ଗୁହାଳକୁ ଫେରୁଥିବା ବେଳେ ଗାଇ ଗୋଠକୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୮ ଗାଇଙ୍କର ମୃତ୍ୟୁ

ନରସିଂହପୁର: ଗୋରୁ ଗୋଠକୁ ପିଟିଲା ପିକ୍‌ ଅପ୍‌ ଭ୍ୟାନ୍‌। ରାତିରେ ଗୋଠରୁ ଗାଇ ଫେରୁଥିବା ବେଳେ ଘଟିଛି ଏଭଳି ଘଟଣା। କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କନ୍ଧବେରିଣୀ ଛକ ଠାରେ ଏଭଳି ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ୮ ଗାଇଙ୍କର ମୃତ ହୋଇଥିବା ବେଳେ ୭ ଗାଇ ଗୁରୁତର ଆହତ ହୋଇଛନ୍ତି। ଧକ୍କା ଦେବା ପରେ ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଗାଇ ଗୁଡ଼ିକ ଗୋଠରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି।

ତେବେ ଗାଇ ଜଗୁଆଳି କହିବା ଅନୁଯାୟୀ ସବୁଦିନ ପରି ଆଜି ଗାଇ ଚରିବାକୁ ଗାଁ ପାଖରେ ଥିବା ପାହାଡ଼କୁ ଯାଇଥିଲେ। ଫେରିବା ସମୟରେ ଗାଇ ଗୁଡ଼ିକ କଟକ ନରସିଂହପୁର ରାଜ୍ୟ ରାଜପଥ ଏନ୍‌ଏଚ୍‌ ୬୫କୁ ପାର ହେଉଥିବା ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୃତ ଗତିରେ ଆସି ଗାଇ ଗୁଡ଼ିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ୮ ଗାଇଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଟି ଗାଇ ଗୁରୁତର ଅଛନ୍ତି। ରାସ୍ତା ଉପରେ ମୃତ ଗାଈ ଗୁଡିକ ପଡି ରହିଛନ୍ତି। ଏହାପରେ ଗ୍ରାମବାସୀ କଟକ ନରସିଂହପୁର ମୁଖ୍ୟ ରାସ୍ତାକୁ କନ୍ଧବେରିଣୀ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ କାନପୁର ପୋଲିସ ଓ ନରସିଂହପୁର ତହସିଲଦାର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

Leave a Reply