନଷ୍ଟ କରିପାରେ । ତେଣୁ, ହ୍ୟାଣ୍ଡସେଟକୁ ଏକ ଗରମ କାରରେ ନ ରଖିବା ଏବଂ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସିଧାସଳଖ ସୂର୍ଯ୍ୟ କିରଣ ତଳେ ରଖିପାରିବେ ।

ପାଣି ସଂସ୍ପର୍ଶରେ ବ୍ୟାଟେରୀ ଆସିବା: ବ୍ୟାଟେରୀ ପାଣି ସଂସ୍ପର୍ଶରେ ଆସିଲେ ବିସ୍ଫୋରଣ ଘଟେ । ତେଣୁ, ଫୋନକୁ ଯଥାସମ୍ଭବ ପାଣି ଠାରୁ ଦୂରେଇ ରଖନ୍ତୁ ।

ଏସବୁ ଛଡ଼ା ଆପଣ ବ୍ୟବହାର କରୁଥିବା କମ୍ପାନୀର ମୋବାଇଲ୍ ଅନୁଯାୟୀ ନିର୍ଦ୍ଧାରିତ ଚାର୍ଜର ଓ ବ୍ୟାଟେରୀ ବ୍ୟବହାର କରନ୍ତୁ । ବ୍ୟାଟେରୀ ଗରମ ଥିବାବେଳେ ଚାର୍ଜିଂ କରନ୍ତୁ ନାହିଁ । ଏପରିକି ଫୋନ୍ ହିଟ୍ ଥିବାବେଳେ ବ୍ୟବହାର କରନ୍ତୁ ନାହିଁ ।

ମାର୍ଚ୍ଚ ୧୪ ଯାଏ ସ୍କୁଲ୍, କଲେଜ ବନ୍ଦ ରଖିବାକୁ ପ୍ରଶାସନର ନିଷ୍ପତ୍ତି

ପୁନେ: ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ପ୍ରଶାସନ ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ମହାରାଷ୍ଟ୍ରର ପୁନେରେ ମାର୍ଚ୍ଚ ୧୪ ଯାଏ ସ୍କୁଲ, କଲେଜ ସହ ଘରୋଇ କୋଚିଂ କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପୁନେ ସମେତ ମହାରାଷ୍ଟ୍ରର ଅନ୍ୟ କେତେକ ସହରରେ ପୁଣି କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଏହାକୁ ନେଇ ସତର୍କ ହୋଇଛି ପ୍ରଶାସନ । ବିପଦକୁ ଦେଖି ପୁନେ ମହାନଗର ନିଗମର ମେୟର ମୁରଲୀଧର ମାହୋଲ କଲଜେ, ସ୍କୁଲ ଓ କୋଚିଂ କେନ୍ଦ୍ରକୁ ୧୪ ମାର୍ଚ୍ଚ ଯାଏ ବନ୍ଦ ରଖିବାକୁ କହିଛନ୍ତି ।

ପୁନେ ମେୟରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ମୁତାବକ, ରାତି ୧୧ଟାରୁ ସକାଳ ୬ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ । ଏହି ସମୟରେ ସାଧାରଣ ଲୋକ ଚଳପ୍ରଚଳ କରିବେ ନାହିଁ । କେବଳ ଅତ୍ୟାବଶ୍ୟକୀୟ ଜରୁରୀ କାର୍ଯ୍ୟ ଲାଗି ଅନୁମତି ଦିଆଯିବ ।

ପୁନେ ବ୍ୟତୀତ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚମରୁ ନବମ ଶ୍ରେଣୀ ପାଠପଢ଼ା ବନ୍ଦ କରି ଦିଆଯାଇଛି । ଔରଙ୍ଗାବାଦରେ ମାର୍ଚ୍ଚ ୧୫ ଯାଏ ଏହି ପ୍ରତିବନ୍ଧକ ରହିବ । ଏକାଦଶ ଶ୍ରେଣୀ ପାଠପଢ଼ା ବନ୍ଦ କରି ଦିଆଯାଇଥିବା ବେଳେ ବୋର୍ଡ ପରୀକ୍ଷା ଲାଗି ଦଶମ ଶ୍ରେଣୀ ପାଠପଢ଼ାକୁ ଅନୁମତି ଦିଆଯାଇଛି ।

ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ହେବ ବିଜୁ ଜୟନ୍ତୀ, ବୈଠକରେ ବିଜୁଙ୍କ ଅବଦାନ ନେଇ ହେବ ଆଲୋଚନା

ଭୁବନେଶ୍ୱର: ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ମାର୍ଚ୍ଚ ୫ ତାରିଖରେ ଧୁମ୍‌ ଧାମ୍‌ରେ ହେବ ବିଜୁ ଜୟନ୍ତୀ ପାଳିତ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଓଡ଼ିଶାର ଜନସାଧାରଣଙ୍କ ସହ ମହାସମାରୋହରେ ପାଳନ କରାଯିବ ବିଜୁ ଜୟନ୍ତୀ । ବିଜୁ ଜନତା ଦଳର ସକ୍ରିୟ ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯିବ । ସେଥିରେ ଦୁଇ ଦଶନ୍ଧି ଧରି ବିଜୁ ଜନତା ଦଳର ସଫଳ ଯାତ୍ରା ବିଷୟରେ ଆଲାେଚନା କରାଯିବ । ଏହି ବୈଠକରେ ଦଳର ସମସ୍ତ ସଦସ୍ୟ ତଥା ଛାତ୍ରଛାତ୍ରୀ ଯୁବନେତା, ଯୁବନେତ୍ରୀ ଯୋଗଦେବେ ।

ରାଜ୍ୟର ବିକାଶ ଦିଗରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ତାଙ୍କରି ମାର୍ଗଦର୍ଶନରେ ଓଡ଼ିଶା ଅବିରତ ବିକାଶ ଦିଗରେ ଆଗେଇ ଚାଲିଛି । ସେ କେବଳ ଓଡ଼ିଶା ପାଇଁ ନୁହେଁ ବରଂ ଦେଶ ପାଇଁ ମଧ୍ୟ ଅନେକ କିଛି ଅବଦାନ ଦେଇଛନ୍ତି । ଓଡ଼ିଶାରେ ସ୍ୱଚ୍ଛଶାସନ, ଦାରିଦ୍ର୍ୟ ଦୂରିକରଣଠାରୁ ଆରମ୍ଭ କରି ‘ମୋ ସରକାର’ ଲାଗୁ, ମହିଳା ଶସକ୍ତିକରଣ ଦିଗରେ ଯେଉଁ ସବୁ ପଦକ୍ଷେପ ନିଆଯାଇଛି, ତାହା ହେଉଛି କେବଳ ବିଜୁ ବାବୁ ଦର୍ଶିତ ମାର୍ଗ । ଏହି କ୍ରମରେ ପ୍ରଶାସନିକ ତଥା ବିକାଶ ଧାରାରେ ପୂର୍ଣ୍ଣ ପରିବର୍ତ୍ତନ ଅଣାଯାଇ ଏକ ନୂତନ ଓଡ଼ିଶା ଗଠନର ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଖାଲି ସେତିକି ନୁହେଁ, ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମହିଳା ଶାଖା ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରରେ ମହିଳା ସମାବେଶ ଆୟୋଜନ କରାଯିବ । ସେଥିରେ ମହିଳା ସଶକ୍ତିକରଣ ଦିଗରେ ବିଜୁ ବାବୁଙ୍କ ଅବଦାନ ଏବଂ ବିଜୁ ଜନତା ଦଳ ଦ୍ୱାରା ପରିଚାଳିତ ସରକାରଙ୍କ ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଦଳ ସୁପ୍ରିମୋ କହିଛନ୍ତି ।

