spot_img
Home Blog Page 5884

୧ ରନ୍‌ରେ ଗଲା ଇଂଲଣ୍ଡର ପ୍ରଥମ ଓ୍ୱିକେଟ୍‌, ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତି

ନୂଆଦିଲ୍ଲୀ: ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଲା ଭାରତ । ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଲା ଇଲଂଣ୍ଡ । ତେବେ ମାତ୍ର ଏକ ରନ୍‌ରେ ହିଁ ଇଲଂଣ୍ଡ ପ୍ରଥମ ଓ୍ୱିକେଟ୍‌ ଖସିଯାଇଛି । ଧୁଆଁଧାର ବ୍ୟାଟ୍‌ସମ୍ୟାନ୍‌ ଜସ୍‌ ବଟଲର୍‌ ଖାତା ନଖୋଲି ପ୍ୟାଭିଲିୟନ୍‌ ଫେରିଛନ୍ତି । ତେବେ ଏହା ପରେ ଦଳର ସ୍କୋର ବୋର୍ଡ୍‌ କିଛି ସମୟ ପାଇଁ ଧିମା ଚାଲିଥିଲେ ମଧ୍ୟ ପରେ ସ୍ପିଡ୍‌ ଧରିଥିଲା । ୫.୩ ଓଭର ବେଳକୁ ଦଳର ସ୍କୋର ୪୦ ଛୁଇଁଥିଲା । ସେଥି ମଧ୍ୟରୁ ଜସନ୍‌ ରୟ ୧୫ ବଲ୍‌ ୧୭ ରନ୍‌ କରି କ୍ରିଜ୍‌ ଉପରେ ରହିଥିବା ବେଳେ ଡେଭିଡ୍‌ ମଲନ୍‌ ୧୭ ବଲ୍‌ ୧୮ ରନ୍‌ କରି ଖେଳୁଛନ୍ତି । ତେବେ ଜସ୍‌ ବଟଲର୍‌ ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ।

ଭାରତୀରେ ଟିମ୍‌ରେ ଅଛନ୍ତି କେଏଲ୍‌ ରାହୁଲ, ଇଶାନ୍‌ କିଷନ, ଅଧିନାୟକ ଭିରାଟ୍‌ କୋହଲି, ଓ୍ୱକେଟ୍‌ କିପର ରିଷଭ ପନ୍ଥ, ଶ୍ରେୟସ ଆୟର୍‌, ସୁର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍‌ ପାଣ୍ଡିଆ, ଓ୍ୱାସିଂଟନ୍‌ ସୁନ୍ଦର, ସର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ।

ସେହିଭଳି ଇଂଲଣ୍ଡ ଟିମ୍‌ରେ ଅଛନ୍ତି ଜସନ୍‌ ରୟ, ଓ୍ୱିକେଟ୍‌ କିପର ଜସନ୍‌ ବଟଲର୍‌, ଡେଭିଡ୍‌ ମଲନ୍‌, ଜନି ବାରିଷ୍ଟୋ, ଅଧିନାୟକ ଇୟୋନ୍‌ ମୋରଗାନ୍‌, ବେନ୍‌ ଷ୍ଟୋକ୍‌ସ, ସାମ୍‌ କୁରନ୍‌, ଜୋଫ୍ରା ଆର୍ଚ୍ଚର, ଟମ୍‌ କୁରନ୍‌, କ୍ରିସ୍‌ ଜୋରଦାନ, ଆଦିଲ ରସିଦ୍‌ ।

ଅଭିଭାବକ ସଂଘର ଅସନ୍ତୋଷ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି ଘରୋଇ ସ୍କୁଲ୍‌

ଯାଜପୁର: ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ସ୍କୁଲ । କୋର୍ଟ ନିର୍ଦ୍ଦେଶକୁ ବେଖାତିର୍ କରି ମନମାନୀ ଚଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କରୋନା ମହାମରୀ ପାଇଁ ସ୍କୁଲ ଫି ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ହେଲେ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ରେ ଥିବା ଅଧିକାଂଶ ଘରୋଇ ସ୍କୁଲ ଏହାକୁ ବେଖାତିର କରୁଛନ୍ତି ।

