spot_img
Home Blog Page 5526

ଟ୍ୱିନ୍ ସିଟିର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ୨ ମୃତ, ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀ

ଭୁବନେଶ୍ୱର/କଟକ: ରସୁଲଗଡ଼ ଓଭରବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା  । ପିସିଆରକୁ ପଛପଟୁ ଧକା ଦେଲା ଟ୍ରକ୍  । ଅଳ୍ପକେ ବର୍ତ୍ତିଲେ ୫ ପୋଲିସ କର୍ମଚାରୀ । ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ସକାଳ ୫ଟା ୪୫ରେ ଏହି ଦୁର୍ଘଟଣା ଘଟିଛି  । ଧକ୍କା ଦେଇ ପଳାଉଥିବା ଅନ୍ୟ ଏକ ପିସିଆର ଟିମ୍ ଟ୍ରକ୍‌କୁ ପିଛା କରିଥିଲା  । ପାହାଳ ନିକଟରେ ଟ୍ରକକୁ ଜବତ କରିଛି ପୋଲିସ  । ଘଟଣାସ୍ଥଳରୁ ଗାଡିର ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି  । ଅପରପକ୍ଷରେ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର । ଚଣ୍ଡିଖୋଲରୁ ଆସୁଥିବାବେଳେ ରାସ୍ତାରେ ଥୁଆହୋଇଥିବା ଏକ ଟ୍ରଲରକୁ ଧକା ଦେଇଥିଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି ପୋଲିସ୍ । ତେବେ ଅଧା ରାସ୍ତାରେ ଟ୍ରଲରଟି ବେଆଇନ୍ ପାର୍କିଂ କରିଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ସୁସ୍ଥତା ଆଡ଼କୁ ଅଗ୍ରସର ଓଡ଼ିଶା: ୩ହଜାର ୫୩୫ ସଂକ୍ରମିତ ଚିହ୍ନଟ

 

 

ସୁସ୍ଥତା ଆଡ଼କୁ ଅଗ୍ରସର ଓଡ଼ିଶା: ୩ହଜାର ୫୩୫ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ସୁସ୍ଥତା ଆଡ଼କୁ ଅଗ୍ରସର ହେଉଛି ଓଡ଼ିଶା । ଲଗାତାର ଭାବେ କମୁଛି ସଂକ୍ରମଣ ହାର । ଆଜି ରାଜ୍ୟରୁ ଆଉ ୩ହଜାର ୫ଶହ ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୪୪ ଜୀବନ ନେଇଛି ମହାମାରୀ କରୋନା । ସେ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୨୦୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୧୫୧୯ ଲୋକାଲ କେସ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୩୪୮, କଟକରୁ ୩୨୦, ବାଲେଶ୍ବର ୨୯୬, ଅନୁଗୁଳରୁ ୨୦୭, ପୁରୀ ୧୮୭, ଭଦ୍ରକ ୧୮୪, ମୟୂରଭ୍ଞ୍ଜରୁ ୧୫୩ ଓ କେନ୍ଦ୍ରାପଡ଼ାରୁ ୧୦୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ ରହିଛି । ନୟାଗଡ଼ରୁ ୯୫, କେନ୍ଦୁଝରରୁ ୯୨, ଜଗତସିଂହପୁରରୁ ୯୦, ବରଗଡ଼ରୁ ୮୬, ନବରଙ୍ଗପୁରରୁ ୮୫, ଷ୍ଟେଟପୁଲରୁ ୮୨, ସୁନ୍ଦରଗଡ଼ରୁ ୭୬, ରାୟଗଡ଼ା ୭୩, ମାଲକାନଗିରି ୬୮, ଢେଙ୍କାନାଳ ୫୬, କନ୍ଧମାଳ ୫୬, କୋରାପୁଟରୁ ୫୬, ବୌଦ୍ଧରୁ ୫୨, ସମ୍ବଲପୁରରୁ ୩୯, ସୋନପୁରରୁ ୩୯, କଳାହାଣ୍ଡି ୩୫, ଗଜପତି ୨୭, ଗଞ୍ଜାମରୁ ୨୬, ଦେବଗଡ଼ରୁ ୨୫, ବଲାଙ୍ଗୀରୁ ୧୮, ନୂଆପଡା଼ରୁ ୧୫ ଓ ଝାରସୁଗୁଡ଼ାରୁ ୧୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ରେ ପହଞ୍ଚିଛି । ସେମଧ୍ୟରୁ ୮ ଲକ୍ଷ ୧୧ ହଜାର ୭୮୦ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ, ଏବେବି ୪୭ ହଜାର ୭ଶହ ୯୬ ସକ୍ରିୟ ମାମଲା ରହିଛି ।

 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା: ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ  । ଆସନ୍ତା ୩ଦିନ ଯାଏଁ ଲାଗିରହିବ ମଧ୍ୟମ ଧରଣର ବର୍ଷା  । ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଟିକେ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି  । ମୌସୁମୀ ପ୍ରଭାବରେ ଗତ ୧୫ ଦିନରେ ରାଜ୍ୟରେ ସ୍ୱାଭାବିକଠାରୁ  ଅଧିକ ବର୍ଷା ହୋଇଛି  । ଆସନ୍ତା ୨୪ ଘଣ୍ଟା ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି  । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି  । ଏପଟେ ରାଜଧାନୀ ଭୁବନେଶ୍ୱରରେ ଆଜି ପାଗ ମେଘୁଆ ରହିଛି  । କେତେକ ସ୍ଥାନରେ ସକାଳୁ ଝିପଝିପ୍ ବର୍ଷା ହୋଇଛି  ।

ଏଥିସହିତ ପଢ଼ନ୍ତୁ: ଦେବ ବିବାହ ସମ୍ପନ୍ନ: ଆଜି ଯୁଗଳ ଦର୍ଶନ

ଦେବ ବିବାହ ସମ୍ପନ୍ନ: ଆଜି ଯୁଗଳ ଦର୍ଶନ

ସମ୍ୱଲପୁର/ଭୁବନେଶ୍ୱର: ସରିଲା ଦେବ ବିବାହ । ମାଆ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଲଗ୍ନ ଅନୁସାରେ ରାତି ୩ଟାରେ ହେଲା ଦେବ ବିବାହ । ଆଜି ଯୁଗଳ ଦର୍ଶନ  । କୋଭିଡ କଟକଣା ଭିତରେ ଚାଲିଛି ନୀତିକାନ୍ତି । ଗତ ବର୍ଷ ଭଳି ଏବର୍ଷ ମଧ୍ୟ ସୀମିତ ସେବାୟତଙ୍କୁ ନେଇ ସମ୍ପନ୍ନ ହୋଇଛି ବିବାହ । ନିରାଡମ୍ବର ଭାବେ ସମ୍ବଲପୁରର ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱର, ଝାଡୁଆପଡ଼ାର ବାବା ଲୋକନାଥ ଓ ମୁଦିପଡ଼ାର ବାବା ଯଜ୍ଞେଶ୍ୱରଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ।

ଅପରପକ୍ଷରେ ମହାଦେବ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ଦେବ ଦମ୍ପତି ମହାଦେବ ଲିଙ୍ଗରାଜ ଓ ମା’ ଗୌରୀଙ୍କ ବିବାହ ପାଇଁ  ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । କରୋନା ଯୋଗୁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହୋଇଛି ମହାଦେବଙ୍କ ବିବାହ ଉତ୍ସବ। ଗାଇଡଲାଇନ ଅନୁସାରେ ୨୫ଜଣ ସେବାୟତରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ମହାପ୍ରଭୁ ମାନବୀୟ ଢଙ୍ଗରେ ବଡ଼ସିଂହାର ବେଶରେ ବାହାରି ମା’ ଗୌରୀଙ୍କୁ କେଦାରଗୌରୀ ଠାରେ ବିବାହ କରିଛନ୍ତି । ବରଯାତ୍ରୀ ସହ ଟ୍ରିସାଖା , ମଶାଲ, କଳା ଛତା, ଧଳା ଛତା ଓ ଘଣ୍ଟ ଘଣ୍ଟି ତୂରୀ ନାଦରେ ବିବାହ ବେଦିରେ  ପହଞ୍ଚିଥିଲେ ବାବା ଲିଙ୍ଗରାଜ । ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ବାଟ ବରଣି କରାଯାଇ ବିବାହ ବେଦୀକୁ ନିଆଯାଇଥିଲା । ପରେ ସମସ୍ତ ରୀତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ କରାଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ନୂଆ ନିୟମ, ଯୁବକଙ୍କ ଟିକା ପାଇଁ ଆବଶ୍ୟକ ନାହିଁ କୋୱିନ

ନୂଆଦିଲ୍ଲୀ: ଯୁବବର୍ଗଙ୍କ ଲାଗି ଲାଗି ଖୁସି ଖବର । ଏଣିକି ଟିକା ନେବା ଲାଗି ଆବଶ୍ୟକ ନାହିଁ ମୋବାଇଲ ଜରିଆରେ କୋୱିନ ପୋର୍ଟାଲରେ ନାମ ପଞ୍ଜୀକରଣ । ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ଯେ କୌଣସି ବ୍ୟକ୍ତି ଏଣିକ ତାଙ୍କର ନିକଟସ୍ଥ କୋଭିଡ ଟିକାକରଣ କେନ୍ଦ୍ରକୁ ଆସି ସେଠାରେ ନାମ ପଞ୍ଜୀକରଣ କରିପାରିବେ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି ।

ଅନେକ ସମୟରେ ମୋବାଇଲରେ ନାଁ ପଞ୍ଜୀକରଣ ସମ୍ଭବ ହେଉ ନଥିବାରୁ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଟିକାକରଣ କ୍ଷେତ୍ରରେ ଦେଖାଦେଉଥିବା ଏହି ସମସ୍ୟା ଦୂର ଲାଗି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।

ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ନୂଆ ନିଷ୍ପତ୍ତି, ଆଇପ୍ୟାକରୁ ନେବେ ଅବ୍ୟାହତି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ତାମିଲନାଡୁରେ ଡିଏମକେ- କଂଗ୍ରେସ ମେଣ୍ଟର ବିଜୟର କାରଣ ହୋଇଥିବା ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ନୂଆ ନିଷ୍ପତ୍ତି । ଇଣ୍ଡିଆନ ପଲିଟିକାଲ କମିଟି ବା ଆଇପାକ ତ୍ୟାଗ କରିବା ଲାଗି ଘୋଷଣା କରିଛନ୍ତି ପ୍ରଶାନ୍ତ । ଯଦିଓ ୨୦୨୬ ମସିହା ଯାଏ ପ୍ରଶାନ୍ତ କିଶୋର ନେତୃତ୍ବାଧୀନ ଇଣ୍ଡିଆନ ପଲିଟିକାଲ କମିଟି ବା ଆଇପାକ ସହ ତୃଣମୂଳ ଚୁକ୍ତି କରିଛି ତଥାପି ପ୍ରଶାନ୍ତ ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରଶାନ୍ତଙ୍କ  ଦୃଢ ଦୃଷ୍ଟିଭଙ୍ଗୀ ଓ ଗୋଟିଚାଳନା ଯୋଗୁ ପଶ୍ଚିମବଙ୍ଗରେ ପୁଣି ଥରେ କ୍ଷମତାସୀନ ହୋଇଥିଲା ତୃଣମୂଳ । ତେବେ ପ୍ରଶାନ୍ତଙ୍କ ବିନା ଆଇପାକ କିପରି କାର୍ଯ୍ୟ କରିବ ତାହା ନେଇ ଏବେ ଚାଲିଛି ଚର୍ଚ୍ଚା । ଆଇପାକରେ ସମ୍ପ୍ରତି ୯ ଜଣ ସଦସ୍ୟ ରହିଛନ୍ତି । ତେବେ ସମସ୍ତ ରାଜ୍ୟ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଆଇପାକ ଭାଗ ନେବ ବୋଲି ସୂଚନା ଦିଆଯାଇଛି । ଆସନ୍ତାବର୍ଷ ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆରେ ନିର୍ବାଚନ ହେବାକୁ ଯାଉଛି । ସେ କହିଛନ୍ତି- ଦୀର୍ଘ ସମୟ ଧରି ସେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ସେ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ

ଯାଜପୁର: ଯାଜପୁର ସଦର ଥାନା ଛତିଶିଦେବିଲିରେ ଗୋଷ୍ଠୀ ସଂଘର୍ଷ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ସାହି ମଧ୍ୟରେ ସଂଘର୍ଷ ଘଟିଛି। କିଛିଦିନ ପୂର୍ବରୁ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଖୁଣ୍ଟିଆ ସାହି ଓ ଦଳେଇ ସାହି ମଧ୍ୟରେ ବିବାଦ ଲାଗିରହିଥିଲା। ଆଜି ପୁଣି ଉଭୟ ଗାଁ ଭିତରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ପରସ୍ପରକୁ ଆକ୍ରମଣ କରିଥିଲେ। ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ, ଅନ୍ୟ କିଛି ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଚାପା ଉତେଜନା ଲାଗିଥିବାରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଚଳନ୍ତା ଟ୍ରେନ ଇଂଜିନରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନ ନିକଟସ୍ଥ କପିଳାସ ଛକଠାରେ ଚଳନ୍ତା ଟ୍ରେନ ଇଂଜିନରେ ଅଗ୍ନିକାଣ୍ଡ। ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବିଶାଖାପାଟଣାରୁ ଲାଞ୍ଜିଗଡ ଯାଉଥିବା ବକସାଇଟ ବୋଝେଇ ମାଲବାହୀ ଟ୍ରେନର ଇଂଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିଯାଇଥିଲା । ଅଗ୍ନକାଣ୍ଡ ସଂପର୍କରେ ପାଇଲଟ ଜାଣିବା ପରେ ଟ୍ରେନକୁ କପିଳାସ ଛକରେ ଅଟକାଇ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ୨୦ ମିନିଟ ମଧ୍ୟରେ ନିଆଁକୁ ଆୟତ୍ତ କରିଛନ୍ତି ରେଳ କର୍ମଚାରୀ । ଦୁଇ ଘଣ୍ଟା ପରେ ପୁଣି ଟ୍ରେନଟି ରାୟଗଡ଼ା ରେଳଷ୍ଟେସନ ଅଭିମୁଖେ ଯାତ୍ରା କରିଛି ।

ପାଶୱାନ-ପରିବାର-ପ୍ରତିବାଦ: କ୍ଷମତା ପାଇଁ ଖଣ୍ଡଯୁଦ୍ଧ

ନନ୍ଦିଘୋଷ ବ୍ୟୁରୋ: ବିହାର ପଲିଟିକ୍ସରେ ଘଡ଼ିକେ ଛୁଟୁଛି ଘୋଡ଼ା । ଏଲଜେପିର ନିଆଁ ଏବେ କହୁଳୁ ନାହିଁ ବଂର ହୁତୁ ହୁତୁ ହୋଇ ଜଳୁଛି  ।  ବିଦ୍ରୋହ ଏବେ ବ୍ୟାପକ ହେବାରେ ଲାଗିଛି  । କକା-ପୁତୁରା କନ୍ଦଳ ଏବେ ଆଉ ଚାରି କାନ୍ଥ ଭିତରେ ନାହିଁ  । ବଂର ଚଉଦିଗ ପ୍ରଘଟକରିଛି  । ରାଜନୀତିରେ କ୍ଷମତାର ଲାଳସା କିପରି ସଂପର୍କକୁ ଚୂରମାର କରିଦିଏ ତାହାର ଆଉ ଏକ ସଜ ଉଦାହରଣ ଏବେ ପାଶୱାନ ପରିବାରରେ ଦେଖିବାକୁ ମିଳିଛି । ଦାଦା ପଶୁପତି ପାରସଙ୍କ ସପକ୍ଷରେ ୫ ଜଣ ସାସଂଦ  । ପୁତୁରାକୁ ଗାଦିରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିବାବେଳେ ଏବେ ସେଥିରେ ପଡିଛି ଯବନୀକା  ।

ବିହାର ରାଜନୀତିକୁ ବୁଝି, ବିଚାରି ନିଷ୍ପତି ନେଉଥିବା ଦିବଙ୍ଗତ କେନ୍ଦ୍ର ମନ୍ତ୍ରୀ ରାମ ବିଳାଶ ପାଶୱାନଙ୍କ ଦେହାନ୍ତ ପରେ ଏକଦମ ବଦଳି ଯାଇଛି ସମୀକରଣ  । ପାଣିପାଗକୁ ପରଖି ପାରୁ ନାହାଁନ୍ତି ଭାଇ ପଶୁପତି ଓ ପୁଅ ଚିରାଗ  ।  ସେପଟେ ଏଲଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଚିରାଗ ପାଶୱାନଙ୍କୁ ପଦବୀରୁ ହଟାଇଦେଇଛନ୍ତି ଦାଦା  । ଅନ୍ୟପଟେ ତାଙ୍କ ସ୍ଥାନରେ ସୁରଜ ଭାନ ସିଂଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି  । ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ଅଭିଯୋଗରେ ପାର୍ଟିର ପଦବୀରୁ ଚିରାଗଙ୍କୁ ହଟାଯିବା ପରେ ଚିରାଗ ଏକ ଜରୁରୀକାଳୀନ ବୈଠକ ଡ଼କାଇଛନ୍ତି  । ମିଳିଥିବା ସୂଚନା ମୁତାବକ ଚିରାଗ ପାଶୱାନ କାର୍ଯ୍ୟକାରିଣୀ ବୈଠକ ଡକାଇଥିଲେ  । ଏବଂ କାର୍ଯ୍ୟକାରୀଣାର ନିଷ୍ପତ୍ତି ମୁତାବକ ବିଦ୍ରୋହ କରିଥିବା ନେତାଙ୍କୁ ତଦଳରୁ ବହିଷ୍କାର କରିଛନ୍ତି  ।

ସେପଟେ ଏହି ବିଦ୍ରୋହ ପଦାରେ ପକାଇଛି  ପରିବାରର ଭିତିରିକଥା  । ଦଳରୁ ବିଦ୍ରୋହୀ ସାଂସଦଙ୍କୁ  ବହିଷ୍କାର କରିବା ପରେ ବିଷ ଓଗାଳିଛନ୍ତି ପୁତୁରା ଚିରାଗ  । କହିଛନ୍ତି ଯେଉଁଦିନ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ଭାବେ ଦଳ ମୋତେ ବାଛିଥିଲା  । ସେଦିନ ଆପଣ ଖୁସି ନଥିଲେ ବୋଲି ଜଣାପଡିଥିଲା  । ସେହିଦିନ ଠାରୁ ହିଁ ଆପଣଙ୍କର ବିଷାଦ ଭାବ ଜଣାପଡିଥିଲା  । କେବଳ ବୈଠକରେ ପ୍ରସ୍ତାବକୁ ସ୍ୱୀକାର କରି ପଳାଇଥିଲେ  । ଫଳରେ ବାବା ଅର୍ଥାତ ଚିରଗଙ୍କ ପିତା ରାମ ବିଳାଶ ପାଶୱାନଙ୍କୁ ଗଭୀର ଆଗାତ ଲାଗିଥିଲା ବୋଲି ଅଭିଯୋଗ ଆଣିଛନ୍ତି ଚିରାଗ  । ଏବଂ ସେ କହିଛନ୍ତି ଯେଉଁଦିନ ଦଳ ମୋଦେ ଦାୟିତ୍ୱ ଦେଲା, ସେହି ଦିନଠାରୁ ମୁଁ ସପଥ ନେଇଛି ପାର୍ଟି ମୋର ମାଆ  । ତାହା ପ୍ରତି ମୋର ପ୍ରଥମ କର୍ତ୍ତବ୍ୟ ସର୍ବଦା ରହିଛି ଓ ରହିଥିବ  । କିନ୍ତୁ  ପଶୁପତି ପାରସ ପାର୍ଟି ସହ ବିଶ୍ୱାସ ଘାତକ କରିଥିବା ପରୋକ୍ଷରେ କହିଛନ୍ତି ଚିରାଗ  ।

ଅନ୍ୟପଟେ ଲୋଜପା ନେତା ତିରାଗ ପାଶୱନକୁ ସାଥିରେ ମିଶାଇବା ପାଇଁ ଥୋପ ପକାଇଛନ୍ତି କଂଗ୍ରେସ ଏବଂ ଜେଡ଼ିୟୁ  । ଆରଜେଡ଼ି ବିପକ୍ଷରେ ପ୍ରାର୍ଥୀ ଦେଉଥିବା ଲୋଜପା ଜେଡିୟୁ ବିରୋଧରେ ବିଷ ଓଗାଳିଥିଲା   । ଚିରାଗଙ୍କୁ ନେବା ପାଇଁ ଆରଜେଡ଼ି ନେତା ପ୍ରୟାସ ଆରମ୍ଭ କରିଦେଇଛନ୍ତି  । ମିଳିଥିବା ସୂଚନା ମୁତାବକ କିଛି ଆରଜେଡ଼ି ନେତା ତିରାଗଙ୍କୁ ଭେଟିବା ସଦ ଦଳରେ ମିଶିବା ନେଇ ପ୍ରସ୍ତାବ ଦେଇଛନ୍ତି  । ଅର୍ଥାତ ଚିରାଗ ଏବଂ ତେଜସ୍ୱୀଙ୍କ ଦଳ ମିଳିତ ଭାବେ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛନ୍ତି    ।  ତେଣୁ ଆଗକୁ କେଉଁ ପାଣି କୁଆଡେ ଯାଉଛି ତାହା କେବଳ ଦେଖିବା ବାକି  ।

ଅନଲକ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍, ୨୪ ଘଣ୍ଟା ଭିତରେ ଆସିପାରେ ନୂଆ ନିଷ୍ପତ୍ତି

ଭୁବନେଶ୍ୱର: ୧୪ଟି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ। ଗ୍ରୀନ ଜୋନକୁ ଆସିଲାଣି ଗୋଟେ ପରେ ଗୋଟେ ଜିଲ୍ଲା। ତାଳଦେଇ କମିବାରେ ଲାଗିଛି ସଂକ୍ରମଣ ଓ ପଜିଟିଭିଟି ହାର। ୧୫ ଦିନର ତଥ୍ୟ ସଂଗ୍ରହ କରି, ଜୁନ ୧୭ ପରେ କେଉଁ ଜିଲ୍ଲାରେ ଅନଲକ ହେବ, କେଉଁଠି ଲାଗିବ କଟକଣା ବିଚାର ବିମର୍ଶ କରୁଛନ୍ତି ରାଜ୍ୟ ସରକାର। ୨୪ ଘଣ୍ଟା ଭିତରେ ସବୁ ଦିଗକୁ ବିଚାର କରି ଅନଲକ ହେବ ଓଡ଼ିଶା। ବିଶେଷକରି ୫ ପ୍ରତିଶତ ତଳକୁ ଥିବା ଜିଲ୍ଲାରେ ଅନଲକ ହେବ। ଏହାସହ ୫ରୁ ୧୦ ପ୍ରତିଶତ ଥିବା ଜିଲ୍ଲା ଅନଲକ ସହ କଟକଣା ଜାରି କରାଯିବ। ହେଲେ ୧୦ ପ୍ରତିଶତ ଉପରେ ଥିବା ଜିଲ୍ଲା ଗୁଡ଼ିକରେ ତାଲା ନଖୋଲିବାର ସମ୍ଭାବନା ରହିଛି।

ଅନଲକ ପାଇଁ ୪ଟି ଦିଗକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଜିଲ୍ଲାରେ ଆକଟିଭ କେସ କେତେ ରହିଛି ? ପଜିଟିଭ ହାର କେତେ ?  କେତେ ଟିକାକରଣ କରାଯାଇଛି ? ଓ ସଂପୃକ୍ତ ଜିଲ୍ଲାରେ କେତେ ସଂଖ୍ୟକ ବେଡ୍ ଖାଲି ଅଛି ? ସବୁ ଜିଲ୍ଲାରେ ଏସବୁ ଦିଗକୁ ବିଚାରକୁ ନେଇ  କଟକଣା ଜାରି କରିବେ ରାଜ୍ୟ ସରକାର। ମୁଖ୍ୟତଃ ଗଞ୍ଜାମ, ଗଜପତି, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ ପରି ଜିଲ୍ଲାରେ ଅନଲକ କରିବେ ସରକାର। ହେଲେ ସଂକ୍ରମଣ ଓ ପଜିଟିଭ ହାର ଅଧିକ ଥିବା ଖୋର୍ଦ୍ଧା, ଯାଜପୁର, ପୁରୀ, କଟକ, ବାଲେଶ୍ୱର, ଅନୁଗୁଳ, ନୟାଗଡ଼ରେ  ଜିଲ୍ଲାରେ ଅନଲକ ପ୍ରକ୍ରିୟାକୁ ଯାଇନପାରନ୍ତି ସରକାର। ତେଣେ ବିଶେଷଜ୍ଞ କହିବା କଥା ହେଲା ଅନଲକ ସମୟରେ ରାତ୍ରିକଟକଣା, ମଲ, ଜିମ, ଜନଗହଳୀ ସ୍ଥାନରେ କଟକଣା ବଳବତ୍ତ ରହିବା ଆବଶ୍ୟକ।

ସଂକ୍ରମଣ ହାର କମୁଥିବା ଜିଲ୍ଲାରେ କୋଭିଡ଼ କଟକଣା ସହ ୧୭ ତାରିଖରୁ କୋହଳ ହେବ କଟକଣା। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ଆସିଲେ ଲକଡ଼ାଉନ ହଟିବ। ଅନ୍ୟପଟେ ଯେଉଁ ଜିଲ୍ଲାମାନଙ୍କରେ ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ଟେଷ୍ଟିଂ, ଟ୍ରାକି ଓ ଆଇସୋଲେସନକୁ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ।