ପଶ୍ଚିମବଙ୍ଗରେ ଟିଏମସି ଜିତିବାକୁ ଯାଉଛି ଖେଳ ? ୮୮ ଆସନରେ ବିଜେପି, ୨୦୦ରେ ଟିଏମସି ଆଗୁଆ

1 min read
TMC Towards Big Winning In West Bengal Assembly Poll

କୋଲକତା: ପଶ୍ଚିମବଙ୍ଗରେ ଖେଳ ହେବ ବୋଲି କହିଥିଲେ ମମତା । ମଧ୍ୟାହ୍ନ ସୁଦ୍ଧା ଆସୁଥିବା ଟ୍ରେଣ୍ଡରୁ ଲାଗୁଛି ପଶ୍ଚିମବଙ୍ଗରେ ଦିଦି ଖେଳ ଜିତିବେ । ଟିଏମସି ଡବଲ ସେଞ୍ଚୁରୀ ମାରିବା ରାସ୍ତାରେ ରହିଛି । ବିଜେପି ୮୮ଟି ଆସନରେ ଆଗୁଆ ଥିବା ବେଳେ ଟିଏମସି ୨୦୨ ଆସନରେ ଆଗରେ ରହିଛି । ତେବେ ଟିଏମସି ପାଇଁ ଖରାପ ଖବର ନନ୍ଦିଗ୍ରାମରୁ ଆସିପାରେ । ନନ୍ଦିଗ୍ରାମରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ତଥା ଏକଦା ତାଙ୍କ ସେନାପତି ଥିବା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପଛରେ ଅଛନ୍ତି । ମମତାଙ୍କଠାରୁ ଶୁଭେନ୍ଦୁ ୧୧ ଟା୫୨ ସୁଧା ୭,୬୬୨ ଭୋଟରେ ଆଗୁଆ ଥିଲେ ।

ଏଥିସହ ପଢ଼ନ୍ତୁ- ପଶ୍ଚିମବଙ୍ଗରେ ଟିଏମସି ଆଗୁଆ, ନନ୍ଦିଗ୍ରାମରୁ ମମତା ପଛୁଆ

ପଶ୍ଚିମବଙ୍ଗର ଟ୍ରେଣ୍ଡ ଅନୁସାରେ ବିଜେପି ଶହେ ଆସନ ନଛୁଇଁବାର ସମ୍ଭାବନା ଅଧିକ ରହିଛି । ବିଜେପି ପାଇଁ ଦିଦିଙ୍କ ପ୍ଲାଷ୍ଟର ମହଙ୍ଗା ସାବ୍ୟସ୍ତ ହେଲା ଭଳି ଲାଗୁଛି । ମମତା ହ୍ୟାଟ୍ରିକ୍ ମାରିବ ସମ୍ଭାବନା ଅଧିକ ବଳବତ୍ତର ହେଉଥିବା ବେଳେ କଂଗ୍ରେସ, ବାମମେଣ୍ଟ ଓ ଅନ୍ୟମାନଙ୍କୁ ପଶ୍ଚିମବଙ୍ଗ ଭୋଟର ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିଥିବା ଲାଗୁଛି । କାରଣ ମଧ୍ୟାହ୍ନ ସୁଦ୍ଧା କଂଗ୍ରେସ, ବାମମେଣ୍ଟ ଗୋଟିଏ ମଧ୍ୟ ଆସନରେ ଆଗୁଆ ନାହାନ୍ତି ।

ପଶ୍ଚିମବଙ୍ଗ ବିଧାନସଭାର ମୋଟ ଆସନ ସଂଖ୍ୟା ୨୯୪ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୬୮ ଆସନ ଆବଶ୍ୟକ । ବିଜେପି ମମତାଙ୍କୁ ଗାଦିଚ୍ୟୁତ କରି ପଶ୍ଚିମବଙ୍ଗ ଅଧିକାର କରିବା ଆଶା ଲାଗୁଛି ପୂରଣ ହେବ ନାହିଁ ।

Leave a Reply