ବନ୍ଧୁକ ଦେଖାଇଲେ, ୬ ଲକ୍ଷ ଛଡାଇନେଲେ

1 min read

ଖୋର୍ଦ୍ଧା: ବନ୍ଧୁକ ମୁନରେ ୬ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ । ବିଦ୍ୟୁତ ବିଭାଗ ଅଧିକାରୀଙ୍କ ପେଟରେ ବନ୍ଧୁକ ଲଗାଇ ୬ଲକ୍ଷ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ ଘଟିଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ବାଣପୁର-୧ ବିଦ୍ୟୁତ୍‌ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ।

ସୂଚନା ଅନୁଯାୟୀ ସଞ୍ଜିତ ଆଜି ମଧ୍ୟାହ୍ନରେ ବିଦ୍ୟୁତ୍‌ କଲେକ୍ସନ ପାଇସା ଡିପୋଜିଟ୍‌ କରିବାକୁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ । ଶକ୍ତି ହଲ ନିକଟରେ ଦୁଇ ଦୁର୍ବୃତ୍ତ ପଲସର ଗାଡ଼ିରେ ଆସି ତାଙ୍କ ଗାଡିକୁ ଅଟକାଇବା ସହ ତାଙ୍କ ପେଟରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ଲୁଟ୍‌ କରିଥିଲେ ।

ତେବେ ଟଙ୍କା ବ୍ୟାଗ୍‌ରେ ମୋଟ୍‌ 6 ଲକ୍ଷ 16 ହଜାର ଟଙ୍କା ରହିଥିବା ପୋଲିସ ପାଖରେ ଅଭିଯୋଗ କରିଛନ୍ତି ସଞ୍ଜିତ । ଅଭିଯୋଗ ପରେ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply