ସ୍ୱତନ୍ତ୍ର SOP ଜାରି କଲା ସ୍ୱାସ୍ଥ୍ୟ ବିଭାଗ: ଶିଶୁଙ୍କ ପାଇଁ ୨୩୯୦ ବେଡ୍‌, ୬୧୦ ଆଇସିୟୁ ବେଡ ପ୍ରସ୍ତୁତ

ଭୁବନେଶ୍ୱର: ଦ୍ୱିତୀୟ ପରେ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ସମରସଜ୍ଜା । ଥାର୍ଡ ଓ୍ୱେଭ୍‌ରେ ଶିଶୁଙ୍କୁ କିଭଳି ଚିକିତ୍ସା କରାଯିବ, ସେନେଇ ପ୍ରସ୍ତୁତ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରିଛି । ସେପଟେ ତୃତୀୟ ଲହରରେ ଶିଶୁ କମ୍ ସଂକ୍ରମିତ ହେବେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି । ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି ବେଶି ଥିବାରୁ ସେମାନେ ଅଧିକ ସଂକ୍ରମିତ ହେବେନାହିଁ ବୋଲି ଡବ୍ଲୁଏଚଓ ଏବଂ ଏମ୍‌ସର ସର୍ଭେରୁ ଜଣାପଡ଼ିଛି ।

ଦ୍ୱିତୀୟ ପରେ ତୃତୀୟ ଲହର ମୁକାବଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏସଓପି ଜାରି କରି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ପଠାଇଛି । ଆଗାମୀ ଲହରରେ ଶିଶୁଙ୍କୁ କିଭଳି ଚିକିତ୍ସା କରାଯିବ, ସେନେଇ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେପଟେ ଅନେକ ଦେଶରେ ତୃତୀୟ ଲହର ଆସିନି । ତେଣୁ ଏବେଠୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି ଡିଏମ୍‌ଇଟି ନିର୍ଦ୍ଦେଶକ କହିଛନ୍ତି । ଆସିଲେ ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ । ସଚେତନତା ସହ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଚାଲିଛି । ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବେ କି ନାହିଁ ସେନେଇ ଭିନ୍ନ ତଥ୍ୟ ଆସୁଛି । ଅଧିକ ଶିଶୁ ଆକ୍ରାନ୍ତ ହେଲେ ବି ସ୍ୱାସ୍ଥ୍ୟସେବା ପାଇଁ ସରକାର ପ୍ରସ୍ତୁତ । ଜୁନ୍ ୭ସୁଦ୍ଧା ବିଶ୍ୱରେ ୬୩ଜଣଙ୍କଠାରେ ଡେଲଟା ପ୍ଳସ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲେ। ସେଥିରେ ଭାରତରୁ ୬ ଜଣ ଥିଲେ । ତେଣୁ ଆତଙ୍କିତ ହେବାର କାରଣ ନାହିଁ ।

ତୃତୀୟ ଲହରୀ ଆସିଲେ ବି ସେତେବେଳକୁ ହର୍ଡ ଇମ୍ୟୁନିଟି ଡେଭଲପ ହୋଇଯାଇଥିବ । ତେଣୁ ସମ୍ଭାବ୍ୟ ତୃତୀୟ ଲହର ସେକେଣ୍ଡ ଓ୍ୱେଭ୍‌ଠାରୁ ଅଧିକ ଭୟଙ୍କର ହେବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଡବ୍ଲୁଏଚଓ ଓ ଏମ୍ସର ସର୍ଭେରେ ପିଲାଙ୍କ ଆଣ୍ଟିବଡି ଡେଭଲପ୍ ହୋଇଥିବା ଜଣାପଡିଛି । ତେଣୁ ସେମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ନାହିଁ । ସେହିପରି ଗ୍ରାମାଞ୍ଚଳରେ ବି ଲୋକଙ୍କଠାରେ ଆଣ୍ଟିବଡି ଡେଭଲପ ହୋଇଛି । ଯାହାଦ୍ୱାରା ଦ୍ୱିତୀୟ ଲହରରେ ଆକଳନଠୁ କମ କ୍ଷୟକ୍ଷତି ହୋଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଦ୍ୱିତୀୟ ଲହରର ପ୍ରକୋପ କମିଥିଲେ ବି ସମସ୍ତଙ୍କୁ କୋଭିଡ କଟକଣା ମାନିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

 

Leave a Reply