spot_img
Home Blog Page 5548

ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର: ପୁଣି ଏକ ଲଘୁଚାପ ଆସୁଛି। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା। ସେଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍‌ କମିଶନରଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି । ଏସ୍‌ଆର୍‌ସିଙ୍କ କହିବା ଅନୁସାରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ IMD ପୂର୍ବାନୁମାନ କରିଛି। ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁ କେତେକ ଜାଗାରେ ଭୂସ୍ଖଳନ ହେବାର ଆଶଙ୍କା  ରହିଛି । ତେଣୁ ସେହି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି। ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି । ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ସମ୍ଭାବନା ରହିଛି। ତେଣୁ ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସ୍‌ଆର୍‌ସି ତାଗିଦ କରିଛନ୍ତି। ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରାଞ୍ଚଳ ଓ ତଳି ଅଞ୍ଚଳରେ ବର୍ଷା ପାଣି ଜମିବା ସମ୍ଭାବନା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆର୍‌ସି। ବନ୍ୟା କଥା ବୁଝୁଥିବା ସବୁ ଅଫିସ୍‌ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍‌ କରିବେ। ଏହି ସମୟ ଭିତରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସେହିପରି ଗୁରୁବାର ସକାଳ ସାଢ଼େ ୮ଟାରୁ ଶୁକ୍ରବାର ସାଢ଼େ ୮ଟା ଭିତରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢ଼େଙ୍କାନାଳ ଓ ସମ୍ୱଲପୁର ଜିଲ୍ଲା କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା ହେବ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଶିଶୁଙ୍କ ଠାରେ କେଉଁ ଲକ୍ଷଣ ଦେଖାଯାଏ: ଜାଣନ୍ତୁ କେମିତି ନେବେ ଯତ୍ନ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ କ୍ୟାବିନେଟ୍ ବୈଠକରେ ମୁହାଁମୁହିଁ

ଭୋପାଳ: ମଧ୍ୟପ୍ରଦେଶରେ ଏବେ କ୍ଷମତା ସଂଘର୍ଷ ସାମ୍ନାକୁ ଆସିଛି । ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମୁହାଁମୁହିଁ ହୋଇଛନ୍ତି । ନର୍ମଦା ନଦୀ ଘାଟର ବିକାଶ ଲାଗି ହୋଇଥିବା କିଛି ଯୋଜନାରେ ସରକାରୀ ରିହାତିକୁ ନେଇ ନରୋତ୍ତମ ଆପତ୍ତି କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି ।

କରୋନା କାଳରେ ପ୍ରଥର ସମସ୍ତ ମନ୍ତ୍ରୀ ବଲ୍ଲଭ ଭବନରେ ବୈଠକରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ଭିର୍ଚୁଆଲ୍ ବୈଠକ ବସୁଥିଲା । ବୈଠକରେ ନର୍ମଦା ଘାଟର ବିକାଶ ଯୋଜନା ନେଇ ୮୮୦୦ କୋଟି ମୂଲ୍ୟର ୨ଟି ପ୍ରକଳ୍ପକୁ ବଜେଟରେ ଅଧିକ ରିହାତି ପ୍ରସ୍ତାବ ଆସିଥିଲା । ଏହାର ବିରୋଧ କରିଥିଲେ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । କହିଥିଲେ, ଏହି ପ୍ରକଳ୍ପରେ ବନ୍ଧ ବନ୍ଧା ଯାଉନାହିଁ ତେବେ କାହିଁକି ପ୍ରଥମେ ପାଇପ୍ ବିଛା ଯାଉଛି ।

Conflict In Cabinet Meeting Between Home minister And Chief Minister Madhya Pradesh

