spot_img
Home Blog Page 5518

ସିବିଏସ୍ଇ, ଆଇସିଏସ୍ଇ ମୂଲ୍ୟାୟନ ଯୋଜନାକୁ ସର୍ବୋଚ୍ଚ ଅଦାଲତଙ୍କ ମୋହର

ଭୁବନେଶ୍ୱର: ସିବିଏସ୍ଇ, ଆଇସିଏସ୍ଇ ମୂଲ୍ୟାୟନ ଯୋଜନାକୁ ସର୍ବୋଚ୍ଚ ଅଦାଲତଙ୍କ ମୋହର। ମହାମାରୀ ଯୋଗୁ ଦ୍ବାଦଶ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ, ଫଳାଫଳ ପ୍ରକାଶ ପାଇଁ ସୁପ୍ରିମକୋର୍ଟରେ ବୋର୍ଡ ପକ୍ଷରୁ ମୂଲ୍ୟାୟନ ଯୋଜନା ଦାଖଲ କରାଯାଇଥିଲା। ଦଶମ, ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଫଳାଫଳ ଯଥାକ୍ରମେ ୩୦, ୩୦ ଓ ୪୦ ପ୍ରତିଶତ ହିସାବରେ ଆକଳନ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଏହାଛଡ଼ା ଆଇସିଏସ୍ଇ ଗତ ୬ବର୍ଷର ପିଲାଙ୍କ ରେଜଲ୍ଟ ହିସାବରେ ଦ୍ବାଦଶ ପରୀକ୍ଷା ଫଳାଫଳ ମୂଲ୍ୟାୟନ କରିବାକୁ ଯୋଜନା ପ୍ରସ୍ତୁତ କରିଛ। ଉଭୟ ବୋର୍ଡ ଜୁଲାଇ ୩୧ ପୂର୍ବରୁ ରେଜଲ୍ଟ ପ୍ରକାଶ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ମୂଲ୍ୟାୟନ ଯୋଜନାକୁ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହ ଫଳାଫଳ ପ୍ରକାଶ କରିବାକୁ ଅନୁମତି ଦେଇଛନ୍ତି। ଏହାଛଡ଼ା ପରୀକ୍ଷା ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ।

କରୋନା ସଂକ୍ରମଣରୁ ମୁକ୍ତ ହେଉଛି ରାଜ୍ୟ, ୩୮୦୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି। ଗ୍ରୀନଜୋନରେ ୧୭ଜିଲ୍ଲା ଥିବା ବେଳେ ରେଡ ଜୋନରେ ୪ଜିଲ୍ଲା ରହିଛନ୍ତି। ଦିନକରେ ୩ହଜାର ୮୦୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭ଜଣଙ୍କ ଜୀବନ ନେଇଛି ଭାଇରସ୍। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ହଜାର ୨୪୦  ଆକ୍ରାନ୍ତ। କ୍ବାରେଣ୍ଟାଇନରୁ ୨ହଜାର ୧୭୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ହଜାର ୬୩୪। ୧୭ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୬୧୭, କଟକରୁ ୩୯୩, ଯାଜପୁରରୁ ୩୪୬, ବାଲେଶ୍ବରରୁ ୨୨୦, ପୁରୀରୁ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୧୭୫, ମୟବରଭଞ୍ଜରୁ ୧୫୯, ବଲାଙ୍ଗୀରରୁ ୧୫୮, କେନ୍ଦ୍ରାପଡାରୁ ୧୪୫, ନୟାଗଡ଼ରୁ ୧୩୪, ଜଗତସିଂହପୁରରୁ ୧୩୦, ସୁନ୍ଦରଗଡ଼ରୁ ୧୧୯, ରାୟଗଡ଼ାରୁ ୧୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଷ୍ଟେଟପୁଲରୁ ୯୫, ନବରଙ୍ଗପୁରରୁ ୮୮, କେନ୍ଦୁଝରରୁ ୮୧, କୋରାପୁଟରୁ ୭୭, ମାଲକାନଗିରିରୁ ୭୫, ବରଗଡ଼ରୁ ୫୮, ଗଜପତି ଓ ସମ୍ବଲପୁରରୁ ୪୫ଜଣ ଲେଖାଏଁ, ଢେଙ୍କାନାଳ ଓ କଳାହାଣ୍ଡିରୁ ୪୩ଜଣ ଲେଖାଏଁ, ଗଞ୍ଜାମ ଓ ସୋନପୁରରୁ ୩୬ଜଣ ଲେଖାଏଁ, ବୌଦ୍ଧରୁ ୩୫, କନ୍ଧମାଳରୁ ୩୪, ନୂଆପଡାରୁ ୩୧, ଦେଓଗଡ଼ରୁ ୩୦ ବଲାଙ୍ଗୀରରୁ ୨୮, ଝାରସୁଗୁ଼ଡାରୁ ୧୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୦ହଜାର ୪୯୫ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୮ଲକ୍ଷ ୨୩ହଜାର ୫୯୯। ଆକ୍ଟିଭ କେସ୍ ୪୩ହଜାର ୩୩୮।

ଆଜି ଆସି ପାରେ ୟୁଜି ପିଜି ପରୀକ୍ଷା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଆଜି ଆସି ପାରେ ୟୁଜି ପିଜି ପରୀକ୍ଷା ଉପରେ ଚୁଡାନ୍ତ ନିଷ୍ପତ୍ତି। ମହାମାରୀ ସମୟରେ କେମିତି ହେବ ପରୀକ୍ଷା ତାକୁ ନେଇ ବାହାରି ପାରେ ନିଷ୍କର୍ଷ। ଗତ ୧୨ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଥିଲା। ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେ ନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେ ରେ ଥିବା ବିଶ୍ୱ ବିଦ୍ୟାଳୟ ର କୁଳପତି ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସମସ୍ତ କୁଳପତି ମାନେ ଏ ନେଇ ଛାତ୍ରଛାତ୍ରୀ ଙ୍କ ସହ ଆଲେଚନା କରିବା ପାଇଁ  ମଧ୍ୟ ୭ ଦିନ ର ସମୟ ଦିଆଯାଇ ଥିଲା। ଆଜି ୭ ଦିନ ଶେଷ ହେଉଛି। କଣ୍ଟ ପୂରିବା ପରେ ୟୁଜି ପିଜି ପରୀକ୍ଷାକୁ ନେଇ ଚୂଡାନ୍ତ ରିପୋର୍ଟ କୁଳପତି ମାନେ ରଖିବେ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଦିନ ୧୦ ଟା ସମୟରେ କୂଳପତି ମାନଙ୍କ ସହ ବୈଠକ କରିବେ। ଜୁଲାଇ ପ୍ରଥମ ସପ୍ତାହ ରେ ହୋଇପାରେ ପରୀକ୍ଷା। ପରୀକ୍ଷା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଵାକୁ ପିଲାଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ନିର୍ଦେଶ ରହିଛି। ଅଫଲାଇନରେ ଅବା ଅନଲାଇନ ରେ ହେବ ତାହା ଆଜି ସ୍ପଷ୍ଟ ହୋଇପାରେ। ଲକଡାଉନ ସମୟରେ ପାଠପଢା ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯିବ।

ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସୁରକ୍ଷା ଦାବିରେ ଆଜି ସର୍ବଭାରତୀୟ ମେଡିକାଲ ମହାସଂଘର ପ୍ରତିବାଦ

ଭୁବନେଶ୍ୱର: କୋରୋନା ମହାମାରୀ କାଳରେ ଆଗଧାଡ଼ିର ଯୋଦ୍ଧା ଭାବେ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଡାକ୍ତରମାନେ ଆଜି ଦେଶବ୍ୟାପୀ କରିବେ ପ୍ରତିବାଦ। ସର୍ବଭାରତୀୟ ମେଡିକାଲ ମହାସଂଘ ଏହି ପ୍ରତିବାଦ କରିବା ପାଇଁ ଘୋଷଣା କରିଥିଲେ। ଡାକ୍ତରଙ୍କ ଉପରେ ଆକ୍ରମଣ ବଢ଼ୁଥିବାରୁ ଆଇଏମଏ ପ୍ରତିବାଦ କରି କେନ୍ଦ୍ର ସରକାରଙ୍କ ପାଖରେ ନିଜର ଦାବି ରଖିବାକୁ ନିଷ୍ପତ୍ତି ନେଇଛି। ପ୍ରତିବାଦ ବେଳେ ଡାକ୍ତରମାନେ କାର୍ଯ୍ୟ ବନ୍ଦ କରିବେ ନାହିଁ। କଳା ବ୍ୟାଚ ଓ ମୁଖା ପିନ୍ଧି କାମ କରି ପ୍ରତିବାଦ କରିବେ।

କେନ୍ଦ୍ର ସରକାର ଡାକ୍ତରଙ୍କ ସୁରକ୍ଷା ପାଇଁ ସିଆରପିସି ଓ ଆଇପିସିରେ ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ ବୋଲି ଡାକ୍ତର ଦାବି କରିଛନ୍ତି। ପୂର୍ବରୁ ଆସାମ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗରେ କୋଭିଡ ଚିକିତ୍ସା ବେଳେ ରୋଗୀ ସମ୍ପର୍କୀୟମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ। ଡାକ୍ତରଙ୍କୁ ରୋଗୀଙ୍କ ମାଡ ମାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ତେଣୁ ଏପରି ସ୍ଥିତିରେ ସରକାର କାହିଁକି ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଉ ନାହାନ୍ତି। ‘ସେଭ ଦ ସେଭିୟର୍ସ’ ସ୍ଲୋଗାନ ଦେଇ ଡାକ୍ତରମାନେ ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା ହେଉ ବୋଲି ଦାବି ଜଣାଇବେ।

ପୁଣି ଏକ ପରୀ ହତ୍ୟା : ଦୁଷ୍କର୍ମ ପରେ ନାବାଳିକାକୁ ମାରିଛି ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ବେବି ହତ୍ୟାକାଣ୍ଡ ମାମଲାର ଖୁଲାସା । ବେବିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସୂଚନା ଦେଲେ ନୟାଗଡ଼ ଏସପି ସିଦ୍ଧାର୍ଥ କଟାରିଆ । ଗାଁର ସାଗର ଦଳେଇ ଦୁଷ୍କର୍ମ କରିବା ପରେ ରଶି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଛି । ଘରଠାରୁ 100ମିଟର ଦୂର ଜଙ୍ଗଲ ଭିତରେ ଦୁଷ୍କର୍ମ ପରେ ହତ୍ୟାକରିଥିବା ପୋଲିସ ପାଖରେ ସ୍ବୀକାର କରିଛି ଅଭିଯୁକ୍ତ ।

ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନୂଆଗାଁ ପଞ୍ଚାୟତ ଧୁନ୍ଦୁଗାଡ଼ିଆ ଗାଁରୁ ଗତ ଶନିବାର ଦିନ ନିଖୋଜ ହୋଇଥିଲା ବେବି । ଗତକାଲି ତାର ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରାଥମିକ ତଦନ୍ତରୁ ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା ।

ପୋଲିସର ଅନୁସନ୍ଧାନ ପରେ ଗାଁର ରବି ଦଳେଇଙ୍କ ପୁଅ ସାଗର, ଝିଅ ସହ ଶେଷଥର ପାଇଁ ଖେଳୁଥିବା ଲୋକେ ଦେଖିଥିବା ଜଣାଇଥିଲେ । ସୂଚନା ଆଧାରରେ ସାଗରକୁ ଗିରଫ କରିଥିଲା ପୋଲିସ୍ । ତେବେ ପଚରାଉଚରା ପରେ ବେବିର ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛି ସାଗର । ଏହି ଘଟଣାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ କରିଛନ୍ତି ଏସପି  ।

ପୂର୍ବ ପରୀକ୍ଷା ଅନୁସାରେ ଦ୍ୱାଦଶ ରେଜଲ୍ଟ, ୩୧ ସୁଦ୍ଧା ପ୍ରକାଶ ପାଇବ ଫଳ

ନୂଆଦିଲ୍ଲୀ: ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ  । ୩୦-୩୦-୪୦ ଫର୍ମୁଲାରେ ରେଜଲ୍ଟ ପ୍ରକାଶ କରିବ ସିବିଏସଇ  । ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି  । ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ଦେଇପାରିବେ  । ବୋର୍ଡ ପକ୍ଷରୁ ଅନଲାଇନ ରେଜିଷ୍ଟ୍ରସନ ଆରମ୍ଭ ହେବ । ସେହିପରି ଜୁଲାଇ୨୦ ସୁଦ୍ଧା ଦଶମ ଶ୍ରେଣୀର ପରୀକ୍ଷାଫଳ ବାହାରିବ । ଅନ୍ୟପଟେ ରାଜ୍ୟ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାଫଳ ପ୍ରକାଶ ନେଇ ଚୁଡାନ୍ତ ହୋଇଛି ନିଷ୍ପତ୍ତି  । ବିଶେଷଜ୍ଞ କମିଟି ସହ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ବୈଠକ ଅନୁଷ୍ଠିତ ହୋଇଛି  ।

 

ଦଶମ ଏକାଦଶ ଓ ଦ୍ବାଦଶ ପ୍ରିବୋର୍ଡ ମାର୍କ ଆଧାରେ ମୂଲ୍ୟାୟନ  । ସୁପ୍ରିମକୋର୍ଟଙ୍କୁ ଜଣାଇଲେ ସିବିଏସଇ କର୍ତ୍ତୃପକ୍ଷ  । ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ନେଇ ମାନସ ମନ୍ଥନ  । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  । ମାଟ୍ରିକ ରେଜଲ୍ଟ ହେବ ସର୍ବୋତ୍ତମ ