ନୁସରତଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ବିଦେପି ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ଦାବି ନୁସରତ ଜାହାନଙ୍କ ରଦ୍ଦ ହେଉ ଲୋକସଭା ସଦସ୍ୟତା । ବଦାୟୁଂର ଭାଜପା ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ଅଧ୍ୟକ୍ଷ ପଶ୍ଚିମବଙ୍ଗର ବାସିରହାଟ ଲୋକସଭା ଆସନରୁ ଟିଏମସି ସାଂସଦ ନୁସରତ ଜାହାନଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି। ନିଖିଲ ଜୈନଙ୍କ ସହ ହୋଇଥିବା ବିବାହ ବିଚ୍ଛେଦକୁ ନେଇ ନୁସରତ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି ।

ଲୋକସଭା ବାଚସ୍ପତିଙ୍କୁ ପଠାଯାଇଥିବା ଚିଠିରେ ବଦାୟୁଂ ସାଂସଦ ନୁସରତ ଜାହାନଙ୍କୁ ଖରାପ ଆଚରଣ କରିଥିବା ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ, ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ ସମୟରେ ନୁସରତ ଜାହାନ ତାଙ୍କ ନାମ ନୁସରତ ଜାହାନ ରୁହି ଜୈନ ବୋଲି କହିଥିଲେ । ଲୋକସଭା ୱେବସାଇଟରେ ନୁସରତ ଜାହାନଙ୍କ ସ୍ୱାମୀଙ୍କ ନାମ ନିଖିଲ ଜୈନ ଲେଖାଯାଇଛି। କିନ୍ତୁ ବର୍ତ୍ତମାନ ସେ ତାଙ୍କ ସ୍ୱାମ ନୁହଁନ୍ତି ବୋଲି କହୁଛନ୍ତି ନୁସରତ ।

ସୂଚନା ଅନୁସାରେ, ନିକଟରେ ନୁସରତ ତାଙ୍କ ବିବାହକୁ ଏକ ବିବାଦିୟ ବୟାନ ଦେଇଥିଲେ । ତାଙ୍କ ବିବାହ ୧୯ଜୁନ ୨୦୧୯ରେ ତୁର୍କୀରେ ହୋଇଥିଲା । ବୟାନ ଅନୁସାରେ ତାଙ୍କ ବିବାହ ତୁର୍କୀ ରିତିନୀତି ଅନୁସାରେ ହୋଇଛି । ଯାହା ଭାରତରେ ଗ୍ରହଣୀୟ ନୁହେଁ । ତେଣୁ ସେ ଏହି ବିବାହକୁ ମାନନ୍ତି ନାହିଁ ଏହାସହ ସେ ଏହି ବିବାହର ନାମ ଲିଭ୍ ଇନ୍ ରିଲେସନସିପ ଦେଇଛନ୍ତି । ଯଦିଓ ଗତ ବର୍ଷ ସେ ଏହି ବିବାହର ପ୍ରଥମ ବାର୍ଷିକି ଅବସରରେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଯଦିଓ ଏହି ବିବାହ ଦୁଇ ବର୍ଷ ମଧ୍ୟ ଚାଲିପାରିଲାନି । ଏବଂ ନୁସରତ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ସବୁ ଫଟୋଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ।

କେବଳ ସେତିକି ନୁହେଁ ସେ ନିଖିଲ ଜୈନଙ୍କ ନାଁରେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି ନୁସରତ । ନିଖିଲ ଜୈନ ନୁସରତଙ୍କ ଫାଇଦା ଉଠାଇ ଥିବା ଏବଂ ତାଙ୍କ ଆକାଉଣ୍ଟରୁ ଅନେକ ଟଙ୍କା ହେରଫେର କଥା ମଧ୍ୟ ନୁସରତ କହିଛନ୍ତି । ତେବେ ନିକଟରେ ନୁସରତ ଗର୍ଭବତୀ ଥିବା ଜଣାପଡ଼ିବା ପରେ ନିଖିଲ ଏହି ସନ୍ତାନଙ୍କୁ ଅସ୍ୱୀକାର କରିଛନ୍ତି ।

Leave a Reply