ସେହିପରି ସରକାରଙ୍କୁ ବହି ତାଲିକା ଦେବା ପାଇଁ ସମସ୍ତ ଘରୋଇ ସ୍କୁଲକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତାହା ମଧ୍ୟ ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ । ତେଣୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଓଡିଶା ଅଭିଭାବକ ମହାସଂଘ । ଏବଂ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲ ଫି’ ଓ ଅନ୍ୟାନ୍ୟ ଫି’ ଛାଡ କରିବାକୁ ଦାବି କରିଛନ୍ତି । ଏଥିସହିତ ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ଗରିବ ଓ ଅନଗ୍ରସର ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାକୁ ଦାବି ରଖିଛନ୍ତି ।

ପୂର୍ବରୁ ଘରୋଇ ସ୍କୁଲ ଫି ଛାଡ଼ ଦାବିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ ଅଭିଭାବକ ସଂଘ । ମନ୍ତ୍ରୀଙ୍କ ଘର ଆଗରେ ହୋ-ହଲ୍ଲା କରିଥିଲେ । ଏକ ଅଭିନବ ଉପାୟରେ ଘଣ୍ଟ ବାଡ଼େଇ, ହୁଳହୁଳି ପକାଇ ପ୍ରତିବାଦ ଜଣାଇଥିଲେ ଅଭିଭାବକମାନେ । ଘରୋଇ ସ୍କୁଲ ଗୁଡ଼ିକ ବେଆଇନ୍‌ ଭାବେ ମନଇଚ୍ଛା ଫି ଆଦାୟ କରୁଛନ୍ତି । ନିୟମ ଅନୁଯାୟୀ ଯେତିକି ସେବାକୁ ସେତିକି ଫି ନେବାକଥା । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଅଧିକ ଫି ନେଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ, ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍

ଭୁବନେଶ୍ୱର: କୁଷ୍ଠ ରୋଗରୁ ମୁକ୍ତି ପାଇଥିବା ଲୋକଙ୍କର ପୁନର୍ବାସ ପାଇଁ ରାଜ୍ୟ ସରକାରଙ୍କ ନିଆରା ପ୍ରୟାସ । ସମ୍ମାନ ସହ ସମାଜରେ ବଞ୍ଚିବା ପାଇଁ ଆରମ୍ଭ କଲେ ନୂଆ ଯୋଜନା । ଆତ୍ମନିର୍ଭରଶୀଳ କରାଇବା ସହ ପିଲାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ସ୍କଲାରସିପ୍‌ର ବ୍ୟବସ୍ଥା କଲେ ରାଜ୍ୟ ସରକାର । ଭାରତରେ ପ୍ରଥମ ଥର ପାଇଁ ଓଡିଶା ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ସେମାନଙ୍କର ଥଇଥାନ ତଥା ଆତ୍ମନିର୍ଭରଶୀଳ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନରେ ଆରମ୍ଭ ହୋଇଛି ପୁନର୍ବାସ ଯୋଜନା ।

ପଞ୍ଚମରୁ ଦଶମ ଶ୍ରେଣୀ ଯାଏ ପଢୁଥିବା ପିଲାଙ୍କୁ ମାସକୁ ୮୦୦ ଟଙ୍କା, ଦଶମରୁ ଦ୍ୱାଦଶ ପଢୁଥିଲେ ଏକ ହଜାର, ସ୍ନାତକ ବା ସ୍ନାତକୋତ୍ତର ପଢୁଥିଲେ ୧୫ ଶହ ଓ ବୃତ୍ତିଗତ ପାଠ ପଢୁଥିୁଲେ ମାସକୁ ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ସ୍ଥିର କରିଛନ୍ତି ସରକାର । ଆତ୍ମନିର୍ଭର କରାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠିକୁ ପ୍ରୋତ୍ସାହନ ରାଶି ବାବଦକୁ ୫୦ ହଜାର ଟଙ୍କାର ବ୍ୟବସ୍ଥା ବି କରାଯାଇଛି । ଏହାସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବି କରିବେ ସରକାର । ରାଜ୍ୟ ସରକାରଙ୍କ ଏହି ନୂଆ ଯୋଜନା ବେଶ ସହାୟକ ହେବ ବୋଲି କହିଛନ୍ତି ହିତାଧିକାରୀ ।

ମମତା ଆହତ ମାମଲାରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ, ହଟିଲେ ସୁରକ୍ଷା ନିର୍ଦ୍ଦେଶକ

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ ଜାରି ରହିଛି । ମାମଲାରେ ଟିଏମସି ନେତା ନିର୍ବାଚନ ଆୟୋଗଙ୍କ ନିକଟରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଏହି ମାମଲାରେ ରବିବାର ନିର୍ବାଚନ ବିଶେଷ ବୈଠକ ଡାକିଥିଲେ । ଯାହାପରେ ନନ୍ଦିଗ୍ରାମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ ଆୟୋଗ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ନିର୍ଦ୍ଦେଶକଙ୍କୁ ପଦରୁ ହଟାଇ ଦିଆଯାଇଛି । ଏଥିସହ ଉତ୍ତର ମେଦିନୀପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ହଟାଇ ଦିଆଯାଇଛି । ରାଜ୍ୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟ ଶାସନ ସଚିବଙ୍କ ରିପୋର୍ଟ ଆଧାରରେ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି ।

Election Commission Take Big Action Against CM Mamata Banerjee Director Of Security

ଏଥିସହ ମାମଲାର ତଦନ୍ତ ଆଗାମୀ ୧୫ ଦିନ ମଧ୍ୟରେ ସାରି ମାର୍ଚ୍ଚ ୩୧ ସୁଦ୍ଧା ରିପୋର୍ଟ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗ, ପଞ୍ଜାବର ପୂର୍ବତନ ଗୁଇନ୍ଦା ମହାନିର୍ଦ୍ଦେଶକ ଅନୀଲ କୁମାର ଶର୍ମାଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ଲାଗି ବିଶେଷ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ଏଥିସହ ନନ୍ଦିଗ୍ରାମରେ ମମତା ଆହତ ହେବା ମାମଲାରେ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆୟୋଗ କହିଛନ୍ତି ।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସହ ପଶ୍ଚିମବଙ୍ଗରେ ଭିଭିଆଇପିଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟ ନିଜେ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଥିଲେ । ଯେତେବେଳେ କି ମମତା ସାଧାରଣ ଗାଡ଼ିରେ ଯାଉଥିଲେ । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଆୟୋଗ ବିବେକଙ୍କୁ ପଦରୁ ହଟାଇ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ମମତାଙ୍କୁ ଆକ୍ରମଣ ଘଟଣାର ପ୍ରମାଣ ନାହିଁ କହିଲେ ନିର୍ବାଚନ କମିଶନ

ଜୋମାଟୋ ବୟଙ୍କୁ ସମର୍ଥନ କଲେ ପରିଣିତି, ଟ୍ୱିଟ୍ କରି ସତ୍ୟର ଯାଞ୍ଚ କରିବାକୁ କଲେ ଅପିଲ୍

ମୁମ୍ବାଇ: ଗତ କିଛି ଦିନ ହେବ ଫୁଡ ଡେଲିଭି କମ୍ପାନୀ ଜୋମାଟୋକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ଜୋମାଟୋ ବୟ କାମରାଜ ଓ ମହିଳାଗ୍ରାହକ ହିତେଶାଙ୍କ ମାରପିଟ ଘଟଣାକୁ ଏବେ ସାରାଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କିଛି ଲୋକ ମହିଳାଙ୍କୁ ଠିକ୍ କହୁଥିବାବେଳେ କିଛି ଲୋକ ଡେଲିଭରି ବୟଙ୍କ କଥାକୁ ସତ ବୋଲି କହୁଛନ୍ତି ।  ବର୍ତ୍ତମାନ ଏହି ମାମଲା ବଲିଉଡ ଅଭିନେତ୍ରୀ ପରିଣୀତି ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି। ସେ ଟ୍ୱିଟ୍ କରି ଜୋମାଟୋଙ୍କୁ ଏହି ମାମଲାର ଯାଞ୍ଚ୍ କରିବାକୁ ଏବଂ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଆବେଦନ କରିଛନ୍ତି।

ପରିଣୀତି ଟ୍ୱିଟ୍ କରି କହିଛନ୍ତି- ‘ଜୋମାଟୋ ଇଣ୍ଡିଆ- ଦୟାକରି ସତ୍ୟର ଯାଞ୍ଚ କରନ୍ତୁ  ଏବଂ ଆମକୁ ଜଣାନ୍ତୁ । ଯଦି ସେହି ବ୍ୟକ୍ତି ନିର୍ଦ୍ଦୋଷ (ଯାହା ମୁଁ ଭାବୁଛି) ତେବେ ଦୟାକରି ସେହି ମହିଳାଙ୍କୁ ଦଣ୍ଡ ଦେବାରେ ସାହାଯ୍ୟ କରନ୍ତୁ। ଏହା ଅତ୍ୟନ୍ତ ଅମାନବୀୟ, ଲଜ୍ଜାଜନକ ଏବଂ ହୃଦୟ ବିଦାରକ ଘଟଣା । ଦୟାକରି ମୋତେ ବି କୁହନ୍ତୁ ମୁଁ କିପରି ଆପଣକୁ ସାହାଯ୍ୟ କରିପାରିବି।’ ପରିନିତିଙ୍କର ଏଭଳି ଆବେଦନକୁ ଲୋକମାନେ ପ୍ରଶଂସା କରୁଛନ୍ତି । ଡେଲିଭରି ବୟକୁ ସମର୍ଥନ କରିଥିବାରୁ ଉପଭୋକ୍ତାମାନେ ନିଜର ସମ୍ମାନ ଜଣାଇଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବେ ସୋଶାଲ ମିଡିଆରେ ହିତେଶା ଚନ୍ଦ୍ରାଣୀ ନାମକ ଜଣେ ମହିଳା ଭିଡିଓ ଶେଆର କରି  କହିଥିଲେ ଯେ ଅର୍ଡ଼ର କ୍ୟାନସଲ୍ କରିବାରୁ ଜୋମାଟୋ ବୟ ତାଙ୍କୁ ମାରପିଟ୍ କରିଛନ୍ତି । ତାଙ୍କର ଏହି ଭିଡିଓ ବହୁତ ଭାଇରାଲ୍ ହୋଇଥିଲା । ଅନେକ ଲୋକ ମହିଳାଙ୍କ ସମର୍ଥନରେ ଆସିଥିଲେ ଓ ଜୋମାଟୋ ବୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ଫଳରେ କମ୍ପାନୀ ଡେଲିଭରି ବୟ କାମରାଜଙ୍କୁ ଚାକିରିରୁ ବାହର କରିଦେଇଥିଲା । ଏହାପରେ କାମରାଜ ମଧ୍ୟ ନିଜର ପକ୍ଷ ରଖିଥିଲେ। ସେ ମହିଳାଙ୍କୁ କଥାକୁ ସମ୍ପୂର୍ଣ୍ଣଭିତ୍ତି ହୀନ କହିବା ସହ ସେ ତାଙ୍କ ଉପରେ ପାଲଟା ଅଭିଯୋଗ କରିଥିଲେ। କାମରାଜ କହିଥିଲେ ଯେ ଖାଦ୍ୟ ଡେଲିଭରିରେ ସାମାନ୍ୟ ବିଳମ୍ବ ହେବାରୁ ମହିଳା ଜଣଙ୍କ ତାଙ୍କ ଉପରକୁ ଜୋତା ଫୋପାଡ଼ିଥିଲେ। ଆଉ ଏହି ସମୟରେ କାମରାଜ ନିଜକୁ ମାଡ଼ରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଫଳରେ ମହିଳାଙ୍କ ହାତରେ ଥିବା ରିଙ୍ଗ ତାଙ୍କ ନିଜ ନାକରେ ହିଁ ବାଜିଥିଲା। ଆଉ ରକ୍ତ ବାହାରିଥିଲା। ପୋଲିସ ଆଗରେ ଏଭଳି ବୟାନ ଦେଇଛନ୍ତି ଖୋଦ୍‌ କାମରାଜ।

ଇବ୍‌ ନଦୀରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ଘଟଣା, ୬ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରର ଭୋଗରାବାହାଲ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରି ଇବ ନଦୀରେ ମୃତଦେହ ପକାଇବା ଘଟଣାରେ ସଦର ଥାନା ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ଵ୍ଲେଡ ଜବତ କରାଯାଇଛି । ଗତ ୩ ତାରିଖ ଦିନ ଇବ ନଦୀରୁ ଜଣେ ଯୁବକଙ୍କ ହାତ, ଗୋଡ଼ ଓ ବେକ କଟା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା ।

ସାମାନ୍ୟ ବଚସାକୁ କେନ୍ଦ୍ର କରି ଅଭିଯୁକ୍ତମାନେ କଟକଡେଗା ଗ୍ରାମର ଦୁର୍ଗା ମାଝିଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ । ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ନଦୀରେ ଭସାଇ ଦେଇଥିବା ପୋଲିସ ତଦନ୍ତରୁ ଜଣାପଡିଛି । ସୁନ୍ଦରଗଡ଼ ସଦର ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ହତ୍ୟା ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୁଚନା ଦେଇଛନ୍ତି

ନଈକୁ ଗୋଧୋଇବାକୁ ଯାଇଥିଲେ ଦୁଇ ପୁଅ ଓ ବାପା, ଖସିଗଲା ଗୋଡ଼..

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣା ନିକଟରେ କୁଆଖିଆ ନଦୀରେ ବୁଡ଼ି ନାବାଳକ ମୃତ । ନଦୀକୁ ବାପାଙ୍କ ସହ ଗାଧୋଇ ଯାଇଥିଲେ ଦୁଇ ପୁଅ । ଆଜି ମଧ୍ୟାହ୍ନରେ ଭୁବନେଶ୍ଵର ଲିଙ୍ଗରାଜ ଥାନା ରାମେଶ୍ଵରପାଟଣା ଅଂଚଳର ବାପ ଏବଂ ଦୁଇ ନାବାଳକ ପୁଅ ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ ।

ବାପା ଶୌଚ ହେବା ପାଇଁ ଯାଇଥିବା ବେଳେ ଦୁଇ ନାବାଳକ ନଦୀରେ ଗାଧୋଉଥିଲେ । ଏହି ସମୟରେ ଦୁଇ ନାବାଳକ ନଦୀରେ ବୁଡିଯଇଥିଲେ । ପିଲାଙ୍କ ଚିତ୍କାର ଶୁଣି ବାପା ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନଦୀର ଗଭୀର ଜଳରେ ବୁଡ଼ି ଯାଇଥିଲେ । ଖବର ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପରେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ନିଖିଲଙ୍କୁ ମୃତ ଘୋଷଣା କରିଛନ୍ତି ।

ପଶ୍ଚିମବଙ୍ଗ ନିର୍ବାଚନ, ୪ ସାଂସଦଙ୍କୁ ବିଧାନସଭା ପାଇଁ ପ୍ରାର୍ଥୀ କଲା ବିଜେପି

ନୂଆଦିଲ୍ଲୀ: ଭୋଟ୍ ତାରିଖ ପାଖେଇ ଆସୁଥିବା ବେଳେ ଜୋର୍ ଧରିଛି ପ୍ରଚାର । ପଶ୍ଚିମବଙ୍ଗରେ ଦିଦିଙ୍କୁ ଟକ୍କର ଦେଉଥିବା ବିଜେପି ଜାରି କରିଛି ପ୍ରାର୍ଥୀ ତାଲିକା । ସିଇସି ବୈଠକର ଦିନକ ପରେ ବିଜେପି ଆସାମ, କେରଳ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ରବିବାର ୨୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋଙ୍କୁ ଟିକେଟ୍ ଦେଇଛି ବିଜେପି । ଦକ୍ଷିଣ କୋଲକାତାର ତୋଲିଗୁଞ୍ଜ ବିଧାନସଭା ଆସନରୁ ଲଢ଼ିବେ ବାବୁଲ୍ ସୁପ୍ରିୟୋ । ସେହିଭଳି ରାଜ୍ୟସଭାକୁ ମନୋନୀତ ହୋଇଥିବା ସ୍ୱପନ ଦାସ ବିଜେପି ଟିକେଟରୁ ହୁଗଳି ଜିଲ୍ଲାର ତାରକେଶ୍ୱର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ହୁଗଳି ଲୋକସଭା ଆସନରୁ ସାଂସଦ ଥିବା ଲକେଟ୍ ଚାର୍ଟାଜୀଙ୍କୁ ଦଳ ଚୁଞ୍ଚୁରା ଆସନରୁ ପ୍ରାର୍ଥୀ କରିଛି । ସେହିଭଳି କୁଚ୍ ବିହାର ଲୋକସଭା ଆସନରୁ ସାଂସଦ ଥିବା ନୀତିଶ ପରମାଣିକଙ୍କୁ ଦଳ ଦିନହାଟ ବିଧାନସଭା ଆସନରୁ ଟିକେଟ୍ ଦେଇଛି । ବିଜେପିର ପାର୍ଥୀ ତାଲିକା ଉପରେ ପ୍ରତିକ୍ରିୟା ରଖି ଟିଏମସି କହିଛି- ‘ବିଜେପି ପାଖରେ ଶକ୍ତି ନାହିଁ’ ।

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୮ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୭ରୁ ଏପ୍ରିଲ୍ ୨୯ ଯାଏ ଭୋଟିଂ ହେବାକୁ ଥିବାବେଳେ ମେ’ ୨ ତାରିଖରେ ପଶ୍ଚିମବଙ୍ଗ ସହ ତାମିଲନାଡ଼ୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସବା ନିର୍ବାଚନ ଫଳାଫଳ ଆସିବ ।

ନିର୍ବାଚନ ତାତି, ଆସାମରେ ନିଜ ସରକାରକୁ ଭୁଲିଗଲେ ରାଜନାଥ

ଗୌହାଟି (ସୁଶାନ୍ତ କୁମାର ସାହୁ): ଆସାମରେ ସର୍ବାନନ୍ଦ ସୋନୋୱାଲଙ୍କ ନେତୃତ୍ୱରେ ବିଜେପିର ସରକାର ରହିଛି । କିନ୍ତୁ ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ଆସାମରେ ସରକାର ବଦଳାଇବା କଥା କହିଛନ୍ତି । ଆସାମର ବିଶ୍ୱନାଥ ବିଧାନସଭା ନିର୍ବାଚନ ମଣ୍ଡଳିର ଏକ ନିର୍ବାଚନୀ ସଭାରେ ରାଜନାଥ କହିଛନ୍ତି- ଆମ ସରକାର ତ୍ରିପୁରାରେ ରହିଛି । ଆପଣମାନଙ୍କ ଆଶୀର୍ବାଦ କ୍ରମେ ବିଜେପି ଆସାମ ଓ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଯାଉଛି ।

Rajnath Singh Forgot BJP Government In Assam

ରାଜ୍ୟକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମା ସୁରକ୍ଷାକୁ ନେଇ ରାଜନାଥ ଭାଷଣ ଦେଉଥିବା ବେଳେ ଆସାମରେ ଏବେ ବିଜେପି ସରକାର ଥିବା କଥା ଭୁଲି ଯାଇଥିଲେ । ଏବଂ ତାଙ୍କ ପାଟିରୁ ଖସି ଯାଇଥିଲା ବିଜେପି ଆସାମ ସହ ପଶ୍ଚିମବଙ୍ଗରେ ସରକାର ଗଢ଼ିବାକୁ ଯାଉଛି ବୋଲି । ରାଜନାଥ ଏହାକୁ ପରେ ସଂଶୋଧନ କରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି- ଏବେ ଆସାମ, ତ୍ରିପୁରା ସହ ପଶ୍ଚିମବଙ୍ଗରେ ବିଜେପି ସରକାର ହେଲେ କୌଣସି ଅନୁପ୍ରବେଶକାରୀ ପଶିବାକୁ ସାହାସ କରିବେ ନାହିଁ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି- ଆସାମ ଓ ପଶ୍ଚିମବଙ୍ଗର ସୀମା ବାଂଲାଦେଶ ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଛି । ଯଦି ବିଜେପି ରାଜ୍ୟରେ କ୍ଷମତାକୁ ଆସେ ତ ସରକାର ବାଂଲାଦେଶୀ ଅନୁପ୍ରବେଶ ରୋକିବା ଲାଗି ବର୍ଡରରେ କଟକଣା ଲଗାଇବେ । ରାଜନାଥଙ୍କ ଏହି ମନ୍ତବ୍ୟକୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଇଛି ।

https://twitter.com/imayank85/status/1371035380456189953

ରାଜନାଥଙ୍କ ମନ୍ତବ୍ୟର ସମାଲୋଚନା କରି ଟ୍ୱିଟର ୟୁଜର ସୁକୁମାର ମହାରଣା ଲେଖିଛନ୍ତି- କେହି ରାଜନାଥଙ୍କୁ ମନେ ପକାଇ ଦିଅନ୍ତୁ ଏବେ ଆସାମରେ ବିଜେପି ସରକାର ଅଛି ।

ସେହିଭଳି ଅନ୍ତର୍ଜାତୀୟ ସୀମା ସୁରକ୍ଷା ପ୍ରସଙ୍ଗରେ ମୟଙ୍କ ଲେଖିଛନ୍ତି- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ବୋଧେ ଜଣାନାହିଁ ସୀମା ସୁରକ୍ଷା ରାଜ୍ୟର ନୁହଁ କେନ୍ଦ୍ରର ଦାୟିତ୍ୱ । ତାହେଲେ ମୋଦି ସରକାରର ୭ ବର୍ଷରେ ବାଂଲାଦେଶ ଅନ୍ତର୍ଜାତୀୟ ସୀମା ସ୍ଥିତି ଖରାପ ହୋଇଯାଇଛି ।

ସେହିଭଳି ଅନ୍ୟ ଜଣେ ୟୁଜର ନୀତିନ ସାଇନ୍ ଲେଖିଛନ୍ତି- କେହି ତାଙ୍କୁ ମନେ ପକାଇ ଦିଅନ୍ତୁ ସୀମା ସୁରକ୍ଷା କେନ୍ଦ୍ରର ଦାୟିତ୍ୱ, ରାଜ୍ୟର ନୁହେଁ ।

ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ତାଲିକା ଜାରି, ଠିକଣା ଦେଲେ ପୁରସ୍କାର

ଜାମ୍ମୁ-କାଶ୍ମୀର: ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀ ତାଲିକା ଜାରି କଲା ଜାମ୍ମୁ-କାଶ୍ମୀର ପୋଲିସ । ଏହି ତାଲିକାରେ ୮ଜଣ ଆତଙ୍କବାଦୀଙ୍କ ନାଁ ସହ ଫଟୋ ରହିଛି । ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି । ଏମାନଙ୍କ ନାଁରେ ପୁରସ୍କାର ରାଶି ଘୋଷଣା କରିଛି ଜମ୍ମୁ–କାଶ୍ମୀର ପୋଲିସ । ତାଲିକାରେ ଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେଲେ ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର ଦିଆଯିବ । କାଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀଙ୍କ ନାଁ ଫଟୋ ସହ ଜାରି କରାଯାଇଛି । ଓ୍ୱାସିକ୍ କାଦୀର, ଆଦିଲ ମୁସତାକ, ଇରଫାନ୍ ସୋଫି, ସାକିବ ମଞ୍ଜୁର, ବିଲାଲ ଅହମ୍ମଦ ଭଟ୍ଟ, ଇବାଇଦ୍ ସାଫି, ମହମ୍ମଦ ଆବାସ ଶେଖ୍‌ଙ୍କ ସମେତ ୮ ଜଣ ଆତଙ୍କବାଦୀଙ୍କ ନାଁ ପ୍ରକାଶ କରାଯାଇଛି ।

ଅନ୍ୟପଟେ ଆଜି ପୁଣି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁ-କାଶ୍ମୀରର ସୋପିଆନ ଜିଲା ରାଓ୍ୱଲପୋରାଠାରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେହି ଅଞ୍ଚଳରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘେରାବନ୍ଦୀ ଅଞ୍ଚଳରେ ଜୈସ୍‌ ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ସଜାଦ୍ ଆଫଗାନି ଲୁଚି ରହିଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ରାଜ୍ୟରେ ପ୍ରାୟ ୨ଶହ ଆତଙ୍କବାଦୀ ସକ୍ରିୟ ଥିବା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।