ବାତ୍ୟା ରାତିରେ କଟକରେ ଜନ୍ମ ନେଲା ‘ୟାସ୍’

Cuttack Couple Named New Born Baby Name Yaas As Cyclone Hit Odisha Coast

କଟକ: ଅତି ଭୀଷଣ ବାତ୍ୟା ‘ୟାସ୍’ ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ବେଳେ ମେଡିକାଲ୍ ବେଡରେ ଶୁଭିଥିଲା କୁଆଁ କୁଆଁ ସ୍ୱର । କଟକର ଏକ ଘରୋଇ ନର୍ସିଂ ହୋମରେ ବାତ୍ୟା ରାତିରେ ଜନ୍ମ ନେଇଛି ‘ୟାସ୍’ । କଟକ ଶିଖରପୁର ତଳସାହି ଅଞ୍ଚଳର ସୋମ୍ୟ ରଞ୍ଜନ ପ୍ରଧାନ ଓ ପତ୍ନ ସ୍ୱାଗତିକା ପୁଅର ନାଁ ‘ୟାସ୍’ ରଖିଛନ୍ତି ।

ସ୍ୱାଗତିକାଙ୍କୁ ଜୁଲାଇ ୧ରେ ପ୍ରସବ ପାଇଁ ଡାକ୍ତର ତାରିଖ ଦେଇଥିଲେ । ମାତ୍ର ମଙ୍ଗଳବାର ରାତିରେ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା । ଝଡ଼ ବର୍ଷା ରାତିରେ ପରିବାର ଲୋକେ ସ୍ୱାଗତିକାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ସ୍ୱାଗତିକା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ।

ଜନ୍ମ ପରେ ପିଲାର ନାଁ ‘ୟାସ୍’ ଦେବାକୁ ଡାକ୍ତର ମାନେ ଅନୁରୋଧ କରିଥିଲେ । ଯାହାକୁ ପରିବାର ଲୋକେ ଗ୍ରହଣ କରିବା ସହିତ ନବଜାତକର ନାଁ ‘ୟାସ୍’ ରଖିଛନ୍ତି । ବାତ୍ୟା ରାତିରେ ଜନ୍ମ ହେଉଥିବାରୁ ସ୍ମୃତିକୁ ମନେ ରଖିବା ପାଇଁ ‘ୟାସ୍’ ନାମକରଣ କରି ପରିବାରର ସମସ୍ତେ ଖୁସିଥିବା କହିଛନ୍ତି ସୌମ୍ୟ ରଞ୍ଜନ ।

Leave a Reply