spot_img
Home Blog Page 5622

ଦୈନିକ ସଂକ୍ରମଣରେ ନୂଆ ରେକର୍ଡ, ୨୪ ଘଣ୍ଟାରେ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ଥରେ ବଢ଼ିଛି । ଆଜି ପୁଣ ୧୨ ହଜାର ପାର୍ କରିଛି ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ରାଜ୍ୟରୁ ୧୨ ହଜାର ୫୨୩ଟି କରୋନା ପଜିଟିଭ୍ କେସ୍ ଆସିଛି । କ୍ୱାରେଣ୍ଟାଇନରୁ ୭ ହଜାର ୧୨ଟି ମାମଲା ଆସିଥିବା ବେଳେ ୫ ହଜାର ୫୧୧ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଓ କଟକରୁ ୧୦୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳରୁ ୯୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫୧୦, ବରଗଡ଼ରୁ ୩୧୫, ଭଦ୍ରକରୁ ୧୭୭, ବଲାଙ୍ଗିରରୁ ୨୯୬, ବୌଦ୍ଧରୁ ୩୬୫, କଟକରୁ ୧୦୮୪ଦେବଗଡ଼ରୁ ୧୦୬, ଢେଙ୍କାନାଳରୁ ୧୩୨, ଗଜପତିରୁ ୫୩, ଗଞ୍ଜାମରୁ ୩୬୯, ଜଗତସିଂହପୁରରୁ ୩୨୫, ଯାଜପୁରରୁ ୪୧୯, ଝାରସୁଗୁଡ଼ାରୁ ୩୭୩, କଳାହାଣ୍ଡିରୁ ୪୯୧, କନ୍ଧମାଳରୁ ୧୦୦, କେନ୍ଦ୍ରାପଡ଼ାରୁ ୧୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କେନ୍ଦୁଝରରୁ ୨୩୨, ଖୋର୍ଦ୍ଧାରୁ ୧୮୪୨, କୋରାପୁଟରୁ ୨୩୩, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୫୪୬, ନବରଙ୍ଗପୁରରୁ ୩୮୩, ନୟାଗଡ଼ରୁ ୩୧୫, ନୂଆପଡ଼ାରୁ ୧୨୯, ପୁରୀରୁ ୫୬୮, ରାୟଗଡ଼ାରୁ ୩୨୧, ସମ୍ବଲପୁରରୁ ୪୦୦, ସୋନପୁରରୁ ୨୦୨, ସୁନ୍ଦରଗଡ଼ରୁ ୭୧୫ ଓ ଷ୍ଟେଟପୁଲରୁ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି  । କରୋନାରୁ ୫ ଲକ୍ଷ ୫୬ ହଜାର ୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୪୩୮ଟି ସକ୍ରିୟ ମାମଲା ରହିଛି  ।

ବାୟୁସେନାର ଯୁଦ୍ଧ ବିମାନ ମିଗ୍-୨୧ କ୍ରାସ୍, ଟ୍ରେନିଂ ବେଳେ ଅଘଟଣ

ଚଣ୍ଡିଗଡ଼: ପଞ୍ଜାବର ମୋଗାରେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ ଦୁର୍ଘଟଣାଗ୍ରସ୍ତ ହୋଇଛି  । ସୂଚନା ଅନୁସାରେ, ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ ମିଗ୍-୨୧ର ଉଡ଼ାଣ ଭରିଥଲେ  । ଯାହାପରେ ବିମାନଟି କ୍ରାସ୍ ହୋଇଯାଇଛି ।

Indian Air Force MiG-21 fighter aircraft crashed

ବାୟୁସେନା ଅଧିକାରୀଙ୍କ ଅନୁସାରେ, ମୋଗାର ବାଘାପୁରାନା ଗାଁ ଲଙ୍ଗିୟାନା ଖୁର୍ଦ ନିକଟରେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି  । ପାଇଲଟ୍ ଅଭିନବଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ବାୟୁ ସେନା ।

ବୁର୍ଲା ଭୀମସାରରେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: କରୋନା କାଳରେ ଜୀବନ ନେଉଛି ବ୍ଲାକ ଫଙ୍ଗସ୍ । ଭୁବନେଶ୍ୱର ପରେ ବୁର୍ଲାରେ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଭୀମସାର ମେଡିକାଲରେ ପ୍ରଥମ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ରୋଗୀ ଜଣଙ୍କ ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳର । ସେ ଭୀମସାରର ଇଏନଟି ବିଭାଗରେ ଚିକିତ୍ସିତ ହେଉଛନ୍ତି । ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାୟକ ଏନେଇ ସୂଚନା ଦେଇଛନ୍ତି  ।

 First Black Fungus Infected Found In Burla VIMSAR

ରାଜ୍ୟ ସରକାର ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସକୁ ମହାମାରୀ ଅଧିସୂଚିତ ରୋଗ ଘୋଷଣା କରିଛନ୍ତି  । ପୂର୍ବରୁ ସରକାର ବ୍ଲାକ ଫଙ୍ଗସ୍ ପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ କମିଟି ମଧ୍ୟ ଗଠନ କରିଛନ୍ତି  । ବିଶେଷକରି କରୋନା ଚିକିତ୍ସା ବେଳେ ରୋଗୀଙ୍କୁ ଦିଆଯାଉଥିବା ଷ୍ଟେରଏଡ୍ ଯୋଗୁଁ ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ପାଉଛି ଫଳରେ ବ୍ଲାକ ଫଙ୍ଗସ୍ ଭଳି ଗୁରୁତର ରୋଗ ହେଉଛି  ।

ଆଜି ୪ ଜିଲ୍ଲାରେ ଦିଆଯିବ ନାହିଁ କୋଭିଡ୍ ଟିକା

ଭୁବନେଶ୍ୱର: ଟଳୁନି ଟିକା ସଂକଟ । ଆଜି ରାଜ୍ୟର ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ । ଶୁକ୍ରବାର ୪ଟି ଜିଲ୍ଲା- ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ର କୌଣସି ସ୍ଥାନରେ ଟିକାକରଣ ହେବ ନାହିଁ । ଗତକାଲି ୪୬୩ଟି କେନ୍ଦ୍ରରେ ୫୮ ହଜାର ୨୦୮ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଏଯାବତ୍ ରାଜ୍ୟରେ ୬୮ ଲକ୍ଷ ୭୦ ହଜାର ୩୨୬ ଡୋଜ୍ ଟିକା ଦିଆଯାଇଛି ।

୩ ଲକ୍ଷ ୨୮ ହଜାର ୧୦୯ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬ ହଜାର ୪୪୮ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୨ ଲକ୍ଷ ୭୧ ହଜାର ୧୨୧ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧ ଲକ୍ଷ ୬୭ ହଜାର ୨୫୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

Covid Vaccination Session No To Be Held In This Districts

୧୮ରୁ ୪୪ ବର୍ଷ ବୟସ୍କ ମଧ୍ୟରେ ୨ ଲକ୍ଷ ୩୭ ହଜାର ୧୯୫ ଜଣ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି । ୪୫ ବର୍ଷରୁ ଊର୍ଦ୍ଧ୍ୱ ୪୫ ଲକ୍ଷ ୫୧ ହଜାର ୯୨ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୧୦ ଲକ୍ଷ ୩୯ ହଜାର ୧୦୫ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

ଏବେ ରାଜ୍ୟ ପାଖରେ କେନ୍ଦ୍ର ଦେଉଥିବା କୋଭିସିଲ୍ଡରୁ ୩ ଲକ୍ଷ ୯ ହଜାର ୭୧୦ ଡୋଜ୍ ରହିଥିବା ବେଳେ କୋଭାକ୍ସିନର ୩ ଲକ୍ଷ ୫୪ ହଜାର ୮୯୦ ଡୋଜ୍ ରହିଛି । ରାଜ୍ୟ କିଣିଥିବା କୋଭାକ୍ସିନରୁ ୩୬ ହଜାର ୧୫୦ ଡୋଜ୍ ରହିଥିବା ବେଳେ କୋଭିସିଲ୍ଡିର ୩ ଲକ୍ଷ ୬୦ ହଜାର ୨୯୦ ଡୋଜ୍ ଟିକା ଅଛି ।

ବିଧାତାର ନିଷ୍ଠୁର ନିୟତି, ଏମିତି ଦୁଃଖ କାହାକୁ ନମିଳୁ…

ନନ୍ଦିଘୋଷ ବ୍ୟୁରୋ: କୋଭିଡରେ ବାପା ଚାଲିଯାଇଥିଲେ । କାଲି ଯାଇଥିଲେ ମଝିଆ ପୁଅ । ଆଉ ଆଜି ବଡ ପୁଅ ବି ଚାଲିଗଲେ । କିଛିଦିନ ତଳେ ପରିବାରଟି ହସି ଉଠୁଥିଲା । ସଂସାରଟି ବେଶ ଖୁସିରେ ଚାଲିଥିଲା । ନିଜ ନିଜ କ୍ଷେତ୍ରରେ ହାସଲ କରିଥିଲେ କୃତିତ୍ୱ । ବାପା ଦେଶର ଖ୍ୟାତି ସମ୍ପନ୍ନ ସ୍ଥପତି । ଆଉ ପୁଅମାନେ ନିଜ ନିଜ କ୍ଷେତ୍ରରେ ଯଥେଷ୍ଟ ପ୍ରତିଭାବାନ ତଥା ପ୍ରତିଷ୍ଠିତ ଥିଲେ। କିନ୍ତୁ କୋଭିଡର କଳାଛାଇ ପୁରା ପରିବାରକୁ କରି ଦେଇଛି ଛାରଖାର । ଜୀବନ ଅଛି ମାନେ ମୃତ୍ୟୁ ଅଛି । ବଞ୍ଚିଥିବା ମଣିଷ ଟି ଦିନେ ତ ଆଖି ବୁଜିବ ଏହା ନିସନ୍ଦେଃହ । କିନ୍ତୁ ଇଏ କେମିତିକା ମୃତ୍ୟୁ ଯେ ? ଏମିତି ବି କଣ ହୋଇପାରେ  ।

ଦର୍ଶକ ବନ୍ଧୁ ଏଠି ଜୀବନ ଆଶାରେ, ମରଣ ମୁହଁରେ । ମୃତ୍ୟୁ ମରୀଚିକା ନୁହେଁ,ଅବେଳାରେ ମରଣ ହିଁ ଲାଗୁଛି ଏକମାତ୍ର ସତ । ଏମିତି କେମିତି ହୋଇପାରେ ? ଗୋଟିଏ ପରିବାର ଉପରେ କେମିତି ଏତେ ବଡ ଦୁଃଖ ଏକାଥରକେ ଆସିପାରେ ! ହେଲେ ଖ୍ୟାତନାମା ସ୍ଥପତି ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ କ୍ଷେତ୍ରରେ ଏହା ଆଉ ବିସ୍ମୟ ହୋଇ ନାହିଁ, ବରଂ ଅଙ୍ଗେ ନିଭା କଥା ହୋଇଛି। କାହିଁକି ନା ଏକ ଅଦୃଶ୍ୟ ଭୂତାଣୁ ଏହି ପରିବାରପ୍ରତି ଏତେ କଠୋର ହୋଇଛି ଯେ ତାହାକୁ ପ୍ରାୟ ପୁରୁଷ ଶୂନ୍ୟ କରିଦେଇଛି । ମାତ୍ର ୧୨ ଦିନ ଭିତରେ ବାପ- ୨ପୁଅଙ୍କୁ ଛଡାଇ ନେଇଛି । ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପରିବାରର କାହାଣୀ କରୋନା କାଳରେ ଭାରତର ଏମିତି ଅନେକ ପରିବାରର କାହାଣୀ ଯେଉଁମାନେ ନିଜର ବୋଲି ଯାହାକୁ କହୁଥିଲେ ସେମାନେ ଆଜି ଆଉ ନାହାନ୍ତି ।

ଏପ୍ରିଳ୍ ୨୨ ତାରିଖ, ଗୁରୁବାର କୋଭିଡ୍ ସଂକ୍ରମିତ ରଘୁନାଥ ମହାପାତ୍ର ଅସୁସ୍ଥତା ଅନୁଭବ କରିବାରୁ ଭୁବନେଶ୍ବରସ୍ଥ଄ତ ଅଖ଄ଳ ଭାରତ ଆୟୁର୍ବିଜ୍ଞାନ କେନ୍ଦ୍ରରେ ଭର୍ତ୍ତି ହୁଅନ୍ତି। ପରେ ଜଣାପଡ଼େ ତାଙ୍କ ପରିବାରର ସମସ୍ତେ କୋଭିଡ୍ ଆକ୍ରାନ୍ତ। ଏଥିରେ ତାଙ୍କୁ ପତ୍ନୀ ରଜନୀ ମହାପାତ୍ର ଓ ଏକମାତ୍ର ନାତି ସ୍ନିତେଶ୍ ବି ସାମିଲ୍ ଥିଲେ। ଜଣକ ପରେ ଜଣେ ହସ୍ପିଟାଲ୍ରେ ଭର୍ତ୍ତି ହୋଇ ଫେରି ଆସୁଥାଆନ୍ତି କିନ୍ତୁ ରଘୁନାଥ କି ତାଙ୍କର ଦୁଇ ପୁଅ ଯଶୋବନ୍ତ ଓରଫ ମୁନା ଓ ପ୍ରଶାନ୍ତ ଓରଫ କୁନାଙ୍କ ଅବସ୍ଥା ଜଟିଳ ହେବାକୁ ଲାଗିଥାଏ।
ବିଧିର ବିଧାନ ବୋଧ ହୁଏ ନିର୍ଘର୍ଣ୍ଟ ହୋଇସାରିଥିଲା । ଆଉ ସେଦିନ ବିଧାତା ଅନ୍ତିମ ଘଣ୍ଟି ବଜାଇ ମୃତ୍ୟୁ ରୂପ ନେଇ ଠିଆ ହୁଏ ରଘୁନାଥଙ୍କ ପାଖରେ। ହସ୍ପିଟାଲ୍ର ଉନ୍ନତ ଜ୍ଞାନ କୌଶଳ ଓ ଯନ୍ତ୍ରପାତି ଭିତରେ ଦୀର୍ଘ ୧୮ ଦିନ ହେଲା ଚିକିତ୍ସିତ ରଘୁନାଥ ମହାପାତ୍ରଙ୍କ ଦେହନ୍ତ ହୁଏ ।

ଏହା ମେ’ ମାସ ୯ ତାରିଖର ଘଟଣା। ହଠାତ ଏଭଳି ଖବର ରାଜ୍ୟବାସୀଙ୍କୁ ଦୋହଲାଇ ଦେଇଥିଲା । କେବଳ ରାଜ୍ୟ ନୁହେଁ ତାଙ୍କ ପ୍ରତିଭାକୁ ଚିହ୍ନିଥିବା ବିଶ୍ୱର ପ୍ରତିଟି ମଣିଷ ଭାଙ୍ଗି ପଡିଥିଲେ । ଗୋଟେପଟେ ବାପାଙ୍କ ମୃତ୍ୟୁ, ଆଉ ଅନ୍ୟପଟେ କାଳ ରୂପୀ କୋଭିଡ ଦୁଇ ପୁଅଙ୍କୁ ସୁସ୍ଥ ହୋଇ ଘରକୁ ଫେରିବାକୁ ଅନୁମତି ଦେଉନଥାଏ ।
ବାପାଙ୍କ ମୃତ୍ୟୁର ଠିକ ଏଗାରଦିନ ପରେ ମଝିଆ ପୁଅ ତଥା ପୂର୍ବତନ ରଣଜୀ ଖେଳାଳୀ ପ୍ରଶାନ୍ତ ମହାପାତ୍ରଙ୍କ ଦେହାନ୍ତ ଘଟେ । ଏମ୍ସରେ ଚିକିତ୍ସିତ ହେଉଥିବା ପ୍ରଶାନ୍ତ ୪୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରନ୍ତି । ଏହା ସେଦିନ ଗଣମାଧ୍ୟମକୁ ସ୍ତମ୍ଭୀଭୂତ କରିଥିଲା। କିନ୍ତୁ ମହାପାତ୍ର ପରିବାରର ଦୁଃଖ ଏତିକିରେ ସରିବାର ନଥିଲା । ଏଥର ମୃତ୍ୟୁର ଘଣ୍ଟି ନେଇ ସମୟ ହାଜର ହୋଇଥିଲା ବଡ଼ପୁଅ ଯଶୋବନ୍ତଙ୍କ ଆଗରେ।

ସମ୍ କୋଭିଡ ହସ୍ପିଟାଲରେ ଚିକିତ୍ସିତ ଥିବା ରଘୁନାଥ ମହାପାତ୍ରଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ମଧ୍ୟ ମୃତ୍ୟୁ ଘଟେ । ବାପାଙ୍କ ଏଗାରରେ ମଝିଆ ପୁଅ ଏବଂ ବାରଦିନରେ ବଡ ପୁଅଙ୍କୁ ଛଡ଼ାଇ ନେଲା କୋଭିଡ । କାଳର ଗତି ବିଚିତ୍ର, କେତେବେଳେ କିଏ କାଳର କାଳଫାଶରେ ପଡିବ ତାହା ଜାଣିବା ମୁସ୍କିଲ । କ’ଣ ହେବ କୋଣାର୍କର ଅପରୂପ ସୌନ୍ଦର୍ଯ୍ୟକୁ ଆଉଥରେ ପଥର ଉପରେ ଫୁଟାଇବା ପ୍ରତିଶୃତିର? ପୁଣି କିଛିଦିନ ତଳେ ବିକମ୍ ସାରି ଜେଜେଙ୍କ ସହ ପଥର ମୁହଁରେ ଜୀବନ ଫୁଟାଇବାକୁ ତାଲିମ ନେବା ଆରମ୍ଭ କରିଥିବା ସ୍ନିତେଶ୍ ବି ଏବେ କାହା ହାତ ଧରି ଆଗକୁ ଚାଲିବେ? ତଥାପି ମନ ବୁଝେନା । ମନରୁ ଦୀର୍ଘ ନିଶ୍ୱାସଟିଏ ଆସେ । ଆଉ ପଚାରେ .. ଏମିତି କାହିଁକି ? କ’ଣ ପାଇଁ ?

ବ୍ଲାକ ଫଙ୍ଗସ ପରେ ହ୍ୱାଇଟ ଫଙ୍ଗସ, ବିହାରରେ ଭୂତାଣୁ

ପାଟନା: ବ୍ଲାକ ଫଙ୍ଗସ ପରେ ଦେଶରେ ହ୍ୱାଇଟ ଫଙ୍ଗସ । ସାରା ଦେଶରେ ଏବେ ବଢିବାରେ ଲାଗିଛି ବ୍ଲାକ୍ ଫଙ୍ଗସ ରୋଗୀଙ୍କ ସଂଖ୍ୟା । ରାଜସ୍ଥାନ, ତେଲେଙ୍ଗାନା ପରେ ଓଡ଼ିଶା ସରକାରଙ୍କ ମହାମାରୀ ଘୋଷଣା କରିଛନ୍ତି । କିନ୍ତୁ ଏପରି ସମୟରେ ବିହାରରେ ଦେଖିବାକୁ ମିଳିଛି ଭୂତାଣୁର ଏକ ରୂପ ।

ପାଟନାରେ ହ୍ୱାଇଟ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ସୂଚନା । PMCH ମାଇକ୍ରୋବାୟୋଲୋଜି ବିଭାଗର ଡାକ୍ତର ଏସ.ଏନ ସିଂଙ୍କ ଏହି ସୂଚନା ପ୍ରଦାନ କରିଛନ୍ତି । ସଂକ୍ରମଣ ରୋଗୀଙ୍କୁ ହ୍ୱାଇଟ୍ ଫଙ୍ଗସ୍ ଅଧିକ ଘାତକ ବୋଲି କୁହାଯାଉଛି । ହ୍ୱାଇଟ୍ ଫଙ୍ଗସ୍ ସିଧାସଳଖ ଫୁସଫୁସକୁ ଆକ୍ରମଣ କରୁଥିବା ଜଣାପଡିଛି ।

ସେହିପରି ଏହା ନଖ, ଚର୍ମ, ପାକସ୍ଥଳୀ, ଜକୃତ, ମସ୍ତିଷ୍କ ଓ ପାଟିକୁ ପ୍ରଭାବିତ କରୁଛି । କମ୍ ଇମ୍ୟୁନିଟି ବ୍ୟକ୍ତି ଓ ଷ୍ଟେରୟେଡ୍ ନେଉଥିବା ବ୍ୟକ୍ତିଙ୍କୁ ସଂକ୍ରମଣର ଭୟ ଅଧିକ ରହିଥିବା କହିଛନ୍ତି ବିଶେଷଜ୍ଞ ।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଅକ୍ସିଜେନ ପ୍ଲାଣ୍ଟର କଲେ ଶୁଭାରମ୍ଭ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଅକ୍ସିଜେନ ପ୍ଲାଣ୍ଟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ଖୁବ୍ କମ୍ ଦିନରେ ପ୍ରତିଷ୍ଠା ହୋଇପାରିଛି ଏହି ଅକ୍ସିଜେନ ପ୍ଲାଣ୍ଟ । ଗଞ୍ଜାମରେ କରୋନା ସ୍ଥିତି ଗତବର୍ଷ ଚିନ୍ତାଜନକ ରହିଥିଲା । ତେଣୁ ଚଳିତବର୍ଷ ଏମକେସିଜି ମେଡିକାଲ ପରିସରରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରତିଶ୍ରୁତି ରକ୍ଷା କରି ଆଜି ୨ କୋଟି ଟଙ୍କା ବ୍ୟୟରେ ଏମକେସିଜି ଡିସିଏଚ୍ – 2 ସମ୍ମୁଖରେ 20 ହଜାର ଲିଟର ବିଶିଷ୍ଟ ଅକ୍ସିଜେନ୍ ଲିକ୍ୟୁଡ୍ ପ୍ଲାଣ୍ଟ ପ୍ରତିଷ୍ଠା କରିଛନ୍ତି ନବୀନ । ଏହ ପ୍ଲାଣ୍ଟ ଦକ୍ଷିଣ ଓଡିଶାର ଅକ୍ସିଜେନ ଅଭାବକୁ ପୂରଣ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଘଣ୍ଟାରେ ଅକ୍ସିଜେନ ଯୋଗାଣର ମନିଟରିଂ କରାଯିବ । ଅକ୍ସିଜେନ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ ହୋଇଛି । ଖୁବ ଶୀଘ୍ର ଆମେ କରୋନାକୁ ହରାଇବା, ଜନଜୀବନ ସ୍ୱାଭାବିକ ହେବ ବୋଲି କହିଛନ୍ତି ନବୀନ ।

ପ୍ଲାଣ୍ଟରୁ ସିଧା ମେନି ଫ୍ଲେମ୍ ରୁମକୁ ଯିବ ଏବଂ ସେଠାରୁ ସିଧା ରୋଗୀଙ୍କ ଶଯ୍ୟା ନିକଟରେ ଅକ୍ସିଜେନ୍ ପହଞ୍ଚିବ । ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମପଣ୍ଡ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ମେଡିକାଲର ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।

କରୋନା ଟେଷ୍ଟ କରିବେ ଡଙ୍ଗରିଆ କନ୍ଧ, ନିୟମଗିରିରରୁ ଦୂରେଇବ ଭୂତାଣୁ

ରାୟଗଡ଼ା: କରୋନା ଟେଷ୍ଟ କରିବାକୁ ରାଜି ହେଲେ ନିୟମଗିରିର ଡଙ୍ଗରିଆ କନ୍ଧ । ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ କରୋନା ପରୀକ୍ଷା କରିବାକୁ ସେମାନେ ରାଜି ହୋଇଥିବା ଜଣାପଡିଛି । ଆସନ୍ତାକାଲି ମେଡିକାଲ୍ ଟିମ୍ ଯାଇ ଟେବାପତା ଓ କାଡ୍ରାକା ବଣ୍ଡେଲି ଗାଁର ଡଙ୍ଗରିଆ କନ୍ଧଙ୍କ କରୋନା ଟେଷ୍ଟ କରିବ । ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ ପ୍ରଧାନ ନିୟମଗିରିର ସୁନାଖଣ୍ଡି ଓ ପାର୍ସାଲି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଡଙ୍ଗରିଆ କନ୍ଧଙ୍କ ସହିତ ଆଲୋଚନା କରିଛନ୍ତି ।

ତେବାପଡା,କାଡ୍ରାକାବଣ୍ଡେଲି ଓ ପାର୍ସାଲି ଗାଁରେ ଲୋକମାନଙ୍କ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ସମସ୍ତ ଡଙ୍ଗରିଆ କନ୍ଧଙ୍କୁ ଉପଜିଲାପାଳ ମାସ୍କ ବାଣ୍ଟିବା ସହିତ ମାସିକ ଭତ୍ତା ମଧ୍ଯ ପ୍ରଦାନ କରିଛନ୍ତି । ପରେ ପାର୍ସାଲି ଠାରେ ଅଙ୍ଗନାବାଡି କର୍ମୀଙ୍କୁ ନେଇ ଏକ ବୈଠକରେ ସ୍ଥାନୀୟ ଅଞ୍ଚଳରେ କରୋନାର ମୁକାବିଲା ଉପରେ ଆଲୋଚନା କରିଥିଲେ । ଘରକୁଘର ବୁଲି କୋଭିଡ ଟେଷ୍ଚ ସହିତ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

କମ୍ ଲୋକରେ ବିବାହ କାର୍ଯ୍ୟ କରିବା ସହିତ ଭୋଜିଭାତ ନକରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ପାର୍ସାଲି ସରପଞ୍ଚ ବାମକାଡ୍ରାକା କରୋନାରେ ଆକ୍ରାନ୍ତ ହୋଇ ସଂଗରୋଧରେ ଅଛନ୍ତି । ଅନ୍ଧ ବିଶ୍ବାସକୁ ଭରସା ନକରି କରୋନା ଟେଷ୍ଟ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

‘ଦେଶର ୫୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁନାହାଁନ୍ତି’

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । କିନ୍ତୁ ବଢିଚାଲିଛି ସୁସ୍ଥ ହାର । ଦେଶରେ ୧୨ ଦଶମିକ ୧ ପ୍ରତିଶତ ଆକ୍ଟିଭ କେସ୍ ଥିବାବେଳେ ସୁସ୍ଥ ହାର ହେଉଛି ୮୬ ଦଶମିକ ୭ ପ୍ରତିଶତ । ଦେଶର ୮ ରାଜ୍ୟରେ ୧ ଲକ୍ଷରୁ ଅଧିକ ମାମଲା ରହିଛି । ଦେଶର ୫୦ ପ୍ରତିଶତ ଲୋକ ମାସ୍କ ପିନ୍ଧୁନଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ସେପଟେ ୯ ରାଜ୍ୟରେ ୫୦ ହଜାରରୁ ୧ ଲକ୍ଷ ମାମଲା ଥିବାବେଳେ ୧୯ ରାଜ୍ୟରେ ୫୦ ହଜାରରୁ କମ ମାମଲା ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ୟୁପି, ହରିୟାଣା, ଗୁଜରାଟ, ଛତିଶଗଡ, ବିହାର, ଦିଲ୍ଲୀ ଓ ଝାଡ଼ଖଣ୍ଡରେ କମ ରହିଛି ସଂକ୍ରମଣ । ତେବେ ତାମିଲନାଡୁ, ମେଘାଳୟ, ତ୍ରିପୁରା ଓ ମଣିପୁରରେ କରୋନା ଗ୍ରାଫ ବଢିବାରେ ଲାଗିଛି । ନୂଆ ଗାଇଡଲାଇନ୍ ଅନୁସାରେ କରୋନାରେ ସୁସ୍ଥ ହେବାର ତିନି ମାସ ପରେ ଟିକା ନେବାକୁ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

କରୋନା ଚେନ୍ ଭାଙ୍ଗିବାକୁ ହେଲେ ଟେଷ୍ଟିଂ ଜୋରଦାର କରିବା ସହ ଆଇସୋଲେସନ୍ ଓ ଚିକିତ୍ସା ପ୍ରତି ଧ୍ୟାନ ଦେବାର ଆବଶ୍ୟକ ବୋଲି ICMR DG ବଳରାମ ଭାର୍ଗବ କହିଛନ୍ତି । ଦେଶରେ ଦୈନିକ ୪୫ ଲକ୍ଷ ଟେଷ୍ଟିଂ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । DRDOର 2_ DG ମେଡିସିନ୍ ପୂର୍ବରୁ କର୍କଟ ରୋଗୀଙ୍କ କ୍ଷେତ୍ରରେ ଉପଯୋଗୀ କରାଯାଉଥିଲା । ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ଏହାକୁ ବିନିଯୋଗ କରାଯିବ ।

‘କୋଭିଡକୁ ନେଇ ବୈଠକ ଡାକିଥିଲେ, କିନ୍ତୁ ନିଜେ କହିଲେ’

ନୂଆଦିଲ୍ଲୀ: କୋଭିଡକୁ ନେଇ ବୈଠକ ଡାକିଥିଲେ। କିନ୍ତୁ ନିଜେ କହିଲେ । ମୁଖ୍ୟମନ୍ତ୍ରୀଙ୍କ ମତ ନେଲେନି କିମ୍ବା କହିବାର ସୁଯୋଗ ଦେଲେନି । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କରୋନାକୁ ନେଇ ହେଉଥିବା ବୈଠକରେ କିଛି କହିବାକୁ ସୁଯୋଗ ଦେଉ ନାହାଁନ୍ତି ପ୍ରଧାନମନ୍ତ୍ରୀ, ନା କିଛି ଶୁଣୁଛନ୍ତି । ଦେଶରେ ଲାଗି ରହିଥିବା କରୋନା ସ୍ଥିତିକୁ ନେଇ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୫୪ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଜି ଆଲୋଚନା କରିଛନ୍ତି ମୋଦି । ତେବେ ଏହି ବୈଠକରେ କିଛି କି କହିବାକୁ ସୁଯୋଗ ମିଳିନଥିବା ଆରୋପ ଲଗାଇଛନ୍ତି ମମତା ବାନାର୍ଜୀ ।

ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଜିର ବୈଠକ ଫ୍ଲପ୍ ଓ ଅପମାନଜନକ ବୋଲି କହିଛନ୍ତି ମମତା । ଯଦି ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଛି, ତେବେ ମୃତକଙ୍କ ସଂଖ୍ୟା କିଭଳି ବଢୁଛି ବୋଲି ପ୍ରଶ୍ନ କରିଛନ୍ତି ଦିଦି । ସେପଟେ ଏହାର ଜବାବରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ଆଦୌ ବି ଗ୍ରହଣୀୟ ନୁହେଁ । ଦେଶରେ କରୋନାର ଦ୍ବିତୀୟ ଲହର ଅେକ କ୍ଷତି ପହଞ୍ଚାଉଥିବାବେଳେ ତୃଣମୂଳସ୍ତରରେ ଏହାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।