ଟିକା କାମ ଦେଉଛି କି ନାହିଁ କରାଯିବ ତର୍ଜମା, ସର୍ଭେଲାନ୍ସ ଉପରେ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ । ଟୀକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଓ କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି ସେ ନେଇ ସବୁ ସ୍ଥାନରେ ତର୍ଜମା ଆରମ୍ଭ ହେଲାଣି । ରାଜ୍ୟରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ତେବେ ସବୁ ଟିକାର ପ୍ରୋଟେକ୍ସନ ୭୧ରୁ ୯୧% ରହୁଛି । ସେପଟେ ଯେଉଁ ଜିଲ୍ଲାରେ ଏବେ ଅଧିକ ସଂକ୍ରମଣ ରହିଛି ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ମୁଖ୍ୟ ଷ୍ଟ୍ରାଟେଜି ।

ସର୍ଭେଲାନ୍ସ କରି ଚିହ୍ନଟ କରିବା, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଅଧିକ ସଂକ୍ରମିତ ହେଉଥିବା ସ୍ଥାନକୁ କଣ୍ଟେନମେଣ୍ଟ କରାଯିବ । ସରକାର ବହୁତ ଚେଷ୍ଟା କରୁଛନ୍ତି । ଲୋକଙ୍କ ସହଯୋଗ ଦରକାର । ଅନଲକ ହୋଇଗଲା ଭାବି ଲୋକ ଢିଲା ନହେବା ଉଚିତ । କୋଭିଡ ନିୟମ ସଠିକ ଭାବେ ଅନୁପାଲନ ନ କଲେ ସରକାର ଚେଷ୍ଟା ସମ୍ପୂର୍ଣ୍ଣ ସଫଳ ହେବନି । ପଶ୍ଚିମ ଓଡ଼ିଶାରେ ଆଗ ଆରମ୍ଭ ହୋଇଥିବାରୁ ସେଠାରେ ଆଗ କମିଛି । ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ଭଲ ସ୍ଥିତି ଆସିବ ।

ଆସିସିୟୁରେ ଏବେ ବି ୫୪ ପ୍ରତିଶତ ଓ ଭେଣ୍ଟିଲେଟରରେ ୫୬ ପ୍ରତିଶତ ରୋଗୀ ଅଛନ୍ତି । ଅଧିକ ଦିନର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ଏବେ ନୂଆ ରୋଗୀ ଆଇସିୟୁରେ ଆଡମିସନ ସଂଖ୍ୟା ବହୁତ କମ । ମେଡିକାଲ କଲେଜରେ ଏକ୍‌ମୋ ମେସିନ ଲଗାଇବା ନେଇ ପ୍ରକ୍ରିୟା ଚାଲିଛି । ଏମ୍ସରେ ଏହି ମାସ ଶେଷ ସୁଦ୍ଧା ଲାଗିପାରେ ବୋଲି କୁହାଯାଉଛି ।

Leave a Reply