‘ଦେଶର ୫୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାଁନ୍ତି’

1 min read

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । କିନ୍ତୁ ବଢିଚାଲିଛି ସୁସ୍ଥ ହାର । ଦେଶରେ ୧୨ ଦଶମିକ ୧ ପ୍ରତିଶତ ଆକ୍ଟିଭ କେସ୍ ଥିବାବେଳେ ସୁସ୍ଥ ହାର ହେଉଛି ୮୬ ଦଶମିକ ୭ ପ୍ରତିଶତ । ଦେଶର ୮ ରାଜ୍ୟରେ ୧ ଲକ୍ଷରୁ ଅଧିକ ମାମଲା ରହିଛି । ଦେଶର ୫୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁନଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ସେପଟେ ୯ ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ମାମଲା ଥିବାବେଳେ ୧୯ ରାଜ୍ୟରେ ୫୦ ହଜାରରୁ କମ ମାମଲା ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ୟୁପି, ହରିୟାଣା, ଗୁଜରାଟ, ଛତିଶଗଡ, ବିହାର, ଦିଲ୍ଲୀ ଓ ଝାଡ଼ଖଣ୍ଡରେ କମ ରହିଛି ସଂକ୍ରମଣ । ତେବେ ତାମିଲନାଡୁ, ମେଘାଳୟ, ତ୍ରିପୁରା ଓ ମଣିପୁରରେ କରୋନା ଗ୍ରାଫ ବଢିବାରେ ଲାଗିଛି । ନୂଆ ଗାଇଡଲାଇନ୍ ଅନୁସାରେ କରୋନାରେ ସୁସ୍ଥ ହେବାର ତିନି ମାସ ପରେ ଟିକା ନେବାକୁ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

କରୋନା ଚେନ୍ ଭାଙ୍ଗିବାକୁ ହେଲେ ଟେଷ୍ଟିଂ ଜୋରଦାର କରିବା ସହ ଆଇସୋଲେସନ୍ ଓ ଚିକିତ୍ସା ପ୍ରତି ଧ୍ୟାନ ଦେବାର ଆବଶ୍ୟକ ବୋଲି ICMR DG ବଳରାମ ଭାର୍ଗବ କହିଛନ୍ତି । ଦେଶରେ ଦୈନିକ ୪୫ ଲକ୍ଷ ଟେଷ୍ଟିଂ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । DRDOର 2_ DG ମେଡିସିନ୍ ପୂର୍ବରୁ କର୍କଟ ରୋଗୀଙ୍କ କ୍ଷେତ୍ରରେ ଉପଯୋଗୀ କରାଯାଉଥିଲା । ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ଏହାକୁ ବିନିଯୋଗ କରାଯିବ ।

Leave a Reply