ମହାରାଷ୍ଟ୍ରରେ କର୍ଫ୍ୟୁ, ଆଜି ଠୁ ଲାଗିବ ଧାରା୧୪୪

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେବ କର୍ଫ୍ୟୁ । ୧୫ ଦିନ ପାଇଁ ପୂରା ରାଜ୍ୟରେ ଲାଗୁ ହେବ ୧୪୪ ଧାରା । ରାତି ୮ଟାରୁ କୋଭିଡ କଟକଣା କଡ଼ାକଡ଼ି ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ଠାରୁ ୧୪୪ ଧାରା ବଳବତ୍ତର ହେବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସରକାର । ଲକଡାଉନ ହେବନି କିନ୍ତୁ ଲକଡାଉନ ଭଳି କଟକଣା ଲାଗିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ମହାରାଷ୍ଟ୍ରରେ କଟକଣା ଲଗାଯାଉଛି । ଏହି ସମୟରେ ଅତ୍ୟାବଶକୀୟ ସାମଗ୍ରୀ ଛାଡି ଆଉ ସବୁ ସେବା ବନ୍ଦ ରହିବ । ହୋଟେଲ, ରେଷ୍ଟୁରାଣ୍ଟ ବନ୍ଦ ରହିବ । ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଘରୋଇ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହୁଥିବା ବେଳେ ଅଳ୍ପ କର୍ମଚାରୀଙ୍କୁ ନେଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମୟରେ ଅସୁବିଧାରେ ପଡୁଥିବା ଶ୍ରମିକ ଶ୍ରେଣୀର ଲୋକଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ୧୨ ଲକ୍ଷ ଶ୍ରମିକଙ୍କୁ ୧୫୦୦ ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଆଦିବାସୀଙ୍କୁ ୨ ହଜାର ଟଙ୍କା ଲେଖାଁଏ ସହାୟତା ଦିଆଯିବ । କୋଭିଡ ଜନିତ ସମସ୍ୟା ପାଇଁ ସରକାର ଏଥର ୩ ହଜାର ୩ ଶହ କୋଟି ଟଙ୍କାର ପ୍ୟାକେଜ ରଖିଛନ୍ତି ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି ।

Leave a Reply