କରୋନା ବଢ଼ାଉଛି ଶକ୍ତି, ତିନୋଟି ଷ୍ଟ୍ରେନ୍ ମିଶି ହେଲେ ନୂଆ ଷ୍ଟ୍ରେନ୍ ଟ୍ରିପଲ ମ୍ୟୁଟାଣ୍ଟ

1 min read

ନୂଆଦିଲ୍ଲୀ: ଦେଶରେ କରୋନାର ଟ୍ରିପଲ ମ୍ୟୁଟାଣ୍ଟକୁ ନେଇ ବଢ଼ିଲା ଟେନସନ। ପୂର୍ବ ତିନୋଟି ଷ୍ଟ୍ରେନ୍ ମିଳିତ ହୋଇ ଏକ ନୂତନ ଷ୍ଟ୍ରେନ୍ ବା ଟ୍ରିପଲ ମ୍ୟୁଟେସନ ସୃଷ୍ଟି ହୋଇଛି । ଯାହା ଡବଲ ମ୍ୟୁଟାଣ୍ଟ ତୁଳନାରେ ବହୁ ଅଧିକ କ୍ଷତିକାରକ । ପଶ୍ଚିମବଙ୍ଗରେ ଏହି ମ୍ୟୁଟେସନରେ ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଲାଣି । ଯାହା ପଡୋଶୀ ରାଜ୍ୟ ଓଡ଼ିଶା ପାଇଁ ବିପଦଜ୍ଜନକସ୍ଥିତି ଉପୁଯାଇପାରେ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ। ପଶ୍ଚିମବଙ୍ଗରୁ ସୃଷ୍ଟି ହୋଇଥିବା ଏହି ସ୍ୱଦେଶୀ ଟ୍ରିପଲ ମ୍ୟୁଟେସନ ଆକ୍ରାନ୍ତଙ୍କ ଶରୀରରେ ଇମ୍ୟୁନୋ ସିଷ୍ଟମକୁ ଅତ୍ୟଧିକ ପ୍ରଭାବିତ କରୁଛି।

ଶରୀରରେ କରୋନା ଆଣ୍ଟିବଡ଼ି ରହିଥିଲେ ବି ଏହି ବେଙ୍ଗଲ ମ୍ୟୁଟେସନର ପ୍ରଭାବ ଅତି ମାରାତ୍ମକ ହେଉଛି ବୋଲି ବିଶେଷଜ୍ଞ କହିଛନ୍ତି। ଏହାଛଡ଼ା ଏହି ଷ୍ଟ୍ରେନ୍ ଅଧିକ ସଂକ୍ରାମକ। ଯାହା ଖୁବଶୀଘ୍ର ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶରୀରୁ ବ୍ୟାପିଥାଏ। ସବୁଠୁ ଚିନ୍ତାଜନକ କଥା ହେଉଛି, ଏହି ଷ୍ଟ୍ରେନରେ ଆକ୍ରାନ୍ତ ହେଲେ କରୋନା ଟିକାର ପ୍ରଭାବ ମଧ୍ୟ କାମ କରିବ ନାହିଁ। ଯାହା ଏବେ ବିଶେଷଜ୍ଞ ପାଇଁ ଚିନ୍ତା ବଢ଼ାଇ ଦେଇଛି। ଡବଲ ମ୍ୟୁଟାଣ୍ଟ ପାଇଁ ଦେଶରେ ହାହାକାର ସ୍ଥିତି ଉପୁଜିଥିବା ବେଳେ ନୂଆ ମ୍ୟୁଟାଣ୍ଟକୁ ପ୍ରତିହତ କରିବା ସହଜ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଏହି ବେଙ୍ଗଲ ଷ୍ଟ୍ରେନ ଓଡ଼ିଶାକୁ ମଧ୍ୟ ବ୍ୟାପିବା ଆଶଙ୍କା ରହିଛି। ଯଦି ଏହି ମ୍ୟୁଟାଣ୍ଟ ଓଡ଼ିଶାକୁ ବ୍ୟାପେ ତାହେଲେ ଏହା ବହୁ କ୍ଷତି ଘଟାଇବ ବୋଲି ସତର୍କ କରାଇଛନ୍ତି CSIRର ଜେନମ ମ୍ୟୁଟେସନ ବିଶେଷଜ୍ଞ।

ନୂଆ ତ୍ରିପଲ୍ ମ୍ୟୁଣ୍ଟେଟ୍ କରୋନା ଭାଇରସରେ ନୂଆ ଜେନେଟିକ୍ ସେଟ୍ ଅଛି । ଏଥିରେ E484K ଭ୍ୟାରିଏଣ୍ଟର ଅଂଶ ରହିଛି । ନୂଆ ତ୍ରିପଲ୍ ମ୍ୟୁଣ୍ଟେଟ୍ ଶରୀରର ରୋଗ ପ୍ରତିଶେଧକ ଶକ୍ତି ନଷ୍ଟ କରୁଛି । ଏହାଛଡ଼ା ପୂର୍ବରୁ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଲୋକ ଦେହରେ ଥିବା ଆଣ୍ଟିବଡିକୁ ଏହା ନଷ୍ଟ କରି ଦେଉଥିବା ଜଣାପଡ଼ିଛି ।

ବୈଜ୍ଞାନିକଙ୍କ ଅନୁସାରେ, ପଶ୍ଚିମବଙ୍ଗରେ B.1.618 ଦ୍ରୁତଗତିରେ ବ୍ୟାପୁଛି । ପଶ୍ଚିମବଙ୍ଗରେ ଏହି ଭୂତାଣରୁ ସିକ୍ୱେନ୍ସ ମିଳିଛି । B.1.618 ଭ୍ୟାରିଏଣ୍ଟ ସହ ମେଳ ଖାଉଥିବା ଭାଇରସ୍ ଆମେରିକା, ସ୍ୱିଜରଲ୍ୟାଣ୍ଡ, ସିଙ୍ଗାପୁର ଓ ଫିନଲ୍ୟାଣ୍ଡରେ ମିଳିଛି । ଦୁନିଆରେ ଏହି ଭାରିଏଣ୍ଟରେ ସଂକ୍ରମିତଙ୍କ ମଧ୍ୟରୁ ଭାରତରେ ୬୨.୫ ପ୍ରତିଶତ ଲୋକ ଅଛନ୍ତି ।

Leave a Reply