ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଅଗ୍ନିକାଣ୍ଡ

1 min read
Fire Broke Out In Delhi CBI Headquarters

ନୂଆଦିଲ୍ଲୀ: ସିବିଆଇ ହେଡକ୍ୱାର୍ଟରରେ ଅଗ୍ନିକାଣ୍ଡ । ରାଜଧାନୀ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ବିଲ୍ଡିଂରେ ଆଜି ସକାଳୁ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଦିଲ୍ଲୀର ଲୋଧି ରୋଡରେ ଥିବା ସିବିଆଇ ଅଫିସ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଏବେ କୁଲିଂ କାର୍ଯ୍ୟ ଜାରି ରହିଛି । ବିଲ୍ଡିଂର କେଉଁ ମହଲାରେ ନିଆଁ ଲାଗିଥିଲା ଜଣାପଡ଼ି ନଥିବା ବେଳେ ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ିନାହିଁ । ତେବେ ସର୍ଟସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ଅଗ୍ନିକାଣ୍ଡରେ କ’ଣ ସବୁ ନଷ୍ଟ ହୋଇଛି ତା’ର ସୂଚନା ମିଳିପାରିନାହିଁ ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner