spot_img
Home Blog Page 5527

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ, ସେନା ଜାରି କଲା ଭିଡ଼ିଓ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ଚୀନ୍ ସେନା ସହ ହୋଇଥିବା ସଂଘର୍ଷର ଏକ ବର୍ଷ ପରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ‘ଗଲୱାନ୍ କେ ବୀର୍’ ନାମରେ ଜାରି କରାଯାଇଥିବା ଏହି ଭିଡିଓରେ ଭାରତୀୟ ଯବାନମାନଙ୍କର ବୀରତ୍ୱର କାହାଣୀ ରହିଛି । ୪ ମିନିଟ୍, ୫୯ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ସେନାର ପାରାକ୍ରମକୁ ଦର୍ଶାଯାଇଛି । ଏହି ଭିଡିଓରେ ପ୍ରସିଦ୍ଧ ଗାୟକ ହରିହରନ୍ ନିଜର ସ୍ୱର ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବାବେଳେ ଚୀନ୍‌ର ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ।

ଏହି ଗୀତରେ ସୀମାର ଦୁର୍ଗମ ପରିସ୍ଥିତିର ସାମ୍ନା କରୁଥିବା ଯବାନ ସମସ୍ତ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଭାରତୀୟ ଯବାନଙ୍କର ବୀରତ୍ୱ ଏବଂ ପରାକ୍ରମକୁ ଦେଖାଯାଇଛି । ବରଫର ମୋଟା ଚାଦର ତଳେ ଅତି ନିମ୍ନ ତାପମାତ୍ରାରେ କାର୍ଯ୍ୟରତ ଯବାନ କିଭଳି ବୀରତ୍ୱ ଓ ସାହସିକତାର ସହ ଶତ୍ରୁମାନଙ୍କୁ ସାମ୍ନା କରନ୍ତି  ଏବଂ ଗୀତର ଶେଷରେ, ଗାଲୱାନରେ ସହିଦ ହୋଇଥିବା ଯବାନଙ୍କ ନାମ ଏବଂ ସେମାନଙ୍କ ଚିତ୍ର ପ୍ରଦର୍ଶିତ ହୋଇଛି ।

ପାଞ୍ଚ ଦଶନ୍ଧି ମଧ୍ୟରେ ଘାତକ ସଂଘର୍ଷ

ପ୍ରାୟ ପାଞ୍ଚ ଦଶନ୍ଧି ମଧ୍ୟରେ ଗତ ବର୍ଷ ଜୁନ୍ ୧୫ରେ, ଗଲୱାନ୍ ଘାଟିର ସୀମାନ୍ତ ଅଞ୍ଚଳରେ ଘଟିଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିଲା । ଏହାପରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଅସ୍ତ୍ରଶସ୍ତ୍ର ସମେତ ନିୟୋଜିତ ହୋଇଥିଲେ ।

ଗୋଠପାଟଣାରେ ମହିଳାଙ୍କ ମୃତ ଦେହ ମିଳିବା ଘଟଣା, ପରିଚୟ ପାଇବା ପାଇଁ ପୋଲିସ୍‌ ତିଆରି କଲା ପୋଷ୍ଟର

ଭୁବନେଶ୍ୱର: ଗୋଠପାଟଣାରେ ମହିଳା ମୃତ ଦେହ ମିଳିବା ଘଟଣା। ୯ ବର୍ଷ ତଳର ଫାଇଲ ଖୋଲିଲା ଚନ୍ଦକା ଥାନା ପୋଲିସ। ମହିଳାଙ୍କ ପରିଚୟ ପାଇବା ପାଇଁ ତିଆରି କଲା ପୋଷ୍ଟର। ୨୦୧୨ ରେ ଗୋଠପଟଣାରେ ଆମ୍ବତୋଟାରେ ମହିଳାଙ୍କୁ ହତ୍ୟା ହୋଇଥିଲା। ପୋଲିସ ପ୍ରଥମେ ଅପମୃତ୍ୟ ମାମଲା ରୁଜୁ କରିଥିଲା। ୨୦୧୫ରେ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ। ମହିଳାଙ୍କ ମୁଣ୍ଡର ଗଭୀର ଆଘାତ ଲାଗିଥିଲା।

 

