spot_img
Home Blog Page 5668

ବିନା ଭକ୍ତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା

ବିନା ଭକ୍ତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ୧୫ତାରିଖରୁ ୨୨ଦିନ ଧରି ବିନ୍ଦୁ ସାଗରରେ ଚାପିଖେଳିବେ ବାବା ଲିଙ୍ଗରାଜ। ଚାପଖେଳକୁ କୋଭିଡ କଟକଣା ଅନୁଯାୟୀ କରିବାକୁ ବିଏମସିର ମନ୍ଦିର ପ୍ରଶାସନକୁ ନିର୍ଦେଶ। ୧୫ଜଣ ସେବାୟତଙ୍କୁ ନେଇ ହେବ ଯାତ୍ରା। ଗରମ ଗୁଳୁଗୁଳିରେ ଚାପିଖେଳିବେ ମହାପ୍ରଭୁ ଲିଙ୍ଗରାଜ। ଆସନ୍ତା ୧୫ତାରିଖ ଅକ୍ଷୟ ତୃତୀୟରୁ ଚାପଖେଳ ବା ଚନ୍ଦନଯାତ୍ରା ଆରମ୍ଭ ହେବ। ୨୨ଦିନ ଧରି ଚାଲିବ ଏହି ଯାତ୍ରା। ଏହା ପୂର୍ବରୁ ଲିଙ୍ଗରାଜଙ୍କ ଏହି ଯାତ୍ରା ପାଇଁ ଅନୁମତି ମିଳିଛି। କୋଭିଡ କଟକଣା ଭିତରେ ବିନା ଶ୍ରଦ୍ଧାଳୁରେ ଚାପଖେଳ କରିବାକୁ ଗାଇଡ଼ଲାଇନ ଜାରି ହୋଇଛି। ପ୍ରାୟ ୧୪ଟି ନିୟମ କରିଥିବାବେଳେ ଏହାକୁ କିଭକି କଡାକଡି ପାଳନ କରାଯିବ ସେଥିପାଇଁ ମଧ୍ୟ ନିର୍ଦେଶ ରହିଛି। ବିନା ଭକ୍ତରେ ହେବ ଯାତ୍ରା। କେହି ଭକ୍ତ ଏହି ଚାପଖେଳ ରେ ଅଂଶଗ୍ରହଣ କରିବେ ନାହିଁ କି ଦର୍ଶନ କରିବେ ନାହିଁ। ମନ୍ଦିରର ୧୫ଜଣ ସେବାୟତଙ୍କୁ ନେଇ ଚାଲିବ ଚାପଖେଳ। ମନ୍ଦିର ପ୍ରଶାସନ ପକ୍ଷରୁ ଏହି ୧୫ଜଣ ସେବାୟତଙ୍କ ନା ବିଏମସିକୁ ଦିଆଯିବ।

୧୫ଜଣଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ପରେ ଚାପଖେଳ ପାଇଁ ମିଳିବ ଅନୁମତି। ଚାପଖେଳ ପାଇଁ ବ୍ୟବହାର ହେବାକୁ ଥିବା ଡ଼ଙ୍ଗାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ଏନେଇ ମନ୍ଦିର ପ୍ରଶାସନ ବିଏମସି ସହ ଯୋଗାଯୋଗ କରି କିଭଳି ସାନିଟାଇଜ କରିବେ ସେ ବ୍ୟବସ୍ଥା କରିବେ। ପୂଜା, ଯାତ୍ରା ସମୟରେ ନୀତିକାନ୍ତିରେ ନିୟୋଜିତ ସେବାୟତ ସର୍ବଦା ମାସ୍କ ପିନ୍ଧିବେ। ଏହା ସହ ୬ଫୁଟ ଦୂରତା ମଧ୍ୟ ସମ୍ଭବତଃ ବଜାୟ ରଖିବେ। ପାନ ଗୁଟକା ଖାଇବା ଓ ଛେପ ପକାଇ ପାରିବେ ନାହିଁ କୌଣସି ସେବାୟତ। ଥର୍ମାଲ ସ୍କ୍ରିନିଂ ସାଙ୍ଗକୁ ହାତ ଧୋଇବା, ସାନିଟାଇଜ ହେବା ଉପରେ ଗୁରୁତ୍ୱ ଦେବେ। ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଥିଲେ ପୂଜାକର୍ଯ୍ୟରେ ସାମିଲ ହେବେନାହିଁ। ଏହାସହ ବାଣ, ପାଣି ପାଉଚ ସମ୍ପୂର୍ଣ୍ଣ ବାରଣ ହୋଇଛି। କେବେଳ ନୀତିକାନ୍ତି ବ୍ୟତୀତ କୌଣସି ପ୍ରକାର ମେଳା, ମହୋତ୍ସବ କି ମେଳଣ ଲାଗିବ ନାହିଁ। ଏଥିପ୍ରତି ମନ୍ଦିର ପ୍ରଶାସନ ବିଶେଷ ଧ୍ୟାନ ଦେବେ। ପୂର୍ବରୁ ବିନା ଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମକ ୧୦ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର:  କରୋନା ପାଇଁ ଦେଶ ତଥା ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ସେବା ଉପରେ କରୋନାର ବ୍ୟାପକ ପ୍ରଭାବ ପଢିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ “ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ” ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏହି ସନ୍ଦର୍ଭରେ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ସାହାଣୀ ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଲୋକସେବା ଭବନସ୍ଥିତ ତାଙ୍କ ପ୍ରକୋଷ୍ଠରେ ଚେକ୍ ହସ୍ତାନ୍ତର କରିଛନ୍ତି।

