ସେଲ୍‌ଫି ନେବା ବେଳେ ବୈତରଣୀ ନଦୀରେ ଭାସିଯାଇ ଜଣେ ନିଖୋଜ

ଆନନ୍ଦପୁର: ସେଲ୍ଫି ହେଲା କାଳ, ବୈତରଣୀ ନଦୀର ଚୋରା ବାଲିରେ ଭାସି ଯାଇ ଜଣେ ନିଖୋଜ ।  ସୁନାଖମ୍ବ କୁ ବୁଲିବାକୁ ଆସି ସେଲଫି ନେବା ବେଳେ ନଦୀରେ ଖସି ଯାଇ ଜଣେ ଯୁବକ ନିଖୋଜ ଥିବା ବେଳେ ଜଣେ ଯୁବକ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଗତକାଲି ଉପରବେଳା ବର୍ଷା ହେବାରୁ ବୈତରଣୀ ନଦୀରେ ପାଣି ସ୍ରୋତ ବଢି ଯାଇଥିବା  । ତେଣୁ ଦମକଳବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ରାତି ୯ ଟା ଯାଏଁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଆଜିବି ଠାକୁରମୁଣ୍ଡା ଓ ପାଟଣା ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।  ସୂଚନା ଅନୁସାରେ କରଞ୍ଜିଆର ଅଙ୍କିତ ପେରିୱାଲଙ୍କ ପରିବାର ଲୋକଙ୍କ ସହ ସମ୍ପର୍କୀୟ ଶ୍ରୀରାମ ହୁଣ୍ଡରା ଆନନ୍ଦପୁର ମନୋହାରପୁରର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ସାନଖମ୍ବ ବୁଲିବାକୁ ଆସିଥିଲେ । ସେଲ୍ଫି ଉଠାଉଥିବାବେଳେ ସମ୍ପର୍କୀୟ ସହିତ ପାଣିରେ ଖସି ପଡ଼ିଥିଲେ ।ସାଙ୍ଗମାନେ ଜଣକୁ ଉଦ୍ଧାର କରିପାରିଥିବାବେଳେ ଶ୍ରୀରାମ ଭାସି ଯାଇଥିଲା । ଶ୍ରୀରାମଙ୍କ ବୟସ  ୨୦ ବର୍ଷ ହେବ ବୋଲି କୁହାଯାଉଛି । ଶ୍ରୀରାମ ଝାରଖଣ୍ଡ ଚାଇଁବସା ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସି ସୁନାଖମ୍ବ ବୁଲିବାକୁ ଆସିଥିଲେ ।

ଏଥିସହିତ ପଢ଼ନ୍ତୁ: କୁଆଖାଇ ନଦୀ ପଠାରୁ ବାହାରିଲା ପୁରୁଷଙ୍କ ମୃତଦେହ: ଶବ ବ୍ୟବଚ୍ଛେଦ ପାଇଁ ଏମ୍ସ ପଠାଯିବ

Leave a Reply