spot_img
Home Blog Page 5522

ଅଣ୍ଡା ଭିତରୁ ବାହାରିଲେ ନାଗ ଛୁଆ, ଦେଖନ୍ତୁ ଭିଡ଼ିଓ…

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ପିଢ଼ପାଟଣା ଗ୍ରାମର ଅଣ୍ଡା ଉଦ୍ଧାର ହେବା ଘଟଣାରେ ଅଣ୍ଡା ଭିତରୁ ବାହାରିଲେ ନାଗ ଛୁଆ। ୨୧ଟି ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟେଇ ଅଣ୍ଡାରୁ ଛୁଆ ସାପ ବାହାର କରିଥିଲେ। ଡେଲାଙ୍ଗ ରେଞ୍ଜ ଅଫିସରଙ୍କ ଅନୁମତି କ୍ରମେ ୨୦ଟି ନାଗ ଛୁଆଙ୍କୁ ଚନ୍ଦକା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଏକ ପ୍ରାକୃତିକ ପରିବେଶରେ ଛାଡି ଦିଆଯାଇଥିଲା ।

ସୂଚନା ଅନୁସାରେ ଗତ ମେ ମାସରେ ପିଢ଼ପାଟଣାରେ ପ୍ରକାଶ ପରିଡାଙ୍କ ଘର କାମ ପାଇଁ ଖୋଳିବା ବେଳେ ଏକ ସ୍ଲାବ ତଳେ କିଛି ନାଗ ସାପ ପଶିଥିବା ଦେଖିଥିଲେ। ସ୍ନେକ ହେଲ୍ପ ଲାଇନ ଖବର ଦେବା ପରେ ସୁଶାନ୍ତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ଏକ ସିମେଣ୍ଟ ସ୍ଲାବ ତଳୁ ଏକ ନାଗ ସାପ ଏବଂ କିଛି ଅଣ୍ଡା ପାଇଥିଲେ। ସାପଟିକୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କରିବା ପରେ ଅଣ୍ଡା ଗୁଡିକୁ ଏକ କାର୍ଟୁନରେ ରଖିଥିଲେ। ଶ୍ରମିକ ମାନଙ୍କ ଅନୁରୋଧ କ୍ରମେ ସେହି ସ୍ଥାନରେ ଅଧିକ ଖୋଜା ଖୋଜି କରିବା ପରେ ଆଉ ୨ଟି ନାଗ ସାପ ଉଦ୍ଧାର କରିଥିଲେ।

 

ଅପରପକ୍ଷେ ୨୩ରୁ ୨୬ ଦିନ ଭିତରେ ଦୁଇଟି ପର୍ଯ୍ୟାୟରେ ୨୧ରୁ ୨୦ଟି ଅଣ୍ଡା ଫୁଟିଥିଲା। ଗୋଟିଏ ଅଣ୍ଡା କୌଣସି କାରଣବଶତଃ ନଷ୍ଟ ହୋଇଥିଲା । ବର୍ତ୍ତମାନ ସାପ ମାନଙ୍କର ପ୍ରଜନନ ଋତୁ ର ଶେଷ ପର୍ଯ୍ୟାୟ ଚାଲିଅଛି । ଏଣୁ ସାରା ରାଜ୍ୟରେ ନାଗ ବା ତମ୍ପ ସାପ ଅଣ୍ଡା ଫୁଟିବା ଆରମ୍ଭ ହେଇ ଯାଇଥିବ। ତେଣୁ ଜନସାଧାରଣ ନିଜର ଘର ଏବଂ ବାଡ଼ି ବଗିଚା ସଫା ରଖିବାକୁ ସ୍ନେକ ହେଲ୍ପ ଲାଇନ ତରଫରୁ ଅପିଲ କରଯାଇଛି।

ଦେଶରେ ଖସୁଛି କରୋନା ଗ୍ରାଫ୍, ଦିନକରେ ୬୭ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖସୁଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୬୭ ହଜାର ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୀର୍ଘ ୭୧ ଦିନ ପରେ ଦେଶରେ ସବୁଠୁ କମ୍ ଆକ୍ଟିଭ କେସ୍ ରହିଛି। ଏଯାବତ୍ ୮ ଲକ୍ଷ ୨୬ ହଜାର ୭୪୦ ଆକ୍ଟିଭ କେସ୍ ରହିଛି।

ସେପଟେ ୨ ହଜାର ୩୩୦ ଜଣଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୧ ଲକ୍ଷ ୦୩ ହଜାର ୫୭୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨ କୋଟି ୮୪ ଲକ୍ଷ ୯୧ ହଜାର ୬୭୦। ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୧ ହଜାର ୯୦୩ ରହିଛି ।

ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ଅଭିଯୋଗ, ୧୦ ଆହ‍ତ

ବାଲେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କ ଘରେ ପଶି ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଆଟପୁର ଅଞ୍ଚଳରେ। ଏହି ଘଟଣାରେ ୧୦ ଜଣ ଆହ‍ତ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, କିଛି ଲୋକଙ୍କ ସହ ଅକ୍ଷୟ ନାୟକଙ୍କ ପୂର୍ବ ଶତ୍ରୁତା ଥିଲା । ଏହି କାରଣରୁ ଅକ୍ଷୟଙ୍କ ଘରେ ପଶି ତାଙ୍କ ପରିବାର ଲୋକଙ୍କୁ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହି ସମୟରେ ଅକ୍ଷୟଙ୍କ ପରିବାର ଘର ଭିତରେ ପଶି କବାଟ ବନ୍ଦ କରି ଲୁଚି ରହିଥିଲେ। ଫଳରେ ଅସାମାଜିକ ଯୁବକ ମାନେ ଅକ୍ଷୟଙ୍କ ଘର ଆଜବେଷ୍ଟ ଓ ବାଇକ୍ ଭାଙ୍ଗିବା ସହ ଷ୍ଟ୍ରିଟ୍‌ ଲାଇଟ୍ ଭାଙ୍ଗିଥିଲେ । ଏହା ଦେଖି ଅକ୍ଷୟଙ୍କ ପଡୋଶି ପ୍ରତିବାଦ କରିଥିଲେ । ଫଳରେ ସେମାନଙ୍କୁ ମଧ୍ୟ ଭୁଜାଲି ଓ ଖଣ୍ଡାରେ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ ଦୁର୍ବୃତ୍ତ।

ତେବେ ସ୍ଥାନୀୟ ଲୋକ ଉଦ୍ଧାର କରି ଆହତଙ୍କୁ ସୋର ଡାକ୍ତରଖାନାକୁ ଆଣିଥିଲେ। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗ ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଅଟକ ରଖିଛି।

ରାଜଧାନୀରେ ଓଲଟିଲା ପରିବା ବୋଝେଇ ଟ୍ରକ୍, ବୋହି ନେଲେ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁବାର ସକାଳେ ଏକ ପରିବା ବୋଝେଇ ଟ୍ରକ୍ ଓଲଟି ପଡିଛି। ରାଜଧାନୀର ପଳାଶୁଣି ଓଭରବ୍ରିଜ ନିକଟରେ ମାଲବାହୀ ଟ୍ରକ୍ ଓଲଟି ପଡିଥିବା ଜଣାପଡିଛି। ଯାହା ପରେ ରାସ୍ତାରେ ଯାଉଥିବା ଲୋକମାନେ ଆଖି ପିଛୁଳାକେ ସବୁ ପନିପରିବା ବୋହି ନେଇ ଯାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଟ୍ରକ୍ ଓଲଟିବା ଫଳରେ ଉକ୍ତ ଗାଡିରେ ଭର୍ତ୍ତି ଥିବା ପନିପରିବା ସବୁ ଏଣେ ତେଣେ ବିଛାଡି ହୋଇ ପଡିଥିଲା । ଏପରିକି ପରିବା ଗୁଡିକୁ ଘରକୁ ବୋହି ନେଇଯାଇଛନ୍ତି ଲୋକ ମାନେ। ସ୍ଥିତି ଏପରି ଥିଲା ଯେ, ସମାଜିକ ଦୂରତା ତ ଛାଡନ୍ତୁ କେହି ମାନୁଥିଲେ କୋଭିଡ ନିୟମ । ରାସ୍ତାରୁ ପରିବା ଉଠାଇନେବା ବେଳେ ପୋଲିସ ବି ସାଜିଥିଲା ଦେଖଣାହାରୀ ।

କେବଳ ସାଧାରଣ ଲୋକ ନୁହେଁ ପୋଲିସ ଲୋକଙ୍କ ସହ ମିଶି କାଙ୍କଡ ଗୋଟାଇ ନିଜ ବ୍ୟାଗରେ ପୁରାଇବାରେ ବ୍ୟସ୍ତ ଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ରାଜ୍ୟରେ ଦୈନିକ ୩୬୩୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଗତ ୨୪ ଘଣ୍ଟାରେ ୩୬୩୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୦୬୯ଟି ମାମଲା ଆସିଥିବା ବେଳେ ୧ ହଜାର ୫୬୨ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୬୬ ହଜାର ୬୯୨କୁ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ୪୫ ହଜାର ୮୦୯ଟି ସକ୍ରୀୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୫୫୭୯ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୮ ଲକ୍ଷ ୧୭ ହଜାର ୩୫୯କୁ ବୃଦ୍ଧି ପାଇଛି ।

ବଜାରରେ କେବଳ ହଲମାର୍କ ସୁନା, ଆଉ ଠକାମୀର ଶୀକାର ହେବେନି ଗ୍ରାହକ

ନୂଆଦିଲ୍ଲୀ: ଆଉ ଠକାମୀର ଶୀକାର ହେବେନି ସୁନା କିଣୁଥିବା ଗ୍ରାହକ। ଏବେ ବଜାରରେ କେବଳ ହଲମାର୍କ ଥିବା ସୁନା ଗହଣା ହିଁ ବିକ୍ରି ହେବ। ଏନେଇ କେନ୍ଦ୍ର ସରକାର ପୂର୍ବରୁ ଗାଇଡଲାଇନ୍‌ ଜାରି କରିଥିବା ବେଳେ କରୋନା ଯୋଗୁଁ ଏହା ଲାଗୁ ହୋଇପାରୁନଥିଲା।

କେନ୍ଦ୍ରୀୟ ବାଣିଜ୍ୟ ଓ ଉପଭୋକ୍ତା ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେ, ପୁରୁଣା ଷ୍ଟକ୍ ସରିବା ଯାଏଁ ହଲମାର୍କ ନେଇ ବ୍ୟବସାୟୀଙ୍କ ଉପରେ କୌଣସି ଫାଇନ୍ ପଡିବ ନାହିଁ । ୨୦୨୧ ମସିହା ସେପ୍ଟେମ୍ବର ୧ ତାରିଖ ଯାଏଁ ଏହି କଟକଣା କୋହଳ ହେଉଥିବା ବେଳେ କୗେଣସି ମାଲ୍ ମଧ୍ୟ ଜବତ କରାଯିବ ନାହିଁ ।

ଗାଇଡଲାଇନ ଅନୁସାରେ ୧୪, ୧୮, ୨୨ କ୍ୟାରେଟର ହଲ୍‌ମାର୍କ ସୁନା ଗହଣା ବିକ୍ରି ହେବ । ଗତ ୫ ବର୍ଷ ଭିତରେ ହଲମାର୍କ ସେଣ୍ଟର ୨୫ ପ୍ରତିଶତ ବଢିଛି । ଏଥିପାଇଁ ସୁନାକୁ ହଲମାର୍କ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିଆଇଏସ ବା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ କୁହାଯାଇଛି । ନଭେମ୍ବର ୨୦୧୯ରେ ଏହି ଗାଇଡଲାଇନ୍‌ ପ୍ରକାଶ କରିଥିଲେ ସରକାର ।

ଚଳିତବର୍ଷ ୧୫ ଜାନୁଆରୀରୁ ଏହା ଲାଗୁ ହେବ କଥା । କିନ୍ତୁ କରୋନା ଯୋଗୁଁ ଲାଗୁ ହେବାରେ ବିଳମ୍ବ ହୋଇଛି । ସେପଟେ ବିନା ହଲମାର୍କ ସୁନାକୁ ବିକ୍ରି କରିବା ପାଇଁ ସରକାର କିଛି ସମୟ ଦେବା ଦରକାର ବୋଲି ସୁନା ବ୍ୟବସାୟୀ ମାନେ ଦାବି କରିଛନ୍ତି ।

ଘଡ଼ଘଡ଼ି ସହ ବର୍ଷା ନେଇ ୧୧ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର କାଳବୈଶାଖୀ ନେଇ ଗୁରୁବାର ଦିନ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଂ।

ପାଣିପାଗ ବିଭାଗ ପକ୍ଷରୁ ୧୧ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ।

Rain Forecast Yellow Alert Issued To Nine Districts

ଆଗାମୀ ୩ ଘଣ୍ଟା ମଧ୍ୟରେ ଏହି ୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ତେବେ ପାଣିପାଗକୁ ଦୃଷ୍ଟିରେ ରଖି ତଦନୁଯାୟୀ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଜନସାଧାରଣଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା, ୫ଟା ଯାଏଁ ଦୋକାନ ବଜାର ଖୋଲା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି।

