ଫେଲ୍ ହେଉଛି ଟେଣ୍ଡର ପ୍ରକ୍ରିୟା, ରାଜ୍ୟ ଉପରେ ଟିକା ଭାର ଲଦି ଖସିଯାଉଛି କେନ୍ଦ୍ର

ନୂଆଦିଲ୍ଲୀ: କୋରାନ ସଙ୍କଟରେ ଦିଲ୍ଲୀରେ ଆରମ୍ଭ ହୋଇଛି ଡ୍ରାଇଭ ଥ୍ର୍ୟୁ ଭ୍ୟାକ୍ସିନେସନ । ସମଗ୍ର ରାଜ୍ୟବାସୀଙ୍କୁ ଟିକାକରଣରେ ସାମିଲ କରିବାକୁ ତ୍ୱରାନିତ ହୋଇଛି କାର୍ଯ୍ୟକ୍ରମ । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ସାଧାରଣ ଲୋକେ ଗାଡିରେ ଯାତାୟତ କରୁଥିବା ସମୟରେ ମଧ୍ୟ ଟିକା ନେଇପାରିବେ । ଚିକା କେନ୍ଦ୍ରରେ ଭିଡ ହଟାଇବା ଏବଂ ସମସ୍ତ ରାଜ୍ୟବାସୀଙ୍କୁ ଭ୍ୟାକ୍ସିନେସନ ପକ୍ରିୟାରେ ସାମିଲ କରିବା ଡ୍ରାଇଭ ଥ୍ର୍ୟୁ ଭ୍ୟାକ୍ସନେସନର ମୂଳ ଉଦେଶ୍ୟ ବୋଲି କହୁଛନ୍ତି ଦିଲ୍ଲୀ ସରକାର ।

ସେପଟେ ଯଦି ମାର୍ଚ୍ଚ ମାସ ସୁଦ୍ଧା ସମଗ୍ର ଦେଶବାସୀଙ୍କୁ ଟିକାକରଣରେ ସାମିଲ କରାଯାଇଥାନ୍ତା । ଅର୍ଥାତ ସଭିଙ୍କୁ ଟିକା ପ୍ରଦାନ କରାଯାଇ ହୋଇପାରିଥାନ୍ତା, ତେବେ କୋଭିଡ ସ୍ଥିତି ଏତେ ଭୟଙ୍କର ହୋଇନଥାନ୍ତା । ଟିକା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଏପରି ସ୍ଥିତି ଘଟିଥିବା ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ସେପଟେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଉପରେ ବର୍ଷିଛନ୍ତି । କେନ୍ଦ୍ର ସରକାର ନିଜ ନିଜ ରାଜ୍ୟର ସ୍ଥିତି ବୁଝିବାକୁ ଛାଡିଦେଇଛନ୍ତି । ଟିକାକରଣକୁ ନେଇ ଏପର୍ଯ୍ୟନ୍ତ ମଧ୍ୟ କୌଣସି ରାଜ୍ୟ ତ୍ୱରିତ ଭାବେ କାର୍ଯ୍ୟ କରିପାରୁନାହାଁନ୍ତି । ଦେଶରେ ଟିକା ଅଭାବ ଥିବାରୁ କିପରି ଟିକାକରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି । ସେହିପରି କେଜ୍ରିୱାଲ କହିଛନ୍ତି, ଯଦି ପାକିସ୍ତାନ ସୀମାରେ ଯୁଦ୍ଧ ହୁଏ, ତେବେ ଟ୍ୟାଙ୍କର କିଣିବା ଦାୟିତୱ କେହାର ? କଣ ନିଜ ନିଜ ସୀମା ଜଗିବାକୁ ରାଜ୍ୟ ମାନେ ଟ୍ୟାଙ୍କର କିଣିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

Leave a Reply