spot_img
Home Blog Page 5623

ବିଦେଶରୁ ଆସିବ ଟିକା: ଗ୍ଲୋବାଲ୍ ଟେଣ୍ଡର ପାଇଁ ସରିଛି ପ୍ରି-ବିଡିଂ

ଭୁବନେଶ୍ୱର: ଗ୍ଲୋବାଲ୍ ଟେଣ୍ଡର ଜରିଆରେ ରାଜ୍ୟ ସରକାରଙ୍କ କରୋନା ଟିକା କିଣିବା ପ୍ରକ୍ରିୟା ପାଦେ ଆଗେଇଛି । ଗତକାଲି ପ୍ରି-ବିଡିଂ ସରିଛି । ବିଭିନ୍ନ କମ୍ପାନୀ ଟେଣ୍ଡର ପ୍ରକ୍ରିୟା ନେଇ ମତାମତ ରଖିଛନ୍ତି । କମ୍ପାନୀଗୁଡ଼ିକୁ ଆସନ୍ତାକାଲି ରାଜ୍ୟ ସରକାର ଉତ୍ତର ଦେବେ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଗ୍ଲୋବାଲ୍ ଟେଣ୍ଡର ମାଧ୍ୟମରେ ୩କୋଟି ୮୦ ଲକ୍ଷ ଟିକା ବିଭିନ୍ନ ଟିକା ଉତ୍ପାଦନକାରୀ କମ୍ପାନୀଠାରୁ ସରକାର କିଣିବେ । ଏନେଇ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଟେଣ୍ଡର ପ୍ରକ୍ରିୟା ଖୋଲାରହିଛି । ଓଡ଼ିଶା ଔଷଧ ନିଗମ ପକ୍ଷରୁ କରାଯାଇଥିବା ଏହି ଅନ୍‌ଲାଇନ୍‌ ଟେଣ୍ଡର ପ୍ରକ୍ରିୟାରେ ଡିସିଜିଆଇ ଦ୍ବାରା ଅନୁମତିପ୍ରାପ୍ତ ବିଭିନ୍ନ ଟିକା ଉତ୍ପାଦନକାରୀ କମ୍ପାନୀ ଭାଗ ନେଇପାରିବେ । ୨୮ ତାରିଖ ଦିନ କେତେ କମ୍ପାନୀ ଭାଗ ନେଉଛନ୍ତି, ସେନେଇ ଜଣାପଡ଼ିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଟିକା ଅଭାବ ଦୂର କରି ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ବ୍ୟବସ୍ଥା କରାଯାଇଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ ଘୋଷଣା, ରାଜ୍ୟରେ ଏଯାଏଁ ୧୧ ରୋଗୀ

ଭୁବନେଶ୍ୱର: ଭାଇରସର ଭୟ ଭିତରେ ବ୍ଲାକ ଫଙ୍ଗସର ହାହାକାର । ବ୍ଲାକ ଫଙ୍ଗସକୁ  ନୋଟିଫାଏବୁଲ ଡିଜିଜ ଘୋଷଣା କଲେ ରାଜ୍ୟ ସରକାର । ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ବ୍ଲାକ ଫଙ୍ଗସ୍ ନେଇ ରାଜ୍ୟ ସରକାରଙ୍କୁ ୬ଟି ସୁପାରିସ କରିଛି ଉଚ୍ଚସ୍ତରୀୟ କମିଟି । ସୁପାରିସ ଗୁଡିକ ହେଉଛି ଆବଶ୍ୟକ ଔଷଧ ଯୋଗାଇଦେବା । ନୋଟିଫାଏ ରୋଗ ଭାବେ ଘୋଷଣା କରିବା । ଜିଲ୍ଲାସ୍ତରରେ ରୋଗ ଜଣାଇବାକୁ ବାଧ୍ୟ କରାଯିବା ।

ପରୀକ୍ଷା, ନିରୀକ୍ଷା ଓ ଚିକିତ୍ସା ପାଇଁ ପ୍ରୋଟୋକଲ କାଯିବା । ଖବର ସଂଗ୍ରହ ଉପରେ ବ୍ୟବସ୍ଥା କରିବା । ଲୋକଙ୍କୁ ପୋଷ୍ଟର, ବ୍ୟାନର ମାଧ୍ୟମରେ ସଚେତନ କରାଇବାକୁ ସୁପାରିସ କରିଛନ୍ତି ଉଚ୍ଚସ୍ତରୀୟ କମିଟି । ରାଜ୍ୟରେ ଏଯାଏଁ ୧୧ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ।

ବ୍ଲାକ ଫଙ୍ଗସ ପରେ ଚିନ୍ତାର କାରଣ ପାଲଟିଲାଣି ହ୍ବାଇଟ ଫଙ୍ଗସ । ବିହାର ପାଟନାରେ ହ୍ବାଇଟ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ହ୍ବାଇଟ ଫଙ୍ଗସ ଅତି ସାଂଘାତିକ ବୋଲି ବିଶେଷଜ୍ଞ କହିଛନ୍ତି । ଏଥିରେ ଫୁସ୍‌ଫୁସ୍‌, ମୁହଁ, କିଡନୀ, ପେଟରେ ସମସ୍ୟା ସୃଷ୍ଟି ହୁଏ ।  ରୋଗର ଭୟାବହତାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ରାଜ୍ୟରେ ଏଯାଏଁ ୧୧ଜଣ ବ୍ଲାକ୍‌ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତ ରୋଗୀ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ଗୁଜରାଟରେ ମଧ୍ୟ ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ ଘୋଷଣା କରାଯାଇଛି । ଆଜି ଏନେଇ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ପରାମର୍ଶ ଦେଇଥିଲେ ।

ବ୍ଲାକ ଫଙ୍ଗସକୁ ଚାହିଁଲେ ରାଜ୍ୟ ସରକାର ନୋଟିଫାଏବୁଲ ଡିଜିଜ ଘୋଷଣା କରିପାରିବେ । ବ୍ଲାକ୍‌ ଫଙ୍ଗସ୍‌ରୁ ଭଲ ହୋଇଥିବା ଲୋକ ଓ ସଂକ୍ରମିତ ବ୍ୟକ୍ତିଙ୍କ ତାଲିକା ଦେବାକୁ କୁହାଯାଇଛି । ଦେଶର ଅନେକ ରାଜ୍ୟରେ ଏବେ ବ୍ଲାକ୍‌ ଫଙ୍ଗସ୍‌ ମାମଲା ବଢୁଥିବା ବେଳେ କରୋନା ସଂକ୍ରମିତଙ୍କ ଦେହରେ ଏହା ଗୁରୁତର ହେଉଛି । ରାଜସ୍ଥାନ ଓ ତେଲେଙ୍ଗାନା ପୂର୍ବରୁ ବ୍ଲାକ୍‌ ଫଙ୍ଗସ୍‌କୁ ନୋଟିଫାଏବୁଲ ଡିଜିଜ କରିସାରିଛନ୍ତି ।

୨୪ରେ ବାତ୍ୟାର ରୂପ ନେବ ‘ୟଶ’, ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନରେ ଆସନ୍ତା ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୪ ତାରିଖ ବେଳକୁ ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ଏହି ବାତ୍ୟା ଉତ୍ତର ଓଡିଶା ଉପକୂଳ କିମ୍ବା ବାଂଲାଦେଶରେ ସ୍ଥଳଭାଗକୁ ଛୁଇଁପାରେ । ଏନେଇ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରାଯାଇଥିବା କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ସେପଟେ ବିକଳ୍ପ ପାନୀୟ ଓ ବିଦ୍ୟୁତ ଯୋଗାଣ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମାଛଧରା ବନ୍ଦରରେ ଲୋକଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସଚେତନା କରାଯାଉଛି । ଜେଟିରେ ଡଙ୍ଗାଗୁଡିକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ ସତର୍କତାମୂଳକ କାର୍ଯ୍ୟ ଆରମ୍ଭ ହୋଇଛି । ବାତ୍ୟାର ସ୍ପଷ୍ଟ ସୂଚନା ମିଳିଲେ ଓଡ୍ରାଫ ଓ ଏନଡିଆରଫ ଟିମକୁ ମୁଭ କରାଯିବ ।

ଟେଲିକମ ସେବା ନେଇ ସବୁ ଟେଲିକମ କମ୍ପାନୀ ସହ ଆଲୋଚନା କରାଯାଇଛି । ତେବେ ଅଜଥା ଭୟ କରି ହାଟବଜାରରେ ଭିଡ କରନ୍ତୁ ନାହିଁ କିମ୍ବା ହୋଡିଂ ନକରିବାକୁ ଏସଆରସିଙ୍କ ଅପିଲ । କଳାବଜାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ।

ଲକଡାଉନ୍ ସମୟରେ ଚଳଞ୍ଚଚଳ ସଙ୍ଗୀତକାର ଅଭିଜିତ୍ ମଜୁମ୍‌ଦାର

ଭୁବନେଶ୍ୱର: ବିଗତ ବର୍ଷେ ହେଲା ଓଲିଉଡ ଜଗତ ଅତି ସଙ୍ଗୀତ ପରିସ୍ଥିତି ଦେଇ ଗତି କରୁଛି । ତଥାପି ସଙ୍ଗୀତର ସାଥ୍ ଛାଡିିନାହାଁନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର । ସେ ଛୋଟ ହେଉ କି ବଡ ବଜେଟ୍ ଫିଲ୍ମ । ଅଭିଜିତଙ୍କ ପାଖରେ ଫିଲ୍ମର ସଂଖ୍ୟା ସବୁଠୁ ଅଧିକ । ଲକି ର ଲକଡାଉନ୍ ଲଭଷ୍ଟୋରୀ, ଅରୁନ୍ଧତୀ, ଦିଲରେ ଅଛି ତୋର ନାଁ, ଲାଗେ ମୋତେ କେମିତି କେମିତି, ଜଗୁ ଟ୍ୟାକ୍ସି ଡ୍ରାଇଭର, ଇଏ ବି ଗୋଟିଏ ଲଭଷ୍ଟୋରୀ, ଚୁମ୍‌କି ମାଇଁ ଡାର୍ଲିଂ, ଇନ୍ଦ୍ରଜାଲ, ଏଇ ବୋଧେ ଭଲପାଇବା, ଅଟୋଗ୍ରାଫ, ଧୋ ରେ ବାଇୟା ଧୋ, ଚୁଲ୍‌ବୁଲ୍ ପାଣ୍ଡେ, ପ୍ରେମୀ ଆୱାରା, ମୋ କାହାଣୀରେ ତୋରି ନାଁ ଓ ଚକ୍ଷୁବନ୍ଧନ ଭଳି ଅନେକ ଫିଲ୍ମ ଅଭିଜିତଙ୍କ ତାଲିକାରେ ରହିଛି ।

ସେ ୟୁଟ୍ୟୁବ ପ୍ଲାଟଫର୍ମରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି । ବର୍ଷେ ଭିତରେ ସେ କେ ୧ ପ୍ରଡକ୍ସନ୍‌, ବସନ୍ତ ସ୍ନେହା ପ୍ରଡକ୍ସନ୍‌, ତରଙ୍ଗ ମ୍ୟୁଜିକ, ତାରା ମ୍ୟୁଜିକ, ଦୀପ ମ୍ୟୁଜିକ ଓ ଅନ୍ୟାନ୍ୟ ପାଖାପାଖି ୫୦ଟି ୟୁଟ୍ୟୁବ୍ ଚ୍ୟାନେଲ ପାଇଁ ସେ ଗୀତ କରିଛନ୍ତି । ସ୍ୱର କରିବା ସହ ଗାଇବାକୁ ବାଦ୍ ଦେଲେ ସେ ବିଭିନ୍ନ କାର୍ଯ୍ୟକ୍ରମର ସୁଟିଂ ପାଇଁ ବ୍ୟସ୍ତ ରହିଥାନ୍ତି । ତରଙ୍ଗ ଲକଡାଉନ୍ ଅନ୍ତାକ୍ଷରୀ, ତରଙ୍ଗ ମହାସଙ୍ଗମ, ବିଭିନ୍ନ ୟୁଟ୍ୟୁବ, ଫେସବୁକ ଓ ଇନଷ୍ଟାଗ୍ରାମ୍ ଚ୍ୟାନେଲଗୁଡିକରେ ଲାଇଭ ଆସିବା ଏବଂ ୟୁଏସ୍ ଓ ୟୁକେ ପାଇଁ ଦୁଇତିନିଟା ଅନଲାଇନ୍ ସୋ’ କରିବା ତାଙ୍କ ବ୍ୟସ୍ତତାର ପ୍ରମାଣ ଦିଏ ।

ସଙ୍ଗୀତ ଭିତରେ ଥାଇ ମଧ୍ୟ ସେ କବେ ବି ସମାଜସେବାରୁ ନିବୃତ୍ତ ହୋଇନାହାଁନ୍ତି । OMAWA ର ସଭାପତି ପଦରେ ଥାଇ ଅଭିଜିତ୍ କଳାକାରଙ୍କ ଦୁଃଖ ସରକାରଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି । ଅସୁବିଧାରେ ଥିବା କଳାକାରଙ୍କୁ ସାହାଯ୍ୟ କରିବା , ଓଡିଶାରେ ଥିବା ସବୁ କଳାକାରଙ୍କ ଭିତରେ ଭାଇଚାରା ବଢାଇବା ପାଇଁ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ କରାଇବା, ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରିବା, ନିଜ ସାଙ୍ଗସାଥୀଙ୍କ ମେଳରେ ମିଶି ରକ୍ତ ଶିବିର ଅନୁଷ୍ଠିତ କରିବା, ଛୋଟବଡ ଅନେକ ସମାଜିକ ଅନୁଷ୍ଠାନମାନଙ୍କ ପାଇଁ ଆଗକୁ ଆସିବା ତାଙ୍କ ଉଦରତାକୁ ଦର୍ଶାଇଥାଏ ।

ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ସେ ସବୁବେଳେ ବିନ୍ଦାସ ରହିଥାନ୍ତି । ସମସ୍ତଙ୍କୁ ଧୌର୍ଯ୍ୟ ଧରିବା ପାଇଁ ବାରମ୍ବାର ଅନୁରୋଧ କରିବା ସହିତ ଭାତଟେ ହେବ, ଡାଲିଟେ ହେବ କିମ୍ବା ମୁଁ ପ୍ରଥମ ଶ୍ରେଣୀରେ ପଢୁଛି ଗୀତ ଗାଇ ଲୋକମାନଙ୍କର ମନୋରଂଜନ କରିଚାଲିଛନ୍ତି ।

ପ୍ରଭୁ ଚାୱଲାଙ୍କ ସର୍ଭେରେ ନବୀନଙ୍କୁ ସର୍ବାଧିକ ଭୋଟ, କୋଭିଡ ମୁକାବିଲାରେ ଆଗରେ ଓଡିଶା

ଭୁବନେଶ୍ବର: କୋଭିଡ ମୁକାବିଲାରେ ପୁଣି ନବୀନ ସରକାରଙ୍କୁ ପ୍ରଶଂସା । ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାଓ୍ବଲାଙ୍କ ପକ୍ଷରୁ ହୋଇଥିବା ଅନଲାଇନ୍ ସର୍ଭେରେ ସର୍ବାଧିକ ଭୋଟ ପାଇ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ସର୍ଭେରେ ନବୀନ ପାଇଛନ୍ତି 57 ପ୍ରତିଶତ ଭୋଟ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ 26 ପ୍ରତିଶତ ଭୋଟ ପାଇ ଦ୍ବିତୀୟରେ ଥିବାବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ 14 ପ୍ରତିଶତ ଭୋଟ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ପାଇଛନ୍ତି ମାତ୍ର 3.2 ପ୍ରତିଶତ ଭୋଟ ।

ସେହିଭଳି ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟକୁ ନେଇ ହୋଇଥିବା ସର୍ଭେରେ ୫୬ ପ୍ରତିଶତ ଭୋଟ ପାଇ ଆଗରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କ ପଛରେ ରହିଛନ୍ତି ଉଦ୍ଧବ ଠାକରେ, ତାଙ୍କୁ ମିଳିଛି ୩୦ ପ୍ରତିଶତ ଭୋଟ । ଏହା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ୮ ପ୍ରତିଶତ ପାଇଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ପ୍ରତିଶତ ଭୋଟ ପାଇଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ହେଲେ ହୃଷୀକେଶ ମଲ୍ଲିକ

ଭୁବନେଶ୍ୱର: ହୃଷୀକେଶ ମଲ୍ଲିକ ହେଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି । ପୂର୍ବରୁ ଡକ୍ଟର ହରିହର ମିଶ୍ର ଥିଲେ ଏକାଡେମୀର ସଭାପତି । ସେହିପରି ଉପସଭାପତି ହେଲେ ସଂଗ୍ରାମ ଜେନା । ସମ୍ପାଦକ ହେଲେ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରବୋଧ କୁମାର ରାଉତ । ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ କର୍ମକର୍ତ୍ତା ଚୟନ ହୋଇଛି ।  ଅରୁଣା ମହାନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ ସଭାପତି ମନୋନୀତ ହୋଇଛନ୍ତି ।

ନାଟ୍ୟକାର ମନ୍ମଥ କୁମାର ଶତପଥୀ ହୋଇଛନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି । ସେହିପରି ଲଳିତ କଳା ଏକାଡେମୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ଲଲିତ କଳା ଏକାଡେମୀର ଉପସଭାପତି ହୋଇଛନ୍ତି ଶ୍ରୀନିବାସ ପଢ଼ିହାରୀ ଓ ସମ୍ପାଦକ ପଞ୍ଚାନନ ସାମଲ ହୋଇଛନ୍ତି । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ହୋଇଛନ୍ତି ଡକ୍ଟର ସୟଦ ମୁସିର ଆଲମ । ମୁଖ୍ୟମନ୍ତ୍ରୀ ଏହି ଚୟନକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

ମହାରାଷ୍ଟ୍ର ଯାତ୍ରା କଲେ ସାଥିରେ ନିଅନ୍ତୁ ନେଗେଟିଭ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ନେଗେଟିଭ ଆରଟିପିସିଆର ରିପୋର୍ଟ ବାଧ୍ୟତାମୂଳକ ହୋଇଛି  । ଟ୍ରେନରେ ଯାତ୍ରା କରୁଥିବା (ବୋର୍ଡିଂ, ଭ୍ରମଣ ଏବଂ ଗନ୍ତବ୍ୟ ସ୍ଥଳରେ) ଯାତ୍ରୀମାନଙ୍କୁ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଅଛି । ଯେକୌଣସି ପରିବହନ ଦ୍ୱାରା ମହାରାଷ୍ଟ୍ର ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଏକ ନେଗେଟିଭ ଆରଟିପିସିଆର (RT-PCR) ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ ଯାହା ମହାରାଷ୍ଟ୍ରରେ ପ୍ରବେଶ କରିବାର ସର୍ବାଧିକ 48 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆବଶ୍ୟକ ବୋଲି ଉକ୍ତ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ କେରଳ, ଗୋଆ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସହିତ ଭାରତର ଯେକୌଣସି ଅଞ୍ଚଳରୁ ମହାରାଷ୍ଟ୍ର ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଏପ୍ରିଲ ମାସ ୧୮ ତାରିଖ ଓ ମଇ ମାସ ପହିଲା ଆଦେଶନାମା ଅନୁଯାୟୀ ସମସ୍ତ ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ । ରାଜ୍ୟ ଗୁଡିକର ସର୍ବଶେଷ ସୂଚନା ନିମନ୍ତେ ୱେବସାଇଟ୍ http://contents.irctc.co.in/en/stateWiseAdvisory.html ରେ ଉପଲବ୍ଧ ହୋଇଛି ।

ସେହିପରି ଦୂରଗାମୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଅଛି ଯେ ସେମାନେ ଯାତ୍ରା କରିବା ପୂର୍ବରୁ କୋଭିଡ ୧୯ ଯାତ୍ରା ଆଦେଶନାମା ଏବଂ ଉପଯୁକ୍ତ ଆଚରଣ ଅନୁସରଣ କରିବା ସହିତ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ଧ୍ୟାନଦେବାକୁ ଅନୁରୋଧ କରାଯାଇଛି |

୨୬ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା ‘ୟଶ’

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ବଙ୍ଗୋପସାଗରରେ ୨୨ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୭୨ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ନେଇ ଆଶଙ୍କା କରାଯାଉଛି ।

Probable Cyclone Yash May Hit Odisha-West Bengal Coast In 26th May

ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଧୀରେ ଧୀରେ ବର୍ଷାର ପରିମାଣ ମଧ୍ୟ ବଢ଼ିବ । ସେହିଭଳି ୨୩ ତାରିଖରୁ ଆରମ୍ଭ ହେବ ପବନ । ଘଣ୍ଟାପ୍ରତି ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ । ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ଯାଏ ବଢ଼ିବ । ୨୫ ତାରିଖରୁ ପବନର ବେଗ ଆହୁରି ବଢ଼ିବ ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ୨୩ରୁ ୨୫ ତାରିଖ ଯାଏ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୨୫ରୁ ୨୭ ତାରିଖ ଯାଏ ଉତ୍ତର ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୨୩ ତାରିଖ ପୂର୍ବରୁ କୂଳକୁ ଫେରି ଆସିବକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ସାମାଜିକ ଦୂରତା,ମାସ୍କକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍.

କରୋନା ପାଇଁ ସାରା ଦେଶ ସଙ୍କଟରେ । ଗୋଟିଏ ପରେ ଗୋଟିଏ କରୋନାର ଲହର ନେଉଛି ଲୋକଙ୍କର ଜୀବନ । କୋଭିଡ ଭାଇରସ୍ କେତେବେଳେ ପବନରେ ବ୍ୟାପୁଛି ତ ପୁଣି କେତେବେଳେ ଛୁଇଁଲେ ସଂକ୍ରମିତ ହେଉଛି । ତେଣୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ କୈାଣସି ସଂକ୍ରମିତ କଥା ହେଉଛି ,ଗୀତ ଗାଉଛି,କାଶୁଛି କିମ୍ବା ଛିଙ୍କୁଛି । ସେହି ସମୟରେ ଭାଇରସ୍ ପାଟି ଓ ନାକ ଜରିଆରେ ପବନରେ ବ୍ୟାପୁଛି । ଯାହା ପରବର୍ତୀ ସମୟରେ ସୁସ୍ଥବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି । ଦେଶରେ ବର୍ତମାନ କରୋନାର ଦ୍ୱିତୀୟ ପ୍ରବାହ ତାର ଭୟଙ୍କର ରୂପ ବି ଦେଖାଇଚାଲିଛି ।

ଆଉ ସରକାର ଲୋକଙ୍କୁ କରୋନା ପାଇଁ ସଚେତନ ମଧ୍ୟ କରିଚାଲିଛନ୍ତି । ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ ,ଲୋକେ ମାସ୍କକୁ ଜରୁରୀ ଭାବିଲେ ହିଁ କରୋନା ସହ ଲଢିପାରିବେ ବୋଲି ସରକାର ସୂଚନା ଦେଉଛନ୍ତି । ତେବେ ଏହାରି ଭିତରେ ସରକାର ମାସ୍କ,ସାମାଜିକ ଦୂରତା,ସ୍ୱଚ୍ଚତା,ଭେଣ୍ଟିଲେସନକୁ ନେଇ ନୂଆ ଗାଇଡଲାଇନ ଜାରୀ କରିଛନ୍ତି । ସାଧାରଣ ଉପାୟର ବ୍ୟବହାରରେ ବି ଆମେ କରୋନାକୁ ବ୍ୟାପିବାରୁ ରକ୍ଷା କରିପାରିବା ବୋଲି ସରକାର ସୂଚନା ଦେଇଛନ୍ତି । ଏହି ନୂଆ ଗାଇଡ୍‌ଲାଇନ୍ ଅନୁସାରେ – ମାସ୍କ,ସାମାଜିକ ଦୂରତା,ସ୍ୱଚ୍ଚତାର ପାଳନ କରିବା ସହ ଘରମାନଙ୍କରେ ପବନର ଯାତାୟତ ହେବା ଭଳି ବ୍ୟବସ୍ଥା ରହିବା ଆବଶ୍ୟକ । ଯେଉଁ ଘରେ ପବନ ଆତଯାତ ହେଉନଥିବ ସେଠାରେ ଭାଇରସ୍‌ର ପ୍ରଭାବ ବେଶି ବଢିବ । ଘର ହେଉ କିମ୍ବା କାର୍ଯ୍ୟାଳୟ ସବୁଠାରେ ବାୟୁ ଯିବା ଆସିବା ପାଇଁ ସଠିକ ସୁବିଧା ଥିବା ଦରକାର । ପବନ ଆତଯାତ କଲେ ସଂକ୍ରମଣର ଆଶଙ୍କା କମ୍ ରହିବ । ବଡ ବଡ କଂମ୍ପାନୀର ବିଲିଡିଙ୍ଗ ଓ ମଲ୍ ଆଦି ମାନଙ୍କରେ ସେଣ୍ଟ୍ରାଲ ଏୟାର ଫିଲ୍ଟରରେ ସୁଧାର କରିବା ଆବଶ୍ୟକ ।

