ଦେଶରେ ୩ କୋଟି ଟପିଲା କରୋନା ସଂକ୍ରମଣ

1 min read

ନୂଆଦିଲ୍ଲୀ: ଦେଶରେ ୩ କୋଟି ଟପିଲା କରୋନା ସଂକ୍ରମଣ  । ଗତ ୨୪ ଘଣ୍ଟାରେ ୫୦ହଜାର ୮୪୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ, ୧ ହଜାର ୩୫୮ ଜଣଙ୍କ ଜୀବନ ନେଉଛି ମହାମାରୀ  । ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୬୦କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୧୭ ଜଣ ।

ତେବେ ଦେଶରେ ମୋଟ୍‌ ସକ୍ରିୟ ମାମଲା ୬ ଲକ୍ଷ  ୪୩ ହଜାର ୧୯୪ କୁ ହ୍ରାସ ପାଇଛି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୮ ହଜାର ୭୦୯କୁ ବୃଦ୍ଧି ପାଇଥିବା ବେଳେ, ଦେଶରେ ଏଯାଏଁ ମୋଟ ୨ କୋଟି  ୮୯ଲକ୍ଷ  ୯୪ହଜାର ୮୫୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଟୀକାକରଣ ବିଷୟରେ କହିବାକୁ ଗଲେ, ଭାରତରେ କୋଭିଡ -19 ର ମୋଟ ଟୀକାକରଣ ୨୯ କୋଟି ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଏହି ସୂଚନା ଦେଇଛି । ସନ୍ଧ୍ୟା ୭ ଟାରେ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଦିନ ୫୩.୪ ଲକ୍ଷରୁ ଅଧିକ ଡୋଜ ଦିଆଯାଇଥିଲା। ମନ୍ତ୍ରଣାଳୟ ଅନୁଯାୟୀ, ଟୀକାକରଣର ୩୨,୮୧,୫୬୨ ରୁ ଅଧିକ ଡୋଜ ପ୍ରଥମ ଡୋଜ ଭାବରେ ଏବଂ ୭୧,୬୫୫ ଦ୍ୱିତୀୟ ଡୋଜ ଭାବରେ ମଙ୍ଗଳବାର ଦିନ ୧୮-୪୪ ବର୍ଷ ବୟସରେ ଦିଆଯାଇଥିଲା।

Leave a Reply