ପକ୍କା ଘର ମିଳିବା ପରେ ବି ବସ୍ତି ଛାଡ଼ୁନାହାନ୍ତି : ଭଡ଼ାରେ ଲଗାଉଛନ୍ତି ଘର

ଭୁବନେଶ୍ୱର: ବିଏମସି ଓ ବିଡିଏ ପକ୍ଷରୁ ଆଜି ଭୁବନେଶ୍ୱରରେ ହୋଇଛି ବଡଧରଣର ଉଛେଦ କାର୍ଯ୍ୟ। ପ୍ରଥମେ ଥଇଥାନ ଓ ବାରମ୍ବାର ତାଗିଦ ସତ୍ୱେ ଅମାନିଆ ହେବାରୁ ଜବରଦଖଲକାରୀଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ଉଛେଦ ସହ ଆରମ୍ଭ ହୋଇଛି ଦୟା କେନାଲ ପାର୍ଶ୍ଵରେ ଡବଲ ରୋଡ଼ ନିର୍ମାଣ କାର୍ଯ୍ୟ।

ବସ୍ତି ବାସିନ୍ଦାଙ୍କୁ ପର୍ଯ୍ୟାୟ କ୍ରମେ ତାଲିକା ଭୁକ୍ତ କରି ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଛି ପକ୍କା ଘର। ଘର ମିଳିବା ପରେ ମଧ୍ୟ ବସ୍ତି ଘର ଛାଡିବା ପରିବର୍ତ୍ତେ ଭଡ଼ାରେ ଲଗାଉଛନ୍ତି ଲୋକେ। ଫଳରେ ସୃଷ୍ଟି ହେଉଛି ଜଟିଳ ପରିସ୍ଥିତି। ଭୁବନେଶ୍ୱର ଠାରୁ ପୁରୀ ରାସ୍ତାର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୟା ପଶ୍ଚିମ କେନାଲ ପାର୍ଶ୍ବରେ ନିର୍ମାଣ ହେଉଛି ସମାନ୍ତରାଳ ଡବଲ ରୋଡ଼। ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବାଜୁ ବସିଥିବା ବେଳେ ମହିଷାଖାଲ ବସ୍ତିରେ ଜବରଦଖଲ ଯୋଗୁଁ ସୃଷ୍ଟି ହୋଇଛି ସମସ୍ୟା । ବିଜେବି ନଗର ଠାରୁ ଗେରେଜ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଆଜି ବିଏମସି, ବିଡିଏ ଓ ପୋଲିସର ମିଳିତ ଚଢ଼ାଉ କରି ଶତାଧିକ ଘରକୁ ଉଛେଦ କରାଯାଇଛି। ଉତ୍ତେଜନା ସତ୍ବେ ବ୍ୟାପକ ପୋଲିସ ମୁତୟନ କରି ଜବରଦଖଲ ଉଛେଦ କରାଯାଇଛି। କଟକ ଠାରୁ ପୁରୀ ଭାୟା ଭୁବନେଶ୍ୱର ଯାତାୟତ କଷ୍ଟକର ହେଲାଣି। ଫଳରେ ଜବର ଦଖଲ ଛତ୍ସେଦ ପାଇଁ ବିଏମସି ଓ ବିଡିଏ ପକ୍ଷରୁ ହୋଇଥିବା ଉଦ୍ୟମ ସର୍ବସାଧାରଣଙ୍କ ହିତରେ ବେଶ ସାହାୟକ ହେବ ବୋଲି ମତ ପ୍ରକାଶ ପାଇଛି । କେବଳ ପୁରୀ ଠାରୁ ଭୁବନେଶ୍ୱର ରାସ୍ତାର ସମସ୍ୟା ନୁହଁ ବଂର ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ରୋଡ଼ର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ କରାଯାଉଛି ବିକଳ୍ପ ବ୍ୟବସ୍ଥା। ଉଭୟ ପ୍ରକଳ୍ପ ଶେଷ ହେଲେ ଲୋକଙ୍କ ଗମନାଗମନରେ ଆଉ ସମସ୍ୟା ରହିବ ନାହିଁ ।

ଏଥିସହିତ ପଢ଼ନ୍ତୁ: ବରଗଡ଼ ଯୁବକଙ୍କ ଉଦ୍ଭାବନ: ବ୍ୟାଟେରୀରେ ଚାଲିବ ସାଇକେଲ୍, ଥରେ ଚାର୍ଜ କଲେ ୧୦୦ କିମି

Leave a Reply