Unlock Odisha: ଆଜିଠୁ ୨୦ ଜିଲ୍ଲାରେ ସନ୍ଧ୍ୟା ୬ ଯାଏଁ ଖୋଲା ରହିବ ଦୋକାନ, ୧୦ ଜିଲ୍ଲାରେ ଦିନ ୨ଟା ପରେ କଟକଣା

1 min read

ଭୁବନେଶ୍ୱର: କମୁଛି ସଂକ୍ରମଣ, ଖୋଲୁଛି ଓଡ଼ିଶା । ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି । ଏହି କଟକଣା ଜୁଲାଇ ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବାରୁ  ରାଜ୍ୟ ଜିଲ୍ଲା ଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି । କାଟେଗୋରୀ (A) ଓ କାଟେଗୋରୀ (B)ରେ ରାଜ୍ୟକୁ ବିଭକ୍ତ କରାଯାଇଛି । କାଟେଗୋରୀ-Aରେ ୨୦ଟି ଜିଲ୍ଲା ଥିବା ବେଳେ, କାଟେଗୋରୀ-Bରେ ୧୦ ଜିଲ୍ଲା ରହିଛି ।

ପୂର୍ବରୁ କାଟେଗାରୀ-ଏରେ ୧୭ ଜିଲ୍ଲା ଥିଲା । ଏବେ କାଟେଗୋରୀ (ଏ)ରେ ଅନୁଗୁଳ, ଢ଼େଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ସାମିଲ କରାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ, ରାଜ୍ୟରେ ଧିରେ ଧିରେ ଅନଲକ୍ କରାଯିବ । ସେହିପରି କାଟେଗୋରୀ-Aରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହେବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ହେଲେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ନାଇଟ୍ କର୍ଫ୍ୟୁରେ ଜରୁରୀକାଳୀନ ସେବାକୁ ମିଳିବ ଅନୁମତି ।

 Unlock Odisha, Partially Restriction In 20 District Till 16th July

ସାରା ରାଜ୍ୟରେ ଖୋଲା ରହିବ ଛୋଟ ସେଲୁନ୍ । ଉଠା ଦୋକାନୀଙ୍କୁ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ହେଲେ ଏହି ଉଠା ଦେକାନରୁ କେବଳ ପାର୍ସଲ ନେଇପାରିବେ ଗ୍ରାହକ । ଦୋକାନରେ ବସି ଖାଇବାକୁ ବାରଣ କରାଯାଇଛି । ଏହାସହ ସାରା ରାଜ୍ୟରେ ଜାରି ରହିବ କୃଷିକାର୍ଯ୍ୟ । ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଥିବା ବେଳେ, ବ୍ୟାଙ୍କ, ବିଦ୍ୟୁତ୍ ଅଫିସ, ଟେଲିଫୋନ୍ ଅଫିସ୍ ଖୋଲା ରହିବ । ନିର୍ମାଣ କାର୍ଯ୍ୟ ଜାରି ରହିବ । କିନ୍ତୁ ସିନେମା ହଲ୍, ସପିଂ ମଲ୍, ଯାତ୍ରା ହୋଇପାରିବ ନାହିଁ ।

ରାଜନୈତିକ ସମାବେଶ, ଧାର୍ମିକ ସମାବେଶକୁ ବାରଣ କରାଯାଇଛି । ବିବାହ ଓ ଶୁଦ୍ଧିକ୍ରିୟାରେ ପୂର୍ବପରି କଟକଣା ବଳବତ୍ତର ରହିବ । ବିବାହରେ ଭୋଜିଭାତକୁ ମିଳିବନି ଅନୁମତି । ଶିକ୍ଷାନୁଷ୍ଠାନ, କୋଚିଂ କ୍ଲାସ୍ ବନ୍ଦ ରହିବ । ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ହୋଇପାରିବ ନାହିଁ । ଧର୍ମାନୁଷ୍ଠାନ ପୂର୍ବପରି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ, କେବଳ ରୀତିନୀତି ଅନୁସାରେ ଚାଲିବ ନୀତିକାନ୍ତି । ନିହାତି ଦରକାର ନଥିଲେ ବଜାରକୁ ଯିବାକୁ ବାରଣ କରାଯାଇଛି । ମାସ୍କ ସହ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଛି ।

Leave a Reply