ମହିଳାଙ୍କ ବେକରେ କପଡା ଲାଗିଥିଲା। ତଣ୍ଟି ଚିପି ହତ୍ୟା କରାଯାଇଥିବା ମଧ୍ୟ ପୋଲିସ ସନ୍ଦେହ କରିଥିଲା। ମୃତ ଦେହ ନିକଟରୁ ପଲିଥିନରୁ କପଡାରୁ ମିଳିଥିଲା। କାମାକ୍ଷା ନଗର ଅଞ୍ଚଳର ଇଲେକ୍ଟ୍ରି ଅଫିସ ଅଞ୍ଚଳର ଥିବା କପଡା ଦୋକାନର ନାମ ଥିଲା। ହିନ୍ଦୀ ଓ ଓଡ଼ିଆ ଭାଷାରେ ପୋଷ୍ଟର ତିଆରି କରିଛି ପୋଲିସ। ଢେଙ୍କାନାଳ ଓ କାମାକ୍ଷାନଗର ଅଞ୍ଚଳରେ ପୋଷ୍ଟର ଲଗାଇବ ପୋଲିସ। କିନ୍ତୁ ଯାଆଁଳା ଫାଣ୍ଡି ହତାରୁ ମିଳିଥିବା ମହିଳାର କଙ୍କାଳରୁ ଏ ଯାଏଁ ପରିଚୟ ପାଇନି ପୋଲିସ। କଟାମୁଣ୍ଡ ମାମଲାରେ ପୋଲିସକୁ ସଫଳତା ମିଳିଥିଲା।

କୋଭିଡ୍ ଭ୍ୟାକ୍ସିନର ୮୦ ସିସି ଦେଇ ପ୍ରଚାର କରୁଛି ଆମେରିକା; ଲୋକ କହିଲେ ଅଧିକ ଦେଇଛ, ଫେରେଇ ନିଅ

ୱାଶିଂଟନ୍: କରୋନା ସଂକ୍ରମଣ କାଳରେ କୋଭିଡ୍ ଟିକାକୁ ନେଇ ସବୁଠି ଚାହିଦା ବଢ଼ିଛି । ଏହାରି ଭିତରେ ଆମେରିକାର ଦାନକୁ ନେଇ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କମ୍ ମାତ୍ରାର ଦାନକୁ ନେଇ ଆମେରିକା ପ୍ରଚାର କରୁଥିବାରୁ ଏହାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ସୋସିଆଲ୍ ମିଡିଆ ବ୍ୟବହାରକାରୀ । ସୋସିଆଲ୍ ମିଡିଆରେ ଆମେରିକାର ମଜାକ ଉଡ଼ାଉଛନ୍ତି । ଏତିକି ନୁହେଁ, ଚୀନର କିଛି ସାମ୍ବାଦିକ ଚୀନ ଦେଇଥିବା ସାହାଯ୍ୟ ସହ ମଧ୍ୟ ତାହାକୁ ତୁଳନା କରୁଛନ୍ତି । ଚୀନ କିଛିଦିନ ତଳେ ଏହି ଦେଶକୁ ୨ ଲକ୍ଷ ଡୋଜ୍ ସିନୋଫାର୍ମ ଭ୍ୟାକ୍ସିନ୍ ପଠାଇଥିଲା ।

ସୋସିଆଲ୍ ମିଡିଆରେ ଆମେରିକାର ଦାନକୁ ନେଇ ଚର୍ଚ୍ଚା କମ୍ ବେଶୀ ମଜା ଉଡ଼ୁଛି । ଅଧିକାଂଶ ବ୍ୟବାହାରକାରୀ କଡ଼ା ପ୍ରତିକ୍ରିୟା ଦେଉଛନ୍ତି । ଦାନର ମାତ୍ରା ବେଶ୍ କମ୍ ଥିବାବେଳେ ଆମେରିକା ଭ୍ୟାକ୍ସିନ୍ ଦେଇଥିବା ନେଇ ପ୍ରଚାର କରୁଛି । ୟୁଜର୍ସଙ୍କ ଅନୁସାରେ, ଫାଇଜର କୋଭିଡ୍ ଭ୍ୟାକ୍ସିନର ଏକ ବକ୍ସରେ ୧୯୫ ସିସି ରହୁଛି । ଆମେରିକା ୮୦ ଭ୍ୟାକ୍ସିନ୍ ଦେଇଥିବାରୁ କଣ ବକ୍ସ ଖୋଲିକରି ଭ୍ୟାକ୍ସିନ୍ ଦେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଫାଇଜରର ଗୋଟିଏ ସିସିରୁ ୫ ଜଣଙ୍କୁ ଟିକା ଦିଆ ଯାଇପାରିବ । ତ୍ରିନିଦାଦ ଓ ଟାବୈଗୋ ପଠାଯାଇଥିବା ୮୦ ସିସିରୁ ୪୦୦ ଲୋକଙ୍କୁ ଟିକା ଦିଆଯାଇ ପାରିବ । ଏହି ଭ୍ୟାକ୍ସିନ୍ ୨ଟି ଡୋଜରେ ଇମ୍ୟୁନିଟି ବଢ଼ାଏ । ଏମିତିରେ ୮୦ ସିସିରୁ ୨୦୦ ଲୋକଙ୍କୁ ୨ ଡୋଜ୍ ଟିକା ଦିଆଯାଇ ପାରିବ ।

 

ବୁରହାନ ନାମକ ୟୁଜର ଲେଖିଛନ୍ତି, ମୁଁ ଭାବୁଛି ଆମେରିକା କିଛି ଅଧିକ ଦେଇ ଦେଇଛି । କିଛି ମାଗି କରି ନେଇଯାଉ ।

ୟୁରୋପିଆନ୍ ୟୁନିୟନରେ ଚାଇନା ଡେଲିର ବ୍ୟୁରୋ ଚିଫ୍ ଚେଫ୍ ୱିହୁଆ ଲେଖିଛନ୍ତି, ଏହି ଡୋଜ୍ ଗୋଟିଏ ନର୍ସିଂ ହୋମକୁ ଦାନ କରିବା ପାଇଁ ଠିକ୍, ପୂରା ଦେଶ ପାଇଁ ନୁହେଁ ।

ମହାମାରୀରେ ମହଙ୍ଗା ମାଡ଼, ଆହୁରି ବଢ଼ିବ ଡିଜେଲ ପେଟ୍ରୋଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର

ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ପରିଚାଳନା, ଅଧିକ ଟିକସ, କର୍ପୋରେଟ ପ୍ରୀତି ଯୋଗୁଁ ନିୟନ୍ତ୍ରଣ ବାହାରକୁ ଗଲାଣୀ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ। ୧୦୦ ପାର୍ ହେଲାପରେ ବି ପେଟ୍ରୋଲ, ଡ଼ିଜେଲ ଦର ବି ପ୍ରତ୍ୟେକ ଦିନ ବଢୁଛି। ଆଗକୁ ଦର ଆହୁରୀ ବୃଦ୍ଧି ପାଇବ ବୋଲି ଏବେ ଠାରୁ ଆକଳନ କଲେଣୀ ବ୍ୟବସାୟୀ ସଂଘ ଓ ପେଟ୍ରୋଲ ପମ୍ପ ସଂଘ। ଖାଇବା ତେଲ ଉପରେ ଅଧିକ ଟିକସ ଓ ପେଟ୍ରୋଲ, ଡ଼ିଜେଲ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବଢୁଛି। ଏଥିପାଇଁ ଅତ୍ୟାବଶ୍ୟକ ଜିନିଷ ଦର ମଧ୍ୟ ବୃଦ୍ଧି ପାଉଛି। ସେହିପରି ପେଟ୍ରୋଲ ଓ ଡିଜେଲ ଦର ବି ଆହୁରି ବଢିବ ବୋଲି କୁହାଯାଉଛି।

ଦରଦାମ ବୃ୍‌ଦ୍ଧି ନେଇ ଯୋଗାଣ ମନ୍ତ୍ରୀ, କେନ୍ଦ୍ରକୁ ଟାର୍ଗେଟ କରିବା ପରେ ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡ଼ି ଓ କଂଗ୍ରେସ। ମହାମାରୀ ସମୟରେ ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ କେନ୍ଦ୍ରର ବୋଝ ବୋଲି ବିଜେଡ଼ି-କଂଗ୍ରେସ ଅଭିଯୋଗ କରିଛନ୍ତି। ତୁରନ୍ତ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣକୁ ଆଣନ୍ତୁ ବୋଲି ଦାବି କରିଛନ୍ତି। ଏପଟେ ବିଜେପି କିନ୍ତୁ କେନ୍ଦ୍ରର ଦୋଷ ଲୁଚାଇବା ପାଇଁ ଉଦ୍ୟମ କରିଛି। କେନ୍ଦ୍ର ନୁହେଁ, ବରଂ ରାଜ୍ୟ ଟିକସ କମାଇଲେ ଦର କମିବ ବୋଲି ବିଜେପି କହିଛି।

ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି ୨୦୧୪ରେ କେନ୍ଦ୍ରରେ ଶାସନ ଗାଦିକୁ ଫେରିଥିଲା ବିଜେପି। ଏବେ ଦରଦାମ ଆକାଶ ଛୁଆଁରେ ପହଞ୍ଚିଥିବାରୁ ବିଜେପିକୁ ପାଲଟା ସମାଲୋଚନା କରିଛି କଂଗ୍ରେସ। ବିଜେଡ଼ି ମଧ୍ୟ ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ  ଦରଦାମ କମାଇବା ପାଇଁ ଦାବି କରିଛି। ରାଜ୍ୟ ବିଜେପି କିନ୍ତୁ ଲୋକଙ୍କ ସ୍ବାର୍ଥ୍ୟକୁ ଭୂଲି କେନ୍ଦ୍ର ପାଇଁ ଓକିଲାତି କରିବାରେ ଲାଗିଛି।

ୱାର୍ଲ୍ଡ ଚମ୍ପିଆନସିପ୍ ପାଇଁ ୧୫ ଜଣିଆ ଟିମ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ୱାର୍ଲ୍ଡ ଚମ୍ପିଆନସିପ ପାଇଁ ଟିମ ଘୋଷଣା କଲା ବିସିସିଆଇ  । ୧୫ ଜଣିଆ ଦଳ ଘୋଷଣା ହୋଇଛି  ।  ଏହି ଟିମରେ ବିରାଟ କୋହଲି କ୍ୟାପଟେନ, ରାହାଣେ ଉପ ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି  । ସେହିପରି ଅନ୍ୟମାନଙ୍କ ଭିତରେ ଟିମରେ ରହିଛନ୍ତି ଅଲରାଉଣ୍ଡର ରୋହିତ ଶର୍ମା, ଏସ ଗିଲ, ଚେତେଶ୍ୱର ପୂଜାରା , ହନୁମାନ ବିହାରୀ, ରିଷଭ ପନ୍ଥ, ଡବ୍ଲ୍ୟୁ ସାହା, ଆର ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡ଼େଜା  ରହିଛନ୍ତି  ।

ଜେ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ୟୁ ଯାଦବ ଏବଂ ମହମ୍ମଦ ସିରାଜଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି  । ଚଳିତବର୍ଷ ୱାର୍ଲଡ ଚମ୍ପିଆନସିପ୍ କ୍ରିକେଟ ଥିବାବେଳେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ କ୍ରିକେଟ ବୋର୍ଡ  । ମ୍ୟାଚ ପାଇଁ ୧୫ ଜଣିଆ କ୍ରିକେଟ ଟିମ ମଧ୍ୟ ଘୋ,ଣା କରିଛି ବିସିଆଇ  ।

କେନ୍ଦ୍ରର ଚେତାବନୀ, ଅଧିକ ସଂକ୍ରାମକ ଡେଲ୍ଟା ପ୍ଲସ୍ ଭାରିଆଣ୍ଟ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହରୁ ଧିରେ ଧିରେ ଆଶ୍ୱସ୍ତି ମିଳୁଛି । ଏତିକି ବେଳେ କେନ୍ଦ୍ର ସରକାର ଡେଲ୍ଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛନ୍ତି । ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ବିକ ପାଉଲ୍ କହିଛନ୍ତି- କରୋନା ଭାଇରସର ନୂଆ ଭାରିଆଣ୍ଟ ୨୦୨୦ ତୁଳନାରେ ଅଧିକ ଚତୁର । ଦ୍ୱିତୀୟ ଲହରରେ ଡେଲ୍ଟା ଭାରିଆଣ୍ଟର ଭୂମିକା ଅଧିକ । ଏହି ଭାରିଆଣ୍ଟରେ ଅତିରିକ୍ତ ମ୍ୟୁଟେଶନ ଦେଖାଯାଇଛି । ଯାହାକୁ ଡେଲ୍ଟା ପ୍ଲସ୍ କୁହାଯାଇଛି ।

ସେ କହିଛନ୍ତି, ଏହି ଷ୍ଟ୍ରେନକୁ ଚିହ୍ନଟ ପାଇଁ ଗ୍ଲୋବାଲ୍ ଡାଟା ସିଷ୍ଟମକୁ ଦିଆଯାଇଛି । ଏହି ଷ୍ଟ୍ରେନ୍ ମାର୍ଚ୍ଚରେ ୟୁରୋପରେ ଦେଖା ଦେଇଥିବା ବେଳେ ଜୁନ୍ ୧୩ରେ ସାର୍ବଜନୀନ କରାଯାଇଥିଲା । ଏବେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଆମକୁ ଅଧିକ ସାମାଜିକ ଦୂରତା ରକ୍ଷା ସହ ମାସ୍କ ଲଗାତାର ପିନ୍ଧିବାକୁ ପଡ଼ିବ । ଏମିତି ନକଲେ ସ୍ଥିତି ବହୁତ ଖରାପ ହୋଇପାରେ ।

କେନ୍ଦ୍ର ସରକାର ଅନୁସାରେ, କରୋନାର ଦ୍ୱିତୀୟ ଲହରରେ ୩.୦୫ ପ୍ରତିଶତ ଛୁଆ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଯେତେବେଳେ କି ପ୍ରଥମ ଲହରରେ ୩.୨୮ ପ୍ରତିଶତ ଛୁଆ ଆକ୍ରାନ୍ତ ହୋଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି, ପ୍ରଥମ ଲହରରେ ୧୧ରୁ ୨୦ ବର୍ଷ ବୟସ୍କ ମଧ୍ୟରେ ୮.୦୩ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ।

ପାଉଲଙ୍କ ଅନୁସାରେ, ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଏବେ ବହୁତ ଧିର ଅଛି । କ୍ଲଷ୍ଟର ସଂକ୍ରମଣକୁ ଶେଷ କରିବାକୁ ପଡ଼ିବ । ୨୦୨୦ ତୁଳନାରେ ୨୦୨୧ରେ ଅଧିକ ସଂକ୍ରାମକ ଭାଇରସ୍ ଷ୍ଟ୍ରେନ୍ ଦେଖା ଦେଇଛି । ଏମିତିରେ ଅଧିକ ସତର୍କ ରହିବାକୁ ପଡ଼ିବ ।

ଖୋଲିଲା ବଡ଼ଘରର ଗୁମର କଥା, ସଂପତ୍ତି ପାଇଁ ସୈତାନ ପାଲଟିଲେ ଝିଅ ଜ୍ବାଇଁ

ଭୁବନେଶ୍ବର: ଜନ୍ମ କଲା ଝିଅ ଦେଇଛି ମରଣାନ୍ତକ ଯାତନା। ସଂପତ୍ତି ପାଇଁ ସୈତାନ ପାଲଟିଲେ ଝିଅ, ଜ୍ବାଇଁ। ଭୁଲିଗଲେ ସଂପର୍କର ଲକ୍ଷ୍ମଣରେଖା। ମାଡ଼ ମାରିଲେ, ଲହୁଲୁହାଣ କଲେ। ଏବେ ହସପିଟାଲ୍‌ ବେଡ୍‌ରେ ଛଟପଟ୍‌ ହେଉଛନ୍ତି ଭୁବନେଶ୍ବର କାନନ ବିହାର ଫେଜ୍-୧ର ଡକ୍ଟର ଭୀମସେନ ସେନାପତି। ତାଙ୍କ ସଂପତ୍ତି ଉପରେ ଥିଲା ଝିଅ ଜ୍ବାଇଁଙ୍କ ଆଖି।

ଦୁଇ ପୁଅ ବାହାରେ ରହୁଥିବା ସୁଯୋଗ ନେଇ ଭୀମସେନଙ୍କ ଘରେ ରହୁଥିଲେ ଆଉ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗତ ୯ତାରିଖ ସକାଳେ କିନ୍ତୁ ସବୁ ସୀମା ଟପିଯାଇଥିଲା। ଭୀମସେନ୍‌ଙ୍କୁ ତଳେ ପକାଇ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ ଝିଅ, ଜ୍ବାଇଁ ଓ ନାତି। ଏପରିକି ଭୀମସେନ୍‌ଙ୍କ ପତ୍ନୀ ପ୍ରତିବାଦ କରିବାକୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏନେଇ ବଡ଼ ପୁଅ ଚିନ୍ମୟାନନ୍ଦ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ହସପିଟାଲ ବେଡ୍‌ରୁ ନ୍ୟାୟ ମାଗିଛନ୍ତି ଭୀମସେନ୍।

୮୫ ବର୍ଷୀୟ ବାପା ମୁହଁରେ ଝିଅ ନିର୍ଯାତନାର କାହାଣୀ। ଆଗରୁ ବି କାନନ ବିହାର ଘର ଓ ସଂପତ୍ତି ପାଇଁ ଝଗଡ଼ କରୁଥିଲେ ଝିଅ, ଜ୍ବାଇଁ। ରାଜି ନହେବାରୁ ପଶୁ ପାଲଟିଥିଲେ। ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ଭୀମସେନଙ୍କ ପତ୍ନୀ ଥାନାକୁ ଫୋନ୍ କରିବା ପରେ ପିସିଆର୍‌ ଟିମ୍ ପହଞ୍ଚି ହସପିଟାଲ ନେଇଥିଲା। ଭୀମସେନଙ୍କ ଅଣ୍ଟା ଅପରେସନ୍‌ କରାଯାଇଛି, ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ଘଟଣା ପରେ ଭୀମସେନ୍‌ଙ୍କ ଜ୍ବାଇଁ ଓ ନାତି ଫେରାର ହୋଇଯାଇଛନ୍ତି। ତେବେ ଏନେଇ ଝିଅ, ଜ୍ବାଇଁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ବରୁଣ ସେୟାର କଲେ ବାପା ହେବାର ଭିଡିଓ, ଫ୍ୟାନ୍ସଙ୍କୁ ପଚାରିଲେ ନା କଣ ରଖିବେ ?

ମୁମ୍ବାଇ: ବଲିଉଡର ମାୟାନଗରୀରେ ପ୍ରତ୍ୟକଦିନ ଅନେକ ଘଟଣା ଚର୍ଚ୍ଚା ପାଲଟେ  । ତାହା ଫିଲ୍ମକୁ ନେଇ ହେଉ କିମ୍ବା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ  । ବଲିଉଡ କଳାକାରମାନେ ନିଜ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣା ଖୁବ କମ ସମୟରେ ପ୍ରକାଶ କରିଥାନ୍ତି  । ହେଲେ ଏମିତି କିଛି ଖବର ଥାଏ ଯାହା ସେମାନଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ଅନେଇ ରହିଥାନ୍ତି  । ଆଉ ସେହିଭଳି କିଛି ଖବର ଦେଇ ନିଜ ଫ୍ୟାନ୍ସଙ୍କୁ ଚକ୍କିତ କରାଇ ଦେଇଛନ୍ତି ବରୁଣ ଧଓ୍ବନ ।  ବରୁଣ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନିଜ ପିତା ହେବାର ଖୁସି ପ୍ରକାଶ କରିଛନ୍ତି ।  ସେହି ଭିଡିଓରେ ସେ ନିଜ କୁକୁର ପପି ସହ ମସ୍ତି କରୁଥିବାର ନଜର ଆସୁଛନ୍ତି  ।

ଏହି ଭିଡିଓର କ୍ୟାପସନରେ ବରୁଣ ଲେଖିଛନ୍ତି- ଫାଦରହୁଡ, ଏପଯ୍ୟନ୍ତ ନିଜ ପୁଅ ପପିର ନାଁ କଣ ଦେବି ନିଣ୍ଣୟ ନେଇପାରୁ ନାହିଁ  । ଦୟାକରି ମୋତେ ସାହାଯ୍ୟ କରନ୍ତୁ  । ଅନେକ ସମୟରେ ବରୁଣଙ୍କର ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଯାଏ  । ତାଙ୍କ ଫ୍ୟାନ୍ସମାନେ ତାଙ୍କର ପୋଷ୍ଟକୁ ଖୁବ୍ ମାତ୍ରାରେ ଭଲପାଇବା ବି ଦିଅନ୍ତି  । ସେ ୨୪ ଜାନୁଆରୀ୨୦୨୧ରେ ଯେତେବେଳେ ନିଜ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କଲେ ସେତେବେଳେ ବି ଫ୍ୟାନ୍ସ ମାନେ ତାଙ୍କ ପୋଷ୍ଟକୁ ଢେରସାରା ଭଲପାଇବା ଦେଇଥିଲେ  । ବରୁଣ ଅଲିବାଗରେ ଥିବା ରିଜୋଟ୍ ଦ ମେନସନ ହାଉସରେ ବିବାହ କରିଥିଲେ  । ତା ପରଠୁ ସୋସିଆଲ ମିଡିଆରେ ବରୁଣ କିଛି ନା କିଛି ବ୍ୟକ୍ତିଗତ ଜୀବନର ମୂହୂତ୍ତକୁ ସେୟାର କରନ୍ତି  ।

ଆଉ ଏବେ ନିଜ କୁକୁର ପପିର ବାପା ହେବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ପୁଣି ଚଚ୍ଚାକୁ ଆସିଯାଇଛନ୍ତି ବରୁଣ  । ତାଙ୍କ ଫ୍ୟାନ ମାନେ ତାଙ୍କୁ କମେଣ୍ଟ ମାଧ୍ୟମରେ ଅଭିନନ୍ଦନ ବି ଜଣାଉଛନ୍ତି  । କେବଳ ତାଙ୍କ ଫ୍ୟାନ୍ସ ନୁହଁ ବଲିଉଡର ଅନେକ ଜଣାଶୁଣା କଳାକାର ଯେମିତିକି-ସୋନାକ୍ଷୀ ସିହ୍ନା, ଉବର୍ଶୀ ରୋତେଲା, ଜ୍ୟାକଲିନ, ନୁସରତ, ମନାଲି, ମୁକ୍ତିମୋହନ ଭଳି ଅନେକ ଜଣ ବରୁଣଙ୍କ ଭିଡିଓରେ କମେଣ୍ଟ ଦେଇଥିଲେ  । କେବଳ ଏହିଭଳି ମଜେଦାର ପୋଷ୍ଟ କରି ବରୁଣ ଚର୍ଚ୍ଚାକୁ ଆସନ୍ତି, ତାହା ନୁହଁ  ବରଂ ସେ କିଛି ସଙ୍ଗିନ ମାମଲାରେ ବି ମୁହଁ  ଖୋଲନ୍ତି  ।

କିଛିଦିନ ତଳେ ବରୁଣ ଜଣେ ଡାକ୍ତରଙ୍କ ସହ  ଆଲୋଚାନା କରୁଥିବାର ଭିଡିଓ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଯେଉଁଠିରେ ସେ ମେଡିକାଲ ଷ୍ଟାଫଙ୍କ ବିରୋଧରେ ହେଉଥିବା ଅନ୍ୟାୟ ବିଷୟରେ ମୁହଁ ଖୋଲିଥିଲେ  । ବରୁଣ କହିଥିଲେ ଯେ ଯଦି କୈାଣସି ରୋଗୀଙ୍କର ମୃତ୍ୟୁ ହେଉଛି ତେବେ ତାହା ଡାକ୍ତରଖାନାରେ କାମ କରୁଥିବା କମର୍ଚାରୀଙ୍କର ଭୁଲ ନୁହେଁ କିମ୍ବା ଡାକ୍ତରଙ୍କର ବି ଭୁଲ ନୁହେଁ  । ଏହି ଭିଡିଓରେ ସେ କରୋନା ସମୟରେ ଲୋକଙ୍କୁ ସଚେତନ କରିବା ସହ ଡାକ୍ତରଙ୍କ ସୁରକ୍ଷା ବିଷୟରେ ମୁହଁ ଖୋଲିଥିଲେ  ।

କରୋନା କାଳରେ ଅସହ୍ୟ ହୋଇଛି କୁମ୍ଭାରଙ୍କ ଜୀବିକା, ଜିନିଷ ବିକ୍ରି ନହୋଇ ଦୁର୍ଦ୍ଦିନରେ କଟୁଛି ଜୀବନ

ଝାରସୁଗୁଡ଼ା: କରୋନା ଛଡାଇନେଇଛି ଜୀବିକା। ଲକଡାଉନ ଓ ସଟଡାଉନର ହାହାକାର ଭିତରେ ଦୁଃଖରେ କାଳ କାଟୁଛନ୍ତି ଝାରସୁଗୁଡା ଜିଲ୍ଲାର କୁମ୍ଭକାର ପରିବାର। ଦୋକାନ ବଜାର ବନ୍ଦ କାରଣରୁ ତିଆରି ହୋଇଥିବା ସାମଗ୍ରୀ ହୋଇପାରୁନି ବିକ୍ରି। ଘୋର ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି କୁମ୍ଭକାର। ସେପଟେ ଯାତ୍ରୀ ନଥିବାରୁ ଦୁର୍ଦ୍ଦିନରେ ପଡିଛନ୍ତି ଗଞ୍ଜାମ ଜିଲ୍ଲାର ରିକ୍ସା ଓ ଟ୍ରଲି ଚାଳକ  ।

ଏମାନେ ମାଟିକୁ ସାଥି କରି ପରିବାର ଚଳାଇବାର ସ୍ବପ୍ନ ଦେଖିଥିଲେ  । ହେଲେ ସବୁକିଛି ବିଗାଡି ଦେଇଛି କରୋନା  । କୁମ୍ଭକାରଙ୍କ ଜୀବିକା ଉପରେ ପଡିଛି ଭୂତାଣୁର ନଜର । ଲକଡାଉନ କାରଣରୁ ଦୋକାନ ବଜାର ବନ୍ଦ ଥିବାରୁ ଜିନିଷ ବିକ୍ରି ନହୋଇ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ଝାରସୁଗୁଡା ଜିଲ୍ଲାର କୁମ୍ଭକାର । ଫଳରେ ଅସମୟରେ ସାହା ହେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କୁମ୍ଭକାର ପରିବାର ।

ରିକ୍ସା ଚାଳକଙ୍କ ରୋଜଗାରରେ ମଧ୍ୟ ତାଲା ପକାଇଦେଇଛି ଲକଡାଉନ୍  ।  ଗଞ୍ଜାମ ଜିଲ୍ଲାରେ ରିକ୍ସା ଓ ଟ୍ରଲି ଚଳାଇ ପରିବାର ପୋଷୁଥିବା ବ୍ୟକ୍ତି ଏବେ ଅଭାବରେ ଜୀବନ ବିତାଉଛନ୍ତି  । ତାଲାବନ୍ଦ କାରଣରୁ ସହର ବଜାର ଠପ୍ ରହିଛି  । ଭୂତାଣୁ ଭୟରେ ଲୋକେ ମଧ୍ୟ ବାହାରକୁ ବାହାରୁନାହାନ୍ତି  । ଫଳରେ ରିକ୍ସା ଚାଳକଙ୍କ ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଛି  ।

ଭୂତାଣୁ ଭୟରେ ଲୋକେ ଘରେ ରହିଛନ୍ତି  । ଜୀବନକୁ ବଞ୍ଚାଇଲା ବେଳକୁ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି  ।

 

ୟୁଟ୍ୟୁବ ଦେଖି ତିଆରି କଲେ ବୋମା, ଥାନାରେ ପହଞ୍ଚି କହିଲେ ‘ଡିଫ୍ୟୁଜ୍ କର’

ନାଗପୁର: ମହାରାଷ୍ଟ୍ର ନାଗପୁରର ନନ୍ଦନବନ ଅଞ୍ଚଳରେ ଏକ ଅଜବ ଘଟଣା ଘଟିଛି । ଯେଉଁଠି ରାହୁଲ ପଗଡ଼େ ନାମକ ଜଣେ ଯୁବକ ହାତରେ ଏକ ବ୍ୟାଗ୍ ଧରି ଥାନାରେ ପହଞ୍ଚି ପୋଲିସକୁ କହିଥିଲେ ମୋ ହାତରେ ଥିବା ବ୍ୟାଗରେ ବୋମା ଅଛି । ବୋମାକୁ ଡିଫ୍ୟୁଜ୍ କରି ଦିଅନ୍ତୁ । ଏହା ଶୁଣି ପୋଲିସ ବି ଚକିତ ହୋଇ ଯାଇଥିଲା ।

ରାହୁଲ ପ୍ରଥମେ ବୋମା ଭର୍ତ୍ତି ବ୍ୟାଗଟିକୁ ବାଟର ପାଇଥିବା ପୋଲିସକୁ କହିଥିଲା । ପରେ ପୋଲିସର ସନ୍ଦେହ ହେବାରୁ ରାହୁଲ୍ ମାନିଥିଲା ସେ ୟୁଟ୍ୟୁବ ଦେଖି ବୋମା ତିଆରି କରିଛି । ତେବେ ଏହି ବୋମା ଦ୍ୱାରା ସେ କାହାର କ୍ଷତି କରିବାକୁ ଚାହୁଁନଥିବା କହିଥିଲା ।

ରାହୁଲ୍ ୟୁଟ୍ୟୁବ ଦେଖି ବୋମା ତ ପ୍ରସ୍ତୁତ କରି ଦେଇଥିଲା । କିନ୍ତୁ ତାହାକୁ ଡିଫ୍ୟୁଜ୍ କରିପାରି ନଥିଲା । ବୋମା ବ୍ୟାଗ୍ ନେଇ ସେ ଥାନାରେ ପହଞ୍ଚିବା ପରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ । ପରେ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମକୁ ଡାକି ବମ୍ ଡିଫ୍ୟୁଜ୍ କରିଥିଲା । ପୋଲିସ ରାହୁଲ୍ ବିରୋଧରେ ଆଇପିସି ଧାରା ୨୮୫, ୨୮୬ ସହ ଭାରତୀୟ ଅସ୍ତ୍ରଶସ୍ତ୍ର ନିୟମ ୭, ୨୫ (୧) (ଏ), ଆଇପିସି ଧାରା ୧୨୩ ଅନୁଯାୟୀ ମାମଲା ରୁଜୁ କରି ଗିରଫ କରିଛି ।