କ୍ୟାଟେଗୋରୀ -A ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ ରଖାଯାଇଛି।  ଏହି କ୍ୟାଟେଗୋରୀରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ରହିଛି । ଏହି ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ସକାଳ ୬ରୁ ସଂଧ୍ୟା ୫ ଯାଏଁ ମାର୍କେଟ୍ କମ୍ପ୍ଲେକ୍ସ ସମେତ ବଜାର ଖୋଲା ରହିବ । ଏହାସହ ମିଠା ଦୋକାନ ମଧ୍ୟ ସକାଳ ୬ରୁ ୫ଟା ଯାଏଁ ଖୋଲାରହିବ। ଉଠା ଦୋକାନୀ ବିକ୍ରି କରିବେ, ତେବେ କେବଳ ଖାଦ୍ୟ ପାର୍ସଲ ନେଇ ହେବ।

ସେହିପରି କ୍ୟାଟେଗୋରୀ-Bରେ ରହିଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା। ଏସବୁ ଜିଲ୍ଲାରେ ୧୦ ପ୍ରତିଶତ ପାଖାପାଖି ସଂକ୍ରମଣ ହାର ଥିବାରୁ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲା ରହିବ। କୃଷି କାର୍ଯ୍ୟ, ଶିଳ୍ପ ସଂସ୍ଥା, ନିର୍ମାଣ କାର୍ଯ୍ୟ ଜାରି ରହିବ । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଓ ବେସରକାରୀ ଅଫିସ୍ ।

West Bengal And Punjab Government Extends Lockdown Corona

ସେହିପରି କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ଖୋଲା ରହିବ ମିଠା ଦୋକାନ। ସଂକ୍ରମଣ ବଢ଼ିଲେ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଆକ୍ସନ ନେବାକୁ କୁହାଯାଇଛି ।

ବିଦେଶ ଯାତ୍ରା ପାଇଁ ଦ୍ୱିତୀୟ ଡୋଜ୍‌, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ବିଦେଶ ଯାତ୍ରା ପାଇଁ ୨ୟ ଡୋଜ କୋଭିସିଲ୍ଡ ଟିକାକରଣ ନେଇ ନୂଆ ଗାଇଡଲାଇନ। ଏହି ନୂଆ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ବିଦେଶ ଯାତ୍ରା ପାଇଁ ୪୮ଦିନ ପୂର୍ବରୁ ମିଳିବ ୨ୟ ଡୋଜ। କେବଳ ସରକାରୀ ଟିକାକେନ୍ଦ୍ରରେ ହିଁ ହେବ ଟିକାକରଣ। ଯାତ୍ରା ସମ୍ପର୍କରେ ସତ୍ୟାସତ୍ୟ ଅନୁଧ୍ୟାନ କରିବେ ଜିଲ୍ଲା ପ୍ରଶାସନ। ତଥ୍ୟ କୋଓ୍ୱିନ ପୋର୍ଟାଲରେ ଅପଲୋଡ କରାଯିବା ବାଧ୍ୟତାମୂଳକ। ଟିକା ପ୍ରମାଣପତ୍ରରେ ରହିବ ପାସପୋର୍ଟ କିମ୍ବା ଫଟୋ ଆଇ-କାର୍ଡର ବିବରଣୀ।

ଟିକାକରଣ ପାଇଁ ରାସନ କାର୍ଡ ଅନ୍ୟତମ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବ। କୋଓ୍ୱିନର ନୂଆ ଗାଇଡଲାଇନ ଆଧାରରେ ଏହାକୁ ସାମିଲ କରାଯାଇଛି। ଏହାଦ୍ୱାରା ବିପିଏଲ ଓ ଅନ୍ତଦ୍ୱୟ ହିତାଧିକାରୀ ଉପକୃତ ହୋଇପାରିବେ। ଏନେଇ ସବୁଜିଲ୍ଲାପାଳ ଓ ପୌର ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି। ପୂର୍ବରୁ ୭ଟି ଫଟୋ ଆଇ-କାର୍ଡକୁ ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଉଥିଲା।

୨୧ବର୍ଷର ପେଣ୍ଡିଂ କେସ ଖୋଲିଲା ପୋଲିସ, ଖୋଲିବ ଅନସଲଭ ମର୍ଡର ମିଷ୍ଟ୍ରିର ରହସ୍ୟ

ଭୁବନେଶ୍ୱର: ଅପରେସନ ଅନସଲଭ ମର୍ଡର। ଭୁବନେଶ୍ୱରରେ ୨୧ବର୍ଷରେ ଘଟିଥିବା ପେଣ୍ଡିଂ କେସର ଫାଇଲ ଖୋଲିଲା ପୋଲିସ। ଫୋକସରେ ୮ ଟି ମର୍ଡର ମିଷ୍ଟ୍ରି। ପରିଚୟ ପାଇଁ ପୁଣି ପୋଲିସ ପୋଷ୍ଟର ମରା ଅଭିଯାନ। ଲୁଗା ଜରି ଖୋଲିବ କି ହତ୍ୟାକାଣ୍ଡର ରହସ୍ୟ। ୯ ବର୍ଷ ତଳର ସାଖିକୁ ନେଇ ପୋଲିସ ଆରମ୍ଭ କଲା ସ୍ପେଶାଲ ଇନଭେଷ୍ଟିଗେସନ୍‌। ୨୭/୫/୨୦୧୨, ଗୋଠପଟଣା ଆମ୍ବତୋଟାରୁ ମହିଳାଙ୍କ ମିଳିଥିଲା ରକ୍ତାକ୍ତ ମୃତ ଦେହ। ମହିଳାଙ୍କ ବୟସ  ୨୫ ରୁ ୩୦ ହେବ। ପାଖରେ ପଡିଥିଲା  ପଲିଥିନ। ସିନ୍ଦୁର ଫରୁଆ, ଚପଲ।

ଅପମୃତ୍ୟ ମାମଲା ରୁଜୁ କରିବା ପରେ ପୋଷ୍ଟମୋର୍ଟାମ ରିପୋର୍ଟ ପୋଲିସି ହାତରେ ଲାଗିବ ପରେ ୨୦୧୫ରେ ହତ୍ୟା ମାମଲା ରୁଜୁ କରିଥିଲା। ୯ ବର୍ଷ ପରେ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ପୋଷ୍ଟର କରୁ ଢେଙ୍କାନାଳର ବିଭିନ୍ନ ଅଂଚଳରେ ଲଗାଯାଇଛି।  ଘଟଣାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ପୋଲିସ ଗଣମାଧ୍ୟମ ର ସହାୟତା ନେବ ବୋଲି କହିଛନ୍ତି DCP ।

୨୦୦୫ କଳ୍ପନା ଫ୍ଲାଟ ଡବଲ ମର୍ଡର ଘଟଣା। ଦମ୍ପତି ବିଜୟ ତ୍ରିପାଠୀ ଓ ଜୟଶ୍ରୀ କୁ ହତ୍ୟା। ୨୦୧୧ କୋରିଅର ମ୍ୟାନେଜର ଦେବାଶିଷ ମହାନ୍ତି ହତ୍ୟା ଘଟଣା। ୨୦୧୬ କୁଆଖାଇ ବ୍ରିଜ ତଳୁ ଏୟାର ବ୍ୟାଗରୁ ଯୁବତୀଙ୍କ ମୃତ ଦେହମିଳିବା ଘଟଣା । ୨୦୧୭ରେ କୂଅଖାଇ ବିଜୟ ବେହେରାଙ୍କୁ ପଥରରେ ଛେଚି ହତ୍ୟା ମାମଲା। ୨୦୧୮ ମଞ୍ଚେଶ୍ୱର ହୋଟେଲ ରୁ ଲାଷ୍ମୀପ୍ରିୟ ବିଶ୍ୱାଳଙ୍କୁ ହତ୍ୟା।

ମାର୍ଚ୍ଚ ୮, ୨୦୨୧ ଯାଆଁଳା ଥାନା ଭିତରୁ ମହିଳାଙ୍କ କଙ୍କାଳ ମିଲିବା ଘଟଣାର ପୋଲିସର ହାତ ଏଯାଏଁ ଖାଲି। ୨୦୦୦ ମସିହା ଠାରୁ ହୋଇଥିବା ପ୍ରମୁଖ ମର୍ଡର କେଶ ଗୁଡିକର ତଦନ୍ତକୁ ପୋଲିସ ସମୀକ୍ଷା କରିଛି। ପାଖା ପାଖି ୮ ଟି ମାମଲାରେ ଆଜି ଯାଏ ହତ୍ୟା କରାଯାଇଥିବା ବ୍ୟକ୍ତି ଙ୍କ ର ପରିଚୟ ମିଳିନାହିଁ। କେବଳ ମର୍ଡର କେଶ ନୁହେଁ ପୁରା ଭୁବନେଶ୍ୱର ର UPD ରେ ମିଳିନଥିବା ମୃତ ଦେହର ପରିଚୟ ପାଇଁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ।

ଭୁବନେଶ୍ୱର ରେ ୧୪୦୦୦ କେଶର ତଦନ୍ତ ପ୍ରକ୍ରିୟା ପଡ଼ିରହିଛି। ଏଥିରେ କିଡନାପିଙ୍ଗ,ନିଖୋଜ,ହତ୍ୟା ଭଳି ମାମଲା ରହିଛି। ପୁରୁଣା ଫାଇଲକୁ ଖୋଲି ପୁଣି ଥରେ କେଶର ତଦନ୍ତ କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।