ଏସବୁ ସ୍ଥାନରେ ଗ୍ଲୋବାଲ୍ ଫ୍ୟାନ ସିଷ୍ଟମ ଓ ରୁଫ୍ ଭେଣ୍ଟିଲେଟର ରଖିବା ପାଇଁ ଆଡଭାଇଜରୀ ଜାରୀ କରାଯାଇଛି । କରୋନା ମହାମାରୀ କାଶ କିମ୍ବା ଛିଙ୍କରେ ଆସୁଥିବା ଡ୍ରପଲେଟସ୍‌ରେ ଅଧିକ ବ୍ୟାପିଥାଏ । ଏହା ବାୟୁରେ ୧୦ମିଟର ଦୂରତା ପର୍ଯ୍ୟନ୍ତ ଗତିକରିପାରେ । ତେଣୁକରି ନୂଆ ଗାଇଡଲାଇନ ଅନୁସାରେ ସଂକ୍ରମିତ ବ୍ୟକ୍ତି ଭଲ ହେଇଯିବା ପରେ ବି ସେମାନଙ୍କ ଠାରୁ ଦୂରତା ବଜାଇ ରଖନ୍ତୁ । କାହିଁକି ନା ସେମାନଙ୍କ ଡ୍ରପଲେଟ୍ସରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥାଏ । ତେଣୁକରି ଡବଲ୍ ମାସ୍କ ପିନ୍ଧନ୍ତୁ କିମ୍ବା ଏନ୍‌-୯୫ର ମାସ୍କ ହିଁ ପିନ୍ଧନ୍ତୁ । କୋଭିଡ-୧୯ର ଭାଇରସ୍ ଖୋଜେ ମଣିଷର ଶରୀର । ଯଦି ଏହା ମଣିଷ ଶରୀର ପର୍ଯ୍ୟନ୍ତ ପହଂଚିନପାରେ ତାହାଲେ ଏହା ନଷ୍ଟ ହୋଇଯାଏ । ତେଣୁକରି ସମସ୍ତଙ୍କୁ ସଂକ୍ରମଣଠାରୁ ବଂଚିବା ପାଇଁ ଖୋଲା ଓ ଶୁଦ୍ଧ ପବନ ଯାତାୟତ କରୁଥିବା ସ୍ଥାନ, ସାମାଜିକ ଦୂରତା,ଡବଲ୍ ମାସ୍କ ଓ ଘରେ କିମ୍ବା କାର୍ଯ୍ୟାଳୟରେ ସଂମ୍ପୂର୍ଣ୍ଣ ଭେଣ୍ଟିଲେସନରେ ରହିବା ଜରୁରୀ । ଏହିସବୁ ଗାଇଡ୍‌ଲାଇନ୍‌କୁ ସଠିକ୍ ଭାବରେ ମାନିଲେ ଆମେ କରୋନାକୁ ହରାଇପାରିବା ।

ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କର ଜ୍ୟେଷ୍ଠ ପୁତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଗୁରୁବାର ବିୟୋଗ ଘଟିଛି । ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ୍ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସମ କୋଭିଡ୍ ହସ୍ପିଟାଲର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ଆଜି ଦିନ ଗୋଟାଏରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ଗତକାଲି  କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସରେ ମୃତ୍ୟୁ ଘଟିଥିଲା ।

ପୂର୍ବରୁ ମେ ୯ ତାରିଖରେ କରୋନାରେ ପ୍ରାଣ ହରାଇଥିଲେ ବାପା ରଘୁନାଥ ମହାପାତ୍ର । ମାତ୍ର ୧୨ ଦିନ ମଧ୍ୟରେ କରୋନା ସଂକ୍ରମିତ ବାପାଙ୍କ ସହ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ- ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତଙ୍କ ପରଲୋକ