ଓଡ଼ିଆ ନବବର୍ଷରେ ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମହାବିଷୁବ ପଣା ସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ । ଆଜିଠାରୁ ଆରମ୍ଭ ହୋଇଥାଏ ଓଡ଼ିଆ ପଞ୍ଜିକା । ସଂକ୍ରାନ୍ତି ଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡିଆ ପରମ୍ପରାର ଏହି ଦିନକୁ ପ୍ରଟିତି ଓଡ଼ିଆ ପାଳନ କରିଥାଏ ଏବଂ ଯେହେତୁ ଆଜି ଠାରୁ ଓଡିଆ ପଞ୍ଜିକା ଆରମ୍ଭ ହୋଇଥାଏ ତେଣୁ ଏହି ଦିନକୁ ଓଡିଆ ନବବର୍ଷ ବୋଲି ମଧ୍ୟ ପାଳନ କରାଯାଇଥାଏ ।

ଓଡ଼ିଆ ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଶୁଭେଛା ବାର୍ତ୍ତା ଜଣାଇଛନ୍ତି । ଟ୍ବିଟର ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଓଡ଼ିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ପ୍ରତିଟି ଓଡିଆଙ୍କୁ ମୋର ଶୁଭେଛା । ସଭିଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ଶୁଭେଛା ବାର୍ତ୍ତା ଜାରି କରିଛନ୍ତି  । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ଅସୀମ ଆଶୀର୍ବାଦ ସଭିଙ୍କ ଉପରେ ରହିଥାଉ ବୋଲି ଟ୍ବିଟର ମାଧ୍ୟମରେ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ  ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ଶୁଭେଛା ଜଣାଇବା ସହ ଶୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି। ପୋଲିସ ଡିଜି ଅଭୟ ମଧ୍ୟ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷରେ ଉପଲକ୍ଷେ ଶୁଭେଛା ଜଣାଇଛନ୍ତି ।

Leave a Reply