ଶ୍ରୀଜିଉଙ୍କ ପାଇଁ ସୁନାର ଜିଭଛେଲା, ଶ୍ରୀମନ୍ଦିର ପଠାଇଲେ ଶ୍ରଦ୍ଧାଳୁ

1 min read

ପୁରୀ: ଶ୍ରୀଜିଉଙ୍କ ପାଇଁ ସୁନାର ଜିଭଛେଲା ଦାନ କଲେ ଭୁବନେଶ୍ବରର ଶ୍ରଦ୍ଧାଳୁ । ଭୁବନେଶ୍ବରର ପଦ୍ମଚରଣ ପାତ୍ର ଶ୍ରୀଜିଉଙ୍କ ପାଇଁ ତିନୋଟି ସୁବର୍ଣ୍ଣ ନିର୍ମିତ ଜିଭି ବା ଜିଭ ଛେଲା ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ସେ ସୁବର୍ଣ୍ଣ ଜିଭି ଶ୍ରମନ୍ଦିର ପ୍ରଶାସନକୁ ଏହା ଦାନ କରିଛନ୍ତି । ୩ଟି ସୁବର୍ଣ୍ଣ ଜିଭିରେ ୯୦ଗ୍ରାମ ୩୩୦ମିଲିଗ୍ରାମ ସୁନା ବ୍ୟବହାର ହୋଇଛି ।

ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲାର ବ୍ୟବହାର ହୋଇଥାଏ । ଏହା ପୂର୍ବରୁ ୩ହଳ ସୁବର୍ଣ୍ଣ ସୂର୍ଯ୍ୟ-ଚନ୍ଦ୍ର ଦାନ କରିଥିଲେ ପଦ୍ମଚରଣ ପାତ୍ର । ମହାପ୍ରଭୁଙ୍କୁ ମନ ଭରି ଭଲ ପାଉଥିବା କହିଛନ୍ତି ସେ  । ପିଲାଟି ବେଳୁ ଜଗନ୍ନାଥଙ୍କ ପ୍ରତି ଏକ ସ୍ୱତନ୍ତ୍ର ଭାବ ତାଙ୍କ ମନରେ  । ସେଥିପାଇଁ ପ୍ରଭୁୁଙ୍କ ପାଖରେ କିଛି ଅର୍ପଣ କରିବା ନେଇ ମନେରେ ରଖିଥିବାବେଳେ, ଆଜି ସେ ସ୍ୱଭାଗ୍ୟ ତାଙ୍କୁ ମିଳିଥିବା କୁହନ୍ତି ପଦ୍ମଚରଣ  ।

Leave a Reply