ସମସ୍ତ ବିଭାଗର ବଜେଟ୍ ସଂକୁଚିତ କରାଯାଉଥିବା ବେଳେ ସରକାରୀ ସୀମାଠାରୁ ଆଗକୁ ଯାଇ କାହିଁକି ରିହାତି ଦେଇ କାହାକୁ ଦୟା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ନରୋତ୍ତମଙ୍କ ଏଭଳି ବିରୋଧରେ ଦେଖି ଅନ୍ୟ ମନ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସର୍ବସମ୍ମତି ରୂପେ ପ୍ରକଳ୍ପକୁ ମଞ୍ଜୁରୀ ଦେବାକୁ କହିଥିଲେ । କିଛି ମନ୍ତ୍ରୀ ନରୋତ୍ତମଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ସମୟରେ ଚୁପ୍ ରହିବା ସହ ନରୋତ୍ତମ ମିଶ୍ର ବୈଠକରୁ ଉଠି ପଳାଇଥିଲେ । ପରେ ସମସ୍ତ ପ୍ରସ୍ତାବକୁ କ୍ୟାବିନେଟରେ ପାରିତ କରାଯାଇଛି । ତେବେ ବୈଠକରେ ଯିବା ପରେ ନରୋତ୍ତମ ମିଶ୍ର ଦଳୀୟ କାର୍ଯ୍ୟାଳୟ ଯାଇ ସେଠାରେ ସଂଗଠନର ମନ୍ତ୍ରୀଙ୍କ ସହ ଆଲୋଚନା କରି ନିଜ ଯୁକ୍ତି ରଖିଥିଲେ । ମଧ୍ୟପ୍ରଦେଶରେ କମଳନାଥ ସରକାରର ପତ୍ତନ ପର ଠାରୁ ନରୋତ୍ତମ ଓ ଶିବରାଜଙ୍କ ମଧ୍ୟ ଛକାପଞ୍ଛା ଲାଗି ରହିଛି । ନରୋତ୍ତମଙ୍କ ଅନୁସାରେ, କମଳନାଥ ସରକାର ବିଲୟ ପାଇଁ ତାଙ୍କ ଭୂମିକା ଅନୁସାରେ ତାଙ୍କୁ ହକ୍ ମିଳୁନାହିଁ ।

ଆଇପିଏସ୍ ସ୍ତରରେ ଅଦଳବଦଳ: ଦୀପ୍ତେଶ କୁମାର ହେଲେ ଜେଲ ଆଇଜି

ଭୁବନେଶ୍ୱର: ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ  ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି ସମ୍ୱଲରପୁର ଭାବେ କାର୍ଯ୍ୟରତ । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଆଇପିଏସ୍ ଅଧିକାରୀ ଡ. ଦୀପକ କୁମାରଙ୍କୁ ଡିଆଇଜିପି, ସମ୍ୱଲପୁର ଭାବେ ନିଯୁକ୍ତି ମିଳିଛି । ହିମାଂଶୁ ଲାଲଙ୍କୁ ପୂର୍ବାଞ୍ଚଳ ଆଇଜିପି ଭାବେ ନିଯୁକ୍ତି ମିଳିଥିବା ବେଳେ  ଆର୍. କେ ପାଇକରାୟଙ୍କୁ ଏସପି ଦେବଗଡ ଭାବେ ନିଯୁକ୍ତ ମିଳିଛି । ସେହିଭଳି ଭୁବନେଶ୍ୱର ଏଡିସିପି ଭାବେ କାର୍ଯ୍ୟରତ ଡି.ପି ତ୍ରିପାଠୀଙ୍କୁ ରାଜ୍ୟ ରିର୍ଜଭ ପୋଲିସ, କଟକକୁ ବଦଳି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ ପରିଚାଳନା ନେଇ ବିଏମ୍‌ସିକୁ ଆଉ ୨୦ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

କୋଭିସିଲ୍ଡ ଓ କୋଭାକ୍ସିନ୍ ନେବା ପରେ ବି ସଂକ୍ରମିତ କରିପାରେ ଡେଲ୍ଟା ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନାର ଡେଲ୍ଟା ଭାରିଆଣ୍ଟ କୋଭିସିଲ୍ଡ ଏବଂ କୋଭାକ୍ସିନର ୨ଟି ଯାକ ଡୋଜ୍ ନେଇଥିଲେ ମଧ୍ୟ ସଂକ୍ରମିତ କରିପାରେ । ପ୍ରଥମଥର ଦେଶରେ ଗତ ଅକ୍ଟୋବରରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ରିପୋର୍ଟ ଅନୁସାରେ, ଏମ୍ସ ଦିଲ୍ଲୀ ଓ ନ୍ୟାସନାଲ ସେଣ୍ଟର ଅଫ୍ ଡିଜିଜ୍ କଣ୍ଟ୍ରୋଲର ଅଲଗା ଅଲଗା ଅଧ୍ୟୟନରୁ ଏହା ଜଣାପଡ଼ିଛି । ତେବେ ଉଭୟ ଅଧ୍ୟୟନର ଏଯାଏଁ ସମୀକ୍ଷା କରାଯାଇ ନାହିଁ । ଏମ୍ସର ଅଧ୍ୟୟନ ଅନୁସାରେ, ବ୍ରିଟେନରେ ଦେଖା ଯାଇଥିବା ଅଲ୍ଫା ଭାରିଆଣ୍ଟ ତୁଳନାରେ ଡେଲ୍ଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ । ଭାରତରେ କରୋନା ମାମଲା ବୃଦ୍ଧିର କାରଣ ଏହାକୁ କୁହାଯାଉଛି ।

ଦେଶରେ ଡେଲ୍ଟା (B.1.617.2) ଭାରିଆଣ୍ଟ ଟିକା ନେବା ପରେ ସଂକ୍ରମିତ କରୁଛି । ଦେଶରେ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ନେଇଥିବା ଲୋକ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅଧ୍ୟୟନରୁ ଜଣାପଡ଼ିଛି କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ଉଭୟ ଅଲ୍ଫା ଓ ଡେଲ୍ଟା ଭାରିଆଣ୍ଟ ସଂକ୍ରମିତ କରିଛି ।

Delta Variant Can Infect Despite Covishield Covaxin Doses AIIMS Study

ଏମ୍ସ-ଆଇଜିଆଇବି ଅଧ୍ୟୟନ ଅନୁସାରେ, ୬୩ ପ୍ରତିଶତ ସଂକ୍ରମଣ ଲକ୍ଷଣ ଥିବା ରୋଗୀଙ୍କ ସ୍ଥିତିକୁ ବିଶ୍ଲେଷଣ କରାଯାଇଛି । ୫ରୁ ୭ ଦିନ ଜର ଲାଗି ରହିବା ପରେ ଏମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ୬୩ ଜଣଙ୍କ ମଧ୍ୟରୁ ୫୩ ଜଣ କୋଭାକ୍ସିନ୍ ଓ ଅନ୍ୟମାନଙ୍କୁ କୋଭିସିଲ୍ଡର ଗୋଟିଏ ଡୋଜ୍ ଦିଆଯାଇଥିଲା । ଯେତେବେଳେକି ୩୬ ଜଣଙ୍କୁ ଟିକାର ୨ଟି ଡୋଜ୍ ଦିଆଯାଇଥିଲା । ଗୋଟିଏ ଡୋଜ୍ ଟିକା ନେଇଥିବା ୭୬.୯ ପ୍ରତିଶତ ଲୋକଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ୨ ଡୋଜ୍ ଟିକା ନେଇଥିବା ୬୦ ପ୍ରତିଶତ ଲୋକଙ୍କ ଠାରେ ଏହା ଚିହ୍ନଟ ହୋଇଛି ।

ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ମୋଷ୍ଟ ଡିଜାୟରେବଲ୍ ମହିଳା ୨୦୨୦ ତାଲିକା ଶୀର୍ଷରେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ : ‘ଟାଇମ୍ସ ୫୦ ମୋଷ୍ଟ ଡିଜାୟରେବଲ୍ ମହିଳା ୨୦୨୦ ତାଲିକାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୀର୍ଷରେ ଉଲ୍ଲେଖ କରାଯାଇଛି । ରିୟା ଏହି ତାଲିକାରେ ଦିଶା ପଟାନୀ, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫଙ୍କ ଭଳି ଅଭିନେତ୍ରୀଙ୍କୁ ପଛରେ ପକାଇଛନ୍ତି । କିନ୍ତୁ ୟୁଜରମାନେ ଏହି ତାଲିକାକୁ ବିଶ୍ୱାସ ନକରି ସୋସିଆଲ ମିଡିଆରେ ରିୟାଙ୍କୁ ଟ୍ରୋଲ୍ କରି ମେମ୍ ସେୟାର କରୁଛନ୍ତି ।

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଅଭିନେତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। ଏହି ପ୍ରସଙ୍ଗରେ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ରିୟାଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରାଯାଇଥିଲା। ଯଦିଓ ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ, ତଥାପି ଫ୍ୟାନ୍ସମାନେ ରିୟାଙ୍କୁ ଏପର୍ଯ୍ୟନ୍ତ କ୍ଲିନ୍ ଚିଟ୍ ମଧ୍ୟ ଦେଇନାହାଁନ୍ତି । ଟାଇମ୍ସର ଏହି ତାଲିକା ଆସିବା ପରେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ କ୍ରୋଧ ବଢି ଚାଲିଛି। ଜଣେ ୟୁଜର୍ ଟ୍ୱିଟ୍ କରି ଲେଖିଛନ୍ତି, ‘ମୁଁ ବହୁତ ଆଶ୍ଚର୍ଯ୍ୟ… ଏହାକୁ କିଏ ଡିଜାୟର କରିଛି … ଏହା କି ପ୍ରକାର ପରିହାସ ?

ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ରିୟା ଚକ୍ରବର୍ତ୍ତୀ ଟ୍ରେଣ୍ଡ କରୁଛନ୍ତି। ଯେତେବେଳେ ମୁଁ ଏହାକୁ ଦେଖିଲି ମୋର ପ୍ରତିକ୍ରିୟା ଏହିପରି ଥିଲା ।

ତେବେ ଏହି ସମୟରେ ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀଙ୍କୁ ଟ୍ରୋଲ୍ କରାଯାଉଛି। ରିୟାଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ରନର୍ ଅପ୍ ହେଉଛନ୍ତି ଆଡଲିନ୍ କାଷ୍ଟେଲିନୋ ଏବଂ ଅଭିନେତ୍ରୀ ଦିଶା ପାଟାନି ତୃତୀୟ ସ୍ଥାନରେ । ଏହା ପରେ ୪ ନମ୍ବରରେ କିଆରା ଆଡଭାନୀ, ୫ ନମ୍ବରରେ ଦୀପିକା ପାଦୁକୋନ, ୬ ନମ୍ବରରେ କ୍ୟାଟ୍ରିନା କୈଫ୍, ୭ ନମ୍ବରରେ ଜ୍ୟାକଲିନ୍, ୮ ନମ୍ବରରେ ଅନୁପ୍ରିଆ ଗୋଏଙ୍କା, ୯ ନମ୍ବରରେ ରୁହି ସିଂ ଏବଂ ଦଶମ ସ୍ଥାନରେ ଅବରୁତି ​​ଚୌଧୁରୀ ରହିଛନ୍ତି ।

କୋଭିଡ ପରିଚାଳନା ନେଇ ବିଏମ୍‌ସିକୁ ଆଉ ୨୦ କୋଟି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ପରିଚାଳନା ନେଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜଧାନୀରେ ଆହୁରି ଜୋରଦାର ହେବ କୋଭିଡ୍‌ ଲଢେଇ । କୋଭିଡ୍‌ ପରିଚାଳନା ପାଇଁ ବିଏମସିକୁ ଆଉ ୨୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ପୂର୍ବରୁ ରାଜଧାନୀରେ କରୋନା ମୁକାବିଲା ପାଇଁ  ୭୭କୋଟି ଟଙ୍କା ଦିଆଯାଇଛି । ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ୍‌ ହସ୍ପିଟାଲ ରହିଛି । ଏଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ରାଜ୍ୟର ବିଭିନ୍ନ ଅଞ୍ଚଳର କୋଭିଡ଼ ରୋଗୀ ଭୁବନେଶ୍ୱରକୁ ଚିକିତ୍ସା ପାଇଁ ଆସିଥାନ୍ତି । ତେଣୁ ଭୁବନେଶ୍ୱରରେ ଆବଶ୍ୟକତା ଅନୁସାରେ ଏହି ଅର୍ଥ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଶିଶୁଙ୍କ ଠାରେ କେଉଁ ଲକ୍ଷଣ ଦେଖାଯାଏ: ଜାଣନ୍ତୁ କେମିତି ନେବେ ଯତ୍ନ

କରୋନା ସଂକ୍ରମିତ ଶିଶୁଙ୍କ ଠାରେ କେଉଁ ଲକ୍ଷଣ ଦେଖାଯାଏ: ଜାଣନ୍ତୁ କେମିତି ନେବେ ଯତ୍ନ

ଭୁବନେଶ୍ୱର:  ବୁଧବାର ରାଜ୍ୟ ସରକାରଙ୍କ କରୋନା ମୁକାବିଲା ପ୍ରେସମିଟ୍‌ରେ ଶିଶୁଙ୍କ ଠାରେ କରୋନାର ଲକ୍ଷଣ ଏବଂ ସଂକ୍ରମିତ ଶିଶୁଙ୍କ ଯତ୍ନ ନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର । ପ୍ରେସବାର୍ତ୍ତାରେ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର୍ ସେବାରଞ୍ଜନ ବିଶ୍ୱାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,  ବୟସ୍କ ଓ ପିଲାଙ୍କ ଠାରେ କରୋନା ଲକ୍ଷଣ ପ୍ରାୟ ସମାନ ଦେଖାଯାଏ । ଜ୍ୱର, କାଶ , ପେଟ ଦରଜ, ଆଖି ଲାଲ ପଡ଼ିବା ବାନ୍ତି ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଶିଶୁ କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ । ସଂକ୍ରମିତ ହେବାର ପ୍ରାୟ ୪ରୁ ୬ ସପ୍ତାହ ପରେ ଏହି ସବୁ ଲକ୍ଷଣ ଶିଶୁଙ୍କ ଠାରେ ଦେଖିବାକୁ ମିଳିଥାଏ ।

ତେବେ ପିଲାଙ୍କୁ କୋଭିଡ ହେଲେ ମଧ୍ୟ ଗୁରୁତର ହୁଅନ୍ତି ନାହିଁ । ସେମାନଙ୍କ ଠାରେ ଅନ୍ୟାନ୍ୟ ରୋଗ ନଥିବାରୁ ସେମାନେ ଗୁରୁତର ହୁଅନ୍ତି ନାହିଁ । ଏଥିସହିତ ସେମାନଙ୍କ ଧୂମପାନ ଭଳି ଅଭ୍ୟାସ ନଥିବାରୁ ସେମାନଙ୍କ ଫୁସଫୁସ୍ ମଧ୍ୟ ଠିକ୍ ଥାଏ । ଏଣୁ ସେମାନେ ସଂକ୍ରମିତ ହୋଇ ଗୁରୁତର ଗୁରୁତର ହେବାର ଆଶଙ୍କା କମ୍ । ଛୁଆମାନେ ପ୍ରାୟତଃ ଘରେ ରହୁଥିବାରୁ ସେମାନେ ବଡ଼ମାନଙ୍କ ଠାରୁ ହିଁ ସଂକ୍ରମିତ ହୋଇଥାନ୍ତି । ଏଣୁ ବଡ଼ମାନଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ ।

ତେବେ ନାକର ପାଣି ବୋହିଲେ, ଜ୍ଜର ହେବା କିମ୍ୱା ଥଣ୍ଡା କାଶ ହେଲେ ସଙ୍ଗେ ସଙ୍ଗେ ଶିଶୁଙ୍କୁ ଡାକ୍ତରଙ୍କୁ ଦେଖାଇବାର ଆବଶ୍ୟକତା ରହିଛି । ୫୦ ପ୍ରତିଶତରୁ ୬୦ ପ୍ରତିଶତ ସଂକ୍ରମିତ ଶିଶୁଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଏନି ବୋଲି ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ପ୍ରେସମିଟରେ ସୂଚିତ କରାଯାଇଛି ।

ସ୍ୱାମୀଙ୍କ ଠାରୁ ୬ମାସ ହେବ ଅଲଗା ରହି କେମିତି ଗର୍ଭବତୀ ହେଲେ ନୁସରତ ? ପିଲାର ବାପାକୁ ନେଇ ଏମିତି ପୋଷ୍ଟ କଲେ ତସଲିମା

ଗର୍ଭ ଧାରଣକୁ ନେଇ ଚର୍ଚ୍ଚାରେ ଜଣେ ନେତ୍ରୀ ତଥା ଅଭିନେତ୍ରୀ ନୁସରତ ଜାହାଁ । ଟିଏମସିର ସାଂସଦ ନୁସରତ ଗର୍ଭବତୀ ହେବା ପରେ ତାଙ୍କ ପିଲାର ବାପା କିଏ ସେ କାହାର ଗର୍ଭକୁ ଧାରଣ କରିଛନ୍ତି ତାହା ଉପରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ସେ ବିବାହିତା କିନ୍ତୁ ସେ ଦୀର୍ଘ ୬ମାସ ହେବ ତାଙ୍କ ସ୍ୱାମୀ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ରହୁ ନଥିବା ଜଣାପଡ଼ିଛି । ତେବେ ଏହି ପରିସ୍ଥିତିରେ ନୁସରତଙ୍କ ଗର୍ଭରେ ବଢୁଥିବା ପିଲା କାହାର ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ସୂଚନା ଅନୁସାରେ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ୨୦୧୯ରେ ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କୀରେ ବିବାହ କରିଥିଲେ। ଏବଂ ଏହାକୁ ନେଇ ନୁସରତ ନିଜେ ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋ ମଧ୍ୟ ସେୟାର କରିଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ବିବାହ ବୈଧ ନୁହେଁ। କିଛି ଦିନ ହେବ ତାଙ୍କ ମଧ୍ୟରେ କଳହ କାରଣରୁ ଦୁହେଁ ପରସ୍ପରଠାରୁ ଅଲଗା ରହୁଛନ୍ତି । ତେବେ ନୁସରତ ଗର୍ଭବତୀ ହେବା କଥା ଜାଣିବା ପରେ ନିଖିଲ କହିଛନ୍ତି ଯେ, ଏବିଷୟରେ ସେ କିଛି  ଜାଣିନାହାଁନ୍ତି । ଯଦି ବି ନୁସରତ ଗର୍ଭବତୀ ଅଛନ୍ତି ତେବେ ସେ ପିଲା ତାଙ୍କର ନୁହେଁ ।

ଅନ୍ୟପଟେ ନୁସରତ କହିଛନ୍ତି ଯେ, ଏହି ବିବାହ ବିଦେଶରେ ହୋଇଥିଲା ଏବଂ ଏହା ଦୁଇଟି ଭିନ୍ନ ଭିନ୍ନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିଲା ତେଣୁ ଭାରତରେ ଏହାକୁ ବୈଧ କୁହାଯାଇ ପାରିବ ନାହିଁ । ତେଣୁ ଏହାକୁ ରିଲେସନସିପ କିମ୍ବା ଲିଭ-ଇନ୍ ରିଲେସନସିପ କହିପାରିବା । ଏଥିରେ ଛାଡ଼ପତ୍ରର କୌଣସି ପ୍ରଶ୍ନ ଉଠୁନାହିଁ । ଆମେ ଦୁହେଁ କେବେ ଠାରୁ ଅଲଗା ହୋଇସାରିଛୁ । ଅନ୍ୟପଟେ ନିଖିଲ ଏକ ମାମଲା ରୁଜୁ କରି କହିଛନ୍ତି ଯେ, ନୁସରତ ତାଙ୍କ ସହ ନୁହେଁ ବରଂ ଆଉ କାହା ସହ  ରହିବାକୁ ଚାହୁଁଛନ୍ତି ।

ତେବେ ଏହି ଘଟଣାକୁ ନେଇ ଏବେ ରାଜନୈତିକ ମାହୋଲ ମଧ୍ୟ ଗରମ ହେବାରେ ଲାଗିଛି । କାରଣ କୁହାଯାଉଛି କି ନୁସରତଙ୍କ ଜୀବନରେ ଆଉ ଜଣେ ପୁରୁଷ ଅଛନ୍ତି  । ସେହି ପୁରୁଷ ହେଉଛନ୍ତି ବିଜେପିର ନେତା ତଥା ଅଭିନେତା ୟଶ ଦାଶଗୁପ୍ତା । ନୁସରତ ଟିଏମସିର ସାଂସଦ ହୋଇଥିବା ବେଳେ ୟସ ହେଉଛନ୍ତି ବିଜେପିର ନେତା । ନୁସରତ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିବା ପରେ ଏ ଦୁହିଁଙ୍କୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ଲେଖିକା ତସଲିମା ନାସରୀନ୍ ନିଜର ମତ ରଖିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ତସଲିମା ଫେସବୁକର ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୁସରତଙ୍କୁ ସ୍ୱାମୀ ନିଖିଲଙ୍କୁ ଛାଡପତ୍ର ଦେବାକୁ ପରାମର୍ଶ ଦେଇଛନ୍ତି । ତସଲିମା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ନୁସରତଙ୍କ ଖବର ଚର୍ଚ୍ଚାରେ ଅଛି। ସେ ଗର୍ଭବତୀ ଅଛନ୍ତି। ତାଙ୍କ ସ୍ୱାମୀ ନିଖିଲ ଏ ବିଷୟରେ କିଛି ଜାଣନ୍ତି ନାହିଁ । ଦୁହେଁ ଛଅ ମାସ ହେବ ଅଲଗା ହୋଇଯାଇଛନ୍ତି । କିନ୍ତୁ ଅଭିନେତ୍ରୀ ନୁସରତ ୟଶ ନାମକ ଜଣେ ଅଭିନେତାଙ୍କୁ ଭଲ ପାଉଛନ୍ତି।

ଲୋକମାନେ ଭାବୁଛନ୍ତି ଯେ ଶିଶୁର ବାପା ନିଖିଲ ନୁହଁନ୍ତି ୟଶ । ଏହା ଏକ ଖବର ହେଉ କି ଗୁଜବ ତାହା ନାହିଁ, ନିଖିଲ ଏବଂ ନୁସରତଙ୍କ ଛାଡପତ୍ର ହେବା ଭଲ ନୁହେଁ କି ? ଅସ୍ଥିର ସମ୍ପର୍କକୁ ଲମ୍ବା କରିବାର କୌଣସି ଅର୍ଥ ନାହିଁ । ଏହି କାରଣରୁ ଉଭୟ ଦଳ ଅସୁବିଧାରେ ପଡ଼ିପାରନ୍ତି । ଏହାସହ ସେ ଲେଖିଛନ୍ତି ଯେ, ସେ ଜଣେ ଆତ୍ମନିର୍ଭର ମହିଳା ସେ ତାଙ୍କ ପିଲାର ଲାଳନ ପାଳନ କରିପାରିବେ ଏଥିରେ କୌଣସି ସମସ୍ୟା ନାହିଁ । ପୁରୁଷମାନେ ମୁହାଁମୁହିଁ ହେବାର ଆବଶ୍ୟକତା ନାହିଁ । ବାସ୍ତବରେ ନିଖିଲ ଏବଂ ୟଶଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ! ଦୁଇଜଣ ତ ପୁରଷ ନା ।

ତେବେ ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ନୁସରତଙ୍କୁ ନେଇ ୟଶ ଏହା ଉପରେ ସ୍ପଷ୍ଟ କରିଥିଲେ । ସେ କହିଥିଲେ ଯେ ନୁସରତଙ୍କ ସହ ତାଙ୍କର ବୃତ୍ତିଗତ ସମ୍ପର୍କ ଅଛି। ଉଭୟ ଦୁଇଟି ଭିନ୍ନ ଭିନ୍ନ ଦଳର ସମର୍ଥକ। ନୁସରତ ଜଣେ ଟିଏମସି ସମର୍ଥକ ହୋଇଥିବାବେଳେ ୟଶ ଜଣେ ବିଜେପି ସମର୍ଥକ। ଏହା ବ୍ୟତୀତ ତାଙ୍କର କୌଣସି ସମ୍ପର୍କ ନଥିବା ୟସ ସ୍ପଷ୍ଟ କରିଥିଲେ ।

କୃଷକଙ୍କ ପାଇଁ ଖୁସି ଖବର: ଖରିଫ୍ ଫସଲ ପାଇଁ ଏମ୍‌ଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଖରିପ ଫସଲ ପାଇଁ ଏମ୍‌ଏସ୍‌ପି ବୃଦ୍ଧି କଲେ କେନ୍ଦ୍ର ସରକାର ।  କୁଇଣ୍ଟାଲ ପିଛା ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର । ଏମଏସପି ବୃଦ୍ଧି ନେଇ ବିରୋଧୀ ବାରମ୍ବାର ଦାବି କରୁଥିଲେ । ମୁଗଡ଼ାଲି କୁଇଣ୍ଟାଲ ପିଛା ୭୨୭୫ ଟଙ୍କାକୁ ବୃଦ୍ଧି । ମକା କୁଇଣ୍ଟାଲ ପିଛା ୧୮୭୦ ଟଙ୍କା, ଗ୍ରେଡ-ଏ ଧାନ ପାଇଁ ୧୯୬୦ ଟଙ୍କା, ବାଜରା କୁଇଣ୍ଟାଲ ପିଛା ୨୨୫୦ ଟଙ୍କା, ମାଣ୍ଡିଆ୩୩୭୭,  ମକା୧୮୭୦,ମୁଗ୭୨୭୫,ସୂର୍ଯ୍ୟମୁଖୀ ୬୦୧୫ଟଙ୍କାକୁ ବୃଦ୍ଧି କରାଯାଇଛି।

 

 

ତୃତୀୟ ପ୍ରବାହ ନେଇ ପ୍ରସ୍ତୁତି: ଛୋଟ ପିଲାଙ୍କ ଚିକିତ୍ସା ନେଇ ଡାକ୍ତରଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଟ୍ରେନିଂ

ଭୁବନେଶ୍ୱର: କରୋନାର ତୃତୀୟ ଲହର ସେପ୍‌ଟେମ୍ବର କି ଅକ୍ଟୋବର ମାସ ବେଳକୁ ଆସିପାରେ । ତୃତୀୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବା ଆଶଙ୍କା ଥିବାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଛୋଟ ଶିଶୁଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କଠାରୁ ଭିନ୍ନ ହୋଇଥିବାରୁ ତାଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସେଥିପାଇଁ ଏବେଠୁ ଡାକ୍ତରମାନଙ୍କୁ ଟ୍ରେନିଂ ଦେବା ସହ ଜେନେରାଲ ଓ ଆଇସିୟୁ ବେଡ୍‌ ପ୍ରସ୍ତୁତ ରଖାଯାଉଛି । ତେବେ ତୃତୀୟ ଲହରରେ ଶିଶୁ ବିଶେଷ ଭାବେ ପ୍ରଭାବିତ ହେବେ ନାହିଁ ବୋଲି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଗୁଲେରିଆ କହିଛନ୍ତି । ସେପଟେ ରାଜ୍ୟର ଯେଉଁ ଜିଲ୍ଲାରେ ପଜେଟିଭିଟି ରେଟ ୫ପ୍ରତିଶତ ତଳେ ରହିଛି, ସେଠାରେ ଅନଲକ ପକ୍ରିୟାରେ କିଛି କଟକଣା କୋହଳ କରିବାକୁ ବିଚାର ବିମର୍ସ ଚାଲିଥିବା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁରୀ ନିମାପଡ଼ାରୁ ନାବାଳିକା ଉଦ୍ଧାର ମାମଲା: କନ୍ୟାଶ୍ରମ ନାଁରେ ଅଭିଯୋଗ