କାବୁ ହେଲା ହିଂସ୍ର ଭାଲୁ: ଗତକାଲି ଠାରୁ ଆତଙ୍କ ଖେଳାଇଥିଲା
ଆନନ୍ଦପୁର: କାବୁ ହେଲା ହିଂସ୍ର ଭାଲୁ । ହିଂସ୍ର ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର । ଆନନ୍ଦପୁର ବନଖଣ୍ଡ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ଏକ ହିଂସ୍ର ଭାଲୁ ଗତକାଲିଠୁ ଆତଙ୍କ ସୃଷ୍ଟି କରିଛି । ବହୁ ଉଦ୍ୟମ ପରେ ଭାଲୁ ଟିକୁ କାବୁ କରିଛି ଜଙ୍ଗଲ ବିଭାଗ । ଗତକାଲି ଭାଲୁଟି ଜଙ୍ଗଲ ବିଭାଗ କର୍ମଚାରୀଙ୍କ ବାଇକ ଟିକୁ ଘୋଷାରି ଜଙ୍ଗଲ ଭିତରକୁ ନେଉଥିବାର ଦୃଶ୍ୟ ସାମ୍ନା କୁ ଆସିଥିଲା । ଆଜି ଭାଲୁଟି ପୁରୁଣାବାନ୍ଦଗୋଡା ଗାଁ ଭିତରେ ପଶି ଦୁଇ ଜଣଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା । ଗାଁର ସୁଧାଂଶୁ ପଟ୍ଟନାୟକ ଓ ତାଙ୍କ ମାମୁଁ ଗୋଲକ ବେହେରା ଶୌଚ ପାଇଁ ବାହାରକୁ ବାହାରି ଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ଆହତ ଦୁଇଜଣଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆନନ୍ଦପୁର ବନବିଭାଗ ଦ୍ୱାରା ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଭାଲୁ ଟିକୁ କାବୁ କରାଯାଇଛି ।
ଏଥିସହିତ ପଢ଼ନ୍ତୁ: WhatsApp, Facebook ସର୍ଭର ଡାଉନ୍, ପଠାଇ ହେଉନି ମେସେଜ୍
ଆଜି ପଖାଳ ଦିବସ
ଭୁବନେଶ୍ୱର: ଆଜି ପଖାଳ ଦିବସ । ଓଡ଼ିଆ ଜାତିର ଗର୍ବ ହେଉଛି ପଖାଳ । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ । ଏବେ ଛୋଟବଡ଼ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ବିଭିନ୍ନ ପ୍ରକାରର ପଖାଳ ପସ୍ତୁତ କରାଯାଉଛି । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ପଖାଳ ଦିବସ ପାଳନ କରନ୍ତି । ପଖାଳ ଦିବସକୁ ଦୃଷ୍ଟିରେ ରଖି ହୋଟେଲମାନଙ୍କରେ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଏ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର ଓ ଆସାମ ଆଦି ରାଜ୍ୟରେ ପଖାଳ ବେଶ୍ ଲୋକପ୍ରିୟ । ପଖାଳ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ଏଥିସହିତ ପଢ଼ନ୍ତୁ: ରଙ୍ଗର ପର୍ବ ହୋଲିରେ ଲାଗିଲା କରୋନା ବ୍ରେକ୍
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଥିପାଇଁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି । ଆଜି ସଂଧ୍ୟା 6ଟା25ରେ ଭୁବନେଶ୍ବରରେ ପହଂଚିବେ ରାଷ୍ଟ୍ରପତି । ପରେ ସେ ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳ ୯ଟା ୪୫ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ପଂହଚିବେ ରାଷ୍ଟ୍ରପତି । ସକାଳ ୧୦ଟା ୫୫ ମିନିଟରେ ସେ ରାଉରକେଲା ଏନଆଇଟିରେ ପହଂଚି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଫଏ ରାଉରକେଲାରୁ ଫେରି ରାଜଭବନରେ ରାତ୍ରିଯାପନ କରିବେ । ୨୨ତାରିଖ ସକାଳ ୯ଟା ୫ ମିନିଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦିନ ୧୦ଟା ୪୫ ମିନିଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି । ସାଢେ ୧୧ଟାରେ ଆଇଓଏଫଏଲର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ । ପରେ ଅପରାହ୍ନରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଏଥିସହିତ ପଢ଼ନ୍ତୁ: କଟକରୁ ଆଉ ୧୭ କରୋନା ସଂକ୍ରମିତ ଚିହ୍ନଟ
କଟକରୁ ଆଉ ୧୭ କରୋନା ସଂକ୍ରମିତ ଚିହ୍ନଟ
କଟକ: ପୁଣି ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିଛି ଦିନର ବ୍ୟବଧାନ ପରେ ବିଭିନ୍ନ ରାଜ୍ୟରେ କରୋନାର ପ୍ରବାହ ଦେଖିବାକୁ ମିଳିଥିବା ବେଳେ ଏବେ ଆମ ରାଜ୍ୟର କଟକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଲାଣି । ଛାତ୍ରଛାତ୍ରୀଙ୍କୁ ନିଜ କବଳକୁ ନେଉଛି ଏହି ମହାମାରୀ ଭୂତାଣୁ । ମଧୁପାଟଣାର ସ୍କୁଲ ଓ ଆଶ୍ରମରୁ ୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କୁଲର କର୍ମଚାରୀ ଓ ଅନ୍ତେବାସୀ କରୋନାରେ ଆକ୍ରନ୍ତ ହୋଇଛନ୍ତି । କରୋନା ସ୍ଥିତିକୁ ନେଇ ଆଜିଠୁ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରିବ ସିଏମସି । ଆଜି ସିଏମସି ମୋବାଇଲ ଟିମ ସେଠାକୁ ଯାଇ ସ୍ବାବ୍ ସଂଗ୍ରହ କରିବ । ପୂର୍ବରୁ ନିକଟସ୍ଥ ଏକ ଘରୋଇ ବିଜ୍ଞାନ କଲେଜ ରୁ 25 ପଜିଟିଭ ବାହାରିଥିଲା ।




