spot_img
Home Blog Page 5756

ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ଦିନ: କ୍ୟାନସର୍ ହସ୍ପିଟାଲ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ଦିନ । ରାଜ୍ୟ ସରକାର ଏବଂ ଶ୍ରୀଶଙ୍କର କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ସୁସ୍ମିତା ବାଗଚୀ ମଧ୍ୟରେ ଭୁବନେଶ୍ୱରେ କ୍ୟାନସର ହସ୍ପିଟାଲ ସ୍ଥାପନ ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଅପରପକ୍ଷରେ ସୁସ୍ମିତା ବାଗଚୀ ଏବଂ ସୁବ୍ରତୋ ବାଗଚୀଙ୍କ ଏହି ସହଯୋଗ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ମୁଖ୍ୟ ଶାସନ  ସଚିବ ।

ସୂଚନା ଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ୱରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ । ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ୨୦୨୪ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ରୋଗୀଙ୍କୁ ଚିକିତ୍ସା ସେବା ମିଳିବ । ପରେ ଏହା ୫ଶହ ଶଯ୍ୟାକୁ ସମ୍ପ୍ରସାରିତ ହେବ । ଏହି କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରୋତ ବାଗଚୀ ଓ ସୁସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ସହାୟତା କରିବେ । ସେହିପରି ଭୁବନେଶ୍ୱରରେ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବ । ପ୍ରଥମ କରି ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଏହି ଅନୁଷ୍ଠାନ ପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଦେବେ । ଏ ଦୁଇ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ପାଇଁ ସୁବ୍ରତୋ ବାଗଚୀ ଓ ସୁସ୍ମିତା ବାଗଚୀ ମୋଟ ୩ଶହ ୪୦ କୋଟି ଟଙ୍କା ଅନୁଦାନ ଦେବେ । ଏହି କ୍ୟାନସର ହସ୍ପିଟାଲ ନିର୍ମାଣ ହେବା ପରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ରୋଗୀ ଉପକୃତ ହେବେ ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ: ୧୭ରେ ହେବନି ମତଦାନ

ପୁରୀ: ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ | ଏନେଇ ସୂଚନା ଦେଲେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ | ଆସନ୍ତା ୧୭ ତାରିଖରେ ହୋଇଥାନ୍ତା ପିପିଲି ଉପନିର୍ବାଚନ | ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରଖାଗଲା ପିପିଲି ଉପନିର୍ବାଚନ | ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରୁ ପରବର୍ତ୍ତୀ ସୂଚନା ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ । ତେବେ ନିର୍ବାଚନ ପାଇଁ ଯେଉଁ ପୋଲିସ କର୍ମଚାରୀ, ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଥିଲେ ସେମାନେ ଆସନ୍ତାକାଲି କାର୍ଯ୍ୟକ୍ରମକୁ ନ ଆସିବାକୁ ନିର୍ଦେଶ ଦିଆଯାଇଛି |

ଏଥିସହିତ ପଢ଼ନ୍ତୁ:ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କ’ଣ ହେବ?

ହାଇକୋର୍ଟଙ୍କ ଭର୍ତ୍ସନା ପରେ ଆକ୍ସନ ମୋଡରେ EC, ପଶ୍ଚିମବଙ୍ଗ ଭୋଟ୍ ପ୍ରଚାରକୁ ନେଇ ୧୬ ଏପ୍ରିଲରେ ସର୍ବଦଳୀୟ ବୈଠକ

କୋଲକତା: ପଶ୍ଚିମବଙ୍ଗର ୮ ପର୍ଯ୍ୟାୟ ଭୋଟରୁ ୪ ପର୍ଯ୍ୟାୟ ମତଦାନ ସରିଯାଇଛି । ତେବେ ଅଧା ନିର୍ବାଚନ ସରିବା ପରେ ନିର୍ବାଚନ ଆୟୋଗ କରୋନାକୁ ନେଇ ହଠାତ ସତର୍କ ହୋଇଛନ୍ତି । କୋଲକତା ହାଇକୋର୍ଟଙ୍କ ଭର୍ତ୍ସନା ପରେ ଆୟୋଗ ଏପ୍ରିଲ ୧୬ ତାରିଖ ଦିନ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଏହି ବୈଠକରେ ସବୁ ରାଜନୈତିକ ଦଳ ପ୍ରଚାର ଓ ରାଲିରେ କୋଭିଡ୍ ଗାଇଡ୍ ଲାଇନକୁ ପାଳନ କରୁଛନ୍ତି କି ନାହିଁ ତାହା ଉପରେ ଆଲୋଚନା ହେବ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ କୋଲକତା ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ତାଗିଦ କରିଥିଲେ । ପ୍ରଚାର କାଳରେ ରାଜନୈତିକ ଦଳ ଯେପରି କୋଭିଡ୍ ଗାଇଡ୍ ଲାଇନକୁ ପାଳନ କରିବେ ତାକୁ ସୁନିଶ୍ଚିତ କରିବାକୁ ଅଦାଲତ ଆୟୋଗଙ୍କୁ କହିଥିଲେ ।

ହାଇକୋର୍ଟ ନିଜ ଆଭିମୁଖ୍ୟକୁ କଠୋର କରି ସବୁ ଜିଲାର ଡିଏମଙ୍କୁ ରାଜନୈତିକ ରାଲି ଉପରେ ନଜର ରଖିବାକୁ କହିଥିଲେ। ଏପରିକି ଆବଶ୍ୟକ ହେଲେ ସାମାଜିକ ଦୂରତା ପାଳନ ପାଇଁ ୧୪୪ ଧାରା ଲାଗୁ କରିବାକୁ ମଧ୍ୟ କହିଥିଲେ। ସୂଚନାଯୋଗ୍ୟ ଯେ,ପ୍ରଚାର ଓ ରାଲି ସମୟରେ କୋଭିଡ୍ ଗାଇଡ ଲାଇନକୁ ପାଳନ କରାଯାଉ ନଥିବା ଦେଖିବାକୁ ମିଳୁଛି । ଅନ୍ୟ ରାଜ୍ୟଙ୍କ ଭଳି ପଶ୍ଚିମବଙ୍ଗରେ ମଧ୍ୟ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ କହିଥିଲେ ଯେ, କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନେବା ଦାୟିତ୍ୱ ଜିଲ୍ଲାଧିକାରୀ ଓ ନିର୍ବାଚନ ଅଧିକାରୀଙ୍କର । ତେଣୁ ସେମାନଙ୍କୁ ସମସ୍ତ ପଦକ୍ଷେପ ନେବାକୁ ପଡିବ।

ଆବଶ୍ୟକ ହେଲେ ଧାରା ୧୪୪ ଲାଗୁ କର
ଅଦାଲତ କହିଥିଲେ ଯେ, କରୋନାର ଭୟାବହତାକୁ ଦୃଷ୍ଟିରେ ଯଦି ଆବଶ୍ୟକ ହୁଏ ତେବେ ୧୪୪ ଧାରା ଲାଗୁ କର। ଏହି ସମୟରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ହେଉ। ସବୁ ସ୍ଥାନରେ ସାନିଟାଇଜର ବ୍ୟବସ୍ଥା ହେଉ । ସାମାଜିକ ଦୂରତା ବ୍ୟବସ୍ଥା ଯେକୌଣସି ପରିସ୍ଥିତିରେ ମଧ୍ୟ ଲାଗୁ ହେଉ।

କରୋନା ଟିକା ଅଭାବ ପ୍ରସଙ୍ଗ: ପ୍ରଡକ୍ସନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରିର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟରେ ଟିକାର ଘୋର ଅଭାବ ଦେଖା ଦେଇଛି। ଏହାମଧ୍ୟରେ କେନ୍ଦ୍ର ସରକାର ରେମଡେସିଭିର ଇଂଜକସନ ତିଆରି କରୁଥିବା ଦେଶର ୭ କମ୍ପାନୀଙ୍କୁ ଉତ୍ପାଦନ ବୃଦ୍ଧି ପାଇଁ ଆଦେଶ ଦେଇଛନ୍ତି। ନିକଟରେ କେନ୍ଦ୍ର ସରକାର ଓ ଏହି କମ୍ପାନୀ ଗୁଡିକର ଅଧିକାରୀଙ୍କ ସହିତ ହୋଇଥିବା ଆଲୋଚନା କାଳରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଉତ୍ପାଦନ ବୃଦ୍ଧି ସହିତି ସପ୍ଲାଇ ଚେନ୍ ସୁନିଶ୍ଚିତ କରିବାକୁ ସମସ୍ତ କମ୍ପାନୀଙ୍କୁ କୁହାଯାଇଛି। ଏହାସହିତ ରେମଡେସିଭିର ଇଂଜେକ୍ସନର କଳାବଜାରି ଯେପରି ନହୁଏ ତାହା ପ୍ରତି ଦୃଷ୍ଟି ଦେବାକୁ ଆଦେଶ ଦିଆଯାଇଛି।

ସରକାର ଏହି କମ୍ପାନୀଙ୍କୁ ଏଥିପାଇଁ ସମସ୍ତ ଆବଶ୍ୟକ ଅନୁମତି ଦେଇଛନ୍ତି । ଉତ୍ପାଦକ ଯେପରି ତୁରନ୍ତ ଉତ୍ପାଦନ ବଢାଇ ପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ ଯେ ,ଆଗରୁ କେନ୍ଦ୍ର ସରକାର ରେମଡେସିଭିର ଇଂଜେକ୍ସନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ ।

ସୂଚନାଯୋଗ୍ୟ ଯେ, ଜାହାଜ,ଜଳପଥ ଓ କେନ୍ଦ୍ର ରାସାୟନିକ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମଣ୍ଡାଭିଆ ରେମଡେସିଭିର ଇଂଜେକ୍ସନ ଉତ୍ପାଦନ କରୁଥିବା ସମସ୍ତ ୭ କମ୍ପାନୀର ପ୍ରତିନିଧିଙ୍କ ସହିତ ଏପ୍ରିଲ ୧୨ ଓ ଏପ୍ରିଲ ୧୩ ତାରିଖ ଦିନ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ରେମଡେସିଭିର ଉତ୍ପାଦନ ବୃଦ୍ଧି,ଯୋଗାଣ ସୁନିଶ୍ଚିତ କରିବା ଓ ମୂଲ୍ୟ ନିର୍ଧାରଣ ଉପରେ ବିଚାର କରାଯାଇଥିଲା ।

ରେମଡେସିଭିର ଇଂଜେକ୍ସନ ଉତ୍ପାଦନ କରୁଥିବା ୭ କମ୍ପାନୀଙ୍କ ଉତ୍ପାଦନ କ୍ଷମତା ମାସିକ ପାଖାପାଖି ୩୯ ଲକ୍ଷ ଶିଶି। ୬ ଜଣ ଉତ୍ପାଦକଙ୍କୁ ମାସିକ ୧୦ ଲକ୍ଷ ଶିଶି ଉତ୍ପାଦନ କରୁଥିବା ୭ ଅତିରିକ୍ତ ସ୍ଥାନ ପାଇଁ ଫାଷ୍ଟ୍ ଟ୍ରାକ୍ ସ୍ୱିକୃତୀ ଦିଆଯାଇଛି ।

ପିପିଲି ଉପ-ନିର୍ବାଚନ ସ୍ଥଗିତ ହେବ: ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ସ୍ଥଗିତ ହେବ ପିପିଲି ଉପ-ନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବଚାନ ସ୍ଥଗିତ ହେବ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍‌.କେ ଲୋହାନୀ  ସୂଚନା ଦେଇଛନ୍ତି । ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ତଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ।

ସୂଚନା ଯୋଗ୍ୟ ଯେ, ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ଲୋକମତକୁ ପ୍ରତିଫଳିତ କରିବା ଏବଂ ଉଚିତ ପ୍ରତିନିଧି ବାଛିବାରେ ଗୁରୁତ୍ବପୂଣ୍ଣ ପ୍ରକ୍ରିୟା । ଏହିକ୍ରମରେ ନିର୍ବାଚନ ପ୍ରଚାର ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଶ୍ନ ଉଠୁଛି ଯଦି ନିର୍ବାଚନ ପ୍ରଚାର ସମୟରେ କୌଣସି ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯାଏ ତେବେ କ’ଣ ହେବ?
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଚାଲୁଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି। ଆସନ୍ତୁ ଜାଣିବା ଆମ ସମ୍ବିଧାନରେ ଏ ନେଇ କ’ଣ ବ୍ୟବସ୍ଥା ରହିଛି।
ଭାରତର ନିର୍ବାଚନ ଲୋକ ପ୍ରତିନିଧି ଆଇନ ୧୯୫୧ ଅନୁସାରେ ପରିଚାଳିତ ହୋଇଥାଏ। ଏହାର ୫୨ତମ ଅନୁଚ୍ଛେଦରେ ନିର୍ବାଚନ ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଲେ କ’ଣ ହେବ ତାହା ବର୍ଣ୍ଣନା ରହିଛି।

ଏହି ଧାରାରେ ଉଲ୍ଳେଖ ରହିଛି ଯେ, ନାମାଙ୍କନ ଦାଖଲର ଶେଷ ତାରିଖର ଦିନ ୧୧ଟା ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟେ ଏବଂ ତାଙ୍କ ନାମାଙ୍କନକୁ ଅନୁଚ୍ଛେଦ ୩୬ ସିଦ୍ଧ ଘୋଷଣା କରାଯାଇଥାଏ ବା ସେ ଧାରା ୩୭ ଅନୁସାରେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନଥାଆନ୍ତି ତେବେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନକୁ ସ୍ଥଗିତ ରଖି ଆଉ ଏକ ନୂଆ ତାରିଖ ଘୋଷଣା କରିପାରନ୍ତି। ତାଙ୍କ ପାଖରେ ଏଥିନେଇ ଆବଶ୍ୟକ ମେଡିକାଲ୍ ରିପୋର୍ଟ ରିଟର୍ଣ୍ଣିଂ ପହଞ୍ଚିବା ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଏହି ନିଷ୍ପତ୍ତି ଜଣାଇଲା ପରେ ତାରିଖ ନିର୍ଦ୍ଧାରଣ ଦନଇ ନିଷ୍ପତ୍ତି ନିଆଯିବ।
ଏହି କ୍ଷେତ୍ରରେ ନିର୍ବାଚନ କମିଶନ ସମ୍ପୃକ୍ତ ରିଟର୍ଣ୍ଣି ଅଧିକାରୀଙ୍କୁ ସେହି ନିର୍ଦିଷ୍ଟ ରାଜନୀତିକ ଦଳକୁ ଆଉ ଜଣେ ବିକଳ୍ପ ପ୍ରାର୍ଥୀ ଘୋଷଣା କରିବାକୁ ନିର୍ଦେଶ ଦେବେ। ୭ ଦିନ ଏଥିଲାଗି ସମୟ ଦିଆଯିବ। ଏହା ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇ ଭୋଟ ଗ୍ରହଣ କରାଯିବ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ

ଭୁବନେଶ୍ୱର: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ମାଧ୍ୟମରେ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏବଂ ଅଜିତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଅଜିତ ମଙ୍ଗରାଜ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଜିିତଙ୍କ ବଡ଼ ଭାଇ ସହ ଫୋନ୍ ଯୋଗେ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

ଅପରପକ୍ଷରେ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଶୋକବ୍ୟକ୍ତ କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ । ଟ୍ୱିଟ୍ ମାଧ୍ୟମରେ ମାନସ ମଙ୍ଗରାଜଙ୍କ ଦେହାନ୍ତ ନେଇ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କ’ଣ ହେବ?

ଭୁବନେଶ୍ବର: ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ ଲୋକମତକୁ ପ୍ରତିଫଳିତ କରିବା ଏବଂ ଉଚିତ ପ୍ରତିନିଧି ବାଛିବାରେ ଗୁରୁତ୍ବପୂଣ୍ଣ ଭୂମିକା ଗ୍ରହଣ କରେ। ଏହିକ୍ରମରେ ନିର୍ବାଚନ ପ୍ରଚାର ସମୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂଣ୍ଣ। ପ୍ରଶ୍ନ ଉଠୁଛି ଯଦି ନିର୍ବାଚନ ପ୍ରଚାର ସମୟରେ କୌଣସି ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଯାଏ ତେବେ କ’ଣ ହେବ?
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଚାଲୁଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି। ଆସନ୍ତୁ ଜାଣିବା ଆମ ସମ୍ବିଧାନରେ ଏ ନେଇ କ’ଣ ବ୍ୟବସ୍ଥା ରହିଛି।
ଭାରତର ନିର୍ବାଚନ ଲୋକ ପ୍ରତିନିଧି ଆଇନ ୧୯୫୧ ଅନୁସାରେ ପରିଚାଳିତ ହୋଇଥାଏ। ଏହାର ୫୨ତମ ଅନୁଚ୍ଛେଦରେ ନିର୍ବାଚନ ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଲେ କ’ଣ ହେବ ତାହା ବଣ୍ଣନା କରାଯାଇଛି।

ଏହି ଧାରାରେ ଉଲ୍ଳେଖ ରହିଛି ଯେ, ନାମାଙ୍କନ ଦାଖଲର ଶେଷ ତାରିଖର ଦିନ ୧୧ଟା ପରେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟେ ଏବଂ ତାଙ୍କ ନାମାଙ୍କନକୁ ଅନୁଚ୍ଛେଦ ୩୬ ସିଦ୍ଧ ଘୋଷଣା କରାଯାଇଥାଏ ବା ସେ ଧାରା ୩୭ ଅନୁସାରେ ନିଜର ନାମାଙ୍କନ ପ୍ରତ୍ୟାହାର କରି ନଥାଆନ୍ତି ତେବେ ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀ ନିର୍ବାଚନକୁ ସ୍ଥଗିତ ରଖି ଆଉ ଏକ ନୂଆ ତାରିଖ ଘୋଷଣା କରିପାରନ୍ତି। ତାଙ୍କ ପାଖରେ ଏଥିନେଇ ଆବଶ୍ୟକ ମେଡିକାଲ୍ ରିପୋର୍ଟ ରିଟର୍ଣ୍ଣିଂ ପହଞ୍ଚିବା ଆବଶ୍ୟକ। ନିର୍ବାଚନ କମିଶନଙ୍କୁ ଏହି ନିଷ୍ପତ୍ତି ଜଣାଇଲା ପରେ ତାରିଖ ନିର୍ଦ୍ଧାରଣ ଦନଇ ନିଷ୍ପତ୍ତି ନିଆଯିବ।
ଏହି କ୍ଷେତ୍ରରେ ନିର୍ବାଚନ କମିଶନ ସମ୍ପୃକ୍ତ ରିଟର୍ଣ୍ଣି ଅଧିକାରୀଙ୍କୁ ସେହି ନିର୍ଦିଷ୍ଟ ରାଜନୀତିକ ଦଳକୁ ଆଉ ଜଣେ ବିକଳ୍ପ ପ୍ରାର୍ଥୀ ଘୋଷଣା କରିବାକୁ ନିର୍ଦେଶ ଦେବେ। ୭ ଦିନ ଏଥିଲାଗି ସମୟ ଦିଆଯିବ। ଏହା ପରେ ଆବଶ୍ୟକ ପ୍ରକ୍ରିୟା ଗ୍ରହଣ କରାଯାଇ ଭୋଟ ଗ୍ରହଣ କରାଯିବ।

ଏଥିସହିତ ପଢ଼ନ୍ତୁ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଷ୍ଟାର୍ ବୋଲର କରୋନା ସଂକ୍ରମିତ

0

ନୂଆଦିଲ୍ଲୀ:  ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଲାଗିଲା ଏକ ବଡ଼ ଝଟକା। ଦଳର ପ୍ରମୁଖ ଫାଷ୍ଟ ବୋଲର ଆନରିଚ୍ ନର୍ଜେ କରୋନାରେ ସଂକ୍ରମିତ ହୋଇଛନ୍ତି।  ତାଙ୍କ ପୂର୍ବରୁ ଟିମର ଅଲରାଉଣ୍ଡର  ଅକ୍ଷର ପଟେଲ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଆସନ୍ତାକାଲି ଟିମର ମ୍ୟାଚ୍ ଥିବାବେଳେ ଦଳର ପ୍ରମୁଖ ବୋଲର ଏବେ ଦଳରୁ ବାଦ ପଡ଼ିଛନ୍ତି ।

ସୂଚନା ଅନୁଯାୟୀ  ନର୍ଜେ ନେଗେଟିଭ ରିପୋର୍ଟ ସହ ଭାରତ ଆସିଥିଲେ। ଆସିବା ପରେ ସେ ୭ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିଥିଲେ। ହେଲେ କ୍ୱାରେଣ୍ଟାଇନ୍ ପିରିୟଡ୍ ବେଳେ ତାଙ୍କର ପୁଣିଥରେ ଟେଷ୍ଟ କରାଯିବାବେଳକୁ ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ।

ଆସନ୍ତାକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନରୟାଲ୍ସ ମଧ୍ୟରେ ମ୍ୟାଚ୍ ହେବାକୁ ଅଛି । ହେଲେ ଏଭଳି ସମୟରେ ଏହି ଖବର ଫ୍ୟାନମାନଙ୍କୁ ନିରାଶ କରିଛି । ଦଳ ସମେତ ଫ୍ୟାନମାନେ ବି ଆଶା କରିଥିଲେ ଯେ କାଗିସୋ ରବାଡ଼ା ଓ ଆନରିଚ୍ ନର୍ଜେଙ୍କ କ୍ୱାରେଣ୍ଟାଇନ ପିରିୟଡ ସରିଯାଇଛି ଓ ସେମାନେ ଆଗାମୀ ମ୍ୟାଚରେ ନିହାତି ସାମିଲ ହେବେ। ଯାହା କି ଦିଲ୍ଲୀ କ୍ୟାପିଟାଲ୍ ଟିମକୁ ଆହୁରି ମଜଭୁତ କରିଦେବ ଏବଂ ବିଜୟ ଆଡ଼କୁ ନେଇଯିବ। ହେଲେ ବର୍ତ୍ତମାନ ନର୍ଜେ କରୋନା ଯୋଗୁ ଦଳରୁ ବାଦ ପଡ଼ିଛନ୍ତି ।

ଶ୍ରେୟସ ଆୟର ଆହତ ହେବା ପରେ ବର୍ତ୍ତମାନ ଋଷଭ ପନ୍ଥ ଦଳର ଅଧିନାୟକର ଦାୟିତ୍ୱ ତୁଲାଉଛନ୍ତି । ଦଳର ନିୟମିତ କ୍ୟାପ୍ଟେନ ନଥିବାବେଳେ ବର୍ତ୍ତମାନ ଦଳର ୨ ଜଣ ପ୍ରମୁଖ ଖେଳାଳି ବି ଦଳରୁ ବାହାରେ ରହିବା ବାସ୍ତବରେ ଫ୍ରାଞ୍ଚାଇଜି ପାଇଁ ଏକ ବଡ଼ ଝଟକା।

ସୂଚନାଯୋଗ୍ୟ, ଗତ ସିଜିନରେ କ୍ରିସ୍ ୱକ୍ସଙ୍କ ରିପ୍ଲେସମେଣ୍ଟ ଭାବେ ନର୍ଜେ ଦଳରେ ସାମିଲ ହୋଇଥିଲେ। ସେ ୧୬ ଟି ମ୍ୟାଚରେ ୨୨ ୱିକେଟ୍ ନେଇ ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆସନ୍ତାକାଲିର ମ୍ୟାଚରେ ଦର୍ଶକ ରବାଡ଼ାଙ୍କ ସହ ନର୍ଜେଙ୍କ ବୋଲିଂ ଦେଖିବାକୁ ବେଶ୍ ଉତ୍ସାହିତ ଥିଲେ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ପୁରୀ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ । ଗତ କିଛି ଦିନ ତଳେ  କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏହା ପରେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଥିଲେ  । ସେ ଲେଖିଥିଲେ, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି । କିନ୍ତୁ ବିଧିର ବିଧାନ କିଛି ଭିନ୍ନ ଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି ।

ଅଜିତ୍‌ଙ୍କ ପରଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଜଣେ ପରେ ଜଣେ କଂଗ୍ରେସ ନେତା ହସ୍ପିଟାଲରେ ପହଞ୍ଚିଛନ୍ତି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ରମେଶ ଜେନା ହସ୍ପିଟାଲ ପରିସରରେ ଉପସ୍ଥିତ । ଗତକାଲି ସେ ସୁସ୍ଥ ଥିବା ବେଳେ ଆଜି ଏଭଳି ଘଟଣା ଶୁଣିବାକୁ ମିଳୁଛି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଅପରପକ୍ଷରେ ବିଜେଡି ନେତା ଅମର ପଟ୍ଟନାୟକ ମଧ୍ୟ ଶ୍ରୀ ମଙ୍ଗରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଶ୍ରୀ ପଟ୍ଟନାୟକ । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ନେଇ ଖବର ଜଣାପଡ଼ିବା ପରେ ବିଜୁ ଜନତା ଦଳ ମଧ୍ୟ ପ୍ରଚାର କାର୍ଯ୍ୟ ବନ୍ଦ କରିଛି । ପୁରୁଷୋତ୍ତମପୁରରେ ବିଜେଡିର ପ୍ରଚାର କାର୍ଯ୍ୟ ଚାଲିଥିଲା ।

ଏଥିସହିତ ପଢ଼ନ୍ତୁ: ବିରୋଧୀ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ

ପୁରୀ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ । ଗତ କିଛି ଦିନ ତଳେ  କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏହା ପରେ  ଏ ନେଇ ସେ ନିଜ ଫେସବୁକ୍ ପେଜ୍‌ରେ ସୂଚିତ କରିବା ସହ ଗୁଜବ ସୃଷ୍ଟି ନ କରିବାକୁ ନିବେଦନ କରିଥିଲେ  । ସେ ଲେଖିଥିଲେ, ବନ୍ଧୁଗଣ ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସାଧୀନ ରହିଛି । ଦୟାକରି କୌଣସି ପ୍ରକାର ଗୁଜବ ସୃଷ୍ଟି ନ କରି ଦଳ କିପରି ଭଲ ପ୍ରଦର୍ଶନ କରିବ ଧ୍ୟାନ ଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ସହିତ ଜଲ୍ଦି ଫେରିବି ।

ଏଥିସହିତ ପଢ଼ନ୍ତୁ: ବିରୋଧୀ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