ଅଦରକାରୀ ବାପା: ଗୋଡରେ ପୋକ ହେବାରୁ ପର କରିଦେଲା ପୁଅ..

ଭୁବନେଶ୍ୱର: ଆଖିର ଲୁହ ଓଠ ପିଉଛି । ଯନ୍ତ୍ରଣା ତ ଜୀବନ ନେଉଛି । ସାମାନ୍ୟ କ୍ଷତ ଆଜି ମରଣ ମୁହଁକୁ ଠେଲି ଦେଇଛି । କୁନି ପିଲା ପରି କଉଁ କଇଁ କାନ୍ଦୁଛନ୍ତି । ଆଉ କାହାର ଆହା ପଦରେ ବ୍ୟାକୁଳ ହୋଇ ଉଠୁଛନ୍ତି । ଗୋଡର କ୍ଷତ ଶରୀରକୁ କ୍ଷତାକ୍ତ କରିସାରିଲାଣି । ଅର୍ଥର ଅଭାବ ପାଇଁ ବ୍ରିଜ ତଳେ ଜୀବନ କାଟୁଛନ୍ତି । ପରିତ୍ୟକ୍ତ ସ୍ଥାନରେ ପଡି ରହିଛନ୍ତି । ସେପଟେ ଗୋଡରେ ପୋକ ସାଲୁ ବାଲୁ ହେଲାଣି । କିନ୍ତୁ ଛିଣ୍ଡା ପଲିଥିନ ଟିଏ କେବଳ ବାନ୍ଧି ଅସହ୍ୟ ଯନ୍ତ୍ରଣାରେ ଜୁଛି ହେଉଛନ୍ତି ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ।

ଘର ଅଛି । ପରିବାର ବି ଅଛି । ତଥାବି ସେ ରାସ୍ତା କଡର ବେସାହାରା ମଣିଷ । ଭଲ ଥିଲା ବେଳେ ସମସ୍ତେ ଭଲ ପାଉଥିଲେ । କିନ୍ତୁ କ୍ଷତ ସୃଷ୍ଟି ହୋଇ ଦୁର୍ଗଧ ବାହାରିବାରୁ ତାଙ୍କୁ ରାସ୍ତା କଡ଼ରେ ପିଙ୍ଗିଦେଲେ । ଘରେ ପୁଅ ବୋହ ଥାଇ ବି ସେ ପରିତ୍ୟକ୍ତ ସ୍ଥାନର ପର ମଣିଷ । ଆଉ ଅନ୍ତରର କୋହ ଆଜି ଅସମ୍ଭାଳ କରୁଛି  । କଟକ ଫୁଲ ନଖରା ଓଭରବ୍ରିଜ ତଳେ ପଡି ରହିଥିବା ଏହି ବୃଦ୍ଧ ଜଣଙ୍କ ହେଉଛନ୍ତି ବଲ୍ଲଭ ଦାସ ।

ଘର ଖଲ୍ଲିକୋଟ ଅଞ୍ଚଳରେ ହୋଇଥିବାବେଳେ ଦିନ ମଜୁରିଆ ଭାବରେ କାମ କରନ୍ତି । ସମୟ ସମୟରେ ଟ୍ରାକ୍ଟରରେ ଲେବର ଭାବେ ମଧ୍ୟ କାମ କରନ୍ତି । କିନ୍ତୁ ଦିନେ ଟ୍ରାକ୍ଟର ଦୁର୍ଘଟଣାରେ ତାଙ୍କ ଗୋଡରେ ସୃଷ୍ଟି ହୁଏ ସାମାନ୍ୟ କ୍ଷତ । ଅର୍ଥ ଅଭାବରୁ ଚିକିତ୍ସା ବି ସମ୍ଭବ ହୁଏ ନାହିଁ । ଆଉ ଏହି ସାମାନ୍ୟ କ୍ଷତ ସାଙ୍ଘିତକ ହୁଏ । ଦୁର୍ଗନ୍ଧ ବାହାରିବାରୁ ପୁଅ ବୋହୂ ମଧ୍ୟ ପରଣତ ବୟସରେ ଘରୁ ତଡି ଦେଇଥିବା ନେଇ କହିନ୍ତି ଏହି ବୃଦ୍ଧ ଜଣଙ୍କ । ସେପଟେ ମୁର୍ମୁଷ ଅବସ୍ଥାରେ ପଡିରହିଥିବା ଏହି ବୃଦ୍ଧଙ୍କ ଅବସ୍ଥା ଦେଖି ସେବା ହିଁ ସଂକଳ୍ପର ସଦସ୍ୟ ମାନେ ସହାୟତାର ହାତ ବଢାଇଛନ୍ତି । ଘଟଣା ସ୍ଥଳରେ ପହଁଛି ବୃଦ୍ଧଙ୍କ ଚିକିତ୍ସା କରିଛନ୍ତି ।

Leave a Reply