ପଲସରରେ ଆସି ବନ୍ଧୁକ ମୁନରେ ଲୁଟିନେଲେ ଲକ୍ଷେରୁ ଅଧିକ ଟଙ୍କା

ବାଲିପାଟଣା: ରାଜଧାନୀ ଉପକଣ୍ଠରେ ଲୁଟତରାଜ୍ । ବନ୍ଧୁକ ମୁନରେ ଲୁଟିନେଲେ ୧ ଲକ୍ଷ ୧୫ ହଜାର ଟଙ୍କା । ଚନାହାଟ ଟିଂକିପଡ଼ା ରୋଡରୁ ଫାଇନନାସ୍ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏକ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ବନମାଳିପୁର ଭାକରସାହିର ରାକେଶ ବିଶ୍ବାଳ ଟଙ୍କା ଆଦାୟ କରି ବାଇକ୍ ଯୋଗେ ଫେରୁଥିଲେ ।

 Miscreants Looted More Than 1 Lakh in Gun Point

ସେହି ସମୟରେ ୨ ଜଣ ଦୁର୍ବୃତ୍ତ ଏକ ନୀଳ ରଙ୍ଗର ପଲସରରେ ଆସି ରାକେଶଙ୍କ ବାଇକକୁ ଅଟକାଇଥିଲେ । ଗାଡ଼ି ରଖି ୨ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । ଫଳରେ ରାକେଶ ଟଙ୍କା ଭର୍ତ୍ତି ବ୍ୟାଗକୁ ଦୁର୍ବୃତ୍ତକୁ ଦେଇ ଦେଇଥିଲେ । ଖବର ପାଇ ବାଲିପାଟଣା ପୋଲିସ ଛାନଭିନ୍ ଜାରି ରଖିଛି ।

Leave a Reply