spot_img
Home Blog Page 5872

ଜିନ୍ସ ପିନ୍ଧି ଲୋକସଭା କିମ୍ବା ବିଧାନସଭାକୁ ଗଲେ କ’ଣ ହେବ ?

ଅଜୟ ଦେବଗନ ଓ ବିବେକ ଓବରଏଙ୍କର ଏକ ଫିଲ୍ମ ଥିଲା ‘ୟୁବା’ । ଏଥିରେ ବିଜୟ ପରେ ଏମାନେ ଜିନ୍ସ ଓ ଟି-ସର୍ଟ ପିନ୍ଧି ବିଧାନସଭା ଯାଇଥିବା ଦେଖିବାକୁ ମିଳିଥିଲା। ହେଲେ ଏହା କିନ୍ତୁ କେବଳ ଫିଲ୍ମରେ। ଅସଲ ଜୀବନରେ ଆପଣ କେବେ ଦେଖିଛନ୍ତି କି କେଉଁ ନେତାଙ୍କୁ ଜିନ୍ସ, ଟି-ସର୍ଟରେ ଗୃହରେ ପହଞ୍ଚିବା। କିମ୍ବା କେବେ ସୁଟ-ବୁଟରେ ଗୃହରେ ପ୍ରବେଶ କରିବା? ଆମେ ବୋଧହୁଏ ସବୁବେଳେ ଆମର ନେତାମାନଙ୍କୁ ଧଳା କୁର୍ତ୍ତା-ପାଇଜାମାରେ ଦେଖିଛୁ। କେହି କେହି ଏହାସହ ଚାଦର କିମ୍ବା ଜ୍ୟାକେଟ୍ ବି ପିନ୍ଧନ୍ତି । ନେତାମାନେ ନିଜର ଇମେଜ ହିସାବରେ ଡ୍ରେସ୍ କୋଡ୍ ଅନୁସରଣ କରନ୍ତି। ତେବେ ସତରେ କ’ଣ ଏମିତି କିଛି ଡ୍ରେସ୍ କୋଡ୍ ଅଛି କି? ଜଣେ ନେତା ଗୃହକୁ ଜିନ୍ସ ଟି-ସର୍ଟ ପିନ୍ଧି ଆସେ ତେବେ କ’ଣ ହେବ? ଏ ନେଇ ଲିଖିତ ଆକାରରେ କୌଣସି ନିୟମ ଅଛି କି?  ଆସନ୍ତୁ ଜାଣିବା ଏ ସମ୍ପର୍କରେ।

ନିକଟରେ, ଗୁଜରାଟର ସୋମନାଥ ବିଧାନସଭା କ୍ଷେତ୍ରର ବିଧାୟକ ବିମଲ ଚୁଡ଼ାସମା ଏ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଗତ ସୋମବାର ଜିନ୍ସ, ଟି-ସର୍ଟରେ ପିନ୍ଧି ବିଧାନସଭାରେ ପହଞ୍ଚିଥିଲେ । ଆଉ ଏହାପରେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦି ତାଙ୍କୁ ବିଧାନସଭାରୁ ବାହାର କରିଦେଇଥିଲେ। ଏହି ଖବରକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ତେବେ ବିଧାୟକଙ୍କ କହିବା କଥା ଯେ ଜନତା ତାଙ୍କୁ ଏହି ଜିନ୍ସ ଓ ଟି-ସର୍ଟରେ ହିଁ ପସନ୍ଦ କରିଛନ୍ତି ଏବଂ ଭୋଟ୍ ଦେଇ ବିଧାନସଭା ପଠାଇଛନ୍ତି । ସେ କହିଛନ୍ତି ଯେ ଯଦି ବିଧାନ ସଭାରେ ଏଭଳି ଡ୍ରେସ ପିନ୍ଧି ଆସିବା ମନା ତେବେ ମୋତେ ଏହା ସହ ଜଡ଼ିତ କ’ଣ ଆଇନ ରହିଛି ସେ ବିଷୟରେ କୁହନ୍ତୁ । ତେବେ ଆମେ ଆପଣଙ୍କୁ ଜଣାଇବୁ ଯେ ବିଧାନସଭା ଓ ସଂସଦରେ ଡ୍ରେସକୁ ନେଇ କିଛି ନିୟମ ଅଛି ନା ନାହିଁ।  ହେଲେ ଏହା ପୂର୍ବରୁ ଜାଣିବା…

କ’ଣ ଥିଲା ପୂରା ମାମଲା

ବଜେଟ୍ ଅଧିବେଶନ ଆରମ୍ଭରେ ଗୁଜରାଟ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସମସ୍ତ ବିଧାୟକଙ୍କୁ ଜିନ୍ସ ଏବଂ ଟି-ସର୍ଟ ପରି ପୋଷାକ ନ ପିନ୍ଧିବାକୁ କହିଥିଲେ। ସେ ସଦସ୍ୟମାନଙ୍କୁ ଗୃହର ଗରିମା ଅନୁଯାୟୀ ପୋଷାକ ପିନ୍ଧିବାକୁ କହିଥିଲେ। କିନ୍ତୁ ମାର୍ଚ୍ଚ ୧୫ରେ କଂଗ୍ରେସ ବିଧାୟକ ବିମଲ ଚୁଡାସାମା ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ପହଞ୍ଚିଥିଲେ। ଏହାପରେ ବାଚସ୍ପତି ତାଙ୍କୁ ବାହାରକୁ ଯିବାକୁ କହିଥିଲେ । ହେଲେ ବିଧାୟକ ଏହା ସହ ଜଡ଼ିତ କ’ଣ ଆଇନ ଅଛି ପଚାରିବା ଆରମ୍ଭ କରିଥିଲେ। ନିର୍ଦ୍ଦେଶ ପାଳନ ନକରିବାରୁ ସର୍ଜେଣ୍ଟ ବିଧାୟକଙ୍କୁ ଗୃହରୁ ବାହାର କରିଦେଲେ। ବର୍ତ୍ତମାନ ବିଧାୟକ ଚୁଡ଼ାସାମା କହୁଛନ୍ତି ଯେ ଯଦି ଏହିପରି କିଛି ନିୟମ ଅଛି ତେବେ ଏହା ଉପରେ ଏକ ଆଇନ ପ୍ରସ୍ତୁତ କରାଯିବା ଉଚିତ୍।

ଚୁଡ଼ାସାମା ଆହୁରି କହିଛନ୍ତି ଯେ,  ଭାରତର କୌଣସି ବି ବିଧାନସଭାରେ ଏଭଳି କୌଣସି ନିୟମ ନାହିଁ । ସେ କହିଛନ୍ତି ଯେ ଏହା ଏକବିଂଶ ଶତାବ୍ଦୀ। ଯୁବକମାନେ ଯୁବକମାନେ ଜିନ୍ସ ଟି-ସାର୍ଟ ପିନ୍ଧବେନି ତ କ’ଣ ପିନ୍ଧିବେ? ସେ ଅଭିଯୋଗ କରିଛନ୍ତି ଯେ ବିଜେପି କ୍ୟାବିନେଟ ମିନିଷ୍ଟର ଜୟେଶଭାଇ ରାଦାଡିଆ ୩-୪ ବର୍ଷ ହେଲାଣଇ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧି ଆସୁଛନ୍ତି। ସେଦିନ ଆଉ ଜଣେ ବିଜେପି ବିଧାୟକ ହି ଜିନ୍ସ-ଟି-ସାର୍ଟରେ ଗୃହରେ ବସିଥିଲେ। ହେଲେ ତାଙ୍କୁ କିଛି କୁହାଯାଇ ନଥିଲା। ହଠାତ୍ ତାଙ୍କୁ କାହିଁକି ବାଚସ୍ପତି ସମସ୍ତଙ୍କ ସାମ୍ନାରେ ଏମିତି କହିଲେ । ଚୁଡ଼ାସାମା କହିଛନ୍ତି ଯେ ବାଚଷ୍ପତ୍ତି ତାଙ୍କର ଅପମାନ କରିଛନ୍ତି।

ଏମିତି କିଛି ନିୟମ ଅଛି କି?

ତେବେ ଆପଣଙ୍କୁ ଜଣାଇଦେଉଛୁ ଯେ ଆମର ଅନୁସନ୍ଧାନରେ ସେପରି କୌଣସି ସୂଚନା ମିଳିଲା ନାହିଁ ଯାହା ସୂଚାଏ ଯେ ଭାରତରେ ସାଂସଦ କିମ୍ବା ବିଧାୟକଙ୍କ ଡ୍ରେସ କୋଡ୍ ସମ୍ବନ୍ଧରେ କିଛି ନିୟମ ଅଛି, ଯାହାକୁ ସେମାନେ ଅନୁସରଣ କରିବାକୁ ପଡ଼ିବ। କିମ୍ବା କିଛି ବିଶେଷ ପୋଷାକ ପିନ୍ଧିବା ପରେ ହିଁ ଘରକୁ ପ୍ରବେଶ କରିବାର ଅନୁମତି ମିଳିବ।  ହଁ, ଏହା ନିଶ୍ଚିତ ଅଛି ଯେ ପୋଷାକ ସୁନ୍ଦର ଏବଂ ଶାଳିନ ହୋଇଥିବ ଏବଂ ଗୃହର ସମ୍ମାନ ସହିତ ଅନୁରୂପ ହୋଇଥିବ। ଅବଶ୍ୟ ଏଠାରେ କାମ କରୁଥିବା କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ଏ ନେଇ କିଛି ନିୟମ ରହିଛି ହେଲେ ଗୃହର ସଦସ୍ୟମାନଙ୍କ ପାଇଁ ଏପରି କିଛି ବି ନିୟମ ନାହିଁ ।

ସୁସ୍ଥ ହୃଦୟକୁ ଅସୁସ୍ଥ କରୁଛି ହୁକ୍କା, କେତେବେଳେ ବନ୍ଦ ହୋଇ ଯାଇପାରେ ହୃଦସ୍ପନ୍ଦନ

ଭୁବନେଶ୍ୱର: ୧୯୬୧ରେ ସାହିର ଲୁଧିୟାନଭି ଲେଖିଥିଲେ ମୁଁ ଜୀବନର ଉତ୍ସବ ମନାଇ ଚାଲିଥିଲି, ସବୁ ଚିନ୍ତାକୁ ଧୂଆଁରେ ଉଡ଼ାଇ ଚାଲିଥିଲି । କିନ୍ତୁ ସତ ହେଲା ଧୂଆଁ ଚିନ୍ତା ଦୂର କରେନାହିଁ, ଧୂଆଁ ଚିନ୍ତା ବଢାଏ । ଧୂମପାନ ପ୍ରାଣଘାତକ । ଏଇ ସତ ସମସ୍ତେ ଜାଣନ୍ତି । କିନ୍ତୁ ଧୂଆଁ କେତେବେଳେ ସିଗାରେଟ୍ ଭାବେ ଷ୍ଟାଟସ ସିମ୍ବଲ ବଢାଏ ତ’ କେତେବେଳେ ବିଡି ଖଣ୍ଡେ ଟାଣିଦେଲେ କୁଆଡ଼େ ହାଲକା ଲାଗେ । ଆଉ ସ୍ମାର୍ଟଫୋନର ଯୁଗରେ ଏବେ ଅତୀତର ହୁକ୍କା ପାଲଟିଯାଇଛି ଜେନରେସନ୍ ଏକ୍ସ ପାଇଁ କୁଲ୍ ଷ୍ଟେଟମେଣ୍ଟ୍ ।

Know How Hookah Destroying Your Heart

ହୁକ୍କା ବାରର ଚାହିଦା ବଢିବାରେ ଲାଗିଛି । ନୂଆ ଏକ୍ସପେରିମେଣ୍ଟ୍ ସହ ନୂଆ ଫ୍ଲେଭର ଚକ୍କରରେ ଯୁବପିଢି ହୁକ୍କାକୁ ଗୁଡୁଗୁଡୁ କରୁଛନ୍ତି । ଧୂଆଁ ଧୂଆଁ ହୋଇ ସାରିଛି ଜୀବନ । ରାଜ୍ୟରେ ପାଖାପାଖି ସବୁ ବଡ଼ ସହରରେ ଖୋଲି ସାରିଲାଣି ହୁକ୍କା ବାର । ଏମିତିରେ ଧୂମପାନ ଦ୍ୱାରା କ’ଣ ହୁଏ ସମସ୍ତେ ଜାଣନ୍ତି । ସିଗାରେଟ୍ ପ୍ୟାକେଟ ଉପରେ ଥିବା ବୈଧାନିକ ଚେତାବନୀକୁ ମଧ୍ୟ ପଢିଛନ୍ତି । କିନ୍ତୁ ହୁକ୍କାର ଫ୍ଲେଭର ଯୁବପିଢିକୁ ମତୁଆଲା କରୁଛି । ହୁକ୍କାବାରରେ ହୁକ୍କା ଟାଣୁଥିବା ଯୁବପିଢ଼ି ସବୁ ଚିନ୍ତାକୁ ଧୂଆଁରେ ଉଡ଼ାଇ ଚାଲିଥିବା ଭାବୁଛନ୍ତି କିନ୍ତୁ ସତ ହେଲା ହୁକ୍କା ସେମାନଙ୍କ ଜୀବନକୁ ଧୂଆଁଧୂଆଁ କରୁଛି ।

Know How Hookah Destroying Your Heart

ବିଶେଷଜ୍ଞ ହୁକ୍କାକୁ ନେଇ ଚେତାବନୀ ଦେଉଛନ୍ତି । ସାବଧାନ କରୁଛନ୍ତି ଯେ, ହୁକ୍କା ବନ୍ଦ କରି ଦେଇପାରେ ଆପଣଙ୍କ ହୃଦସ୍ପନ୍ଦନ । ହୁକା ପାଇଁ ଆପଣ ହୋଇ ପାରନ୍ତି ହାର୍ଟ ଆଟାକର ଶିକାର ।

Know How Hookah Destroying Your Heart

ସ୍ୱାସ୍ଥ୍ୟ ପ୍ରତି ତମାଖୁ ହାନିକାରକ ଥିବାବେଳେ ହୁକ୍କାରେ କୋଇଲା ଖଣ୍ଡକୁ ଜଳାଇ ପାଇପ ସାହାଯ୍ୟରେ ସେବନ କରନ୍ତି । ହୁକ୍କା ସେବନ କରିବାରୁ କର୍କଟ ରୋଗ ହେବା ସହ ଫୁସଫୁସ ଜନିତ ସମସ୍ୟା ଓ ହୃଦରୋଗ ହେଉଥିବା ଚିକିତ୍ସକ ମତ ଦେଇଛନ୍ତି । ଫ୍ଲେଭର ନାଁରେ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଛି ।

Know How Hookah Destroying Your Heart

ବାର୍ଥ ଡେ ପାର୍ଟି ହେଉ ଅବା ଗେଟ ଟୁଗେଦର ପାର୍ଟିରେ ଜମୁଛି ହୁକ୍କାର ଆସର । କିଶୋର ବୟସରୁ ଅନେକ ଏହି ନିଶାର ଜାଲରେ ଫସି ଯାଉଥିବା ଏକ୍ସପର୍ଟ କହିଛନ୍ତି । ଡ୍ରାଏ ଫ୍ରୁଟ ସହ ହର୍ବଲ ହୁକ୍କା ଫ୍ଲେଭର କହି ଯୁବାବର୍ଗଙ୍କୁ ଟାର୍ଗେଟ କରୁଛନ୍ତି ବ୍ୟବସାୟୀ । କୋଟପା ଆକ୍ଟ ଅନୁଯାୟୀ ସବୁ ପ୍ରକାର ହୁକ୍କା ନିଷିଦ୍ଧ ତମାଖୁ ସାମଗ୍ରୀ । କୋଟପା ଆଇନର ଧାରା ୪ ଅନୁସାରେ ନନ୍ ସ୍ମୋକିଂ ଜୋନ ବା ହୋଟେଲ ,ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ହୁକ୍କାର ବ୍ୟବହାର ସମ୍ପୂର୍ଣ୍ଣ ବେଆଇନ୍ରା । ଜ୍ୟ ସରକାର ହୁକ୍କାକୁ ନିଷିଦ୍ଧ ଘୋଷଣା କରିବାକୁ ଦାବି ହୋଇଛି ।

Know How Hookah Destroying Your Heart

ରାଜଧାନୀରେ ହୁକ୍କାର ପ୍ରଚଳନ ଏତେ ହେଲାଣି ଯେ, କିଛି ଅନଲାଇନରେ ହୁକ୍କା ମଗାଇ ଘରେ ମଧ୍ୟ ରଖିଲେଣି । ଯଦି ଆପଣ ମଧ୍ୟ ହୁକ୍କା ପ୍ରେମରେ ପଡିଛନ୍ତି ତେବେ ନିଜ ହାର୍ଟର ହାଲ କ’ଣ ଜାଣି ନିଅନ୍ତୁ । ନଚେତ୍ ବହୁତ ବିଳମ୍ବ ହୋଇଯିବ ।

ଅନୁଜ ଦାସ, ଭୁବନେଶ୍ୱର

ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ସମ୍ଭାବନା, ୩ ଘଣ୍ଟା ଯାଏ ୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ୪ ଗୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।

ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି । ପାଗକୁ ଦେଖି ଲୋକ ଘରୁ ବାହାରିବା ସହ ବଜ୍ରପାତ ବେଳେ ସୁରକ୍ଷିତ ସ୍ଥାନରେ ରହିବା ନେଇ ସୂଚନା ଦିଆଯାଇଛି ।

SBIକୁ ୨ କୋଟି ଟଙ୍କା ଜରିମାନା କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଦେଶର ସବୁଠୁ ବଡ଼ ବ୍ୟାଙ୍କକୁ ଜରିମାନା । ମଙ୍ଗଳବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)କୁ ୨ କୋଟି ଟଙ୍କା ଜରିମାନା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) । କମିଶନଙ୍କ ମାଧ୍ୟମରେ କର୍ମଚାରୀଙ୍କୁ ପାରିଶ୍ରମିକ ପ୍ରଦାନ ନିର୍ଦ୍ଦେଶ ରହିଛି । ତେବେ ଷ୍ଟେଟ୍ ବ୍ୟାଙ୍କ ତା’ର କର୍ମଚାରୀଙ୍କୁ କମିଶନରଙ୍କ ମାଧ୍ୟମରେ ପାରିଶ୍ରମିକ ପ୍ରଦାନ କରୁନଥିବାରୁ ରିଜର୍ଭ ବ୍ୟାଙ୍କ ଜରିମାନା କରିଛନ୍ତି ।

 RBI Imposes Rs 2 Crore Fine on State Bank of India SBI

୨୦୨୧ ମାର୍ଚ୍ଚ ୧୫ ତାରିଖରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ୨ କୋଟି ଟଙ୍କା ଫାଇନ୍ କରିଛନ୍ତି । ବ୍ୟାଙ୍କିଂ ରେଗୁଲେସନ୍ ଆକ୍ଟ-୧୯୪୯ର ଧାରା ୧୦(ଆଇ) (ବି) (ଆଇଆଇ)କୁ ଏସବିଆଇ ଉଲ୍ଲଂଘନ କରି କର୍ମଚାରୀଙ୍କୁ କମିଶନଙ୍କ ମାଧ୍ୟମରେ ଦରମା ଦେଇନାହିଁ । ଏନେଇ ଆରବିଆଇ ପୂର୍ବରୁ ସମସ୍ତ ରାଷ୍ଟ୍ରୀୟ ବ୍ୟାଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ ।

 RBI Imposes Rs 2 Crore Fine on State Bank of India SBI

୨୦୧୯ ମସିହାରେ ଦେଶର ଏହି ସର୍ବବୃହତ୍ତ ବ୍ୟାଙ୍କକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୭ କୋଟି ଟଙ୍କା ଜରିମାନା କରିଥିଲେ । ନନ୍-ପରଫର୍ମିଂ ଆସେଟ୍ସ (NPAs) କ୍ଷେତ୍ରରେ ଏସବିଆଇ ନିୟମ ଉଲ୍ଲଂଘନ ଓ ଫ୍ରଡ୍ ରିସ୍କ ମ୍ୟାନେଜମେଣ୍ଟ ପାଇଁ ଏସବିଆଇକୁ ଜରିମାନ କରିଥିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ 3T ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବାକୁ ମୋଦିଙ୍କ 3T ମନ୍ତ୍ର । କହିଲେ ସତର୍କ ରହିବା ସହ ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ଉପରେ ଗୁରୁତ୍ୱ ଦେବାକୁ ହେବ । ସବୁ ରାଜ୍ୟରେ ଆର୍‌ଟିପିସିଆର୍‌ ଟେଷ୍ଟକୁ ତ୍ୱରିତ କରିବାକୁ ହେବ । ଖାଲି ସେତିକି ନୁହେଁ ଆମେ ଗତ ବର୍ଷେ ହେଲା କରୋନା ସହ ଲଢ଼ୁଛେ ତେଣୁ ଆମର ଅଭିଜ୍ଞତା ଅଛି । ଆମେ ଏବେ ସେହି ଅଭିଜ୍ଞତାକୁ ବ୍ୟବହାର କରିବା । ଆବଶ୍ୟକ ପଡ଼ିଲେ ଜରୁରି ପଦକ୍ଷେପ ବି ନେବା । ଏନେଇ ବୁଧବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଓଡ଼ିଶା, କେରଳ, ଛତିଶଗଡ଼, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ଉପରେ ଗୁରତ୍ୱ ଦିଆଯାଉଥିବା କଥା ମଧ୍ୟ କହିଛନ୍ତି ମୋଦି । ହେଲେ ସବୁ ରାଜ୍ୟ ଆର୍‌ଟିପିସିଆର୍‌ ଟେଷ୍ଟ ଉପରେ ଗୁରୁତ୍ୱ ଦେବାକୁ ମୋଦି ପରାମର୍ଶ ଦେଇଛନ୍ତି ।

ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ସେ କହିଛନ୍ତି ସଂକ୍ରମଣ ବଢ଼ୁଛି ସତ ହେଲେ ସୁସ୍ଥତା ହାର ମଧ୍ୟ ବଢ଼ୁଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ । କରୋନା ଗାଇଡ୍‌ଲାଇନ୍‌ସ ମାନି ଚଳିବାକୁ ପଡ଼ିବ । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣ ଖୁବ୍‌ କମ୍‌ ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଏବେ ପୁଣି ବଢ଼ିବାରେ ଲାଗିଛି । ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ତେଣୁ ଦେଶବାସୀଙ୍କୁ ଅନୁରୋଧ, ସତର୍କ ରୁହନ୍ତୁ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ କମିବା ପରେ ପୁଣି ବଢ଼ିବାରେ ଲାଗିଛି । ଏମିତିକି ୭୦ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ୧୫୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ଏହାକୁ ଏଇଠି ହିଁ ବ୍ରେକ୍‌ ଦେବାକୁ ପଡ଼ିବ । ନଚେତ୍‌ ବିପଦ ମାଡ଼ି ଆସିବ ।

ଅନ୍ୟପଟେ କିଛି ସ୍ଥାନୀୟ ପ୍ରଶାସନ ମାସ୍କ ବ୍ୟବହାରକୁ ନେଇ ଗୁରୁତ୍ୱ ଦେଉନାହାନ୍ତି । କିମ୍ବା ନିୟମ କଡ଼ାକଡ଼ି କରୁନାହାନ୍ତି । ପ୍ରଶାସନିକ ସ୍ତରରେ କୋଭିଡ୍‌ ନିୟମ ପାଳନକୁ ତଦାରଖ କରାଯାଉନି । ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ସ୍ଥାନୀୟ ପ୍ରଶାସନ ଏଭଳି ହାଲୁକା ମନୋଭାବ ପୋଷଣ କରିବା ଉଚିତ୍‌ ନୁହେଁ । ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ବର୍ତ୍ତମାନ ଗୁଡ୍‌ ଗଭର୍ଣ୍ଣାନ୍ସ ଦେଖାଇବାର ସମୟ । ଆମକୁ ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ ପଡ଼ିବ । ଲୋକଙ୍କ ଭୟଭୀତ ନକରି ସୁବ ଦିଗରୁ ବୁଝିସୁଝି କରୋନା ସହ ଲଢ଼ିବାକୁ ପଡ଼ିବ । କରୋନା ସହ ଲଢ଼ିବାର ଅଭିଜ୍ଞତା ଆମର ହୋଇସାରିଛି । ଆମେ ପୂର୍ବରୁ କରୋନା ଲଢ଼େଇରେ ସଫଳତା ପାଇସାରିଛେ । କିନ୍ତୁ ସେହି ସଫଳତା, ବିଫଳତାରେ ପରିଣତ ନହେଉ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ମୋଦି ଆହୁରି କହିଛନ୍ତି, ଦେଶରେ ଆର୍‌ଟିପିସିଆର୍‌ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ । ୭୦ ପ୍ରତିଶତରୁ ଅଧିକ ଟେଷ୍ଟ ନିହାତି ହେବା ଜରୁରୀ । ଗତ ଏକ ବର୍ଷ ହେବ ଆମେ କରୋନା ସହ ଲଢ଼େଇ କରୁଛେ । ସ୍ଥାନୀୟ ପ୍ରଶାସନର ମଧ୍ୟ ଏନେଇ ଅଭିଜ୍ଞତା ରହିଛି । ତେଣୁ ସେମାନେ ନିଜ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ । କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ଆବଶ୍ୟକ ଥିଲେ ତାହା କରନ୍ତୁ । ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି କରନ୍ତୁ । ପୁଣି ଥରେ କରୋନା ସଂକ୍ରମଣକୁ ନେଇ ବଡ଼ ଚର୍ଚ୍ଚା ହେବା ଆବଶ୍ୟକ । କରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ ସେହି ପୁରୁଣା ପ୍ରଣାଳିକୁ ଆପଣାଇବାକୁ ପଡ଼ିବ । ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ।‌ ପୂର୍ବରୁ ମଧ୍ୟ ଆମେ ଏହି ପ୍ରକ୍ରିୟା ଅବଲମ୍ବନ କରାଯାଇଛି । କମ୍‌ ସମୟ ମଧ୍ୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଜରୁରୀ ବୋଲି ମୋଦି କହିଛନ୍ତି ।

ଅନ୍ୟପଟେ ସେ ଆହୁରି କହିଛନ୍ତି ଯେ, ଦେଶରେ ଭ୍ୟାକ୍ସିନେସନ୍‌ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଆଗାମୀ ଦିନରେ ଏହାକୁ ତ୍ୱରିତ କରାଯିବ । ଦେଶରେ ଏବେ ବି ବିଭିନ୍ନ ସ୍ଥାନରେ ଭ୍ୟାକ୍ସିନ୍‌ ପହଞ୍ଚି ନାହିଁ । ଟେକ୍ନୋଲୋଜିର ବ୍ୟବହାର କରାଯାଉଛି । ଦୀର୍ଘ ଏକ ବର୍ଷର ପରିଶ୍ରମ ପରେ ଆମ ପାଖରେ କରୋନାକୁ ହରାଇବା ପାଇଁ ଅସ୍ତ୍ର ପହଞ୍ଚିଛି । ତେଣୁ ଭ୍ୟାକ୍ସିନକୁ ନଷ୍ଟ ହେବାକୁ ଦେବାନି । ଭ୍ୟାକ୍ସିନ୍‌ ନେବା ପରେ ମଧ୍ୟ ସତର୍କ ରୁହନ୍ତୁ । କରୋନା ସଂକ୍ରମଣ ସ୍ଥାନକୁ ଯାଆନ୍ତୁ ନାହିଁ । ମାସ୍କ ବ୍ୟବହାର କରନ୍ତୁ । ସାମଜିକ ଦୂରତ ଅବଲମ୍ବନ କରନ୍ତୁ ।

ଗୃହରେ ଜାରି ରହିଛି ଅଚଳାବସ୍ଥା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ସ୍ୱାଭାବିକ ହେଇପାରୁନି ବିଧାନସଭା । ପ୍ରଥମେ ଆଜି ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ପରେ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବି ରଖିଥିଲେ । ପରେ ମଧ୍ୟ ଗୃହରେ ସମାନ ପରିସ୍ଥିତି ଲାଗି ରହିବାକୁ ଅପରାହ୍ଣ ୪ଟା ବିଧାନସଭାକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ଣ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଦେଖା ଦେଇଥିଲା ।

ଏଥିସହ ପଢ଼ନ୍ତୁ- ଦଳର ରୋଲ ମଡେଲ ହେଉଛନ୍ତି ବିଧାୟକ, ସେମାନଙ୍କ ଏଭଳି ଆଚରଣ ନିନ୍ଦନୀୟ: ବିଧାୟକ ପ୍ରଣବ ପ୍ରକାଶ ଦାଶ

ଫଳରେ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ୩୦ ଯାଏ ମୁଲତବି ରଖିଛନ୍ତି । ଏଥିସହ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚ୍ସପତି । ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ ହେବା ନେଇ ଆଶା କରାଯାଉଛି ।

Odisha Assembly Speaker Called All Party Meeting

ଧାନ ମଣ୍ଡି ପ୍ରସଙ୍ଗରେ ୫ ଦିନ ହେଲା ଗୃହରେ ବିରୋଧୀ ସଦସ୍ୟ ହୋହଲ୍ଲା କରୁଛନ୍ତି । ସେହିଭଳି ବିଧାନସବାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିରୋଧ କରି ବିଧାୟକ କ୍ଷମା ମାଗନ୍ତୁ ବୋଲି ଶାସକ ବିଜେଡି ଦାବି କରିଛି । ଏନେଇ ବିଜେଡି ବିଧାୟକ ରାଜ୍ୟପାଳଙ୍କୁ ଭେଟି ଦାବି ମଧ୍ୟ ଜଣାଇଛନ୍ତି ।

ବଢ଼ୁଛି ସଂକ୍ରମଣ; ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା, କହିଲେ ଜନତାଙ୍କୁ ଭୟଭୀତ କର ନାହିଁ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ସେ କହିଛନ୍ତି ସଂକ୍ରମଣ ବଢ଼ୁଛି ସତ ହେଲେ ସୁସ୍ଥତା ହାର ମଧ୍ୟ ବଢ଼ୁଛି । କିନ୍ତୁ ଆମକୁ ସତର୍କ ରହିବାକୁ ପଡ଼ିବ । କରୋନା ଗାଇଡ୍‌ଲାଇନ୍‌ସ ମାନି ଚଳିବାକୁ ପଡ଼ିବ । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣ ଖୁବ୍‌ କମ୍‌ ରହିଛି । କିଛି ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ଏବେ ପୁଣି ବଢ଼ିବାରେ ଲାଗିଛି । ଏଥିପ୍ରତି ସମସ୍ତଙ୍କ ନଜର ରହିଛି । ତେଣୁ ଦେଶବାସୀଙ୍କୁ ଅନୁରୋଧ, ସତର୍କ ରୁହନ୍ତୁ । ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ କମିବା ପରେ ପୁଣି ବଢ଼ିବାରେ ଲାଗିଛି । ଏମିତିକି ୭୦ ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ୧୫୦ ପ୍ରତିଶତ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ଏହାକୁ ଏଇଠି ହିଁ ବ୍ରେକ୍‌ ଦେବାକୁ ପଡ଼ିବ । ନଚେତ୍‌ ବିପଦ ମାଡ଼ି ଆସିବ ।

ଅନ୍ୟପଟେ କିଛି ସ୍ଥାନୀୟ ପ୍ରଶାସନ ମାସ୍କ ବ୍ୟବହାରକୁ ନେଇ ଗୁରୁତ୍ୱ ଦେଉନାହାନ୍ତି । କିମ୍ବା ନିୟମ କଡ଼ାକଡ଼ି କରୁନାହାନ୍ତି । ପ୍ରଶାସନିକ ସ୍ତରରେ କୋଭିଡ୍‌ ନିୟମ ପାଳନକୁ ତଦାରଖ କରାଯାଉନି । ଏହା ଅତ୍ୟନ୍ତ ଚିନ୍ତାର ବିଷୟ । ସ୍ଥାନୀୟ ପ୍ରଶାସନ ଏଭଳି ହାଲୁକା ମନୋଭାବ ପୋଷଣ କରିବା ଉଚିତ୍‌ ନୁହେଁ । ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ବର୍ତ୍ତମାନ ଗୁଡ୍‌ ଗଭର୍ଣ୍ଣାନ୍ସ ଦେଖାଇବାର ସମୟ । ଆମକୁ ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ ପଡ଼ିବ । ଲୋକଙ୍କ ଭୟଭୀତ ନକରି ସୁବ ଦିଗରୁ ବୁଝିସୁଝି କରୋନା ସହ ଲଢ଼ିବାକୁ ପଡ଼ିବ । କରୋନା ସହ ଲଢ଼ିବାର ଅଭିଜ୍ଞତା ଆମର ହୋଇସାରିଛି । ଆମେ ପୂର୍ବରୁ କରୋନା ଲଢ଼େଇରେ ସଫଳତା ପାଇସାରିଛେ । କିନ୍ତୁ ସେହି ସଫଳତା, ବିଫଳତାରେ ପରିଣତ ନହେଉ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ମୋଦି ଆହୁରି କହିଛନ୍ତି, ଦେଶରେ ଆର୍‌ଟିପିସିଆର୍‌ ଟେଷ୍ଟ ସଂଖ୍ୟା ବୃଦ୍ଧି କରିବା ଆବଶ୍ୟକ । ୭୦ ପ୍ରତିଶତରୁ ଅଧିକ ଟେଷ୍ଟ ନିହାତି ହେବା ଜରୁରୀ । ଗତ ଏକ ବର୍ଷ ହେବ ଆମେ କରୋନା ସହ ଲଢ଼େଇ କରୁଛେ । ସ୍ଥାନୀୟ ପ୍ରଶାସନର ମଧ୍ୟ ଏନେଇ ଅଭିଜ୍ଞତା ରହିଛି । ତେଣୁ ସେମାନେ ନିଜ ଅଭିଜ୍ଞତାକୁ ବ୍ୟବହାର କରନ୍ତୁ । କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ଆବଶ୍ୟକ ଥିଲେ ତାହା କରନ୍ତୁ । ଟେଷ୍ଟିଂ ସଂଖ୍ୟା ମଧ୍ୟ ବୃଦ୍ଧି କରନ୍ତୁ । ପୁଣି ଥରେ କରୋନା ସଂକ୍ରମଣକୁ ନେଇ ଚର୍ଚ୍ଚା ହେବା ଆବଶ୍ୟକ । କରୋନା ସଂକ୍ରମଣକୁ ରୋକିବା ପାଇଁ ଆମକୁ ସେହି ପୁରୁଣା ପ୍ରଣାଳିକୁ ଆପଣାଇବାକୁ ପଡ଼ିବ । ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ।‌ ପୂର୍ବରୁ ମଧ୍ୟ ଆମେ ଏହି ପ୍ରକ୍ରିୟା ଅବଲମ୍ବନ କରିଯାଇଛି । କମ୍‌ ସମୟ ମଧ୍ୟ ସଂକ୍ରମିତଙ୍କୁ ଚିହ୍ନଟ କରିବା ଜରୁରୀ ।

ଅନ୍ୟପଟେ ଓଡ଼ିଶା, କେରଳ, ଛତିଶଗଡ଼, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଛି । ଦ୍ରୁତ ଗତିରେ ଏହି ରାଜ୍ୟମାନେ ଆଣ୍ଟିଜେନ୍‌ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ଦେଶର ସବୁ ରାଜ୍ୟ ଆର୍‌ଟିପିସିଆର୍‌ ଉପରେ ଗୁରୁତ୍ୱ ଦେବେ ଆବଶ୍ୟକ ।

ପୁଣି ବୁଢ଼ାରାଜା ପାହାଡ଼ରେ ଅଗ୍ନିକାଣ୍ଡ

ସମ୍ବଲପୁର: ବାରମ୍ବାର ଜଳୁଛି ଜଙ୍ଗଲ । ପୁଣି ବୁଢ଼ାରାଜା ପାହାଡ଼ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି । ଫଳରେ କ୍ଷଣିକରେ ଅନେକ ମୂଲ୍ୟବାନ ଗଛ ପୋଡ଼ି ଯାଇଛି । ଶୁଖିଲା ପତ୍ରରୁ ନିଆଁ ଆରମ୍ଭ ହୋଇ ବଡ଼ ବଡ଼ ବାଉଁଶ ବୁଦା ଓ ଗଛ ଜଳି ଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ଓ ବନ ବିଭାଗ ନିଆଁ ଲିଭାଇବା ଲାଗି ଉଦ୍ୟମ କରିଥିଲେ । ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଛି ।

Fire Broke Outs In Budharaja Pahad Sambalpur  

ଏହା ପୂର୍ବରୁ ଗତ ୧୦ ତାରିଖ ରାତିରେ ମଧ୍ୟ ବୁଢ଼ାରାଜା ପାହାଡ଼ରେ ନିଆଁ ଲାଗି ଅନେକ ଗଛ ଜଳି ଯାଇଥିଲା । ଏହାପରେ ବୁଢ଼ାରାଜା ପାହାଡ଼ରେ ଡ୍ୟୁଟି ପାଇଁ କର୍ମଚାରୀଙ୍କୁ କହିଥିଲା ବନ ବିଭାଗ । ଏଥିସହ ପାହାଡ଼କୁ ବୁଲି ଆସୁଥିବା ବ୍ୟକ୍ତିଙ୍କ ନାମ ଏବଂ ଠିକଣା ଟିପି ରଖିବାକୁ କୁହାଯାଇ ଥିଲା । ତାହା ମଧ୍ୟ କାର୍ଯ୍ୟକାରୀ ହେଉନାହିଁ ।

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୮ ଲକ୍ଷ

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ଥାନା କବାଟବନ୍ଧ ଛକ ନିକଟରୁ ଲୁଟ୍ । ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୮ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ସମୟରେ ଲୁଟେରା ମାରଣାସ୍ତ୍ର ଦେଖାଇ ଲୁଟି ନେଇଛନ୍ତି । ଖବର ପାଇ ଛାନଭିନ୍ ଆରମ୍ଭ କରିଛି ଜେନାପୁର ଥାନା ପୋଲିସ ।

Miscreants Loot 8 Lakhs From Petrol Pump Employee Showing Weapon At Jajpur

ମିଳିଥିବା ସୂଚନା ଅନୁଯାୟୀ ୫୩ ନଂ ଜାତୀୟ ରାଜପଥର କନ୍ତପଡ଼ା ଠାରେ ଥିବା ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ୮ ଲକ୍ଷ ଟଙ୍କା ନେଇ କବାଟବନ୍ଧରେ ଥିବା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ । କବାଟବନ୍ଧ ଛକ ପୂର୍ବରୁ ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଅଟକାଇବା ସହ ଭୁଜାଲି ଦେଖାଇ ଟଙ୍କା ଝାମ୍ପି ନେଇ ପଳାଇଥିଲେ । ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

‘ଚେହେରା’ରେ ରିୟାଙ୍କ ଚେହେରା ଦେଖାଯିବ ନା ନାହିଁ?

ମୁମ୍ବାଇ: ଗତବର୍ଷ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଫସିଯାଇଥିଲେ। ତାଙ୍କ ଉପରେ ବହୁତ ଅଭିଯୋଗ ଲଗାଯାଇଥିଲା । ସୋସାଲ୍ ମିଡିଆରେ ତାଙ୍କୁ ବହୁତ ଟ୍ରୋଲ୍ ବି କରାଯାଇଥିଲା । ଏପରିକି ଡ୍ରଗ୍ସ କିଣିବା ମା୍ମଲାରେ ତାଙ୍କୁ  ଜେଲ ବି ଯିବାକୁ ପ଼ିଥିଲା । ଏବେ ପୁଣିଥରେ ରିୟା ଚର୍ଚ୍ଚାରେ । ଏବେ କିନ୍ତୁ ସୁଶାନ୍ତଙ୍କୁ ନେଇ ନୁହେଁ ଏବେ ସେ ନିଜ ଅପକମିଂ ଫିଲ୍ମ ‘ଚେହେରେ’ କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ଗତ କିଛିଦିନ ଭିତରେ ଅମିତାଭ ବଚ୍ଚନ ଓ ଇମ୍ରନ ହାସମି ଷ୍ଟାରର୍ ଫିଲ୍ମ ଚେହେରେର ଅନେକ ଗୁଡ଼ିଏ ପୋଷ୍ଟର ରିଲିଜ ହେଇସାରିଛି । ହେଲେ ଏଥିମଧ୍ୟରୁ କୌଣସି ବି ପୋଷ୍ଟରରେ ରିଆ ଚକ୍ରବର୍ତ୍ତୀଙ୍କର ଫଟୋ ନାହିଁ । କେବଳ ଏତିକି ନୁହେଁ ଫିଲ୍ମର ପୋଷ୍ଟରରୁ ରିୟାଙ୍କ ନାଁ ବି ହଟାଇ ଦିଆଯାଇଛି। ଏହି ଖବର ପାଇବା ମାତ୍ରେ ସୋସିଆଲ ମିଡିଆରେ ରିୟାଙ୍କୁ ବହୁତ ଟ୍ରୋଲ୍ କରାଯାଇଛି। ରିୟାଙ୍କୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଯେ ଫିଲ୍ମରେ ରିୟା ଅଛନ୍ତି ନା ନାହିଁ । ତେବେ ବର୍ତ୍ତମାନ ଏ ନେଇ  ଫିଲ୍ମର ପ୍ରଯୋଜକ ଆନନ୍ଦ ପଣ୍ଡିତଙ୍କ ବୟାନ ସାମ୍ନାକୁ ଆସିଛି ।

 

ପ୍ରଯୋଜକଙ୍କୁ ଯେତେବେଳେ ଏ ନେଇ ପ୍ରଶ୍ନ କରାଗଲା ସେ ସିଧାସଳଖ କିଛି ଜବାବ ରଖିନାହାଁନ୍ତି। ସେ କହିଥିଲେ ଯେ ଏବେ ଆମେ ନିଷ୍ପତି ନେଇଛୁ ଯେ ରିଆଙ୍କ ବିଷୟରେ କିଛି କଥା ହେବୁନାହିଁ । ତେଣୁ ମୁଁ ଏ ବିଷୟରେ କୌଣସି ଉତ୍ତର ଦେବିନାହିଁ । ସେ କହିଛନ୍ତି ଯେ ଠିକ ସମୟ ଆସିଲେ ସେ ଏହାର ଉତ୍ତର ଦେବେ।

 

View this post on Instagram

 

A post shared by Rhea Chakraborty (@rhea_chakraborty)

ଦୁଇ ବର୍ଷ ପୂର୍ବେ ରୁମି ଜାଫରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚେହରେ’ରେ ରିୟା ଚକ୍ରବର୍ତ୍ତୀ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ରିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଜରିଆରେ ଏନେଇ ସୂଚନା ଦେଇଥିଲେ। କହିଥିଲେ ସେ ଏହି ଫିଲ୍ମର ଏକ ଅଂଶ ହେବେ। ଏଥିସହିତ ସେ ଟ୍ୱିଟରରେ ସମସ୍ତଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ।  କିନ୍ତୁ ଏହାରି ଭିତରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଥିଲେ। ତାଙ୍କୁ ଜେଲ ବି ଯିବାକୁ ପଡିଥିଲା। ତେବେ ଏହିସବୁ କାରଣରୁ ରିଆଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଛି ବୋଲିକୁହାଯାଉଛି ।

 

View this post on Instagram

 

A post shared by Rhea Chakraborty (@rhea_chakraborty)

ସୂଚନା ଯୋଗ୍ୟ, ଫିଲ୍ମ ‘ଚେହରେ’ରେ ପ୍ରଥମ ଥର ପାଇଁ ଇମରାନ ହାସମି ଓ ବିଗ୍ ବି ଏକାଠି ନଜର ଆସବାକୁ ଯାଉଛନ୍ତି । ଏମାନଙ୍କ ବ୍ୟତୀତ ଫିଲ୍ମରେ ଅନ୍ନୁ କପରୁ, କ୍ରିଷ୍ଟଲ ଡିସୁଜା, ରଘୁବୀର ଯାଦବ, ଧୃତମାନ ଚାଟର୍ଜୀ ଓ ସିଦ୍ଧାର୍ଥ କପୁର ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତା ଏପ୍ରିଲ ୩୦ ରେ ରିଲିଜ୍ ହେବ। ତେବେ ଏହାପୂର୍ବରୁ ୧୮ ମାର୍ଚ୍ଚରେ ଏହାର ଟ୍ରେଲର୍ ରିଲିଜ୍ ହେବ। ତେବେ ଟ୍ରେଲର ରିଲିଜ ହେବାପରେ ସ୍ପଷ୍ଟ ହୋଇଯିବ ଯେ ଫିଲ୍ମରେ ରିଆ ଚକ୍ରବର୍ତ୍ତୀ ଅଛନ୍ତି ନା ନାହିଁ ।