କୋଭିଡ ନେଲା ଓଡିଆ ବୈାଜ୍ଞାନିକଙ୍କ ଜୀବନ

ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଓଡିଆ ବୈାଜ୍ଞାନିକ ଡକ୍ଟର ଶୁବେନ୍ଦୁ ଶଙ୍କର ରାୟ କରୋନା ସହ ଲଢି ଶେଷରେ ମୃତ୍ୟୁବରଣ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଦିଲ୍ଲୀସ୍ଥିତି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ୪ତାରିଖ ଦିନ ୫୭ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭଦ୍ରକର ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ସୁଧାଂଶୁ ଶେଖର ରାୟ ଓ ଶାନ୍ତି ଦେବୀଙ୍କ କନିଷ୍ଠପୁତ୍ର ଥିଲେ ଶୁବେନ୍ଦୁ । ଶୁବେନ୍ଦୁ ଥିଲେ ଦେଶର ଜଣେ ରିମୋର୍ଟ ସେନସିଲ ବୈାଜ୍ଞାନିକ । ଓୟୁଟିରୁ କୃଷି ବିଜ୍ଞାନରେ ସ୍ନାତ୍ତୋକ ହାସଲ ପରେ ସେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରୁ କୃଷି ସମ୍ବନ୍ଧୀୟ ପଦାର୍ଥ ବିଜ୍ଞାନରେ ସ୍ନାତ୍ତୋକତର ଓ ପିଏଚଡି ହାସଲ କରିଥିଲେ । ପଢା ପରେ ସେ ଇସ୍ରୋର ସ୍ପେସ୍ ଆପ୍ଲିକେଶନ ସେଣ୍ଟର ବା ଅନ୍ତରୀକ୍ଷ ଅଣୁ ପ୍ରୟୋଗ କେନ୍ଦ୍ରରେ ବୈାଜ୍ଞାନିକ ଭାବେ ଯୋଗ ଦେଇଥିଲେ । ଇସ୍ରୋ ଦ୍ୱାର ବିକଶିତ ବିଭିନ୍ନ ଟେକ୍ନୋଲୋଜୀକ କୃଷିକ୍ଷେତ୍ରରେ ପ୍ରୟୋଗ ଉଦେଶ୍ୟରେ ୨୦୧୨ ମସିହାରେ କେନ୍ଦ୍ର ସରକାର ଦିଲ୍ଲୀଠାରେ ମହଲା ନଦୀସ ନ୍ୟାସନାଲ ପ୍ରପ ଫୋରକାଷ୍ଟିଂ ସେଣ୍ଟର ପ୍ରତିଷ୍ଠା କରିଥିଲେ । ଶୁଭେନ୍ଦୁଙ୍କର କୃଷି ଉତ୍ପାଦନର ପୂର୍ବାନୁମାନ କ୍ଷେତ୍ରରେ ବିଶେଷ ଦକ୍ଷତା ପାଇଁ ସେ ସେହି କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ରୂପେ ନିଯୁକ୍ତି ପାଇଥିଲେ । କୃଷି ବିକାଶ ପାଇଁ ସାଟେଲାଇଟ ପ୍ରୟୋଗ କ୍ଷେତ୍ରରେ ତା୮ଯକର ଉଲ୍ଲେଖନୀୟ ଅବଦାନ ରହିଥିଲା । ନିଜ ଜନ୍ମମାଟି ଭଦ୍ରକ ପାଇଁ ତାଙ୍କର ଅହେତୁକ ଆକର୍ଷଣ ଥିଲା । ତେଣୁକରି ସେ ନିଜ ପିତାମାତାଙ୍କ ସ୍ମୃତିରେ ସୁଧାଂଶୁ ଶେଖର ଶାନ୍ତିଦେବୀ ପାଠାଗାର ପ୍ରତିଷ୍ଠା କରିଥିଲେ । ଏହିଭଳି ଜଣେ ସୁଦିକ୍ଷିତ ମହାନ ବୈାଜ୍ଞାନିକ ତଥା ଯୋଗ୍ୟ ସନ୍ତାନଙ୍କର ପରଲୋକ କରୋନା କାରଣରୁ ହେବା ନିଶ୍ଚିତ ରୂପେ ଦୁଖଦାୟକ ।

କରୋନା ପଜିଟିଭ୍‌ ହେଲେ ବଲିଉଡ କୁଇନ କଙ୍ଗନା ରନୌତ

ମୁମ୍ବାଇ: ନିକଟରେ ବଲିଉଡର ଏକାଧିକ ସେଲିବ୍ରେଟି କରୋନା କବଳରେ ଆସି ଯାଇଥିବା ବେଳେ ଶନିବାର କରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ବଲିଉଡ କୁଇନ କଙ୍ଗନା ରନୌତ । ତେବେ କଙ୍ଗନା ସୋସିଅଲ ମିଡିଆରେ ଏହି ଖବର ଦେଇଛନ୍ତି । ଯୋଗ କରୁଥିବା ବେଳର ଏକ ଫଟୋ ଶେୟାର କରି କଙ୍ଗନା କରୋନାରେ ସଂକ୍ରମିତ ହେବାପରେ ନିଜର ଅନୁଭବକୁ ତାଙ୍କ ପ୍ରଶଂସକଙ୍କ ସହିତ ଶେୟାର କରିଛନ୍ତି ।

କଙ୍ଗନାଙ୍କ ଅନୁସାରେ ତାଙ୍କୁ ପ୍ରଥମେ ଦୁର୍ବଳ ଅନୁଭବ ହେଲା ଏବଂ ଗତ କିଛି ଦିନ ହେବ ତାଙ୍କ ଆଖି ସାମାନ୍ୟ ଜଳାପୋଡ଼ା ଭଳି ମନେ ହେଉଥିଲା । କୋଭିଡ ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ଆସିଲା । ତେବେ ରିପୋର୍ଟ ପଜିଟିଭ୍‌ଆସିବା ପରେ ନିଜକୁ ସଙ୍ଗରୋଧ କରି ରଖିଛନ୍ତି ଏହି ବଲିଉଡ ସୁନ୍ଦରୀ । ତେବେ ଯଦି ଆମେ କରୋନାକୁ ଡରିବା ସେ ଅଧିକ ଡରାଇବ । ତେଣୁ ଏହି ମହାମାରୀକୁ ନ ଡରି ତାକୁ ହରାଇବାକୁ ବଢିବ । କୋଭିଡ ୧୯ ଏକ ସାମାନ୍ୟ ଫ୍ଲୁ, ଯାହା ଲୋକଙ୍କ ଉପରେ ଏକ ପ୍ରକାରର ଚାପ ପକାଇଛି ବୋଲି ସୋସିଅଲ ମିଡିଆରେ ଲେଖିଛନ୍ତି କଙ୍ଗନା ।

 

 

View this post on Instagram

 

A post shared by Kangana Ranaut (@kanganaranaut)

କେବଳ କଙ୍ଗନା ନୁହଁନ୍ତି ବରଂ ନିକଟ ଅତୀତରେ ବଲିଉଡର ଏକାଧିକ ସେଲିବ୍ରିଟି ଯେପରିକି ରଣବୀର କପୂର, ଆଲିୟା ଭଟ୍ଟ, ଭୂମି ପେଡନେକର, ଅକ୍ଷୟ କୁମାର,କୃତି ସାନନ ଆଦି ସେଲିବ୍ରିଟୀ କରୋନାରେ ସଂକ୍ରମିତ ହୋଇଥିବା ଖବର ସୋସିଅଲ ମିଡିଆରେ ଶେୟାର କରିଥିଲେ ।

୧୪ଦିନ ଯାଏଁ ତାମିଲନାଡୁରେ ଲକ୍‌ଡାଉନ

ତାମିଲନାଡୁରେ ଲାଗୁ ହେଲା ଲକ୍‌ଡାଉନ୍ । ୧୪ଦିନ ଯାଏଁ ତାମିଲନାଡୁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ଏହିଭଳି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । କରୋନା ଭାଇରସର ଦିତ୍ୱୀୟ ଲହରକୁ ଲକ୍ଷ୍ୟ କରି ଏହିଭଳି ପଦକ୍ଷେପ ନେଇଛନ୍ତି ତାମିଲନାଡୁ ସରକାର । ମେ ୧୦ ତାରିଖ ଭୋର ୪ଟାରୁ ମେ ୨୪ ତାରିଖ ଭୋର ୪ଟା ପର୍ଯ୍ୟନ୍ତ ରାଜ୍ୟରେ ‘ସମ୍ପୂର୍ଣ୍ଣ ଲକଡାଉନ୍‌’ ବଳବତ୍ତର ରହିବ। ଶୁକ୍ରବାର ଦିନ ଜିଲ୍ଲାପାଳମାନଙ୍କ ସହ ତାଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରୁ ମିଳିଥିବା ତଥ୍ୟ ଓ ମତାମତ ଆଧାରରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଡାକ୍ତରୀ ବିଶେଷଜ୍ଞଙ୍କମାନେ ମଧ୍ୟ ଏଥିପାଇଁ ପରାମର୍ଶ ଦେଇଥିଲେ।ଲକଡାଉନ୍ ସମୟରେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ହଇରାଣ ନ ହୁଅନ୍ତି, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ତେଜରାତି, ପନିପରିବା, ଫଳ, ମାଛ, ମାଂସ ଆଦି ଦୋକାନ ଖୋଲା ରହିବ। ସ୍ବାସ୍ଥ୍ୟ ସେବା, ଜଳଯୋଗାଣ, ବିଦ୍ୟୁତ ସରବରାହ  ଆଦି ସ୍ବାଭାବିକ ଭାବେ ଚାଲୁ ରହିବ।

ଦେଶରେ ଡରାଉଛି ମହାମାରୀ ,ଗତ ୨୪ ଘଣ୍ଟାରେ ୪ଲକ୍ଷ ୧ହଜାର ୭୮

ଦେଶରେ କମୁନି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୪ଲକ୍ଷ ହଜାରେ ୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ହଜାର ୧୮୭ଜଣଙ୍କ ଜୀବନ ନେଇଛି ମହାମହାମାରୀ । ଦିନକରେ ୩ଲକ୍ଷ ୧୮ହଜାର ୬୦୯ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୧୮ଲକ୍ଷ ୯୨ହଜାର ୬୭୬ ସଂକ୍ରମିତ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୭ଲକ୍ଷ ୨୩ହଜାର ୪୪୬ । ମେଡିକାଲରୁ ସୁସ୍ଥ ଫେରିଛନ୍ତି କୋଟିଏ ୭୯ଲକ୍ଷ ୩୦ହଜାର ୯୬୦ଜଣ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୩୮ହଜାର ୨୭୦କୁ ବୃଦ୍ଧି ହୋଇଛି । ସେପଟେ କରୋନା ଚେନ୍ ବ୍ରେକ୍ କରିବାକୁ ବିଭିନ୍ନ ରାଜ୍ୟ ଲକଡାଉନ ଘୋଷମା କରୁଛନ୍ତି । ଆଜି ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ୨ସପ୍ତାହ ଲକଡାଉନ ଘୋଷଣା କରିଛନ୍ତି ତାମିଲନାଡୁ ସରକାର । ଆସନ୍ତା ମେ ୧୦ ଅର୍ଥାତ୍ ସୋମବାରଠାରୁ ୨୩ ତାରିଖ ଯାଏଁ ଏହି ଲକଡାଉନ ଜାରି ହେବ । କରୋନା ଚେନ୍ ବ୍ରେକ୍ ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁ ସରକାର । ଗତକାଲି କର୍ଣ୍ଣାଟକ ସରକାର 14ଦିନିଆ ଲକଡାଉନ ଘୋଷଣା କରିଥିଲେ ।

 

ରାଜ୍ୟରେ ବଢୁଛି ଦୈାନିକ ସଂକ୍ରମଣ

ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ଚିହ୍ନଟ ହୋଇଛନ୍ତି ୧୧ ହଜାର ୮୦୭ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୬ ହଜାର ୬୧୩, ଲୋକାଲ କେସ୍ ୫ ହଜାର ୧୯୪ ରହିଛି । ତେବେ ଆଜି ଆଉ ୨୧ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧୯୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୧୫୧୦ ଓ କଟକରୁ ୧୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗୀରରୁ ୪୩୭, ବରଗଡ଼ରୁ ୪୨୮, ଝାରସୁଗୁଡ଼ାରୁ ୪୨୧, ନବରଙ୍ଗପୁରରୁ ୪୧୯, କଲାହାଣ୍ଡିରୁ ୪୦୨, ଗଞ୍ଜାମରୁ ୩୪୧, ଯାଜପୁରରୁ ୩୦୨, ଷ୍ଟେଟ୍ ପୁଲରୁ ୩୦୧, ନୂଆପଡ଼ାରୁ ୨୮୬, ବାଲେଶ୍ବରରୁ ୨୬୦ ଜଣ ସଂକ୍ରମିତ ଅଛନ୍ତି । ସେହିପରି କେନ୍ଦୁଝରରୁ ୨୩୧, ସୋନପୁରରୁ ୨୧୦, ନୟାଗଡ଼ରୁ ୨୦୪, ବୌଦ୍ଧରୁ ୧୭୮, ଢେଙ୍କାନାଳରୁ ୧୭୭, ମୟୂରଭଞ୍ଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୪୫, ରାୟଗଡ଼ାରୁ ୧୩୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେବଗଡ଼ରୁ ୧୧୫, ଗଜପତିରୁ ୧୦୫, କନ୍ଧମାଳରୁ ୯୨, ଭଦ୍ରକରୁ ୮୩ ଓ ମାଲକାନଗିରିରୁ ୭୦ ଜଣ ଅଛନ୍ତି ।

ଅଗଷ୍ଟ ସୁଦ୍ଧା ବ୍ରିଟେନ ହେବ କରୋନାମୁକ୍ତ.

କରୋନା ଭାଇରସ୍‌କୁ ନେଇ ସବୁଠି ବଢୁଛି ଚିନ୍ତା । ବିଶ୍ୱବ୍ୟାପୀ କରୋନା କବଳରୁ କେହି ବି ପାରୁନାହାନ୍ତି ମୁକୁଳି । ତେବେ କରୋନାର ଭୟାବହତ ଯୋଗୁଁ ସବୁଠି ଭୟ ଓ ଡରର ମାହୋଲ । କାହିଁକି ନା ଗତ ବର୍ଷ ଠାରୁ ଆହୁରୀ ମାରାତ୍ମକ ହେଉଛି ଏହି କରୋନା ଭାଇରସ୍ । ନୂଆ ନୂଆ ଧରଣର ଲକ୍ଷଣ ଦେଖାଯାଉଛି ଏହି ଭାଇରସ୍‌ରେ । କିନ୍ତୁ ଏହାରି ଭିତରେ ଆଉ ଏକ ଖବର ସବୁଠି ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି । ଅଗଷ୍ଟ ସୁଦ୍ଦା ବ୍ରିଟେନରେ ଆଉ ନୂତନ ପ୍ରଜାତିର କରୋନା ଭାଇରସ୍ ସଂକ୍ରମଣ ହେବ ନାହିଁ ବୋଲି ସୂଚନା ମିଳୁଛି ।

ବ୍ରିଟେନର ଭ୍ୟାକସିନ୍ ଟାକ୍ସ ଫୋର୍ସର ମୁଖ୍ୟ କ୍ଲାଇଭ୍ ଡିକ୍ସ ଦୈାନିକ ଟେଲିଗ୍ରାଫ୍ କୁ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି । ସଂକ୍ରମିତ ହେବେ ବୋଲି ଆଶଙ୍କା କରାଯାଉଥିବା ଲୋକମାନଙ୍କୁ ଏ ବର୍ଷ ଶେଷ ଆଡକୁ କେଉଁ ଟିକା ସର୍ବୋତ୍ତମ ବୁଷ୍ଟର ଭାବେ ଦିଆଯିବ ତାହା ସରକାର ଅନୁଧ୍ୟାନ କରୁଛନ୍ତି । ଟେଲିଗ୍ରାଫ୍‌କୁ କ୍ଲାଇଭ୍ ଡିକ୍ସ କହିଛନ୍ତି ଯେ ଜୁଲାଇ ଶେଷ ସୁଦ୍ଦା ଇଂଲଣ୍ଡର ସବୁ ଲୋକଙ୍କୁ ଟିକା ପ୍ରଦାନ କରିଦିଆଯିବ । ଏଯାବତ୍ ଇଂଲଣ୍ଡର ୫୧ ନିୟୁତରୁ ଅଧିକ ଡୋଜ୍ ଟିକା ସେଠାକାର ଜନତାଙ୍କୁ ମିଳିସାରିଲାଣି । ଦେଶର ମୋଟ ପ୍ରାପ୍ତ ବୟସ୍କ ଜନତାଙ୍କ ଭିତରୁ ଅଧିକାଂଶ ଜନତାଙ୍କୁ ଟିକା ଦିଆସରିଲାଣି । ଏହି ଦିଗରେ ଇଂଲଣ୍ଡ ବିଶ୍ୱର ଦ୍ୱିତୀୟ ତ୍ୱରିତ ଦେଶ । ବ୍ରିଟିଶ ସରକାରଙ୍କ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ରକ୍ତ ଜମାଟ ବାନ୍ଧିବାର ସାମାନ୍ୟ ଆଶଙ୍କା ଥିବାରୁ ୪୦ବର୍ଷରୁ କମ୍ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଅକ୍ସୋଫଡ ଆଷ୍ଟ୍ରାଜେନିକା କୋଭିଡ୍‌-୧୯ ଟିକାର ବିକଳ୍ପ ଦିଆଯିବ । ହେଲେ ଅନ୍ୟପଟେ କିଛି ବିଶେଷଜ୍ଞଙ୍କ ରିପୋର୍ଟ ଅନୁସାରେ କରୋନା ଏହିଭଳି ଭାବେ ଆମ ମାନଙ୍କ ଗହଣରେ ରହିବ ।

 

ଡାକ୍ତରଙ୍କୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । କୋଭିଡର ସୁପରିଚାଳନା ଲାଗି OHMS, OMES କ୍ୟାଡର, ଆୟୁଷ, ଡେଣ୍ଟାଲ୍ ସର୍ଜନ, ସମସ୍ତ ପିଜି ଡକ୍ଟର୍ସ, ପୋଷ୍ଟ ପିଜି ଡକ୍ଟର, ଇଣ୍ଟର୍ନ୍ସ, ସମସ୍ତ ଶେଷ ବର୍ଷର ଛାତ୍ର (ନର୍ସିଂ ଓ ପାରାମେଡିକାଲ୍ ଷ୍ଟାଫ)ଙ୍କୁ ସାମୟିକ ଭାବେ ରାଜ୍ୟ ସରକାର ନିଜ ଅଧୀନକୁ ଆଣିଛନ୍ତି ।

 Odisha Brought All Doctor And Nursing Staff To State Pool For Covid

ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ମହାମାରୀ କୋଭିଡ୍ ପରିଚାଳନା ପାଇଁ ଆବଶ୍ୟକତା ଅନୁସାରେ ସରକାର ଡାକ୍ତରଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରିବେ । ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାର ଟପିଥିବା ବେଳେ ବିଭିନ୍ନ ଜିଲ୍ଲାରେ ବେଡ୍ ବୃଦ୍ଧି କରାଯାଉଛି । ଏଭଳି ସ୍ଥଳେ କରୋନା ରୋଗୀଙ୍କୁ ଉତ୍ତମ ଚିକିତ୍ସା ପାଇଁ ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି ।

ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ

ଭୁବନେଶ୍ୱର: ମନ୍ତ୍ରୀଙ୍କୁ କରୋନା । ରାଜ୍ୟ ସରକାରଙ୍କ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟିଂ ପାଇଁ ସେ ନିବେଦନ କରିଛନ୍ତି ।

କରୋନା କାଳରେ ମନ୍ତ୍ରୀ ପ୍ରତାପ ଜେନା ଅସହାୟଙ୍କ ନିକଟରେ ଛିଡ଼ା ହେଉଥିଲେ । ଲୋକ ମୃତଦେହକୁ ଛୁଇଁବାକୁ ଡରୁଥିବା ବେଳେ ଶବକୁ କାନ୍ଧ ଦେଉଥିଲେ ମନ୍ତ୍ରୀ । ଏବେ ରାଜ୍ୟରେ ସଂକ୍ରମଣ ମାମଲା ବଢ଼ିଥିବା ବେଳେ ପ୍ରତାପ ଜେନାଙ୍କ ରିପୋର୍ଟ କୋଭିଡ୍ ପଜିଟିଭ୍ ଆସିଛି ।

ଅନ୍ୟପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କୋଭିଡ୍ ସଂକ୍ରମିତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ସେ ଭେଣ୍ଟିଲେଟରରେ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।