ପୁରୀ ପ୍ରଶାସନ ନଜରରେ ବକୁଳ ବନ, ଉନ୍ନତିକରଣ ନେଇ ପର୍ଯ୍ୟଟନ ବିଭାଗର ପଦକ୍ଷେପ

ଭୁବନେଶ୍ୱର: ନୂଆ ରୂପ ପାଇବ ପୁରୀ ସାକ୍ଷୀଗୋପାଳ ସ୍ଥିତ ବକୁଳ ବନ ବିଦ୍ୟାଳୟ । ପୁରୀ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି । ଏହାସହ ସାକ୍ଷୀଗୋପାଳ ମନ୍ଦିର ଓ ଚତୁର୍ପାଶ୍ୱ, ତୀର୍ଥ ପୁଷ୍କରିଣୀ ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଓ ଚନ୍ଦନ ପୁଷ୍କରିଣୀର ମଧ୍ୟ ଉନ୍ନତିକରଣ କରାଯିବ । ଏନେଇ ବକୁଳବନ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତ୍ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଜିଲ୍ଲାପାଳ ସମର୍ଥ ବର୍ମା ।

ସେହିପରି ବକୁଳ ବନକୁ ଇକୋ ପାର୍କ ଭାବେ ନିର୍ମାଣ ନେଇ ମଧ୍ୟ ଆଲୋଚନା କରାଯାଇଛି । ପଞ୍ଚସଖା ଦ୍ବାରା ପ୍ରତିଷ୍ଠା ହୋଇଥିବା ବକୁଳ ବନକୁ ଓଡ଼ିଆ ଭାଷାର ଏନ୍ତୁଡିଶାଳ କୁହାଯାଏ । ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ର ଏଠାରୁ ହିଁ ଓଡ଼ିଆ ଭାଷା ସମୃଦ୍ଧିର ପରିକଳ୍ପନା କରିଥିଲେ ।

Leave a Reply