spot_img
Home Blog Page 5641

ରାଜ୍ୟରେ ପୁଣି ଦୁଇ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୁଇ ସାମ୍ବାଦିକଙ୍କ କରୋନାରେ ମୃତ୍ୟୁ । ବଲାଙ୍ଗୀର ପାଟଣାଗଡ଼ର ବରିଷ୍ଠ ସମ୍ବାଦିକ ୭୫ ବର୍ଷୀୟ କୈଳାସ ଚନ୍ଦ୍ର ସାହୁଙ୍କ ଦେହାନ୍ତ ହୋଇଛି । ସେ କିଛି ଦିନ ତଳେ କରୋନାରେ ପୀଡିତ ହେବାପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଚିକିତ୍ସିତ ହେବା ପରେ ସେ ଅସୁସ୍ଥତା କାରଣରୁ ଘରେ ଥିଲେ । ଆଜି ସକାଳ ୫ଟା ସମୟରେ ତାଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଜଣେ ପରୋପକାରୀ ବରିଷ୍ଠ ସାମ୍ବାଦିକ ଭାବେ ସେ ପାଟଣାଗଡ଼ ଅଂଚଳରେ ବେଶ୍‌ ଜଣାଶୁଣା । ପାଟଣାଗଡ଼ ଅଂଚଳରେ ଜଣେ ଦକ୍ଷ ସାମ୍ବାଦିକ ଭାବେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ । ଏକ ଦୈନିକ ଖବର କାଗଜରେ ପ୍ରାୟ ୧୮ବର୍ଷ ଧରି କାର୍ଯ୍ୟ କରିବା ପରେ ଗତ ଜାନୁଆରୀ ମାସରେ କାର୍ଯ୍ୟରୁ ଅବ୍ୟାହତି ନେଇଥିଲେ ।

ସେହିପରି ବ୍ରହ୍ମପୁରର ସାମ୍ବାଦିକ ବିଷ୍ଣୁ ପ୍ରସାଦ ପାତ୍ରଙ୍କ କରୋନାରେ ମୃତ୍ୟୁବରଣ ହୋଇଛି । ଆଜି ସକାଳ ସମୟରେ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଦେହାନ୍ତ ହୋଇଛି । ସେ କିଛି ଦିନ ଧରି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଚୋରା ଶାଳ କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ

କଟକ: କଟକ ଜିଲ୍ଲା ନରସିଂହପୁର ଥାନା କମଳାଦେଇପୁର ଛକ ଠାରେ ଚୋରା ଶାଳ କାଠ ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ । ଗାଡିଟିର ଚକା ଫାଟି ଯିବାରୁ ଏଭଳି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ବଡମ୍ବା ଥାନା ରତାପାଟ ଗାଁର ୨୨ ବର୍ଷୀୟ ରାକେଶ ଶାହାଣୀ । ରାକେଶ ଜଣେ ମଜୁରିଆ ଭାବେ ସେହି ଗାଡ଼ିରେ କାମ କରୁଥିଲା ।

ରାକେଶକୁ କାନପୁର ଡାକ୍ତରଖାନା କୁ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପିକ ଅପ ଭ୍ୟାନରେ ୨୨ ଖଣ୍ଡ ଚୋରା ଶାଳ ଗଣ୍ଡି ଚାଲାଣ ହେଉଥିଲା । ଶାଳ କାଠର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ତରଫରୁ ସୂଚନା ମିଳିଛି । ଘଟଣାସ୍ଥଳରେ ନରସିଂହପୁର ପୋଲିସ ଓ ବନବିଭାଗ ପହଞ୍ଚି ତଦନ୍ତ କରୁଥିବା ବେଳେ ଏକ ଜେସିବି ସାହାଯ୍ୟରେ ଗାଡ଼ିଟିକୁ ନରସିଂହପୁର ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି ।

ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବଢୁଛି ସଂଘର୍ଷ, ଗାଜା ବର୍ଡର ପରେ ୱେଷ୍ଟ ବ୍ୟାଙ୍କ ଉପରେ ଇସ୍ରାଏଲର ରକେଟ୍ ମାଡ

ଇସ୍ରାଏଲ: ମଧ୍ୟ ପ୍ରାଚୀରରେ ଯୁଦ୍ଧର କଳାବାଦଲ । ଇସ୍ରାଏଲ ଓ ପାଲେଷ୍ଚାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ଯୁଦ୍ଧର ରୂପ ନେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଏଭଳି ସଂଘର୍ଷ ନେଇ ଚିନ୍ତାରେ ବିଶ୍ବ ସମୁହ । ଏନେଇ ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ପାଲେଷ୍ଟାଇନ ଉପରେ ବାରମ୍ବାର ଆକ୍ରମଣ କରି ନିଜର ସ୍ଥିତି ଜାହିର କରିବା ପାଇଁ ଉଦ୍ୟମ କରୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।

ଭାରି ମାତ୍ରାରେ ଗାଜା ବର୍ଡର ପାଖରେ ପହଞ୍ଚିବାରେ ଲାଗିଛନ୍ତି ଇସ୍ରାଏଲ ସୈନିକ । ଗାଜା ବର୍ଡର ପରେ ଓ୍ବେଷ୍ଟ ବ୍ୟାଙ୍କ ଉପରେ ଆଟାକ କରିଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନର ୧୨୭ ଜଣକ ମୃତ୍ୟୁ ହୋଇଥିବାବେଳେ ୬୦୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଶିଶୁ ଓ ବୟସ୍କ ଅଛନ୍ତି ।

ଗାଜାରେ ଇସ୍ରାଏଲର ରକେର୍ଟ ମାଡରେ ଦୁଇଟି ବିଦେଶୀ ନ୍ୟୁଜ ଚ୍ୟାନେଲ ଧ୍ବଂଶ ହୋଇଥିବା ସୂଚନା ମିଳିଛି । ରକେଟ ମାଡର ମାତ୍ର ଦୁଇ ମିନିଟ୍‌ ଭିତରେ ଏକ ବହୁତଳ ପ୍ରାସାଦ ଧ୍ବଂଶ ହୋଇଯାଇଛି । ଏହି କୋଠାରେ ଦୁଇଟି ବିଦେଶୀ ନ୍ୟୁଜ୍‌ ଚ୍ୟାନେଲ ଧ୍ବଂଶ ହୋଇଯାଇଛି । ନ୍ୟୁଜ ଚ୍ୟାନେଲ ଅଲ୍ ଜଜିରା ଓ ଆମେରିକାର ନ୍ୟୁଜ୍ ଚ୍ୟାନେଲ ଆସୋସିଏଟ ପ୍ରେସ ସମ୍ପୂର୍ଣ୍ଣ ଧ୍ବଂଶ ହୋଇଯାଇଛି ।

ଆଜି ଅପରାହ୍ନରେ ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା ‘ତୌକତେ’, ୧୬୦ରୁ ୧୭୦ କିଲୋମିଟର ବେଗରେ ବହିବ ପବନ

ନୂଆଦିଲ୍ଲୀ: ବାତ୍ୟା ‘ତୌକତେ’ ପ୍ରଭାବରେ ଗୁଜରାଟ, କେରଳ, କର୍ଣ୍ଣାଟକରେ ଆରମ୍ଭ ହୋଇଛି ବର୍ଷା ସାଙ୍ଗକୁ ପବନ । ଆଜି ଦିନ ୧୧ଟା ୩୦ ସୁଦ୍ଧା ଅତି-ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେବା ସହ ୧୮ତାରିଖ ସକାଳ ବେଳକୁ ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଅଛି । ପ୍ରଭାବିତ ହେବାକୁ ଥିବା ରାଜ୍ୟମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ବିଶେଷକରି ତଳି ଅଞ୍ଚଳରେ ଯେଭଳି କୌଣସି କ୍ଷୟକ୍ଷତି ନ ହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ରହିଛି ।

ଏନଡିଆରଏଫ ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଛନ୍ତି । ସେପଟେ ମାଙ୍ଗାଲୁରୁ ନିକଟରେ ବୋଟ ଓଲଟି ଜଣେ ମୃତ ହୋଇଥିବା ବେଳେ ୫ ଜଣ ନିଖୋଜ ଅଛନ୍ତି । ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟା ପ୍ରତି ୧୬୦ରୁ ୧୭୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏଥି ପାଇଁ ମାଙ୍ଗାଲୁରୁ ପୋରବନ୍ଦର ଓ ବେରାୱଲ, କଚ୍ଛ ଓ ଦ୍ୱାରକାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦ୍ବାରା ୫ଟି ରାଜ୍ୟ ଗୁଜରାଟ, କେରଳ, ଗୋଆ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଅଧିକ ବର୍ଷା ହେବ ।

୨୦ ତାରିଖ ବେଳକୁ ପାଗ ସ୍ବାଭାବିକ ହେବ । ଓଡ଼ିଶା ଉପରେ ବାତ୍ୟା ତୌକତେର କୌଣସି ପ୍ରଭାବ ପଡିବ ନାହିଁ । କେବଳ ସାମାନ୍ୟ ପଶ୍ଚିମା ପବନ ବହିପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

କେନ୍ଦ୍ର ସରକାରଙ୍କୁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମାଲୋଚନା

ନୂଆଦିଲ୍ଲୀ: କରୋନା ସମୟରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସ୍ୱାଧୀନତା ପରେ କରୋନା ମହାମାରୀ ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ ବୋଲି କହିଛନ୍ତି ରଘୁରାମ ରାଜନ । ସେ ଏହା ମଧ୍ୟ କହିଛନ୍ତି ଯେ, ବିଭିନ୍ନ ସ୍ଥାନରେ ଲୋକଙ୍କୁ ସାହାଯ୍ୟ କରୁନାହାନ୍ତି ସରକାର । ମହାମାରୀ ଭାରତ ପାଇଁ ବହୁତ ବଡ ଦୁଃଖଦ ଘଟଣା ।

ମହାମାରୀ ସମୟରେ ତାଲାବନ୍ଦ ପାଇଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଠିକ୍ ନଥିଲା । କିନ୍ତୁ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖାଦେଇଛି, ଏଥପାଇଁ ଉଭୟ ଅର୍ଥନୈତିକ ସହ ଜୀବନ ଜୀବିକା ଦୁଇଟି ଯାକ ପ୍ରଭାବିତ ହୋଇଛି । ଦେଶରେ ପ୍ରତିଦିନ ୩ ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରାଯାଉଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଅନେକ କ୍ଷେତ୍ରରେ ସହଯୋଗ କରୁନଥିବାରୁ ଦେଶରେ ଦେଶରେ ଉତ୍କଟ ରୂପ ନେଉଛି ମହାମାରୀ ।

ରାଜ୍ୟରେ ଆଉ ୧୧ହଜାର ୭୩୨ କରୋନା ସଂକ୍ରମିତ ଚିହ୍ନଟ, ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ହଜାର ୭୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ୧୯ଜଣଙ୍କ ଜୀବନ ନେଇଛି କରୋନା । କ୍ୱାରେଣ୍ଟାଇନରୁ ୬୫୬୯ ଲୋକାଲ କେସ୍ ୫୧୬୩ । ଖୋର୍ଦ୍ଧାରୁ ସର୍ବାଧିକ ୧୭୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୮୭୦, ଅନୁଗୁଳରୁ ୭୦୦, ସୁନ୍ଦରଗଡ଼ରୁ ୬୪୧ ସଂକ୍ରମିତ ଚିହନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ୧୨ହଜାର ୨୨୪ ଥିବା ବେଳେ ସୁସ୍ଥ ହେଲେଣି ୫ଲକ୍ଷ ୨ହଜାର ୪୫୫ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସହ ତାଳ ଦେଇ ବଢିଚାଲିଛି ସୁସ୍ଥ ସଂଖ୍ୟା । ଦୈନିକ ପ୍ରାୟ ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସୁସ୍ଥ ସଂଖ୍ୟା ମଧ୍ୟ ସମାନ ଅନୁପାତରେ ବଢିଚାଲିଛି । ରାଜ୍ୟରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି । ଅଧିକ ଟେଷ୍ଟିଂ କରାଯାଉଥିବାରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଉଛି । ରାଜ୍ୟରେ ସଂକ୍ରମଣ ଏବେ ପ୍ଲାଟ୍ୟୁ ଷ୍ଟେ୍‌ଜରେ ରହିଛି । ତେବେ ଲକ୍‌ଡାଉନ୍‌ ହଟାଗଲେ ସଂକ୍ରମଣ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ କଟକ ଓ ଭୁବନେଶ୍ବରର କୋଭିଡ୍‌ ହସପିଟାଲ ଗୁଡ଼ିକରେ ଆଇସିୟୁ ଓ ଭେଣ୍ଟିଲେଟର ଯାଞ୍ଚ ପାଇଁ ୪ଟି ଟିମ୍ ଗଠନ ହୋଇଛି । ଏଥିରେ ୮ଜଣ ବରିଷ୍ଠ ଡାକ୍ତର ଅଛନ୍ତି । କଟକ ପାଇଁ ଗୋଟିଏ ଟିମରେ ୨ଜଣ ଡାକ୍ତର ଥିବା ବେଳେ ଭୁବନେଶ୍ବର ପାଇଁ ୩ଟି ଟିମ୍‌ରେ ୬ଜଣ ଡାକ୍ତର ଅଛନ୍ତି । ଗୁରୁତର ରୋଗୀ ଆଇସିୟୁ ବେଡ୍‌ ପାଇ ନଥିଲେ, ସେନେଇ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।.

ସେହିପରି ରାଜ୍ୟରେ ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନ । ବଢୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଲକଡାଉନ୍ ସହ ସଟଡାଉନ୍ ଫର୍ମୁଲା ଆପଣାଇଛନ୍ତି ରାଜ୍ୟ ସରକାର । ସଟଡାଉନ୍ ପ୍ରଭାବରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ରହିଛି ଦୋକାନ ବଜାର । ଗାଡି ଚଳାଚଳ ବି ବନ୍ଦ ରହିଛି । ଟ୍ୱିନ୍ ସିଟିର ବିଭିନ୍ନ ଛକରେ କଡ଼ାକଡ଼ି ଚେକିଂ କରାଯାଉଛି । ଯେଉଁମାନେ ଅମାନିଆ ହୋଇ ବାହାରକୁ ବାହାରୁଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ନିୟମ ମାନି ଲୋକେ ଚଳିବା ପାଇଁ ଅପିଲ୍ କରିଛନ୍ତି ସରକାର । କରୋନା ସଂକ୍ରମଣକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକଡାଉନ ସହ ପ୍ରତି ଶନିବାର ଓ ରବିବାର ସଟଡାଉନ ଜାରି ରହିଛି ।

ରାଉରକେଲା ମାଛ ମାର୍କେଟରେ ଚଢାଉ, ୮୦ କେଜି ମାଛ ଜବତ ସହ ଦୋକାନ ସିଲ୍

ରାଉରକେଲା: ରାଉରକେଲା ଡେଲି ମାର୍କେଟରେ କୋଭିଡ ନିୟମର ଉଲ୍ଲଂଘନ । ମାଛ ମାର୍କେଟରେ ଚଢାଉ କରାଯାଇ ୮୦ କେଜି ମାଛ ଜବତ କରିଛି ଏନଫୋର୍ସମେଣ୍ଟ ଟିମ୍ । ଏହାସହ ଗୋଟିଏ ମାଛ ଦୋକାନ ସିଲ କରାଯାଇଛି । ପୋଲିସ ଓ ରାଉରକେଲା ମହାନଗର ନିଗମ ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଅନ୍ୟପକ୍ଷରେ ରାଉରକେଲାରେ ଟିକାକରଣ ପାଇଁ ନୂଆ ସୂଚୀ ଜାରି କରିଛି ପ୍ରଶାସନ । ଆସନ୍ତା ୧୮ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ନୂଆ ସୂଚୀ ପ୍ରକାଶ ପାଇଛି । ଆଜି ସନ୍ଧ୍ୟା ୫ଟାରେ ହିତାଧିକାରୀଙ୍କ ପାଇଁ ନୂଆ ସ୍ଲଟ୍ ଖୋଲିବ । ୧୮-୪୪ ବର୍ଗଙ୍କ ସହିତ ୪୫ରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବାଧ୍ୟତାମୂଳକ ।

ରାଉରକେଲା ସହରରେ ଟିକାଦାନ ପାଇଁ ୮ଟି କେନ୍ଦ୍ର କରାଯାଇଛି । ଆଇଜିଏଚ୍, ଆରଜିଏଚ୍, ୟୁସିଏଚସି ପାନପୋଷ, ରେଲେଓ୍ବେ ହସ୍ପିଟାଲ-ବନ୍ଧମୁଣ୍ଡା, ରିଜର୍ଭ ପୋଲିସ ହସ୍ପିଟାଲ, ସେଲ୍ ହେଲଥ ସେଣ୍ଟର ଫର୍ଟିଲାଇଜର ଟାଉନସିପ୍, ସେକ୍ଟର-୬ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଇଏସ୍ଆଇ ହସ୍ପିଟାଲରେ ଏହି କେନ୍ଦ୍ର କରାଯାଇଛି ।

ଋଷ ବନାଉଛି ଜୁସ ଟିକା: ଇଂଜେକସନରେ ନେବେନି, ଗ୍ଲାସରେ ପିଇବେ..

ନୂଆଦିଲ୍ଲୀ: ଋଷ ବନାଉଛି ଜୁସ ଟିକା । ଟିକା ତ ଇଂଜେକସନ୍ ମାଧ୍ୟମରେ ନିଆଯାଏ । ଏ ଜୁସ୍ ମାଧ୍ୟମରେ ଟିକାକରଣ କଣ ? ହଁ ଟିକା ଇଂଜେକସନ ମାଧ୍ୟମରେ ନେବା କଥା ଆପଣମାନେ ଶୁଣିଛନ୍ତି । ହେଲେ ବର୍ତମାନ ଜୁସ୍‌ରେ ଟିକା ଦିଆଯିବାର ଯୋଜନା କରୁଛି ରୁଷ । । ହଁ ଆଜ୍ଞା ରୁଷ ବର୍ତମାନ ନିଜ ଦେଶର ନାଗରିକଙ୍କ ପାଇଁ ଜୁସ ଟିକା ତିଆରି କରୁଛି । ଯାହାକୁ ବିଶ୍ୱର ପ୍ରଥମ ଖାଇବା ଟିକା ବୋଲି ମଧ୍ୟ କୁହାଯିବ । ସେଣ୍ଟ ପିଟରର୍ସବର୍ଗରେ ଅବସ୍ଥିତ ରୁଷିଆନ୍ ଇନ୍ ଷ୍ଟିଚ୍ୟୁଟ ଅଫ୍ ଏକ୍ସପେରିମେଣ୍ଟାଲ ମେଡିସିନ୍ ରେ ହେଉଛି ଏହାର କ୍ଲିନିକାଲ୍ ଟ୍ରାଏଲ୍ । ବିନା ଛୁଂଚିର ବ୍ୟବହାରରେ ପ୍ରଥମଥର ପାଇଁ ଟିକାକରଣ କେଉଁଭଳି ହେବ ଏହା ହିଁ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ।

ଏହାକୁ ତିଆରି କରୁଥିବା ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଟିକାକୁ ମିଲ୍କ ସେକ୍ ଭଳି ଲୋକମାନେ ପିଇପାରିବେ । ଏହାର ଟ୍ରାଏଲ ଅନୁସାରେ ଯଦି ଜଣେ ବ୍ୟକ୍ତି ଦୈନିକ ୨୦୦ରୁ ୨୫୦ ମିଲିମିଟରର ମିଲ୍ଲ ସେକ୍ ତିନିଥର ପିଅନ୍ତି  ଓ ୨୧ଦିନ ପରେ ପୁଣିଥରେ ସେହିଭଳି ପ୍ରକ୍ରିୟାରେ ଏହି ମିଲ୍କ ସେକ୍‌କୁ ପିଅନ୍ତି । ତାହାଲେ ଟିକାକରଣ ପାଇଁ ଏହା ଯଥେଷ୍ଟ ହେବ । ଏହାର ସ୍ୱାଦ କଣ ରହିବ ସେ ନେଇ ବୈଜ୍ଞାନିକ ମାନେ ଚିନ୍ତା କରୁଛନ୍ତି । ହୁଏତ ଏହା ଷ୍ଟ୍ରବେରୀ କିମ୍ବା ସୋୟା ପ୍ରୋଟିନ ଉପରେ ଆଧାର କରି ତିଆରି ହେବ ।

ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡର ଡିମିଟ୍ରେଭ ଅନୁସାରେ ଫେଣ୍ଟେଡ୍ ଦୁଗ୍ଧଜାତ ଦ୍ରବ୍ୟରେ ଥିବା ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଜିନୋମରେ ଥିବା ଫାଙ୍କା ଗୁଡିକରେ କରୋନା ଭାଇରସ୍ ଡିଏନଏର କିଛି ଅଂଶରେ ଭରିଯାଇଥାଏ । ଯାହାଦ୍ୱାରା ଆଣ୍ଟିବଡି ଭଲ ଭାବରେ ବିକଶିତ ହୋଇଥାଏ । ତେଣୁକରି ନିର୍ଦ୍ଦେଶକଙ୍କ କହିବା ଅନୁସାରେ ପ୍ରୋବାୟୋଟିକ ବ୍ୟାକ୍ଟେରିୟା ବ୍ୟକ୍ତିଙ୍କର ଶରୀରରେ ଭଲ ପ୍ରଭାବ ପକାଇଥାଏ । ତେଣୁକରି କରୋନା ଓ୍ୟଷଧ ବଦଳରେ ଏହି ଖାଇବା ଟିକା ବିଶେଷ ସୁବିଧାଜନକ । ଏହି ଖାଇବା ଟିକାକୁ ଫ୍ରିଜରେ ରଖିବାର ମଧ୍ୟ କୈାଣସି ଆବଶ୍ୟକତା ନାହିଁ । ଏହା ୪ରୁ ୮ ଡିଗ୍ରୀ ସେଲସିୟସ୍ ମଧ୍ୟରେ ସଂରକ୍ଷିତ ହୋଇ ରହିପାରିବ ।

ବାତ୍ୟାରେ ନାମକରଣ କିଏ କରେ ଓ କାହିଁକି ?

ବ୍ୟୁରୋ ରିପୋର୍ଟ: ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଛି ଏହି ସାମୁଦ୍ରିକ ଝଡ । ଏବଂ ଏହାର ନାମ ରଖାଯାଇଛି ତୌକତେ । ଆପଣଙ୍କୁ ଜଣାଇବାକୁ ଚାହେଁ, ଏଭଳି ନାମକରଣ କାହିଁକି କରାଯାଏ । ପାଣିପାଗ ବିଭାଗ, ବୈଜ୍ଞାନିକଏବଂ ସାଧାରଣ ଲୋକଙ୍କୁ ଜାଣିବାକୁ ସହଜ ହୋଇଥାଏ । ଅର୍ଥାତ ଯେଉଁ ଅଞ୍ଚଳରୁ ବାତ୍ୟାର ସୃଷ୍ଟି ହୋଇଥାଏ ସେହି ଦେଶ କିମ୍ବା ଅଞ୍ଚଳ ସହିତ ନାମକରଣର ଏକ ସମ୍ବନ୍ଧ ଥାଏ । ଠିକ ଆରବସାଗରରେ ଘନୀଭୂତ ଏହି ସାମୁଦ୍ରିକ ଝଡର ନାମ ମିଆଁମାରରୁ ଆସିଛି । ମିଆଁମାରରେ ତୌକତେର ଅର୍ଥ ହେଉଛି ଜୋରରେ ଗର୍ଜନ କରୁଥିବା ଝିଟିପିଟି । ଅର୍ଥାତ ଏହି ସାମୁଦ୍ରିକ ଝଡ ମଧ୍ୟ ମିଆଁମାରର ଝିଟିପିଟି ଭଳି । ସମୁଦ୍ର ଭିତରେ ଗମ୍ଭୀର ଗର୍ଜନ କରି ଉପକୂଳ ଆଡକୁ ଅଗ୍ରସର ହେଉଛି ।

ତେବେ ଏକଥା ମଧ୍ୟ ଆସିବା ସ୍ବଭାବିକ ଯେ, ଏଭଳି ନାମକରଣ କେବେ ଠାରୁ ଆରମ୍ଭ କରାଗଲା ? ଏକ ରିପୋର୍ଟ ମୁତାବକ, ୧୯୫୩ ମସିହାରେ ଆଣ୍ଟଲାଟିକା ମହାସାଗରରେ ଆସିଥିବା ଏକ ସାମୁଦ୍ରିକ ଝଡ଼ର ପ୍ରଥମ ନାମକରଣ କରାଯାଇଥିଲା । ଏହାପରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଉପକୂଳବର୍ତ୍ତୀ ଦେଶ ଗୁଡିକୁ ଅନେକ ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଅନେକ ଝଡ଼ର ନାମକରଣ କରାଯାଇ ନାହିଁ । ତାହାର ମଧ୍ୟ ଅନେକ କାରଣ ରହିଛି । କିନ୍ତୁ ଭାରତ ମହାସାଗର କ୍ଷେତ୍ରରେ ଥିବା ଆଠଟି ଦେଶ ୨୦୦୪ ମସିହାରେ ଏହି ନାମକରଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଆଠଟି ଦେଶ ଥିଲେ, ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ତାଇଲ୍ୟାଣ୍ଡ, ଏବଂ ଶ୍ରୀଲଙ୍କା । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ଇରାନ, କତାର, ସାଉଦି ଆରବ, ୟମାନ ଏବଂ ୟୁଏଇ ଭଳି ଦେଶ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା କୈଣସି ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି । ଏବଂ ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲିଖିତ କରି ନାଁ ଧାର୍ଯ୍ୟ କରାଯାଉଛି ।

କିନ୍ତୁ କୌଣସି ସାମୁଦ୍ରିକ ଝଡର ନାମ କମିଟି ଦିଏ ନାହିଁ । ବଂର ଏହା ପାଇଁ ଏକ ବ୍ୟବସ୍ଥା ରହିଛି । ଏଥିପାଇଁ ଆଲ୍ଫା ବେଟ ସିଷ୍ଟମ ମଧ୍ୟ ରହିଛି । ଯଦି ଭାରତ ମହାସାଗରରେ କୌଣସି ଝଡ ସୃଷ୍ଟି ହୁଏ, ତେବେ ଆଲ୍ଫାବେଟ ଅନୁଯାୟୀ ଯେଉଁ ଦେଶର ନାମ ପ୍ରଥମେ ଆସିବ ସେହି ଦେଶ ନାମକରଣ ଦିଏ । ଯେମିତିକି ପ୍ରଥମେ ବାଲାଂଦେଶ, ଭାରତ ପରେ କ୍ରମ ଅନୁଯାୟୀ ଅନ୍ୟଦେଶ ଗୁଡିକ ଦେଇଥାନ୍ତି । କିନ୍ତୁ ପ୍ରତିଟି ଥର ଭିନ୍ନ ଭିନ୍ନ ଦେଶ ବାତ୍ୟାର ନାମ ଦେଇଥାନ୍ତି । ତୌକତେ ବାତ୍ୟାର ନାମ ଯେଉଁଭଳି ଏଥର ମିଆଁମାର ଦେଇଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସ୍ଥଳଭାଗ ମୁହାଁ ବାତ୍ୟା ତୌକତେ । ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତୌକତେ ବାତ୍ୟାର ରୂପ ନେଇ ସାରିଛି । ଏହା ୧୮ ତାରିଖ ସଂଧ୍ୟା ଭିତରେ ଗୁଜୁରାଟ ମାଙ୍ଗାଲୋର ନିକଟରେ ସ୍ଥଳଭାଗ ଛୁଇଁପାରେ । ଏନେଇ ପୋରବନ୍ଦର ବେରାଓ୍ୱଲରେ ରେଡ ଆଲର୍ଟ ଜାରି କରାଯାଇଛି । କଚ୍ଛ, ଦ୍ୱାରିକାରେ ମଧ୍ୟ ରେଡ ଆଲର୍ଟ ଜାରି କରିଛି ପ୍ରଶାସନ । ସେପଟେ ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳକୁ ବି ଆଲର୍ଟ ଜାରି କରିଛି ଆଇଏମଡି । ଏନେଇ ମହାରାଷ୍ଟ ସରକାର ଓ ଗୁଜୁରାଟ ସରକାର ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମହାରାଷ୍ଟରେ ଦୁଇ ଦିନ ପାଇଁ ଟିକାକରଣ କାର୍ଯ୍ୟକ୍ରମ ସ୍ଥଗିତ ମଧ୍ୟ ରଖାଯାଇଛି । ସମୁଦ୍ର ତଟ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପ୍ରଶାସନ । କିନ୍ତୁ ବାତ୍ୟା ତୌକତେର ନାଣକରଣକୁ ନେଇ ଆପଣଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ନିଶ୍ଚୟ ପାଇସାରିଥିବେ ।

ସୁଦାମ ମାରାଣ୍ଡିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱମନ୍ତ୍ରୀଙ୍କ ସ୍ବାସ୍ଥାବସ୍ଥା ବିଷୟରେ ଅବଗତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ରି ହସ୍ପିଟାଲରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଚିକିତ୍ସିତ ହେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ଏହା ସହ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସହ କଥା ହୋଇଛନ୍ତି ।

ସୁଦାମ ମାରାଣ୍ଡିଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଗଠନ ହୋଇଥିବା ଟିମକୁ ମଧ୍ୟ ସ୍ୱାସ୍ଥ୍ୟରେ ସୁଧାର ଆଣିବାକୁ କହିଥିଲେ ମୁଖ୍ୟମନ୍ତ୍ରୀ । ଖୁବ ଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମେଡିକାଲ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ ।