ଟିଟିଲାଗଡ଼/ସମ୍ବଲପୁର: ତାତିଲା ସହର, ତାତିଲା ପାଣି ପଵନ, ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରରେ ଏବେ ଅଗ୍ନିଵର୍ଷା । ଆକାଶରୁ ସତେ ଯେମିତି ନିଆଁ ଝରୁଛି । ଟିଟିଲାଗଡ଼ ସହରରେ ପାରଦ ଏବେ ୪୨ ଡିଗ୍ରୀ ଉପରେ । ସୋମବାର ଟିଟିଲାଗଡ଼ର ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି । ଯାହା କି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା । ଗୋଟିଏ ଦିନ ବ୍ୟବଧାନରେ ଗୋଟିଏ ଡିଗ୍ରୀ ସେଲସିୟସ୍ ବୃଦ୍ଧି ଯୋଗୁଁ ସହରବାସୀ ଏବେ ଚିନ୍ତାରେ ରହିଛନ୍ତି । ସହରରେ ମୁଣ୍ଡ ଫଟା ଗରମ ସାଙ୍ଗକୁ ପାନୀୟ ଜଳ କଷ୍ଟ ଆହୁରି ବଳିଯାଇଛି । ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ନା ସହରରେ ଜଳ ଛତ୍ର ଖୋଲା ଯାଇଛି ନା ପ୍ରଶାସନ କୌଣସି ବ୍ୟବସ୍ଥା କରିଛି । ଏମିତି କି ଲୋକଙ୍କୁ ସଚେତନ କରାଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
କେବଳ ଟିଟଲାଗଡ଼ ନୁହେଁ ସାରା ରାଜ୍ୟରେ ଏବେ ଖରାର ରାଜୁତି ଚାଲିଛି । କିଛି ଦିନ ହେବ ସମ୍ବଲପୁର ଜିଲ୍ଲାରେ ବଢୁଛି ତାପମାତ୍ରା । ଲୋକେ ପାଣି ଟିକେ ପାଇଁ ଡହଳ ବିକଳ ହେଉଥିବା ବେଳେ ବାଟୋଇ ଖୋଜୁଛି ଛାଇ । ସହରରେ ବର୍ତ୍ତମାନ ସୁଦ୍ଧା ଜଳଛତ୍ର ଖେଲାଯାଇ ନଥିବା ବେଳେ ଅମୃତ ଧାରା ସବୁ ଅଚଳ ହୋଇପଡିଛି । କିଛି ଦିନ ହେବ ଖରା ବଢ଼ିଥିବାରୁ ଲୋକେ ଅତି ଜରୁରୀ କାମ ନ ହେଲେ ଘରୁ ବାହାରୁ ନାହାନ୍ତି । ମୁହଁରେ କପଡା ଓ ଛତା ଧରି ଘରୁ ବାହାରୁଛନ୍ତି । ସହରର ମୁଖ୍ୟରାସ୍ତା ସବୁ ଖାଁ ଖାଁ । ଲୋକେ ରାସ୍ତାରେ ଆଖୁରସ, ଲସି ଦୋକାନ କିମ୍ବା ଛାଇ ଟିକେ ଦେଖିଲେ ଅଟକି ଯାଉଛନ୍ତି । ସେପଟେ ମହାନଗର ନିଗମର କେତେକ ଅଂଚଳରେ ଏବେଠାରୁ ଦେଖାଦେଲାଣି ପାଣି ସମାସ୍ୟା ।
ସହରରେ ଥିବା ଅଧିକାଂଶ ଅମୃତ ଧାରା ଅଚଳ । କମିଶନରଙ୍କ କହିବା କଥା, ଜଳଛତ୍ରର ଟେଣ୍ଡର ପ୍ରକ୍ରିୟା ସରିଛି । ଆଉ କିଛିଦିନ ପରେ କାମ ଆରମ୍ଭ ହେବ । ସହରରେ ୫୦ ଟି ଜଳଛତ୍ର ଓ ୨୩ ଟି ଅମୃତ ଧାରା କରାଯିବ । ସବୁବର୍ଷ ଏପ୍ରିଲରେ ଏସବୁ କରାଯାଏ କିନ୍ତୁ ଚଳିତ ବର୍ଷ ଖରା ଜଲଦି ବଢ଼ିଯାଇଥିବାରୁ ଲୋକେ ଶୀଘ୍ର ଏସବୁ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ।



ନିଆଁ ଲାଗିବା ମାତ୍ରେ ସେଠାରେ ଥିବା ଲୋକମାନେ ଚିତ୍କାର କରିଥିଲେ। ପରେ ଗ୍ରାମବାସୀ ମିଶି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ନିଆଁ ଏତେ ଭୟଙ୍କର ହୋଇଯାଇଥିଲା ଯେ ପିଲାମାନେ ଜୀବନ୍ତଦଗ୍ଧ ହୋଇଯାଇଥିଲେ । ଆଉ ସେଇଠାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ମୃତକଙ୍କ ମଧ୍ୟରେ ୨ ଜଣ ଝିଅ ଥିବାବେଳେ ୪ ଜଣ ପୁଅ ଥିଲେ। ଏବଂ ଏ ସମସ୍ତଙ୍କର ବୟସ ୫ ରୁ ୬ ବର୍ଷ ମଧ୍ୟରେ ଥିଲା।