ବାତ୍ୟା ‘ୟାସ’ ଉପରେ ପିଏମଙ୍କ ସମୀକ୍ଷା ବୈଠକକୁ ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ, ସାମିଲ ହେବେ ନାହିଁ ମମତା

କୋଲକାତା: ବାତ୍ୟା ୟାସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ସେ ପଶ୍ଚିମବଙ୍ଗ ଯିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ନେଇ ସେଠାରେ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବୈଠକକୁ ନିମନ୍ତ୍ରଣ କରାଯିବାକୁ ନେଇ ଉତକ୍ଷିପ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ଯୋଗ ଦେବେ ନାହିଁ । ସୂଚନାଯୋଗ୍ୟ ଯେ, ନିକଟରେ ଶେଷ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଶୁଭେନ୍ଦୁ ମମତାଙ୍କୁ ନନ୍ଦିଗ୍ରାମ ଆସନରୁ ପରାସ୍ତ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ହତ୍ୟା ଅଭିଯୁକ୍ତ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ମାଡ଼ ମାରୁଥିବା ଫଟୋ ଭାଇରାଲ୍‌

ବାତ୍ୟା ୟାସ ଦ୍ୱାରା ପଶ୍ଚିମବଙ୍ଗର ୧ କୋଟି ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ପକ୍ଷରୁ ଦାବି କରାଯାଇଛି । ଆଜି ହେବାକୁ ଥିବା ସମୀକ୍ଷା ବୈଠକକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ରାଜ୍ୟପାଳ ଜଗଦୀପ ଧନକଡ୍,ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ଓ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେବେ ମମତା ଏହି ବୈଠକରେ ଯୋଗ ଦେବେ ନାହିଁ । ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ମମତା ସମୀକ୍ଷା ବୈଠକରେ ଯୋଗ ଦେବେ ନାହିଁ ବୋଲି କୁହାଯାଉଛି । ତେବେ ମମତା ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ଦସ୍ତାବିଜ୍ ଦେବା ପାଇଁ କାଲିକୁଣ୍ଡା ଯିବେ ବୋଲି ଜଣା ପଡିଛି । ନିର୍ବାଚନ ପରେ ପ୍ରଥମ ଥର ପାଇଁ ମମତା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ସମୀକ୍ଷା ବୈଠକରେ ମମତା ଯଦି ସାମିଲ ନହୁଅନ୍ତି ତେବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମତଭେଦ ଆଗକୁ ଆହୁରି ବଢିବ ।

Leave a Reply