ଅନ୍ୟପଟେ କୋଭିଡ୍‌ ମହାମାରୀ ପରିସ୍ଥିତିରେ ଓଡ଼ିଶାବାସୀ ସମେତ ଦଳୀୟ କର୍ମୀ ଯେଉଁଭଳି ଧୈର୍ଯ୍ୟ, ତ୍ୟାଗ, ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଦଳ ସୁପ୍ରିମୋ । କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ସମସ୍ତଙ୍କ ତ୍ୟାଗ, ନିଷ୍ଠା ଏବଂ ସହଯୋଗ ପାଇଁ ସାରା ଦେଶରେ ଓଡ଼ିଶା ଆଜି ପୁଣି ଏକ ପରିଚୟ ପାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଖୁବ୍‌ଶୀଘ୍ର ରାଜ୍ୟରେ ବୟସ୍କଙ୍କୁ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ୬୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ । ଖେଲି ସେତିକି ନୁହେଁ ପରେ ପରେ ଅନ୍ୟ ବର୍ଗର ସମସ୍ତ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ । ବିଜୁ ବାବୁଙ୍କ ଜନ୍ମ ଦିବସରେ ଦଳର ପ୍ରତ୍ୟେକ ସଦସ୍ୟ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ପୁନଃଉତ୍ସର୍ଗ କରିବା ସହିତ ଦଳୀୟ, ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପାଳନ କରିବା ନିମନ୍ତେ ପତିଜ୍ଞାବଦ୍ଧ ହେବା ପାଇଁ ଦଳର ପ୍ରତ୍ୟେକ ସଦସ୍ୟ ଆଗେଇ ଆସିବା ପାଇଁ ସୁପ୍ରିମୋ ଆହ୍ୱାନ କରିଛନ୍ତି ।

ସେପଟେ ପୁଣି ଉଠିଲା ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି । ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଛି । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି ।

ରାମ ମନ୍ଦିର ପାଇଁ ୨୧ଶହ କୋଟି ଦାନ ଦେଲେ ଦେଶବାସୀ

ନୂଆଦିଲ୍ଲୀ: ରାମ ମନ୍ଦିର ପାଇଁ ୨୧ଶହ କୋଟି ଦାନ ଦେଲେ ଦେଶବାସୀ । ଅଯୋଦ୍ଧାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଶେଷ ହୋଇଛି ପାଣ୍ଠି ସଂଗ୍ରହ ଅଭିଯାନ ।  ୪୪ ଦିନିଆ ଏହି ଅଭିଯାନରେ ଶନିବାର ସନ୍ଧ୍ୟା ସୁଦ୍ଧା ୨୧ଶହ କୋଟି ଟଙ୍କା ସଂଗ୍ରହ କରାଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା ।ଏହି ଅଭିଯାନ ମାଧ୍ୟମରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୧ଶହ କୋଟି ସଂଗୃହୀତ ହୋଇଛି ।

ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ ହେବା ପୂର୍ବରୁ ମନ୍ଦିର ନିର୍ମାଣ ଲାଗି ୧୧ଶହ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । ମାତ୍ର ଲୋକମାନଙ୍କ ସହଯୋଗରେ ଏହାଠାରୁ ହଜାରେ କୋଟି ଟଙ୍କା ଅଧିକ ସଂଗ୍ରହ ହୋଇପାରିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୋବିନ୍ଦ ଦେବ ଗିରି କହିଛନ୍ତି, ରାମ ମନ୍ଦିର ନିର୍ମାଣ ଲାଗି ପାଣ୍ଠି ସଂଗ୍ରହ ଅଭିଯାନ ଶେଷ ହୋଇଛି । ମନ୍ଦିର ନିର୍ମାଣ ଲାଗି ୩ଶହରୁ ୪ଶହ କୋଟି ଖର୍ଚ୍ଚ ହେବ । ଏବଂ ମନ୍ଦିର ପରିସହ ଉନ୍ନତୀକରଣ ଲାଗି ପ୍ରାୟ ୧୧ଶହ କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

ମନ୍‌ କି ବାତ୍‌ରେ ଆଉ ଜଣେ ଓଡ଼ିଆଙ୍କୁ ପ୍ରଶଂସା କଲେ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍‌ କି ବାତ୍‌ରେ ଓଡ଼ିଶାର ସିଲୁ ନାୟକ ଓରଫ୍ ନାୟକ ସାର୍‌ଙ୍କୁ ପ୍ରଶଂସା କରିଛନ୍ତି । ଜଗତସିଂହପୁର ଅରଖକୁଦର ସିଲୁ ନାୟକ ଓରଫ୍ ନାୟକ ସାରଙ୍କ ପ୍ରଚେଷ୍ଟା ଫଳରେ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇ ପାରିଛନ୍ତି । ସେନାରେ ଭର୍ତ୍ତି ହେବା ପାଇଁ ସିଲୁ ନାୟକ ମହାଗୁରୁ ବାଟାଲିଅନ ଟ୍ରେନିଂ ସେଣ୍ଟର ଖୋଲି ମାଗଣାରେ ଯବୁକଙ୍କୁ ଟ୍ରେନିଂ ଦେଉଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭୁରି ଭୁରି ପ୍ରଶାଂସା କରିଛନ୍ତି ।

ସିଲୁଙ୍କଠାରୁ ଟ୍ରେନିଂ ନେଇ ଅନେକ ଯୁବକ ସ୍ଥଳ, ଜଳ ଓ ବାୟୁସେନାରେ ନିଯୁକ୍ତି ପାଇଛନ୍ତି । ସିଲୁ ନାୟକ ନିଜେ ପୋଲିସରେ ଭର୍ତ୍ତି ପାଇଁ ଦେଖିଥିବା ସ୍ବପ୍ନ ଭାଙ୍ଗିଯିବା ପରେ ଏହି ପ୍ରୟାସ ଆରମ୍ଭ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି । ୭୩ ତମ ମନ୍‌ କି ବାତ୍‌ରେ ଜଳ ସଂରଣକୁ ମୋଦି ଗୁରୁତ୍ବ ଦେଇଥିଲେ ।

ଅସୁସ୍ଥ ବିଗ୍ ବି, ଖୁବ୍‌ଶୀଘ୍ର ହେବ ଅସ୍ତ୍ରୋପଚାର

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଅସୁସ୍ଥ । ଖୁବ୍‌ଶୀଘ୍ର ତାଙ୍କର ଅସ୍ତ୍ରୋପଚାର କରାଯିବ। ଏ ନେଇ ନିଜେ ବ୍ଲଗରେ  ସୂଚନା ଦେଇଛନ୍ତି ବିଗ୍ ବି। ହେଲେ କ’ଣ ପାଇଁ ଅସ୍ତ୍ରୋପଚାର ହେବ ସେ ନେଇ କହିପାରିବେ ନାହିଁ ବୋଲି ଟୁଇଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ବିଗ୍‌ ବି।

ଅମିତାଭ୍‌ଙ୍କ ଏହି ଟୁଇଟ୍‌ ପରେ ପ୍ରଶଂସକମାନେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ସିନିୟର ବଚ୍ଚନ  ତାଙ୍କ ଆଗାମୀ ଫିଲ୍ମ ‘ମେ’ ଡେ’ର ଶୁଟିଂରେ ବ୍ୟସ୍ତ ଥିଲେ । ଶୁଟିଂ ସେଟ୍‌ର ଫଟୋ ବି ସେ ସୋସିଆଲ ମିଡିଆରେ ଶେୟାର କରି ସେ ଫ୍ୟାନ୍ସକୁ ଫି୍ଲ୍ମ ବିଷୟରେ ଅପଡେଟ୍ ସୂଚନା ଦେଇଥିଲେ। ହେଲେ ହଠାତ୍‌ ତାଙ୍କର କ’ଣ ହେଲା ବୋଲି ସମସ୍ତେ ଚିନ୍ତା ପ୍ରକଟ କରିଛନ୍ତି। ଅସୁସ୍ଥ ଖବର ଜାଣିବା ପରେ ପ୍ରଶଂସକଙ୍କ ହାର୍ଟ ବିଟ୍‌ ବଢ଼ିଯାଇଛି। ସମସ୍ତେ ଅମିତାଙ୍କ ପାଇଁ ପ୍ରାର୍ଥନା କରିବା ସହ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ଏହା ପୂର୍ବରୁ ସେ ଇନଷ୍ଟାଗ୍ରାମରେ ମଧ୍ୟ ଏକ ଫଟୋ ସେୟାର କରି କ୍ୟାପଶନରେ କେବଳ ଗୁଡ଼ାଏ ପ୍ରଶ୍ନ ବାଚକ ଚିହ୍ନ ଦେଇଛନ୍ତି। ତେବେ ବିଗ୍ ବିଙ୍କ ଏଭଳି ଅନ୍ଦାଜରେଲେଖିବାବି ଫ୍ୟାନ୍ସଙ୍କ ଚିନ୍ତା ବଢ଼ାଇଛି। ଏହା ପୂର୍ବରୁ ବିଗ୍ ବି କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେ କରୋନା ଲଢ଼େଇରେ ଜିତି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ବି ସମସ୍ତେ ଚାହୁଁଛନ୍ତି ଯେ ପୁଣିଥରେ ଅମିତାଭ ସୁସ୍ଥ ହୋଇଯାଆନ୍ତୁ ଏବଂ ପୁଣିଥରେ ପରଦାରେ ନିଜ ଅଭିନୟର ଯାଦୁ ଚଲାନ୍ତୁ।

Mann ki Baat Updates: ଭାରତର ଗଳିକନ୍ଦିରେ ପହଞ୍ଚିଛି ‘ଆତ୍ମ ନିର୍ଭର ଭାରତ’ ମନ୍ତ୍ର

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୭୪ ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିଛନ୍ତି। ମୋଦି  ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ‘ଆତ୍ମ ନିର୍ଭର ଭାରତ’ ଅର୍ଥ ଓ ଜିନିଷକୁ ନେଇ ଗର୍ବ କରିବା ଉଚିତ। ଏଥିସହ କରୋନା କାଳରେ ସମସ୍ତଙ୍କୁ ସତର୍କ ରହିବାକୁ ଆହ୍ନାନ ଦେବା ସହ କୌଣସି ପ୍ରକାର ଅବହେଳା ନ କରିବାକୁ କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆତ୍ମ ନିର୍ଭର ଭାରତ’ ପାଇଁ ବିଜ୍ଞାନର ଭଲ ବ୍ୟବହାର ହେଉଛି ।ସାରା ଦେଶ ‘ଆତ୍ମ ନିର୍ଭର ଭାରତ’ ଅର୍ଥ ନିଜ ଜିନିଷକୁ ନେଇ ଗର୍ବ କରିବା ଉଚିତ । ଦେଶରେ ତିଆରି ହେଉଥିବା ପ୍ରଡକ୍ଟକୁ ନେଇ ଆମେ ସମସ୍ତେ ଗର୍ବ କରିବା ଉଚିତ। ଦେଶର ବୈଜ୍ଞାନିକମାନଙ୍କ ବିଷୟରେ ଆମେ ଜାଣିବା ନିହାତି ଜରୁରୀ । ଏଥିସହିତ ମୋଦି ଦେଶବାସୀଙ୍କୁ ଦେଶର ଯୁବ ବୈଜ୍ଞାନିକ ଇତିହାସ ପଢ଼ିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।

ଜଳ ସଂରକ୍ଷଣ ପାଇଁ ଅପିଲ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବର୍ଷା ଋତୁ ପୂର୍ବରୁ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିବା ଉଚିତ୍। ଜଳ ସଙ୍କଟର ସମାଧାନ ପାଇଁ ବର୍ଷା ଜଳର ସଞ୍ଚୟ ଜରୁରୀ । ବର୍ଷା ଜଳକୁ ନଷ୍ଟ ନକରି ସଞ୍ଚୟ କରିବା ଉଚିତ । ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବା ଉଚିତ୍ । ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଯୁବକମାନେ କୌଣସି କାମ କରିବାକୁ ପୁରୁଣା ଉପାୟରେ ନିଜକୁ ବାନ୍ଧିବା ଉଚିତ୍ ନୁହେଁ। ନିଜ ଜୀବନକୁ ନିଜେ ସ୍ଥିର କରିବା ଉଚିତ୍। ଆଜିର ଯୁବଶକ୍ତି ପାରମ୍ପରିକ ଚିନ୍ତାଧାରାର ଚାପରେ କାମ କରିବାକୁ ସକ୍ଷମ ନୁହଁନ୍ତି । ତେଣୁ ପାରମ୍ପରିକ ଚିନ୍ତାଧାରାରୁ ଟିକେ ଉପରକୁ ଉଠୁ ଯୁବଶକ୍ତି । ଯୁବଶକ୍ତି ନିଜ ତରିକାରେ କାର୍ଯ୍ୟ କରନ୍ତୁ ଓ ନିଜ ଲକ୍ଷ ନିଜେ ସ୍ଥିର କରନ୍ତୁ। ଯଦି ଆପଣଙ୍କ ପାଖରେ ବୁଦ୍ଧି, ପ୍ରତିଭା ଓ ଆତ୍ମ ବିଶ୍ୱାସ ଅଛି ତେବେ ଆପଣଙ୍କୁ ସଂସାରର କୌଣସି ଜିନିଷ ପ୍ରତି ଭୟ କରିବାର ଆବଶ୍ୟକ ନାହିଁ ।

ଏସବୁ ବ୍ୟତୀତ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମସ୍ତଙ୍କୁ Warrior ହୋବାକୁ ପଡ଼ିବ worrier ନୁହେଁ । ହସି ହସି ପରୀକ୍ଷା ଦେବାକୁ ଯାଆନ୍ତୁ ଏବଂ ଅନ୍ୟ କାହା ସହ ପ୍ରତିଦ୍ୱନ୍ଦ୍ୱିତା ନକରି ନିଜ ସହ କରନ୍ତୁ ବୋଲି କହିଛନ୍ତି ମୋଦି।

 

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦାବି, ‘ବିଜୁଙ୍କୁ ମିଳୁ ଭାରତ ରତ୍ନ’

ଭୁବନେଶ୍ୱର: ପୁଣି ଉଠିଲା ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ଦାବି । ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦଳମତ ନିର୍ବିଶେଷରେ ମତ ପ୍ରକାଶ ପାଇଛି । ଏଥିପାଇଁ ବିଜେଡି, କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଆସନ୍ତା ୫ ତାରିଖରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୧୦୫ତମ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଦାବି କରିଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ବିଜୁବାବୁ କେବଳ ଜଣେ ରାଜନେତା ନଥିଲେ, ସେ ଜଣେ ଷ୍ଟେଟ୍‌ସମ୍ୟାନ । ଦେଶର ସ୍ୱାଧୀନତା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଅଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଜୁବାବୁଙ୍କ କାମ କୌଣସି ପିଢ଼ି ଭୁଲି ପାରିବେ ନାହିଁ । ଭାରତରତ୍ନ ପାଇବା ପାଇଁ ସେ ଯୋଗ୍ୟ । ତେଣୁ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ପ୍ରତ୍ୟେକ ଓଡ଼ିଆଙ୍କ ପକ୍ଷରୁ ଦାବି କରୁଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

ଏହାସହ ବିଜେଡି ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ଦାବି କରିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ବିଜୁବାବୁଙ୍କ ଅବଦାନ ଅତୁଳନୀୟ। ସାରା ବିଶ୍ୱ ତାଙ୍କୁ ଜାଣିଛି । ଆମେ ବିଜେପିରେ ବି ତାଙ୍କ କଥା ଆଲୋଚନା କରୁ। ସେ ଭାରତରତ୍ନ ପାଇବା ଉଚିତ। କେନ୍ଦ୍ର ସରକାରଙ୍କ ପାଖରେ ଏନେଇ ଦୃଢ଼ ଦାବି କରାଯାଉ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ପ୍ରବାଦ ପୁରୁଷ ବିଜୁବାବୁ ଓଡ଼ିଶା ଓ ଦେଶର ଗର୍ବ। ଦଳମତ ନିର୍ବିଶେଷରେ ତାଙ୍କ ପାଇଁ ଭାରତରତ୍ନ ଦାବି କରିବା ଉଚିତ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ।

 

ବର୍ଷର ପ୍ରଥମ ଉପଗ୍ରହ ପଠାଇଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ୧୯ ଉପଗ୍ରହ ଉତକ୍ଷେପଣ ।

ବର୍ଷର ପ୍ରଥମ ଉପଗ୍ରହ ପଠାଇଲା ଇସ୍ରୋ । ଆନ୍ଧ୍ରପ୍ରଦେଶର ସତୀଶ୍ ଧାୱନ ମହାକାଶ କେନ୍ଦ୍ରରୁ ୧୯ ଉପଗ୍ରହ ଉତ୍‌କ୍ଷେପଣ ।