ଜୁନ୍ ମାସରେ ଦେଶରେ ଉପଲବ୍ଧ ହେବ ୧୨ କୋଟି କରୋନା ଟିକାର ଡୋଜ୍: ଖୋଲା ବଜାରରୁ କିଣିପାରିବେ ରାଜ୍ୟ

ନୂଆଦିଲ୍ଲୀ: ଟିକାକରଣ ନେଇ ଭଲ ଖବର । ଜୁନ୍ ମାସରେ ଦେଶରେ ଉପଲବ୍ଧ ହେବ ୧୨ କୋଟି କରୋନା ଟିକାର ଡୋଜ୍ । ଯାହା ବିଶ୍ୱର ଏହି ବୃହତ ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ ଓ ବ୍ୟାପକ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ । ତେବେ ମଇ ମାସରେ ୭୯୪ କୋଟି ଡୋଜ୍ ଟିକାକରଣ ନେଇ ଉପଲବ୍ଧ ଥିଲା ।

ଜନସଂଖ୍ୟା, ଟିକା ଅପଚୟ ଓ ଆବଶ୍ୟକତାକୁ ଆଧାର କରି ଏହି ଟିକା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦୋକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଜୁନ୍ ମାସ ପାଇଁ ୬୦୯ କୋଟି କୋଭିଡ ଟିକାର ଡୋଜ୍ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯାଉଥିବା ଲୋକମାନଙ୍କ ପାଇଁ ପଠାଯିବ । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକେ ରହିବେ ।

ଏଥିସହିତ ୫୮୬ କୋଟି ଡୋଜ୍ ଖୋଲା ବଜାରରେ ଉପଲବ୍ଧ ହେବ । ଯାହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କିଣିପାରିବେ । ତେବେ ମନ୍ତ୍ରାଳୟ ପକ୍ଷରୁ ଟିକାପ୍ରଦାନ ସମ୍ପର୍କିତ ସୂଚନା ଆଗୁଆ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ସୂଚିତ କରାଯିବ ବୋଲି କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଟେଷ୍ଟ୍‌ ଖସୁଛି ପଜିଟିଭ୍ ରେଟ୍, ରଜ ଓ ସାବିତ୍ରୀରେ ସତର୍କ ରହିବାକୁ ନିର୍ଦ୍ଦେଶ

Leave a Reply