ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୨ ହଜାର ୟୁନିଟ ରକ୍ତ ସଂଗ୍ରହ

ବାଲେଶ୍ୱର: ବିଜୁ ଛାତ୍ର ଜନତା ଦଳ ତରଫରୁ ୨୭ଟି କ୍ୟାମ୍ପରେ ୨ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି । ଆଜି ସୋର ଓ ନୀଳଗିରିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୮୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଛାତ୍ର ଜନତାର ଜିଲ୍ଲା ସଭାପତି ସିମନ ଦାସମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଶିବିରକୁ ସୋର ବିଧାୟକ ପର୍ଶୁରାମ ଧଡ଼ା, ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ରାଜ୍ୟ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ସନ୍ତୋଷ ଖଟୁଆ ପ୍ରମୁଖ ଉଦ୍‌ଘାଟନ କରିଥିଲେ । କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ରକ୍ତର ଅଭାବ ଦେଖାଦେଇଛି । ଏହି ଅଭାବକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ଆହ୍ନାନ ଦେଇଥିବାବେଳେ, ଜିଲ୍ଲା ଛାତ୍ର ଜନତା ଦଳ ତରଫରୁ ଗତ ୭୫ ଦିନ ମଧ୍ୟରେ ୨୭ଟି କ୍ୟାମ୍ପର ଆୟୋଜନ କରାଯାଇଥିଲା । ଏହି କ୍ୟମ୍ପରୁ ୨ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ପାଇଁ ବାଲେଶ୍ୱର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉଦ୍ୟମ ଜାରି ରଖିବ ବୋଲି କୁହାଯାଇଛି  ।

ଏଥିସହିତ ପଢ଼ନ୍ତୁ: କୂଆରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ବାଳକର ମୃତ୍ୟୁ

 

 

Leave a Reply