spot_img
Home Blog Page 5661

ସେନା କର୍ମଚାରୀଙ୍କ ଗୁଣ୍ଡାଗିରି, ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ

ସୋର: ଛୁଟିରେ ଆସି ସେନା କର୍ମଚାରୀଙ୍କ ଗୁଣ୍ଡାଗିରି । ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ । ସିସିଟିଭିରେ କଏଦ ହେଲା ଆକ୍ରମଣ ଦୃଶ୍ୟ । ଗିରଫ ହେଲେ ସେନା କର୍ମଚାରୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘଟଣା ଘଟିଥିବା ଜଣାପଡିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ରୂପଖଣ୍ଡ ଗାଁର ବୃନ୍ଦାବନ ବେହେରାଙ୍କ ଝିଅ ଶାନ୍ତିଲତାଙ୍କୁ ସେହି ଗାଁର ଆସାମ ରାଇଫଲ୍‌ସରେ ଯବାନ ଭାବେ କାର୍ଯ୍ୟ କରୁଥିବା ବିଜୟ ବେହେରା ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ଆସାମ ରାଇଫଲ୍‌ସର ଯବାନ ବିଜୟ ବେହେରା ଯୁବତୀ ଶାନ୍ତିଲତାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଦେଖିବାକୁ ମିଳୁଛି । ଆକ୍ରମଣ ନେଇ ଯୁବତୀ ସୋର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ସୋର ପୋଲିସ ଘଟଣାର ତଦନ୍ତ କରି ସେନା କର୍ମଚାରୀ ଓ ତାଙ୍କ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗୁରୁତର ଅବସ୍ଥାରେ ଶାନ୍ତିଲତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସ୍ପେନରେ ହଟିଲା କୋଭିଡ କଟକଣା: ବିନା ମାସ୍କରେ ଖୁସିରେ ନାଚିଲେ ସ୍ପେନବାସୀ

ସ୍ପେନ: ଧୀରେ ଧୀରେ କରୋନାକୁ ମାତ୍ ଦେଉଛନ୍ତି ବଡ ବଡ ରାଷ୍ଟ୍ର । ଗତକାଲି ସ୍ପେନରେ ହଟିଛି କୋଭିଡ କଟକଣା । ଏହାସହ ରାତ୍ରକାଳୀନ କର୍ଫ୍ୟୁ ବି ପ୍ରତ୍ୟାହାର କରାଯାଇଛି । ଫଳରେ ଲୋକେ ରାତିରେ ନାଚ ଗୀତ ସହ ରାସ୍ତା ଉପରେ ସେଲିବ୍ରେସନ କରିଛନ୍ତି । ତେବେ ଆଶ୍ଚର୍ଯର କଥା ମାଦ୍ରିଦ ପୋଲିସ ପୁଏର୍ଟା ଡେଲ ସୋଲ ଛକ ବାହାରେ ଥିବା ଲୋକଙ୍କୁ ମାସ୍କ ନ ପିନ୍ଧି ନାଚିବାକୁ କହିଥିଲା । ଏହି ଦୃଶ୍ୟ ବୟାନ କରୁଥିଲା କୋଭିଡ ପୂର୍ବର ସ୍ଥିତି । ମହାମାରୀ ପୂର୍ବର ସମୟକୁ ମନେପକାଇଥିଲେ ସଭିଏଁ ।

ପ୍ରତିବନ୍ଧକ ହଟାଯିବା ପରେ ପ୍ରେମୀଯୁଗଳ ସବୁ ବାର୍ସିଲୋନାର ମୁଖ୍ୟ ବର୍ଗ ଏବଂ ସମୁଦ୍ର କୂଳରେ ଏକାଠି ହୋଇଥିଲେ । ବନ୍ଧୁମାନଙ୍କ ସହ ଆସିଥିବା ଜୁଆନ୍ କେଦଭିଦ୍ କହିଛନ୍ତି ଯେ ନିଜକୁ ସ୍ୱାଧୀନ ଅନୁଭବ କରୁଛି । କୋଭିଡ -19 ହେତୁ ଏହା ଟିକେ ଭୟାନକ, ତଥାପି ମୁଁ ଲୋକଙ୍କ ସହ ଏକାଠଇ ରହିବାକୁ ଚାହୁଁଛି । ମହାମାରୀ ପାଇଁ ଗତ ସାତ ମାସ ଧରି ବନ୍ଦ ହୋଇପଡିଥିଲା ରେଷ୍ଟୁରାଣ୍ଟ । ଏବେ ଖୋଲିବାର ସମ୍ଭାବନା ଦେଖାଦେଇଥିବାରୁ ବାର୍ସିଲୋନା ନିବାସୀ ୨୫ ବର୍ଷ ଯୁବକ ଖୁସି ବ୍ୟକ୍ତି କରିଛନ୍ତି । ସ୍ଥାନୀୟ ରେଷ୍ଟୁରାଣ୍ଟଗୁଡିକ ରବିବାର ଠାରୁ ପୁନର୍ବାର ରାତ୍ରୀ ଭୋଜନ କରିବାକୁ ସକ୍ଷମ ହୋଇଛନ୍ତି ।

ଏହାସହ ରାତି ୧୧ଟା ପର୍ଯ୍ୟନ୍ତ ଖୋଲାଯିବାକୁ ବି ନିଷ୍ପତ୍ତି ହୋଇଛି । ତଥାପି, ଟେବୁଲ ପ୍ରତି ଚାରି ଜଣଙ୍କର ସୀମା ଅଛି । ଭିତରେ ଖାଇବା ପାଇଁ ସୀମା ୩୦ ପ୍ରତିଶତ ଲୋକଙ୍କୁ ପରମିସନ ଦିଆଯିବ । ମାଦ୍ରିଦ ପୋଲିସ କହିଛି ଯେ କର୍ଫ୍ୟୁ ସମାପ୍ତ ହୋଇଛି, ମହାମାରୀ ସମାପ୍ତ ହୋଇନି । ଆମକୁ ଜଗିରଖି ଚଳିବାକୁ ପଡିବ । ଅଯଥା ଏଣେତେଣେ ନବୁଲି ଗାଇଡଲାଇନ ମାନି ଚାଲିବାକୁ ହେବ ।

ମୟୂରଭଞ୍ଜ: ଉଦଳା ଉପକାରାଗାରରେ ୨୧ ଜଣ କରୋନା ପଜିଟିଭ ଚିହ୍ନଟ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଉପକାରାଗାରରେ ୨୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ । ଉଦଳା ଜେଲରେ ମୋଟ୍ ୧୧୨ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା । ଆଜି ଉଦଳା ଏନଏସି ଦ୍ୱାରା ଜେଲ୍ ପରିସରକୁ ସାନିଟାଇଜ୍‌ କରାଯାଇଛି । ସମସ୍ତଙ୍କୁ ଜେଲ୍‌ ପରିସରରେ ସ୍ବତନ୍ତ୍ର କଠୋରୀରେ ରଖି ଚିକିତ୍ସା କରାଯାଉଛି । ଜେଲ ପରିସରକୁ ଆଉଥରେ ସାନିଟାଇଜ କରିବାକୁ ଜେଲ ତରଫରୁ ଉଦଳା ଅଗ୍ନିଶମ ବିଭାଗକୁ ଚିଠି ଲେଖାଯାଇଛି । ସମସ୍ତ କର୍ମଚାରୀଙ୍କର ଆରଟି-ପିସିଆର ପାଇଁ ସ୍ବାବ ଟେଷ୍ଟ ପାଇଁ ନିଆଯାଇଛି । ମୟୂରଭଞ୍ଜରୁ ଆଜି ୨୦୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସପ୍ତାହାନ୍ତ ସଟଡାଉନ ପରେ ରାଜଧାନୀ ର ବିଭିନ୍ନ ହାଟରେ ପ୍ରବଳ ଭିଡ

ଭୁବନେଶ୍ୱର: ସପ୍ତାହାନ୍ତ ସଟଡାଉନ ପରେ ରାଜଧାନୀ ର ବିଭିନ୍ନ ହାଟରେ ପ୍ରବଳ ଭିଡ। ୟୁନିଟ ଓ୍ବାନ୍ ହାଟରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି। ଲକଡାଉନ ସତ୍ବେ ହଜାର ହଜାର ଲୋକ ହାଟରେ ଭିଡ କରିଥିବା ଦେଖିବାକୁ ମିଳିଛି। ସକାଳ ୬ଟାରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନିୟମ କୋହଳ କରିଥିବା ବେଳେ ଲୋକମାନେ ଏହାର ଫାଇଦା ନେଉଛନ୍ତି। ଘରଠାରୁ ମାତ୍ର ୫୦୦ ମିଟର ଦୂର ମଧ୍ୟରେ ଚାଲଚାଲି ଯାଇ ପରିବା ଏବଂ ଗ୍ରୋସରୀ କିଣିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ଲୋକମାନେ ଘରଠାରୁ ଅନେକ ଦୂର ଗାଡିରେ ଯାଇ କିଣାକିଣି କରୁଛନ୍ତି। ଫଳରେ କିଛି ହାଟରେ ଖାଁ ଖାଁ ପରିବେଶ ଦେଖିବାକୁ ମିଳୁଥିବା ବେଳେ ବଡବଡ ହାଟରେ ପ୍ରବଳ ଭିଡ ହେଉଛି। ଲୋକମାନେ ମାସ୍କ ପିନ୍ଧିଥିଲେ ମଧ୍ୟ ସାମାଜିକ ଦୂରତା ର ଢେର ଉଲଙ୍ଘନ କରୁଛନ୍ତି।

ଦେଶରେ ଦିନକରେ ୩ ଲକ୍ଷ ୬୬ ହଜାର ୧୬୧ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମିଲା ଦୈନିକ ସଂକ୍ରମଣ । ଲଗାତର ୨ଦିନ ୪ଲକ୍ଷ ଉପରେ ସଂକ୍ରମଣ ପରେ ତୃତୀୟ ଦିନରେ ଆଜି ସଂକ୍ରମଣ ୩ଲକ୍ଷ ୬୬ହଜାର ୧୬୧ ହୋଇଛି । ୩ହଜାର ୭୫୪ ସଂକ୍ରମିତଙ୍କ ଜୀବନ ନେଇଛି  କରୋନା । ୨୪ ଘଣ୍ଟାରେ ୩ଲକ୍ଷ ୫୩ହଜାର ୮୧୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୨୬ଲକ୍ଷ ୬୨ହଜାର ୫୭୫ରେ ପହଞ୍ଚିଛି । ମୋଟ୍ ସୁସ୍ଥ ହେଲେଣି କୋଟିଏ ୮୬ଲକ୍ଷ ୭୧ହଜାର ୨୨୨ରହିଛି । ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ୪୬ହଜାର ୧୧୬ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩୭ଲକ୍ଷ ୪୫ହଜାର ୨୩୭ । ଦେଶରେ ମୋଟ୍ ୧୭କୋଟି ଲକ୍ଷେ ୭୬ହଜାର ୬୦୩ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ଟିକାକରଣକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ । ନିଜ ଦେଶରେ ଟିକାକରଣ ହୋଇନି, କିନ୍ତୁ ଅନ୍ୟ ଦେଶକୁ ଟିକା ରପ୍ତାନୀ କରି ନିଜ ଛବିକୁ ଚମକାଇବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯୩ଟି ଦେଶକୁ ୬ କୋଟି ୫୦ ଲକ୍ଷ ଡୋଜ କରୋନା ଟିକା ରପ୍ତାନୀ ହୋଇଥିବା ବେଳେ ଭାରତରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବାହାରକୁ ରପ୍ତାନୀ ହୋଇଥିବା ଟିକା ଜଦି ଭାରତରେ ବ୍ୟବହାର ହୋଇଥାନ୍ତା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ମନିଷ ସିସୋଦିଆ କହିଛନ୍ତି ।

ଅନ୍ତର୍ଜାତୀୟ ଜଗତର ଚିନ୍ତା କରିବା ଭଲ କଥା, ମାତ୍ର ଆମେରିକା, କାନାଡା, ୟୁରୋପ ଦେଶ ପ୍ରଥମରୁ ନିଜ ଲୋକଙ୍କ ପାଇଁ ଭ୍ୟାକ୍ସିନ ଯୋଗାଡ କରିବାରେ ଲାଗିଲେ । ଯେବେ ଏତେ ମାତ୍ରାରେ ଭ୍ୟାକ୍ସିନ ପ୍ରସ୍ତୁତ ହୋଇ ସାରିଥିଲା ତେବେ ଆମ ଦେଶର ଲୋକଙ୍କୁ ପ୍ରଥମେ ଦେଇ କରୋନା ପ୍ରବନ୍ଧନ ସଠିକ୍ ମାର୍ଗରେ ହୋଇ ପାରିଥାନ୍ତା । ମାତ୍ର କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ଛବି ଚମକାଇବା ରଖିବା ପାଇଁ ଟିକା ବାହାରକୁ ରପ୍ତାନୀ କଲେ ।

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେଲା ମାସ୍ ଭ୍ୟାକ୍ସିନେସନ

ଭୁବନେଶ୍ୱର: କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ମାସ୍ ଭ୍ୟାକ୍ସିନେସନ । ଏଥିରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦ୍ବିତୀୟ ଡୋଜ ନେବାକୁ ଅପେକ୍ଷା କରିଥିବା ଲୋକଙ୍କୁ ଟିକା ଦିଆଯାଉଛି । ପ୍ରଥମ ଦିନରେ ୮ ଶହରୁ ୧ ହଜାର ଲୋକଙ୍କୁ ଟିକାକରଣ କରାଯିବ । ୧୦ଟି କାଉଣ୍ଟରରେ ଟିକାକରଣ କରାଯାଉଛି ।

ରାଜ୍ୟରେ ୧୦ ହଜାର ତଳକୁ ଖସୁନି ସଂକ୍ରମଣ । ୧୭ ମୃତ୍ୟୁ ସହ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୩୧ ସଂକ୍ରମିତ । କ୍ବାରେଣ୍ଟାଇନରୁ ୬ ହଜାର ୬୨୩ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩ ହଜାର ୪୦୮ । ଆଜି ବି ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ପୁରୀରୁ ୭୦୮, କଟକରୁ ୭୨୦, ଅନୁଗୁଳର ୪୫୬, ବରଗଡ଼ରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡ଼ାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡ଼ାରୁ ୩୧୧, ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗୀରରୁ ୨୭୪, ଷ୍ଟେଟ୍ ପୁଲରୁ ୨୭୧ ଓ ନୟାଗଡ଼ରୁ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୨୪୮, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡ଼ାରୁ ୨୪୩, ବାଲେଶ୍ବରରୁ ୨୩୦, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୋନପୁରରୁ ୧୬୯, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୪୨, ରାୟଗଡ଼ାରୁ ୧୩୨, ଦେବଗଡ଼ରୁ ୧୧୮, ଜଗତସିଂହପୁରରୁ ୧୧୫, ଗଜପତିରୁ ୮୯, କନ୍ଧମାଳରୁ ୭୫ ଓ ମାଲକାନଗିରିରୁ ୬୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ପ୍ରାଣ ହରାଇଥିବା ୧୭ ଜଣଙ୍କ ମଧ୍ୟରୁ ରାୟଗଡା, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୩ ଜଣ ଥିବା ବେଳେ, ପୁରୀ ଓ ଭୁବନେଶ୍ବରରୁ ୨ ଲେଖାଏଁ, ଢେଙ୍କାନାଳ, ଖୋର୍ଦ୍ଧା, ଅନୁଗୁଳ, ବଲାଙ୍ଗୀରରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି ।

ପୁରୀ: ସଡକ ଦୁର୍ଘଟଣାରେ ହେଟାବାଘର ମୃତ୍ୟୁ

ପୁରୀ: ସଡକଦୁର୍ଘଟଣାରେ ହେଟାବାଘର ମୃତ୍ୟୁ । ପୁରୀ ଜିଲ୍ଲା ଅସ୍ତରଙ୍ଗ, କାକଟପୁର ମୁଖ୍ୟରାସ୍ତାର ଉକୁଳେଇ ଛକଠାରେ ସଡକଦୁର୍ଘଣାରେ ଏକ ହେଟାବାଘର ମୃତ୍ୟୁ ଘଟିଛି । ମୃତ ହେଟାବାଘଟିକୁ ଦେଖିବାପାଇଁ ଆଖପାଖ ଅଞ୍ଚଳର ଲୋକମାନେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ଏହିପ୍ରଜାତିର ବନ୍ୟ ଜିବ ମାନେ ଲୁପ୍ତ ପ୍ରାୟ ହୋଇଯାଉଥିବା ଅସ୍ତରଙ୍ଗ ରେଞ୍ଜ ଅଧିନ ଗଙ୍ଗାଦେବୀ ଫରେଷ୍ଟର ସବିର କୁମାର କହିଛନ୍ତି । ବନବିଭାଗ ପକ୍ଷରୁ ଏ ପ୍ରଜାତିର ବନ୍ୟଜନ୍ତୁଙ୍କୁ ବିରଳ ପ୍ରଜାତିର ବଣ୍ୟଜୀବ ଭାବରେ ଗଣନା କରାଯାଉଛି । ଘଟଣାସ୍ଥଳରେ ଅସ୍ତରଙ୍ଗ ବନବିଭାଗର କର୍ମଚାରୀ ମାନେ ପହଞ୍ଚି ମୃତ ହେଟାବାଘର ମୃତଦେହକୁ ଜବତ କରି ପୋଷ୍ଟମଟମ ପାଇଁ ନିଆଯାଇଛି ।

ମମତା ବାନାର୍ଜୀଙ୍କ କ୍ୟାବିନେଟରେ ୪୩ ସଦସ୍ୟ, ଆଜି ନେବେ ଶପଥ

କୋଲ୍‌କାତା: ପ୍ରାୟ ସମସଂଖ୍ୟକ ନୂଆ ଓ ପୁରୁଣା ସଦସ୍ୟଙ୍କୁ ନେଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ୟ ପାଳି କ୍ୟାବିନେଟ୍‌ରେ ୪୩ଜଣ ବିଧାୟକ ଶପଥ ଗ୍ରହଣ କରିବେ।

ଏମାନଙ୍କ ମଧ୍ୟରୁ ୧୭ଜଣ ବରିଷ୍ଠ ମନ୍ତ୍ରୀ ବିଗତ ଦୁଇଟି କ୍ୟାବିନେଟ୍‌ରେ ସଦସ୍ୟ ଥିବା ବେଳେ ୧୬ଜଣ ବିଧାୟକ ପ୍ରଥମ ଥର ପାଇଁ ସଦସ୍ୟ ହେବେ। ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ନ ଥିବା ଅମିତ ମିତ୍ର ମଧ୍ୟ ରାଜ୍ୟ କ୍ୟାବିନେଟ୍‌କୁ ଫେରୁଛନ୍ତି। ଆଗାମୀ ୬ ମାସ ମଧ୍ୟରେ ତାଙ୍କୁ କୌଣସି ଆସନରୁ ବିଧାୟକ ଭାବେ ଜିଣିବାକୁ ପଡ଼ିବ। ପୁରୁଣା ସଦସ୍ୟ ମାନସ ଭୁନିଆଙ୍କ ସମେତ ପଶ୍ଚିମ ମିଦନାପୁର, ହାଓଡ଼ା ଏବଂ ଦକ୍ଷିଣ ଦିନାଜପୁରରେ ତୃଣମୂଳ କଂଗ୍ରେସ ପାଇଁ ସଂଗ୍ରାମ କରିଥିବା ପୁଲକ ରାୟ, ରଥିନ ଘୋଷ ଏବଂ ବିପ୍ଳବ ମିତ୍ର ପ୍ରଥମ କରି ଏଥର କ୍ୟାବିନେଟ୍‌ରେ ଯୋଗ ଦେବେ। କ୍ରିକେଟ୍‌ ଖେଳାଳି ମନୋଜ ତିୱାରି ଏବଂ ପୂର୍ବତନ ଆଇପିଏସ୍‌ ଅଧିକାରୀ ହୁମାୟୁନ କବିର ମଧ୍ୟ ନୂଆ କ୍ୟାବିନେଟ୍‌ରେ ସ୍ଥାନ ପାଇବେ।

ଏଥର କ୍ୟବିନେଟ୍‌ ସଦସ୍ୟ ଭାବେ ୮ଜଣ ମହିଳା ମଧ୍ୟ ଶପଥ ନେବେ। ସେମାନଙ୍କ ମଧ୍ୟରୁ କେବଳ ଶଶୀ ପଞ୍ଜାଙ୍କୁ ମନ୍ତ୍ରୀ ପାହ୍ୟା ମିଳିବ। ଏହା ବ୍ୟତିରେକେ, ଉକ୍ତ ୮ଜଣଙ୍କ ମଧ୍ୟରୁ ସନ୍ଧ୍ୟାରାଣୀ ଟୁଡୁ, ଜ୍ୟୋତ୍ସ୍ନା ମାଣ୍ଡି ଏବଂ ବିର୍ବାହା ହାଁସଦା ହେଉଛନ୍ତି ଜନଜାତି ସମ୍ପ୍ରଦାୟର।

ସେହିପରି, ମମତାଙ୍କ ପ୍ରଥମ କ୍ୟାବିନେଟ୍‌ରେ ପରିବହନ ମନ୍ତ୍ରୀ ଥିବା ମଦନ ମିତ୍ର, ଦ୍ବିତୀୟ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ତାପସ ରାୟ, ତପନ ଦାସଗୁପ୍ତ, ଅସୀମା ପାତ୍ର, ମନ୍ତୁରାମ ପାଖିରା ଏଥର କୌଣସି ମନ୍ତ୍ରୀପଦ ପାଉନାହାନ୍ତି।

କରୋନା କଟକଣା ସହ ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା

ଭଦ୍ରକ: ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । କୋଭିଡ କଟକଣା ଅନୁଯାୟୀ ଭିତର ବେଢାରେ ହେବ ଚାପନୀତି । ଆସନ୍ତା ୧୫ରୁ ଅର୍ଥାତ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । ୨୧ଦିନ ଧରି ଚାଲିବାକୁ ଥିବା ଏହି ଚନ୍ଦନଯାତ୍ରା କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶିବଗଙ୍ଗା ପୁଷ୍କରିଣୀରେ ଚାପନୀତି କରାନଯାଇ ମନ୍ଦିର ଭିତର ବେଢାରେ ସୀମିତ ସେବାୟତରେ ସମ୍ପନ୍ନ ହେବ ସବୁ ନୀତିକାନ୍ତି ।

ଏନେଇ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଲଟ୍‌କା ଜାରି କରିଛନ୍ତି । ଚନ୍ଦନଯାତ୍ରା ପ୍ରାରମ୍ଭରୁ ପ୍ରତିଦିନ ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଜଳାଭିଷେକ, ଘର୍ଷଣଲାଗି, ପହଡଖିଆନୀତି, ବଡ ଅନ୍ନନୀତିଭୋଗ ଲାଗି ହେବା ପରେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଭିତର ବେଢାର ଯଜ୍ଞମଣ୍ଡପକୁ ବିଜେ କରାଯିବ । ପରେ ରୀତିନୀତି ଅନୁଯାୟୀ ଚାପନୀତି କରାଯିବ ବୋଲି ସ୍ଥିର ହୋଇଛି ।

କରୋନା ସଙ୍କଟରେ ବି ନିଜ ଛବି ସଜାଡିବାରେ ବ୍ୟସ୍ତ ପ୍ରଧାନମନ୍ତ୍ରୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ

ନୂଆଦିଲ୍ଲୀ: ଦେଶରେ ଟିକାକରଣକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ । ନିଜ ଦେଶରେ ଟିକାକରଣ ହୋଇନି, କିନ୍ତୁ ଅନ୍ୟ ଦେଶକୁ ଟିକା ରପ୍ତାନୀ କରି ନିଜ ଛବିକୁ ଚମକାଇବାକୁ ଚେଷ୍ଟା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୯୩ଟି ଦେଶକୁ ୬ କୋଟି ୫୦ ଲକ୍ଷ ଡୋଜ କରୋନା ଟିକା ରପ୍ତାନୀ ହୋଇଥିବା ବେଳେ ଭାରତରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବାହାରକୁ ରପ୍ତାନୀ ହୋଇଥିବା ଟିକା ଜଦି ଭାରତରେ ବ୍ୟବହାର ହୋଇଥାନ୍ତା ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ମନିଷ ସିସୋଦିଆ କହିଛନ୍ତି ।

ଅନ୍ତର୍ଜାତୀୟ ଜଗତର ଚିନ୍ତା କରିବା ଭଲ କଥା, ମାତ୍ର ଆମେରିକା, କାନାଡା, ୟୁରୋପ ଦେଶ ପ୍ରଥମରୁ ନିଜ ଲୋକଙ୍କ ପାଇଁ ଭ୍ୟାକ୍ସିନ ଯୋଗାଡ କରିବାରେ ଲାଗିଲେ । ଯେବେ ଏତେ ମାତ୍ରାରେ ଭ୍ୟାକ୍ସିନ ପ୍ରସ୍ତୁତ ହୋଇ ସାରିଥିଲା ତେବେ ଆମ ଦେଶର ଲୋକଙ୍କୁ ପ୍ରଥମେ ଦେଇ କରୋନା ପ୍ରବନ୍ଧନ ସଠିକ୍ ମାର୍ଗରେ ହୋଇ ପାରିଥାନ୍ତା । ମାତ୍ର କେନ୍ଦ୍ର ସରକାର ଅନ୍ତରାଷ୍ଟ୍ରୀୟସ୍ତରରେ ନିଜର ଛବି ଚମକାଇବା ରଖିବା ପାଇଁ ଟିକା ବାହାରକୁ ରପ୍ତାନୀ କଲେ ।