spot_img
Home Blog Page 5673

କରୋନା ସ୍ଥିତି ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ମାମଲା ବେକାବୁ ଭାବେ ବଢ଼ି ଚାଲିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ ହେବା ଆବଶ୍ୟକତା ରହିଛି କି ? ଏନେଇ ପ୍ରଧାନମନ୍ତ୍ରୀ ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ପୁଡୁଚେରୀ ଓ ଜମ୍ମୁକାଶ୍ମୀର ଉପରାଜ୍ୟପାଳଙ୍କ ସହ କଥା ହୋଇଛନ୍ତି ।

ଏଥିସହ ପଢ଼ନ୍ତୁ: ଦେଶରେ ତାଣ୍ଡବ ରଚୁଛି କରୋନାର ଦ୍ୱିତୀୟ ପ୍ରବାହ, ଡରାଇଲାଣି ତୃତୀୟ ଲହର…

ଦେଶ ସହ ରାଜ୍ୟରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍, ବେଡ୍ ସମସ୍ୟା ସ୍ୱାସ୍ଥ୍ୟସେବାର ପ୍ରକୃତ ଚିତ୍ରକୁ ପଦାରେ ପକାଇଛି । ଅନେକ ରାଜ୍ୟ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ନାଇଟ୍ କର୍ଫ୍ୟୁ, ୱିକେଣ୍ଡ ସଟଡାଉନ୍ ଠାରୁ ନେଇ ଲକଡାଉନ୍ ଲାଗୁ କରିଛନ୍ତି । ତଥାପି ସଂକ୍ରମଣ ସ୍ଥିତିରେ ସୁଧାର ଆସୁନାହିଁ । ଏମିତିରେ ଦେଶବ୍ୟାପୀ ଲକଡାଉନ୍ ନେଇ ଆଲୋଚନା ଚାଲିଛି ।

ଆମେରିକାର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଏଣ୍ଟନି ଫାଉଚି ମଧ୍ୟ ଭାରତରେ ଲକଡାଉନ୍ ସପକ୍ଷରେ ଅଛନ୍ତି । ଲକଡାଉନ୍ ହିଁ ସଂକ୍ରମଣ ଗତିକୁ ରୋକିବ ବୋଲି ସେ କହିଛନ୍ତି । ଗୁରୁବାର ଦେଶରେ କରୋନାର ରେକର୍ଡ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି । ଦିନକରେ ୪.୧୨ ଲକ୍ଷ ସଂକ୍ରମଣ ମାମଲା ଆସିଥିବା ବେଳେ ୪ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩ ଲକ୍ଷ ପାର୍ କରିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟରେ ସବୁଠୁ ଅଧିକ ମାମଲା ଆସୁଛି । ଦୁନିଆରେ ସବୁଠୁ ଅଧିକ କରୋନା ସଂକ୍ରମିତ ମାମଲା ଭାରତରେ ଚିହ୍ନଟ ହେଉଛି ।

ପଶ୍ଚିମବଙ୍ଗ ଆସିଲେ ମନ୍ତ୍ରୀଙ୍କୁ ଦେଖାଇବାକୁ ପଡ଼ିବ କରୋନା ନେଗେଟିଭ୍ ରିପୋର୍ଟ: ମମତା

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଆସିବା ପରେ ବ୍ୟାପିଥିବା ହିଂସାକୁ ନେଇ ଟିଏମସି ବିଜେପିକୁ ଟାର୍ଗେଟ୍ କରୁଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କେନ୍ଦ୍ରୀୟ ମନ୍ତ୍ରୀ ପଶ୍ଚିମବଙ୍ଗ ଆସି ହିଂସା ସୃଷ୍ଟି କରୁଛନ୍ତି । ଏତିକି ନୁହେଁ ସେମାନେ ପଶ୍ଚିମବଙ୍ଗ ଆସି କରୋନା ସଂକ୍ରମଣକୁ ବିସ୍ତାର ଦେଉଥିବା କହିଛନ୍ତି ମମତା ।

ହିଂସା ପରେ ପଶ୍ଚିମବଙ୍ଗରେ ପହଞ୍ଚିଥିବା କେନ୍ଦ୍ରୀୟ ଟିମକୁ ନେଇ ମମତା କହିଛନ୍ତି, କରୋନାର ବଢ଼ୁଥିବା ଟିମ୍ ଏଠାକୁ ଆସି ଚା’ ପିଇକରି ଯାଉଛନ୍ତି । ଯଦି ମନ୍ତ୍ରୀ ସ୍ୱତନ୍ତ୍ର ବିମାନରେ ବି ଆସୁଛନ୍ତି । ତେବେ ତାଙ୍କୁ ମଧ୍ୟ ଆରଟି-ପିସିଆର୍ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାକୁ ପଡ଼ିବ । ନିୟମ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର । ବିଜେପି ନେତା ଲଗାତାର ଆସୁଥିବାରୁ ରାଜ୍ୟରେ କରୋନା ମାମଲା ବଢ଼ୁଥିବା କହିଛନ୍ତି ମମତା ।

West Bengal CM Mamata Banerjee On Ministers RTPCR Negative Report

ଏଥିସହ ମମତା ମାଗଣା ଟିକା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ମୁଁ ଲେଖିଥିବା ଚିଠିର ଏଯାଏଁ କୌଣସି ଉତ୍ତର ମିଳିନାହିଁ । ସେ ଟିକା ପାଇଁ ୩୦ ହଜାର କୋଟି ଟଙ୍କା କାହିଁକି ବାଣ୍ଟୁନାହାଁନ୍ତି । ଯେତେବେଳେ କି ନୂଆ ସଂସଦ ଓ ମୂର୍ତ୍ତି ଲାଗି ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ପିଏମ୍ କେୟାର୍ସ ଫଣ୍ଡ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ମମତା । ଯୁବଗୋଷ୍ଠୀ ଜୀବନ ବିପଦରେ ପଡ଼ୁଛି । ଦଳର ନେତା ବିଭିନ୍ନ ସ୍ଥାନକୁ ଯିବା ପରିବର୍ତ୍ତେ କରୋନା ହସ୍ପିଟାଲ ଯିବା ଦରକାର । ଦଳର ନେତା ପଶ୍ଚିମବଙ୍ଗ ଆସି କୋଭିଡ୍ ସଂକ୍ରମିତ କରୁଥିବା କହିଛନ୍ତି ମମତା ।

କରୋନାର ତୃତୀୟ ପ୍ରବାହ ପାଇଁ ସରକାର କେତେ ସଜାଗ ? ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନା କରୋନା ସଂକ୍ରମଣ କମୁଛି, ନା ଭୟ ଦୂର ହେଉଛି । ଦ୍ବିତୀୟ ଲହର ପରେ ଏବେ ତୃତୀୟ ଲହର ଆସିବା ନେଇ ପୂର୍ବାନୁମାନ କଲେଣି ବିଶେଷଜ୍ଞ । ସୁପ୍ରିମକୋର୍ଟ ଏବେଠୁ ଚେତାଇବ ସହ କ’ଣ କରିଛ ବୋଲି କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି । ସେପଟେ ଉତ୍ତର ଭାରତ ପରେ ଚିନ୍ତା ବଢ଼ାଇଛି ଦକ୍ଷିଣ ଭାରତ । କର୍ଣ୍ଣାଟକ ଓ କେରଳରେ ସଂକ୍ରମଣ ପିକ୍‌ରେ ଅଛି ।

ସାରା ଦେଶରେ କରୋନାର ପାଦଚିହ୍ନ । ଉତ୍ତର ପରେ ଡରାଇଲାଣି ଦକ୍ଷିଣ । ତୃତୀୟ ଲହର ପାଇଁ ସଜାଗ ରହିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । ଦେଶରେ ଥାର୍ଡ ୱେଭ ହିଟ୍ କରିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ବିଶେଷଜ୍ଞ । ଏଥିରେ ଅଧିକ ପ୍ରଭାବିତ ହେବେ ଶିଶୁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ରକୁ ଚେତାଇଛନ୍ତି ସୁପ୍ରିମକୋର୍ଟ । ତୃତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ର ସରକାର କ’ଣ ପ୍ଲାନ୍ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଶିଶୁମାନେ ସଂକ୍ରମିତ ହେଲେ ସ୍ଥିତି ଆହୁରି ସାଂଘାତିକ ହେବ । ଏଭଳି ସ୍ଥିତିରେ ସେମାନଙ୍କ ବାପା, ମାଆ କ’ଣ କରିବେ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ତୃତୀୟ ଲହର ମୁକାବିଲା ଲାଗି କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି, ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ ।

Supreme Court Asked Centre How Much Prepared For Third Covid Wave

ଦ୍ବିତୀୟ ଲହରର ପ୍ରଥମ ଭାଗରେ ଉତ୍ତର ଭାରତ ଅଧିକ ପ୍ରଭାବିତ ହୋଇଥିବାବେଳେ ଏବେ କରୋନାର କାଳ ନଜର ପଡ଼ିଛି ଦକ୍ଷିଣ ଭାରତ ଉପରେ । ସ୍ଥିତି ଏଭଳି ହୋଇଛି ଯେ କର୍ଣ୍ଣାଟକରେ ଦୈନିକ ସଂକ୍ରମଣ ୫୦ ହଜାର ପାର୍ କରିଛି । କେବଳ ବେଙ୍ଗାଳୁରରୁ ଚିହ୍ନଟ ହୋଇଛନ୍ତି ଅଧା ସଂକ୍ରମିତ । ସେହିଭଳି କେରଳରୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆସନ୍ତା ୮ ତାରିଖରୁ ୧୬ ତାରିଖ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ୯ ଦିନିଆ ଲକଡାଉନ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ।

ଦେଶରେ ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ଭାରିଆଣ୍ଟ । ବ୍ରିଟେନ୍ ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ହେଉଛି ମହାରାଷ୍ଟ୍ର ମ୍ୟୁଟାଣ୍ଟ । ଏହା କମ୍ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ସଂକ୍ରମିତ କରୁଥିବା ସହ ମୃତ୍ୟୁର ତାଣ୍ଡବ ରଚୁଥିବା ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ନିର୍ଦ୍ଦେଶକ ସୁଜିତ ସିଂ କହିଛନ୍ତି । ସେପଟେ ଆନ୍ଧ୍ର ମ୍ୟୁଟାଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ସେଠାକାର ସରକାର । ଆନ୍ଧ୍ର ମ୍ୟୁଟାଣ୍ଟ କୁହାଯାଉଥିବା କରୋନାର N୪୪୦K ଭ୍ୟାରିଆଣ୍ଟ ପୂର୍ବରୁ ଦେଶରେ ମହଜୁଦ୍ ଥିଲା । ଯାହା ଏବେ ସାରାଦେଶରେ ବ୍ୟାପୁଛି । ଏହି ଭ୍ୟାରିଆଣ୍ଟ ଆନ୍ଧ୍ରପ୍ରଦେଶରୁ ଉତ୍ପନ୍ନ ହୋଇଥିବା ବେଳେ ଏହା ଅଧିକ ସଂକ୍ରାମକ ବୋଲି ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟକୁ ପ୍ରତ୍ୟାଖାନ କରିଛନ୍ତି ଆନ୍ଧ୍ର ସରକାର ।

ଏଥିସହ ପଢ଼ନ୍ତୁ- ଦେଶରେ ତାଣ୍ଡବ ରଚୁଛି କରୋନାର ଦ୍ୱିତୀୟ ପ୍ରବାହ, ଡରାଇଲାଣି ତୃତୀୟ ଲହର…

ମେ’ ୯ରୁ ଦିଲ୍ଲୀରୁ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଭଳି ୨୮ ଟ୍ରେନ୍ ବାତିଲ୍

ନୂଆଦିଲ୍ଲୀ: ରେଲୱେ ଉପରେ କରୋନା ପ୍ରଭାବ । ଆସନ୍ତା ୯ରୁ ଆଉ ଦିଲ୍ଲୀରୁ ଗଡ଼ିବନି ରାଜଧାନୀ ଏକ୍ସପ୍ରେସ୍ ସହ ଶତାବ୍ଦୀ ଓ ଦୂରନ୍ତ । ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ଏଭଳି ୨୮ଟି ଟ୍ରେନକୁ କରୋନା ସଂକ୍ରମଣ ବଢ଼ୁଥିବାରୁ ରେଲୱେ ବାତିଲ୍ କରି ଦେଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଜାରି ତାଲିକା ଅନୁସାରେ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ବାତିଲ୍ ହୋଇନାହିଁ ।

Railways Discontinues Rajdhani Shatabdi And Duronto Express Trains From May 9 Delhi

କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏସବୁକୁ ଦେଖି ରେଳବାଇ ଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ଚାଲୁଥିବା ୨୮ଟି ଟ୍ରେନ୍ ବାତିଲ୍ ପାଇଁ ନିଷ୍ପତ୍ତି ନେଇଛି । ଏଥିସହ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ନୂଆ ଏସଓପି ଜାରି କରିଛି । ଷ୍ଟେସନ ଓ ଟ୍ରେନକୁ କେବଳ ଟିକେଟ ସଂରକ୍ଷିତ ଥିବା ଯାତ୍ରୀ ପ୍ରବେଶ କରିପାରିବେ । ୱେଟିଂ ଲିଷ୍ଟରେ ଥିଲେ ଷ୍ଟେସନରେ ପ୍ରବେଶ କରିପାରିବେ ନାହିଁ ।

ଯାତ୍ରା ବେଳେ ରେଲୱେ ତରଫରୁ ଯାତ୍ରୀଙ୍କୁ ବ୍ଲାଙ୍କେଟ ଦିଆଯିବ ନାହିଁ । ରାଜଧାନୀ ଭଳି ଟ୍ରେନରେ ଟିକେଟ ସହ ଖାଦ୍ୟ ମିଳିବ ନାହିଁ । ଟ୍ରେନ କିମ୍ବା ଷ୍ଟେସନରେ ମାସ୍କ ପିନ୍ଧି ନଥିଲେ ୫ ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଯାତ୍ରା ସମୟରେ ଯାତ୍ରୀ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ରେଲୱେ ପକ୍ଷରୁ କୁହାଯାଇଛି ।

ସିଙ୍ଗଲ ଡୋଜ୍ ଭ୍ୟାକ୍ସିନ୍ ‘ସ୍ପୁଟନିକ୍ ଲାଇଟ୍’କୁ ଋଷର ଅନୁମତି, ୮୦% ପ୍ରଭାବୀ ଦାବି

ନୂଆଦିଲ୍ଲୀ: ଋଷ କୋଭିଡ୍ ଟିକା ସ୍ପୁଟନିକ ଭିର ନୂଆ ଭର୍ସନ୍ ଲଞ୍ଚ କରିଛି । ଏହି ଟିକାର ନାମ ‘ସ୍ପୁଟନିକ ଲାଇଟ୍’ ରଖାଯାଇଛି । ‘ସ୍ପୁଟନିକ ଲାଇଟ୍’ ୮୦ ପ୍ରତିଶତ ପ୍ରଭାବୀ ସାବ୍ୟସ୍ତ ହୋଇଥିବା ଦାବି କରିଛି ଋଷ । ଏହି ଭ୍ୟାକ୍ସିନର ଗୋଟିଏ ମାତ୍ର ଡୋଜ୍ କୋଭିଡରୁ ସୁରକ୍ଷା ଦେବାରେ ସକ୍ଷମ ବୋଲି ଋଷ ପକ୍ଷରୁ କୁହାଯାଇଛି । ଏହି ଭ୍ୟାକ୍ସିନ୍ ପାଇଁ ଅର୍ଥ ଦେଉଥିବା ଆରଡିଆଇଏଫ୍ କହିଛି, ୨ଟି ଡୋଜ୍ ବିଶିଷ୍ଟ ସ୍ପୁଟନିକ୍ ଭି ତୁଳନାରେ ସିଙ୍ଗଲ୍ ଡୋଜ୍ ବିଶିଷ୍ଟ ‘ସ୍ପୁଟନିକ ଲାଇଟ୍’ ଅଧିକ ପ୍ରଭାବୀ ଅଟେ । ସ୍ପୁଟନିକ ଭି ୯୧.୬ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ ‘ସ୍ପୁଟନିକ ଲାଇଟ୍’ ୭୯.୪ ପ୍ରତିଶତ ପ୍ରଭାବୀ ।

 Russia Approves Single Dose Sputnik Light Covid-19 Vaccine

୨୦୨୦ ଡିସେମ୍ବର ୫ରୁ ୨୦୨୧ ଏପ୍ରିଲ୍ ୧୫ ଯାଏ ଋଷରେ ବ୍ୟାପକ ଟିକାକରଣ କରାଯାଇଥିଲା । ଟିକାକରଣର ୨୮ ଦିନ ପରେ ତଥ୍ୟ ନିଆଯାଇଥିଲା । ସୂଚନାଯୋଗ୍ୟ, ୬୦ଟି ଦେଶ ଋଷର ଭ୍ୟାକ୍ସିନ୍ ପ୍ରୟୋଗ ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ଏବେ ଯାଏ ୟୁରୋପିୟନ୍ ମେଡିସିନ୍ ଏଜେନ୍ସି ଏବଂ ୟୁନାଇଟେଡ୍ ଷ୍ଟେଟ୍ସ ଫୁ଼ଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ ମଞ୍ଜୁରୀ ଦେଇନାହିଁ ।

କିଛି ପଶ୍ଚିମ ଦେଶ ମଧ୍ୟ ସ୍ପୁଟନିକ ଭ୍ୟାକ୍ସିନକୁ ନେଇ ଚେତାବନୀ ଦେଇଛନ୍ତି । ସୋଭିଏତ ଯୁଗର ଏକ ଉପଗ୍ରହ ନାମରେ ପ୍ରସ୍ତୁତ ଏହି ଭ୍ୟାକ୍ସିନ୍ ଋଷ ନିଜ ରୁଚିକୁ ଆଗକୁ ବଢ଼ାଇବା ଲାଗି ନରମ ଶକ୍ତି ଭାବେ ଉପଯୋଗ କରିପାରେ ବୋଲି କୁହାଯାଉଛି । ଏହାକୁ ବଡ଼ ଆକାରରେ କ୍ଲିନିକାଲ୍ ପରୀକ୍ଷଣ ପୂର୍ବରୁ ଗତ ଅଗଷ୍ଟରେ ଟିକାକରଣରେ ସାମିଲ୍ କରାଯାଇଥିଲା ।

ରାଜ୍ୟରୁ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୬ ହଜାର ୮୫୪ ଜଣ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ରେକର୍ଡ ଭାଙ୍ଗିଥିବା ବେଳେ ଦୈନିକ ସୁସ୍ଥତା ବି ରେକର୍ଡ କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୫୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୫୮୪ ଜଣ କରୋନାକୁ ମାତ୍ ଦେଇ ଆରୋଗ୍ୟ ହୋଇଛନ୍ତି । ସଂକ୍ରମଣ ଭଳି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରହିଛି ସୁସ୍ଥତା ହାର । ଏଥିସହ ରାଜ୍ୟର ମୋଟ ୪ ଲକ୍ଷ ୨୩ ହଜାର ୨୫୭ ଜଣ କରୋନାକୁ ହରାଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧ ହଜାର ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ ୪୨୧ ଜଣ, ନବରଙ୍ଗପୁରରୁ ୪୧୫, ସୁନ୍ଦରଗଡ଼ରୁ ୩୭୦, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୮, ବରଗଡ଼ରୁ ୩୦୮, ଯାଜପୁରରୁ ୩୦୧, କେନ୍ଦୁଝରରୁ ୩ ଶହ, ମୟୂରଭଞ୍ଜରୁ ୨୮୯, ନୂଆପଡ଼ାରୁ ୨୮୨, ଗଞ୍ଜାମ ଏବଂ କଳାହାଣ୍ଡିରୁ ୨୭୪ ଜଣ ଲେଖାଏଁ, ପୁରୀରୁ ୨୫୯, କଟକରୁ ୧୯୯, ରାୟଗଡ଼ାରୁ ୧୮୭, ସମ୍ବଲପୁରରୁ ୧୬୩, ଜଗତସିଂହପୁରରୁ ୧୧୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସେହିଭଳି ଗଜପତିରୁ ୧୦୯, ନୟାଗଡ଼ରୁ ୧୦୪, ବାଲେଶ୍ୱରରୁ ୭୯, ସୋନପୁରରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଭଦ୍ରକରୁ ୬୫, କୋରାପୁଟରୁ ୫୫, କନ୍ଧମାଳରୁ ୩୮, ମାଲକାନଗିରିରୁ ୩୨, ଦେବଗଡ଼ରୁ ୨୮, ବୌଦ୍ଧରୁ ୧୫, ଢେଙ୍କାନାଳରୁ ୧୧ ଏବଂ ଷ୍ଟେଟ ପୁଲରୁ ୨୧୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି ।

କୋଭିଡ୍ ଟିକା ଉପରୁ GST ହଟାଇବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଦେଶ କରୋନା ସହ ଲଢ଼ୁଥିବା ବେଳେ ଟିକାକରଣ ଜାରି ରହିଛି । ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି କେନ୍ଦ୍ର ମାଗଣା ଟିକା ଯୋଗାଇ ଦେଉଛି । ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ୍ ଟିକାକରଣ ମାଗଣାରେ କରିବେ ବୋଲି ଘୋଷଣା କରିଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ରାଜ୍ୟ ସରକାର ନିଜ ପାଣ୍ଠିରୁ ଟିକା କିଣୁଛନ୍ତି । ଟିକା ଉପରେ ଜିଏସଟି ଲାଗିଥିବାରୁ ଭ୍ୟାକ୍ସିନ୍ ଦର ରାଜ୍ୟ ପାଇଁ ଅଧିକ ହେଉଛି ।

Naveen Writes Nirmala To Exemption Of GST On Purchase Of Covid19 Vaccine

ଟିକା କ୍ରୟ ଉପରେ ସମ୍ପୂର୍ଣ୍ଣ ଭାବେ ଜିଏସଟି ହ୍ରାସ୍ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭ୍ୟାକ୍ସିନ୍ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ଉପକୃତ ହେବ । ସମସ୍ତଙ୍କୁ ଟିକାକରଣରେ ଏହି ପଦକ୍ଷେପ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲମ୍ବା କୋଭିଡ୍ ଯୁଦ୍ଧ ପାଇଁ ସମସ୍ତଙ୍କ ସହଯୋଗ ଦରକାର । ରାଜ୍ୟମାନଙ୍କୁ ସହଯୋଗ କଲେ ଦେଶ ଏକାଠି କରୋନା ବିରୋଧୀ ଯୁଦ୍ଧ ଲଢ଼ି ପାରିବ । ଅର୍ଥାଭାବ କେବଳ ଗୋଟିଏ ରାଜ୍ୟକୁ ପ୍ରଭାବିତ କରିବ ନାହିଁ ବରଂ ଦେଶ ଗତିକୁ ଲେଉଟାଣି ମୋଡ଼କୁ ନେଇଯିବ ବୋଲି ନବୀନ ଲେଖିଛନ୍ତି ।

ଏଥିସହ ପେଟ୍ରୋଲ, ଡିଜେଲ୍, ମଦ ଇତ୍ୟାଦି ଉପରୁ ଆଦାୟ ବିଭିନ୍ନ ସେସ୍ ଏବଂ ସରଚାର୍ଜେସକୁ କେନ୍ଦ୍ର ସରକାର ପାଉଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେହି ଅର୍ଥକୁ ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ସମାନ ଭାବେ ବିତରଣ ପାଇଁ ନବୀନ ଅନୁରୋଧ କରିଛନ୍ତି । ଏହାଦ୍ୱାରା ମହାମାରୀ ବିରୋଧରେ ଟିକାକରଣ, ମାଗଣା ଚିକିତ୍ସା ଏବଂ ଅନ୍ୟ ପଦକ୍ଷେପ ନେବା ସମ୍ଭବ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାମ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଉତ୍ପାଦନ ହେବ ଭ୍ୟାକ୍ସିନ୍ । କରୋନାରୁ ନେଇ ମାଲେରିଆ ୧୦ ପ୍ରକାର ଟିକା ଉତ୍ପାଦନ କରାଯିବ । ଭାରତ ବାୟୋଟେକ୍ ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ଭ୍ୟାକ୍ସିନ୍ ଉତ୍ପାଦନ କରିବ । ଆଜିଠୁ ଟିକା ଉତ୍ପାଦନ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ତୁରନ୍ତ ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜୁନ୍ ସୁଦ୍ଧା ଉତ୍ପାଦନ ଆରମ୍ଭ ପାଇଁ ଲକ୍ଷ ରଖାଯାଇଛି । ଏଠାରେ କୋଭିଡ ଓ ମାଲେରିଆ ସହ ୧୦ଟି ରୋଗର ଟିକା ପ୍ରସ୍ତୁତ କରାଯିବ ।

Construction of Vaccine Production Unit Started at Andharua

ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ରାଜ୍ୟସ୍ତରୀୟ ଭର୍ଚୁଆଲ୍ ବୈଠକରେ ଆଲୋଚନା କରିଛନ୍ତି । ଅନ୍ଧାରୁଆରେ ଟିକା ଉତ୍ପାଦନ କେନ୍ଦ୍ରର ଅଗ୍ରଗତି ସମୀକ୍ଷା କରିବା ସହ ୨୦୨୨ ଜୁନ୍ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତ ବାୟୋଟେକ୍ ଅନ୍ଧାରୁଆରେ କରୋନା ସହ ଡାଇରିଆ, ମାଲେରିଆ, ଜାପାନିଜ୍ ଏନସେଫାଲାଇଟିସ୍, ରେବିସ୍, ଇନଫ୍ଲୁଏଞ୍ଜା ଭଳି ୧୦ ପ୍ରକାରର ଟିକା ଉତ୍ପାଦନ କରିବ ।

କରୋନା କଟକଣା ମାନିବାକୁ ସମସ୍ତଙ୍କୁ ନିବେଦନ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଭଳି ସ୍ଥଳେ ସରକାର ଲକଡାଉନ୍ କେବେ ଚାହୁଁନଥିଲେ । ସ୍ଥିତିକୁ ଦେଖି ବାଧ୍ୟ ହୋଇ ଲକଡାଉନ୍ କଲୁ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ସୀମାବର୍ତ୍ତୀ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ସପ୍ତାହନ୍ତ ସଟଡାଉନ୍ କରିଥିଲୁ । ସ୍ଥିତି ନ ସୁଧୁରିବାରୁ ସରକାର ଲକଡାଉନ୍ କରିଛନ୍ତି । ସରକାରଙ୍କ କୋଭିଡ୍ କଟକଣାକୁ ମାନନ୍ତୁ । ସକାଳେ ବଜାର ପାଇଁ ଦିଆଯାଇଥିବା ସମୟର ଅପବ୍ୟବହାର କରନ୍ତୁ ନାହିଁ । ସମସ୍ତେ କୋଭିଡ୍ ନିୟମ ପାଳନ କରନ୍ତୁ ।

ACS Requested All To Follow Covid Guidelines

ସମସ୍ତେ ସଚେତନ ହୁଅନ୍ତୁ, କରୋନାର ତୃତୀୟ ପ୍ରବାହ ଆସୁଛି । ଲକଡାଉନ୍ ସମୟରେ ସମସ୍ତେ କରୋନା କଟକଣା ମାନନ୍ତୁ । ନ ମାନିଲେ ସ୍ଥିତି ବିଗିଡ଼ିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଏଥିସହ ରାଜ୍ୟରେ ଟିକାକରଣ ନେଇ ସେ ସୂଚନା ଦେଇଛନ୍ତି । ରାଜ୍ୟରେ ଏଯାବତ୍ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୭ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୯୭ ପ୍ରତିଶତ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୫ ପ୍ରତିଶତ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଆକଳନ ଅନୁସାରେ ରାଜ୍ୟରେ ୪୫ ବର୍ଷରୁ ଅଧିକ ୧ କୋଟି ୧୬ ଲକ୍ଷ ଲୋକ ରହିଛନ୍ତି । ସେଥିରୁ ୪୩ ଲକ୍ଷ ୫୫ ହଜାର (୩୭ ପ୍ରତିଶତ) ଲୋକଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସେଥିରୁ ୨୩ ଲକ୍ଷ ୪୩ ହଜାର ୯୦୭ ଜଣ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଦିନ ହୋଇ ସାରିଲାଣି । ଏବେ ସୁଦ୍ଧା ପ୍ରାୟ ୬ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଦିଆଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ସହ ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି ।

ଏହା ପୂର୍ବରୁ ଘରୋଇ ହସ୍ପିଟାଲ୍ ଟିକା ଦେଉଥିଲେ । ଏଥିପାଇଁ ସେମାନେ ୧୫୦ ଟଙ୍କା ନେଉଥିଲେ । ଯେଉଁମାନେ ଏପ୍ରିଲ୍ ୩୦ ପୂର୍ବରୁ ଘରୋଇ ହସ୍ପିଟାଲରେ ଟିକା ନେଇଥିଲେ ସେମାନେ ଦ୍ୱିତୀୟ ଡୋଜ୍ ଟିକା ସରକାରୀ ହସ୍ପିଟାଲରେ ନେଇପାରିବେ । ସେମାନଙ୍କୁ ମାଗଣାରେ ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ଦିଆଯିବ । କୋଭାକ୍ସିନ୍ ନିଅଣ୍ଟ ନାହିଁ, କୋଭିସିଲ୍ଡ ନିଅଣ୍ଟ ରହିଛି । କୋଭିସିଲ୍ଡ ଯୋଗାଇ ଦେବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଟିକା ଆସିଲେ ପ୍ରଥମେ ଦ୍ୱିତୀୟ ଡୋଜ୍ ଲୋକଙ୍କୁ ଦିଆଯିବ । ତା’ଛଡ଼ା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇନାହାଁନ୍ତି ସେମାନଙ୍କୁ ଦିଆଯିବ ।

କୋଭାକ୍ସିନ୍ ପ୍ରଥମ ଡୋଜ୍ ନେବାର ୨୮ରୁ ୪୧ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ । ସେହିଭଳି କୋଭିସିଲ୍ଡ ପ୍ରଥମ ଡୋଜର ୬ରୁ ୮ ସପ୍ତାହ ଅର୍ଥାତ୍ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ । ୧୮ରୁ ୪୪ ବର୍ଷ ମଧ୍ୟରେ ୧ କୋଟି ୯୩ ଲକ୍ଷ ଲୋକ ରହିଛନ୍ତି । ସେଥିରୁ ୧୦ ଲକ୍ଷ ୩୪ ହଜାର ଭୁବନେଶ୍ୱର ଅଞ୍ଚଳର, ସେମାନଙ୍କୁ କୋଭାକ୍ସିନ୍ ଦିଆଯିବ । ବାକି ସମସ୍ତ ସ୍ଥାନରେ କୋଭିସିଲ୍ଡ ଦିଆଯିବ । ଏଥିପାଇଁ ସରକାର କୋଭିସିଲ୍ଡ, କୋଭାକ୍ସିନ୍ ପାଇଁ ଅର୍ଡର ଦେଇଛନ୍ତି ।

ମେ ମାସରେ ୪୦ ଲକ୍ଷ, ତା ପର ମାସରେ ୬୦ ଲକ୍ଷ କୋଭିସିଲ୍ଡ ଟିକା ଦେବା ପାଇଁ ଆମେ ଲେଖିଥିଲୁ । ସେମାନେ ୪ ଲକ୍ଷ ୭୮ ହଜାର କୋଭିସିଲ୍ଡ ଡୋଜ୍ ଦେବା ପାଇଁ ସେରମ ପ୍ରତିଶ୍ରୁତି ଦେଇଛି । ଏଥିପାଇଁ ଆମେ ୧୫ କୋଟି ଟଙ୍କା ଅଗ୍ରମୀ ଦେଇଛୁ । ଏପରିକି ୪୦ କୋଟିର ଟଙ୍କା ଚାହିଁଲେ ଆମେ ଦେଇ ଦେବୁ । ଟିକା ଆସିଲେ ଦିଆଯିବ । ପ୍ରଥମେ ସହରାଞ୍ଚଳକୁ ପ୍ରାଥମିକତା ଦିଆଯିବ । ଟିକା ଆସିଲେ, ସ୍ଲଟ୍ ଦିଆଯିବ । ଏପରିକି ଘରୋଇ କେନ୍ଦ୍ରରେ ମାଗଣା ଟିକା ଦିଆଯିବା ନେଇ ସରକାର ପଦକ୍ଷେପ ନେଇଛନ୍ତି । ଏଥିପାଇଁ କେବଳ ଶହେ ଟଙ୍କା ପରିଚାଳନା ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା

ପୁରୀ: ଚଳିତବର୍ଷ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ । ଏ ନେଇ ଆସନ୍ତା ୧୧ ତାରିଖରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ ହେବ । ଗତବର୍ଷ କରୋନା ମହାମାରୀ କାରଣରୁ ବାହାର ଚନ୍ଦନଯାତ୍ରା ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହୋଇଥିଲା ।

Chandana Jatra Of Lord Jagannath To Be Held Adhering Corona Restriction Puri

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ  ଏହି ନିଷ୍ପତ୍ତି ହୋଇଛି । ସେବାୟତଙ୍କ ଟିକାକରଣ ପାଇଁ ଘରକୁ ଘର ବୁଲି ସର୍ଭେ କରାଯିବ । ଆବଶ୍ୟକ ପଡ଼ିଲେ ଆଉ ଏକ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଭିଡ୍ ପରିଚାଳନା ନେଇ ଗଠିତ ୭ ଜଣିଆ ଟିମ୍ ଓ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଛି ।