spot_img
Home Blog Page 5759

ନନ୍ଦିଘୋଷ ଟିଭିର ମହାପ୍ରଭାବ, ରସିକିଆ RIଙ୍କ ବିରୋଧରେ ତହସିଲଦାରଙ୍କ ଏତଲା

ଢେଙ୍କାନାଳ: ଗଦାଶିଳାର ନିଲମ୍ବିତ ରସିକିଆ ଆର.ଆଇଙ୍କ ବିରୋଧରେ ଏତଲା । ଗତ ରବିବାର ୧୧ ତାରିଖରେ ନନ୍ଦିଘୋଷ ଟିଭିରେ ଗଦାଶିଳା ତହସିଲଦାର ରଞ୍ଜନ ପାଣିଗ୍ରାହୀଙ୍କ ଭିଡିଓ ପ୍ରସାରିତ ହୋଇଥିଲା । ଯେଉଁଥିରେ ଆର.ଆଇ ଜଣଙ୍କ ଅଫିସକୁ ବେଡ୍ ରୁମରେ ପରିଣତ କରି ଆପତ୍ତିଜନକ କାର୍ଯ୍ୟ କରୁଥିବା ଦେଖା ଯାଇଥିଲା । ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ତାଙ୍କୁ ଚାକିରିରୁ ନିଲମ୍ବିତ କରିଥିଲା ।

Tehsildar Lodged FIR Against Gadasila RI

ଆଜି ଓଡ଼ପଡ଼ା ତହସିଲଦାର ରସିକିଆ ଆର.ଆଇ ରଞ୍ଜନ ପାଣିଗ୍ରାହୀଙ୍କ ନାଁରେ ସଦର ଥାନାରେ ଏତଲା ଦେଇଛନ୍ତି । ଅଫିସ୍ ସମୟରେ ତାଙ୍କର ଅନୈତିକ କାର୍ଯ୍ୟ ନେଇ ତହସିଲଦାର ଥାନାରେ ଏତଲା ଦେଇଛନ୍ତି । ଏଥିସହ ଅଫିସର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଫିସ୍ ପରିସର ବାହାରୁ ମିଳିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି । ଏସବୁର ତଦନ୍ତ ପାଇଁ ପୋଲିସରେ ଏତଲା ଦେଇଛନ୍ତି ତହସିଲଦାର ।

Tehsildar Lodged FIR Against Gadasila RI

ଏଥିସହ ନନ୍ଦିଘୋଷ ଟିଭିରେ ପ୍ରସାରିତ ଭିଡିଓ କ୍ଲିପକୁ ତହସିଲଦାର ଏତଲାରେ ପ୍ରମାଣ ଭାବେ ଦେଇଛନ୍ତି । ଏନେଇ ଓଡ଼ାପଡ଼ା ତହସିଲଦାରଙ୍କ ପକ୍ଷରୁ ଆଜି ମେମୋ ନମ୍ବର ୧୮୨୯ରେ ସଦର ଥାନାକୁ ଏତଲା ଲେଖାଯାଇଛି ।

ଭଣ୍ଡ ବାବାଙ୍କ ପାଗଳାମୀ, ପୁଅ ହେବ କହି ଦମ୍ପତିଙ୍କୁ ପାଣିରେ ବୁଡ଼ାଇ ମାରିବାକୁ ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର ସହରରେ ଭଡ଼ାଟିଆଙ୍କ ଉତ୍ପାତ । ଟାଉନ ଥାନା କନ୍ଧପାଲିପଡ଼ାରେ ଭଡ଼ା ଘର ନେଇ ରହୁଥିବା ଜଣେ ଆତ୍ମଘୋଷିତ ବାବାଙ୍କ କାରନାମା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ଅନୁସାରେ, ସୋମବାର ବିଳମ୍ବିତ ରାତିରେ ତା’ ଘର ନିକଟରେ ରହୁଥିବା ଦମ୍ପତିକୁ ରାତିରେ ନିଦରୁ ଉଠାଇ ଥିଲେ । ନିଜ ଦେହରେ ଭଗବାନ ଆସିଥିବା କହି ତୁମକୁ ଶୁଦ୍ଧି କଲେ ପୁତ୍ର ସନ୍ତାନ ପ୍ରାପ୍ତିର ପ୍ରଲୋଭନ ଦେଖାଇ ଥିଲେ । ପରେ ପୋଖରୀକୁ ନେଇ ହତ୍ୟା ଉଦ୍ୟମ କରିଥିବା ବଲାଙ୍ଗିର ଟାଉନ୍ ଥାନାରେ ଅଭିଯୋଗ ହୋଇଛି ।

 Self God Man Tried To Kill Couple In Pond At Bolangir

ଏନେଇ ଦମ୍ପତି ଅଶୋକ ବିଶି ଓ ତାଙ୍କ ସ୍ତ୍ରୀ କୁମାରୀ ବିଶି ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଗତ ୭ରୁ ୮ ବର୍ଷ ତଳେ କନ୍ଧମାଳ ଜିଲ୍ଲାର ବିଜୟ ନାଏକ ନାମକ ଜଣେ ଆତ୍ମଘୋଷିତ ବାବା ଆସି ତାଙ୍କ ସ୍ତ୍ରୀ ସହ କନ୍ଧପାଲିପଡ଼ା ଠାରେ ଏକ ଭଡ଼ାଘରେ ରହୁଛନ୍ତି । କିଛି ବର୍ଷ ହେବ ବିଜୟ ମହିମା ଧର୍ମ ଗ୍ରହଣ କରିବା ପରେ ତାଙ୍କ ଦେହକୁ ଭଗବାନ ଆସିଛନ୍ତି । ମୁଁ ଯାହା କହିବି ପୂରଣ ହେବ ବୋଲି କହୁଥିବା ଲୋକେ ଅଭିଯୋଗ କରିଛନ୍ତି ।

 Self God Man Tried To Kill Couple In Pond At Bolangir

ସୋମବାର ରାତିରେ ଭଣ୍ଡାବାବା ଓ ତାଙ୍କ ସହଯୋଗୀ ଦୁହେଁ ମିଶି ଦମ୍ପତିଙ୍କୁ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରିଥିଲେ । ପୋଖରୀ ଭିତରେ ପାଟିତୁଣ୍ଡ ଶୁଣି ସମ୍ପର୍କୀୟ ପହଞ୍ଚି ଭଣ୍ଡ ବାବା କବଳରୁ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଏଥିସହୱ ନିଜକୁ ବାବା କହୁଥିବା ବିଜୟ ନାଏକ ଓ ତାର ସହଯୋଗୀ ମହେଶ୍ୱର ମାଝୀକୁ କାବୁ କରି ମାଡ଼ ମାରିଥିଲେ । କୌଶଳ କ୍ରମେ ବାବା ଜଣକ ଫେରାର୍ ମାରିଥିବା ବେଳେ ସ୍ଥାନୀୟ ଲୋକ ସହଯୋଗୀକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ସହଯୋଗୀ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।

OMCରେ ୧୦୦ ଜଣ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଲୋକସେବା ଭବନରେ ଓଡ଼ିଶା ଖଣି ନିଗମର ଓରିଏଣ୍ଟେସନ୍ ପ୍ରୋଗ୍ରାମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଗୋଟି ଆଇଟି ସକ୍ଷମ ମଡ୍ୟୁଲର ଶୁଭାରମ୍ଭ କରିଛନ୍ତି । 5T  ଅଧିନରେ ଏହାର ଆରମ୍ଭ କରାଯାଇଛି । ନୂଆ କରି ୧୦୦ ଜଣ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ଓଏମସିରେ ଯୋଗ ଦେଇଛନ୍ତି । ସ୍ୱଚ୍ଛତା ଓ ଦଳଗତ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Chief Minister Launches Two IT-Enabled Modules

ଏଥିସହ ରାଜ୍ୟର ଅର୍ଥନୀତିକ ଅଭିବୃଦ୍ଧିରେ ଓଡ଼ିଶା ଖଣି ନିଗମର ଭୂମିକାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତିରିକ୍ତ ଭାବେ ୨ଟି ଆଇଟି ମଡ୍ୟୁଲ୍ କାର୍ଯ୍ୟକ୍ଷମ କରାଯାଇଛି । ଓଏମସି ଦେଶର ବୃହତ୍ତ ଏବଂ ଦ୍ରୁତଗତିରେ ବଢ଼ୁଥିବା ଖଣି ପିଏସୟୁ ହୋଇଥିବା ବେଳେ ଏହା ବାଣିଜ୍ୟିକ କରାବାରକୁ ଆହରୁ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Chief Minister Launches Two IT-Enabled Modules

ଏଥିସହ ଗନ୍ଧମାର୍ଦ୍ଦନ ଲୁହା ପଥର ଖଣି ଟ୍ରାଫିକ୍ ଓ ସ୍ୱୟଂଚାଳିତ ପଥର ପଠାଇବା ପ୍ରକ୍ରିୟା ବୈଷୟିକ ସହାୟତାରେ ସମୟରେ ହଇପାରିବ । ଏହାଦ୍ୱାରା ବିକ୍ରି, ସୁରକ୍ଷା ମାନଙ୍କ ଓ ସ୍ୱଚ୍ଛତା ବଜାୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟ ଗୋଟିଏ ଆଇଟି ମଡ୍ୟୁଲ୍ ଭିମ୍ସ (VIMS) ଓଏମସିର ଭେଣ୍ଡରଙ୍କୁ ଡିଜିଟାଲ୍ ଇନଭଏସ୍ ପ୍ରୋସେସିଂ ସହ ସମୟରେ ଦେୟ ପ୍ରଦାନରେ ସ୍ୱଚ୍ଛତା ଆଣିବ ।

Chief Minister Launches Two IT-Enabled Modules

ଏହି ଅବସରରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି- ୧୯୫୬ ମସିହାରୁ ଓଏମସି ରାଜ୍ୟର ବିକାଶ ଦିଗରେ ଅଧିକ ସାହାଯ୍ୟ କରୁଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।

ସୁଶାନ୍ତ ସିଂ ରାଜପୂତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ’ର ଟିଜର ରିଲିଜ୍‌

ମୁମ୍ବାଇ: ଦିବଙ୍ଗତ ଆକ୍ଟର ସୁଶାନ୍ତ ସିଂ ରାଜପୂତଙ୍କ ସନ୍ଦେହଜନକ ମୃତ୍ୟୁ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ’ର ଟିଜର ରିଲିଜ୍ ‌ହୋଇ ସାରିଛି । ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୂତଙ୍କ ଜୀବନୀ ଦେଖିବାର ସୁଯୋଗ ପାଇବେ ଦର୍ଶକ । ସୁଶାନ୍ତଙ୍କ ଯିବା ପରଠାରୁ ତାଙ୍କ ଫ୍ୟାନ୍ସ ଲଗାତାର ତାଙ୍କୁ ନ୍ୟାୟ ଦେବାପାଇଁ ଚେଷ୍ଟା କରି ଆସିଛନ୍ତି ଏବଂ ଏବେ ମଧ୍ୟ ଜାରି ରହିଛି । ନିକଟ ଅତୀତରେ ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ନିର୍ମାଣ ଖବର ତାଙ୍କ ଫ୍ୟାନ୍ସଙ୍କ ଓଠରେ ସାମାନ୍ୟ ହସ ଆଣିଥିଲା । ନିକଟରେ ଫିଲ୍ମର ଟିଜର ଆସିବା ପରେ ଦର୍ଶକ ପୁଣିଥରେ ଇମୋଶନାଲ ହୋଇ ଯାଇଛନ୍ତି ।

ସୁଶାନ୍ତ ସିଂ ରାଜପୂତଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି । ଏବେ ଟିଜର ରିଲିଜ ହେବାପରେ ଭାବପ୍ରବଣ ହୋଇ ଯାଇଛନ୍ତି ସୁଶାନ୍ତଙ୍କ ପ୍ରଶଂସକ । ଫିଲ୍ମରେ ସୁଶାନ୍ତଙ୍କ ଚରିତ୍ରରେ ଜୁବୈର ନଜର ଆସିଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରରେ ଶ୍ରେୟାଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର ଟିଜର ଦେଖିବା ପରେ ଜଣାପଡ଼ୁଛିଯେ ଫିଲ୍ମରେ ସୁଶାନ୍ତଙ୍କ ମୃତ୍ୟୁ ପୂର୍ବ ଏବଂ ପରବର୍ତ୍ତୀ ସମୟକୁ ଚିତ୍ରିତ କରାଯାଇଛି । ଫିଲ୍ମ ୧୧ ଜୁନରେ ସୁଶାନ୍ତ ସିଂ ରାଜପୂତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟରେ ରିଲିଜ ହେବ । ପ୍ରାୟ ୫୫ ସେକେଣ୍ଡର ଟିଜରରେ ସୁଶାନ୍ତଙ୍କ ମୃତ୍ୟୁର ରାଜ୍‌ଖୋଜିବାକୁ ଚେଷ୍ଟା କରାଯାଇଥିବା ଦେଖିବାକୁ ମିଳିଛି ।

ଏହି ଫିଲ୍ମ ବିକାଶ ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲୀପ ଗୁଲାଟୀ । ଫିଲ୍ମରେ ଜୁବୈର ଏବଂ ଶ୍ରେୟାଙ୍କ ବ୍ୟତୀତ ଶକ୍ତି କପୂର,ଅସରାନୀ ଆଦି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

IPL 2021 Live Score: ଟସ୍ ଜିତିଲା କେକେଆର୍, ପ୍ରଥମେ କରିବ ବୋଲିଂ

0

ଚେନ୍ନାଇ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ପଞ୍ଚମ ମ୍ୟାଚ୍ ରେ କୋଲକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ। ତେବେ କେକେଆର୍ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ସେ ବି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ହିଁ ଚାହୁଁଥିଲେ। ତେବେ ଆଉ କିଛି ମୁହୁର୍ତ୍ତରେ ଆରମ୍ଭ ହୋଇଯିବ ମଇଦାନରେ ଘମାଘୋଟ ଲଢ଼େଇ।

କୋଲକାତା ନାଇଟ୍ ରାଇଡର୍ସ ନିଜର ପ୍ଲେଇଂ ଇଲେଭେଲରେ କୌଣସି ପରିବର୍ତ୍ତନ କରିନାହିଁ। ହେଲେ ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ କରିଛି ସାମାନ୍ୟ ପରିବର୍ତ୍ତନ । କ୍ରିସ୍ ଲିନଙ୍କ ସ୍ଥାନରେ କ୍ୱିଣ୍ଟନ ଡିକକକୁ ସୁଯୋଗ ଦେଇଛନ୍ତି କ୍ୟାପ୍ଟେନ ରୋହିତ ଶର୍ମା । କ୍ୱାରେଣ୍ଟାଇନ ଅବଧି ସରିନଥିବାରୁ ପୂର୍ବ ମ୍ୟାଚରେ ଆରସିବି ବିପକ୍ଷରେ ଖେଳିପାରି ନଥିଲେ ଡିକକ୍। ତାଙ୍କ ସ୍ଥାନରେ କ୍ରିଶ୍ ଲିନ୍ ମଇଦାନକୁ ଓହ୍ଲାଇଥିଲେ ।

ପ୍ଲେଇଂ ଇଲେଭେନ୍:

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା (କ୍ୟାପଟେନ), କ୍ୱିଣ୍ଟନ୍ ଡିକକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କାଇରାନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚାହର, ମାର୍କୋ ଜେନସନ, ଟ୍ରେଣ୍ଟ ବୋଲ୍ଟ ଏବଂ ଜସପ୍ରୀତ ବୁମରାହ।

 କୋଲକାତା ନାଇଟ୍ ରାଇଡର୍ସ- ନୀତୀଶ ରାଣା, ଶୁଭମାନ ଗିଲ, ରାହୁଲ ତ୍ରିପାଠୀ, ଆୟୋନ୍ ମୋର୍ଗାନ (ଅଧିନାୟକ), ଆଣ୍ଡ୍ରେ ରସେଲ, ଦୀନେଶ କାର୍ତ୍ତିକ, ଶାକିବ ଅଲ ହାସନ, ପ୍ୟାଟ କମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କୃଷ୍ଣ ଏବଂ ବରୁଣ ଚକ୍ରବର୍ତ୍ତୀ।

 

ମିଳିଲାନି ଭ୍ୟାକ୍ସିନ୍, ବଲାଙ୍ଗିର ଜିଲ୍ଲାରେ ସମସ୍ତ ୫୬ କେନ୍ଦ୍ରରେ ଟିକାକରଣ ବନ୍ଦ

ବଲାଙ୍ଗିର (ଦୀପକ ପୁରୋହିତ): ବଲାଙ୍ଗିର ଜିଲ୍ଲାରେ କରୋନା ଭୀଷଣ ରୂପ ଧାରଣ କରିବାରେ ଲାଗିଛି । ଗତ କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜିଲ୍ଲାରେ କରୋନା ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଛି । ଟିକା ଅଭାବରୁ ଜିଲ୍ଲାର ୫୬ଟି ଟିକାଦାନ କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଆଜି ଟିକା ନେବା ପାଇଁ ବିଭିନ୍ନ ଟିକା କେନ୍ଦ୍ରକୁ ଆସିଥିବା ଲୋକେ ଗେଟରେ ତାଲା ଝୁଲୁଥିବା ଦେଖି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଛନ୍ତି । ତେବେ ପୁଣି କେବେ ଟିକା ଆସିବ ଓ ଲୋକେ ନେବେ ତାହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଠିକ୍ ଭାବରେ କିଛି ସ୍ପଷ୍ଟ କରିପାରୁନାହିଁ । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଟିକା ଉତ୍ସବ ପାଳନ ନେଇ ଘୋଷଣା କରିଥିଲେ । ତେବେ ବଲାଙ୍ଗିରରେ ଟିକା ଅଭାବରୁ ଏହି ଉତ୍ସବରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

 Bolangir Shut Down All 56 Vaccination Centre For Unavailability Of Covid Vaccine

ଗତ କିଛି ଦିନ ତଳେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଟିକା ମହଜୁଦ୍ ଥିବା ନେଇ ଘୋଷଣା କରିଥିଲେ । କିନ୍ତୁ ଓଡ଼ିଶାକୁ ପାତରଅନ୍ତର କରି କରୋନା ଟିକା ନ ପଠେଇବା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଟିକାର ଅଭାବ ଦେଖାଦେଇଛି । ବିନା କୌଣସି ସୂଚନାରେ ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି । ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ କାଲି ୯୩ ଓ ଆଜି ୯୧ଜଣ ରୋଗୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୧୦ଦିନ ଭିତରେ ୪୦୦ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପୁଣି ଥରେ କଟକଣାକୁ କଡ଼ାକଡ଼ି କରିଛି । ଏଭଳି ପରିସ୍ଥିତିରେ କରୋନା ଟିକାଦାନ ବନ୍ଦ ହେବାରୁ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

 Bolangir Shut Down All 56 Vaccination Centre For Unavailability Of Covid Vaccine

ଜିଲ୍ଲାରେ ଗତ ଜାନୁଆରୀ ମାସରୁ ଟିକାକରଣ ଆରମ୍ଭ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଏଥିପାଇଁ ବିଭିନ୍ନ ସ୍ଥାନରେ ସମୁଦାୟ ୫୬ଟି ଟିକାଦାନ କେନ୍ଦ୍ର ଖୋଲା ଯାଇଥିଲା । ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗର ୧୧ ହଜାର ୮୨୩ଜଣ ପ୍ରଥମ ଡୋଜ ଗ୍ରହଣ କରିଥିବା ବେଳେ ସେଥିରୁ ୮ ହଜାର ୫୫୬ ଜଣ କରୋନା ଯୋଦ୍ଧା ଦ୍ୱିତୀୟ ଡୋଜ ଟିକା ନେଇ ସାରିଛନ୍ତି । ସେହିପର ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ଆଗ ଧାଡ଼ିର ୫ ହଜାର ୯୭୯ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୩ ହଜାର ୮୫୭ଜଣ ଦ୍ୱିତୀୟ ଡୋଜ୍ ନେଇଛନ୍ତି । ପରେ ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଜିଲ୍ଲାର ୮୨ ହଜାର ୨୧୦ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଥମ ଡୋଜ୍ ଦିଆ ଯାଇଥିବା ବେଳେ ଦ୍ୱିତୀୟ ଡୋଜ ମାତ୍ର ୩ ହଜାର ୪୨୯ ଜଣ ଗ୍ରହଣ କରିଛନ୍ତି । ସୋମବାର ମହଜୁଦ ଥିବା ୧୧ଟି ଟିକାକରଣ କେନ୍ଦ୍ରରେ ୯୯୦ ଜଣକୁ ଦିଆଯିବା ଭ୍ୟାକ୍ସିନ୍ ଶେଷ ହୋଇ ଯାଇଥିଲା । ଜିଲ୍ଲାରେ ସର୍ବମୋର୍ଟ ୧ ଲକ୍ଷ ୧୬ହଜାର ୮୪୪ ଜଣକୁ ଟିକା ଦିଆ ଯାଇଥିବା ନେଇ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭୀମ ସାହୁ ସୂଚନା ଦେଇଛନ୍ତି ।

 Bolangir Shut Down All 56 Vaccination Centre For Unavailability Of Covid Vaccine

ଜିଲ୍ଲାରେ ପୁଣି ଏବେ କରୋନା ଭୟଙ୍କର ରୂପଧାରଣ କରିଛି । ଲୋକେ ଭୟରେ ଥିବା ବେଳେ ଜିଲ୍ଲାରେ କରୋନା ଟିକାର ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୫୬ଟି ଟିକାଦାନ କେନ୍ଦ୍ର ବନ୍ଦ ହୋଇଛି । ଆଜି ଟିକା ନେବା ପାଇଁ ଆସିଥିବା ଲୋକେ ଟିକାଦାନ କେନ୍ଦ୍ର ଗୁଡ଼ିକରେ ତାଲା ଝୁଲୁଥିବା ଦେଖି ଫେରିଯାଇଥିବା ବେଳେ ଦୂର ଦୂରାନ୍ତରୁ ଆସିଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଜିଲ୍ଲାରେ ଟିକାର ଅଭାବ ଦେଖାଦେଇଛି ।

ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନା ସଂସ୍କାର କ୍ଷେତ୍ରରେ ଓଡ଼ିଶାକୁ ଆଉ ଏକ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ଏକ୍ସେଲେନ୍ସି ଭାବରେ ‘ଓଡ଼ିଶା ଜଳ ଏକାଡେମୀ’ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଏକାଡେମୀ ଜଳ ଏବଂ ବର୍ଜ୍ୟଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବତ୍ତା ବୃଦ୍ଧିର ଲକ୍ଷ୍ୟ ସହିତ ଏକ ଅଗ୍ରଗଣ୍ୟ ତାଲିମ୍ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁପ୍ରେରଣାରେ ‘ଓଡ଼ିଶା ଜଳ ଏକାଡେମୀ’ପ୍ରତିଷ୍ଠା ରାଜ୍ୟ ସରକାରଙ୍କ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନା ସଂସ୍କାର କ୍ଷେତ୍ରରେ ଆଉ ଏକ ଉଲ୍ଲେଖନୀୟ ସଫଳତା ।

Government of Odisha to set up ‘Odisha Water Academy’

ଏହି ଅବସରରେ ରାଜ୍ୟର ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ପ୍ରତ୍ୟେକ ସହରୀ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଏବଂ ବର୍ଜ୍ୟଜଳ ପରିଚାଳନା ସେବା ଯୋଗାଇ ଦେବା ସରକାରଙ୍କ ପାଇଁ ସବୁବେଳେ ଏକ ପ୍ରାଥମିକତା ରହି ଆସିଛି । ଓଡ଼ିଶା ଜଳ ନିଗମ (WATCO), ଜନସ୍ୱାସ୍ଥ୍ୟ କାରିଗରୀ ସଂସ୍ଥା (PHEO), ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ (OWSSB) ଏବଂ ଅନ୍ୟାନ୍ୟ ଆନୁସଂଗିକ ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଏକ ଅଗ୍ରଣୀ ଅନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ।

Government of Odisha to set up ‘Odisha Water Academy’

ପୂର୍ବାପେକ୍ଷା ରାଜ୍ୟରେ ପାନୀୟ ଜଳ ଯୋଗାଣ ଏବଂ ବର୍ଜ୍ୟଜଳ ପରିଚାଳନାକୁ ଅଧିକ ଦକ୍ଷତାର ସହିତ ସମ୍ପାଦନ କରିବା ପାଇଁ ଏହି ଏକାଡେମୀରେ ଉଭୟ ପରିଚାଳକ ଏବଂ କର୍ମଚାରୀ ସବୁ ପର୍ଯ୍ୟାୟରେ ଅତ୍ୟାଧୁନିକ ଓ ଅଭିନବ ପ୍ରଯୁକ୍ତି ସହାୟତାରେ ତାଲିମ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସୋସାଇଟିସ୍ ରେଜିଷ୍ଟ୍ରେସନ୍ ଆକ୍ଟ, ୧୮୬୦ ଅନୁଯାୟୀ ଏହି ଏକାଡେମୀ ଏକ ସୋସାଇଟି ଭାବରେ ପଞ୍ଜୀକୃତ ହେବ ଏବଂ ଓଡ଼ିଶା ଜଳ ନିଗମ(WATCO)ର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ । ଏହାର ନିଜସ୍ୱ ମେମୋରେଣ୍ଡମ୍‌ ଅଫ୍ ଆସୋସିଏସନ୍ ଏବଂ ନିୟମାବଳୀ ଅଧୀନରେ ଏହି ଏକାଡେମୀ ଓଡ଼ିଶା ଜଳ ନିଗମ(ଡଇଞଉଙ)ର ଅଧ୍ୟକ୍ଷ ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ବୃତ୍ତିଗତ ତାଲିମ ସହଭାଗୀ ଦଳ ଓ ବିଶ୍ୱସ୍ତରୀୟ ସହଭାଗିତା ଦ୍ୱାରା ପରିଚାଳିତ ହେବ ।

କୋଭିଡ ସଚେତନତା ଦିଗରେ ଓଏସଏଲ ଗ୍ରୁପ, ସାଧାରଣ ଲୋକଙ୍କୁ ମାସ୍କ ବଣ୍ଟନ

କଟକ: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଓଏସଏଲ ଗ୍ରୁପ ପକ୍ଷରୁ ଲିଙ୍କ ରୋଡ଼ ଠାରେ ସାଧାରଣ ଲୋକଙ୍କୁ ମାକ୍ସ ପ୍ରଦାନ କରାଯାଇଛି। ଗ୍ରୁପର ପରିଚାଳନା ନିର୍ଦେଶକ ମହିମାନନ୍ଦ ମିଶ୍ର ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ମାକ୍ସ ପିନ୍ଧାଇଥିଲେ। ଗ୍ରୁପ ପକ୍ଷରୁ ପୂର୍ବରୁ 300 ରୁ ଉର୍ଦ୍ଧ୍ବ କର୍ମଚାରୀ ଓ ସାଧାରଣ ଲୋକଙ୍କ ଆଟିପିସିଆର ଟେଷ୍ଟ କରାଯାଇଥିବା ବେଳେ ଆସନ୍ତାକାଲି କର୍ପୋରେଟ ଟୀକା ଉତ୍ସବ କରାଯିବ।

ମୁଖ୍ୟମନ୍ତ୍ରୀ ଙ୍କ କରନା ମୁକାବିଲା ଅଭିଯାନ ରେ ଆମେ ନିଜକୁ ସାମିଲ କରିଛୁ, ଅନ୍ୟ ମାନେ ମଧ୍ୟ ଏଥିରେ ଆଗକୁ ଆସିବାକୁ ଗ୍ରୁପ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ଗ୍ରୁପର ନିର୍ଦେଶକ ଚନ୍ଦନ ମିଶ୍ର, ଚର୍ଚ୍ଚିତ ମିଶ୍ରଙ୍କ ସମେତ ବହୁ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ।

୨୧ ଦିନ ମଧ୍ୟରେ ନେଇ ପାରିବେ ସ୍ପୁଟନିକ୍-ଭିର ଦୁଇଟି ଡୋଜ୍, ଜାଣନ୍ତୁ କେତେ ପ୍ରଭାବଶାଳୀ ଟିକା

ନୂଆଦିଲ୍ଲୀ: କୋଭକ୍ସିନ୍ ଓ କୋଭିସିଲ୍ଡ ପରେ ଭାରତ କରୋନା ବିରୋଧରେ ଯୁଦ୍ଧ ପାଇଁ ଋଷ ନିର୍ମିତ ସ୍ପୁଟନିକକୁ ବାଛିଛି । ସ୍ପୁଟନିକକୁ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇଛନ୍ତି । ଏବେ ଏହି ମହାମାରୀ ବିରୋଧରେ ତିନୋଟି ଅସ୍ତ୍ରକୁ ଭାରତ ବ୍ୟବହାର କରିବ । ତେବେ ଆସନ୍ତୁ ଜାଣିବା ସ୍ପୁଟନିକ୍ ବାକି କରୋନା ଟିକାଠାରୁ କେମିତି ଓ କାହିଁକି ଅଲଗା ।

How Sputnik V works against coronavirus, and how effectively

ସ୍ପୁଟନିକ୍-ଭି (ଲିକ୍ୱିଡ୍)କୁ ମାଇନସ୍ ୧୮ ଡିଗ୍ରୀ ତାପମାନରେ ଷ୍ଟୋର କରାଯାଇଥାଏ । ତେବେ ଏହି ଟିକାର ଶୁଷ୍କ ରୂପକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ଷ୍ଟୋର କରାଯାଇ ପାରିବ । ଏଥିପାଇଁ କୋଲ୍ଡ ଚେନ୍ ଭିତ୍ତିଭୂମିର ଆବଶ୍ୟକତା ନାହିଁ ।

How Sputnik V works against coronavirus, and how effectively

ଆରଡିଆଇଏଫ୍ ଅନୁସାରେ ସ୍ପୁଟନିକ୍ ଭିକୁ ୫୫ ଦେଶର ୧୫୦ କୋଟିରୁ ଅଧିକ ଲୋକଙ୍କ ବ୍ୟବହାର ପାଇଁ ଅନୁମୋଦନ ମିଳିଛି । ଭ୍ୟାକ୍ସିନର ଦାମ୍ ଡୋଜ୍ ପିଛା ୧୦ ଡଲାରରୁ କମ୍ ରଖିବାକୁ ବିଚାର କରାଯାଉଛି । ତେବେ ଭାରତରେ ଏହି ଟିକା ଡୋଜ୍ ପ୍ରତି କେତେ ଟଙ୍କା ପଡ଼ିବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

How Sputnik V works against coronavirus, and how effectively

କୋଭାକ୍ସିନ୍ ଓ କୋଭିସିଲ୍ଡ ଭଳି ଏହି ଟିକାକୁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନେଇ ପାରିବେ । ତେବେ ଭାରତରେ ଏବେ କେବଳ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି । ସ୍ପୁଟନିକ୍ ଭିର ଦୁଇଟି ଯାକ ଡୋଜ୍ ମଧ୍ୟରେ ୨୧ ଦିନର ବ୍ୟବଧାନ ରହିଛି । ତେବେ ଭାରତରେ ଏବେ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ଡ.ରେଡ୍ଡି ଲାବ ଏହି ଟିକାକୁ ଋଷରୁ ଆମଦାନୀ କରିବା ପାଇଁ ଚୁକ୍ତି କରିଛି ।

ଜନସନ୍ ଆଣ୍ଡ୍ ଜନସନ୍ କରୋନା ଟିକା ଉପରେ ପ୍ରତିବନ୍ଧକ

ୱାଂସିଟନ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଅନେକ ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆମେରିକାରେ ଜନସନ୍ ଆଣ୍ଡ୍ ଜନସନ୍ ର କରୋନା ଟିକା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି । ଏହି ଟିକା ନେବା ପରେ ୬ ଜଣଙ୍କ ରକ୍ତ ଜମାଟ ବାନ୍ଧିବା ଭଳି ବିରଳ ମାମଲା ସାମ୍ନାକୁ ଆସିଥିଲା । ଯାହାପରେ FDA ଓ CDC ମଙ୍ଗଳବାର ଦିନ ଜନସନ୍ ଟିକା ଉପରେ ପ୍ରତିବନ୍ଧକ ଲଗାଇଛି । ଟିକା ନେବାର ଦୁଇ ସପ୍ତାହ ପରେ ଏହି ୬ ରୋଗୀଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଲକ୍ଷଣ ସାମ୍ନାକୁ ଆସିଥିଲା।

ସିଡିସି ଓ ଏଫଡିଏ ପକ୍ଷରୁ ଜାରି ଏକ ମିଳିତ ବିବୃତିରେ କୁହାଯାଇଛି ଯେ, ବୁଧବାର ଦିନ ACIP- ଟିକାକରଣ ପ୍ରତିରକ୍ଷା ଅଭ୍ୟାସ ସମିତି ( Advisory Committee on Immunization Practices ) ବୈଠକ ପରେ ଏହି ମାମଲର ପୁନଃ ସମୀକ୍ଷା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ । ସେପର୍ଯ୍ୟନ୍ତ ଜନସନ୍ ଟିକା ବ୍ୟବହାରକୁ ରୋକି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆମେରିକାରେ ଏପର୍ଯ୍ୟନ୍ତ ଜନସନ୍ ଟିକାର ୬୮ ଲକ୍ଷ ଡୋଜ୍ ଲୋକଙ୍କୁ ଦିଆ ସରିଛି । ସିଡିସି ଓ ଏଫଡିଏ ଅନୁସାରେ ଯେଉଁ ୬ ମାମଲାର ଯାଂଚ ହେଉଛି ସେସବୁ ମାମଲାର ଡାଟା ସମୀକ୍ଷା ଚାଲିଛି । ଯେଉଁ ୬ ମାମଲାରେ ରକ୍ତ ଜମାଟ ବାନ୍ଧିବାର ଲକ୍ଷଣ ସାମ୍ନାକୁ ଆସିଛି ସେହି ୬ ଜଣ ରୋଗୀ ମହିଳା ଅଟନ୍ତି । ସେମାନଙ୍କ ବୟସ ୧୮ରୁ ୪୮ ମଧ୍ୟରେ । ଟିକା ନେବାର ୬ରୁ ୧୩ ଦିନ ମଧ୍ୟରେ ଏହି ଲକ୍ଷଣ ପ୍ରକାଶ ପାଇଥିଲା ।
ଏଭଳି ଲକ୍ଷଣ ଦେଖାଯିବା ଅତ୍ୟନ୍ତ ବିରଳ ବୋଲି ଏଫଡିଏ ଓ ସିଡିସି ପକ୍ଷରୁ କୁହାଯାଇଛି । ଏହାସହ ଏଫଡିଏ କହିଛି ଯେ, ଟିକାକରଣ ସଂଘୀୟ ସରକାରଙ୍କ ପାଇଁ ସବୁଠାରୁ ବଡ ପ୍ରାଥମିକତା କିନ୍ତୁ ଟିକାକରଣ କାଳରେ ଦେଖାଯାଉଥିବା ସବୁ ଶାରିରିକ ଲକ୍ଷଣକୁ ଆମେ ଗୁରୁତ୍ୱର ସହ ନେଉ ।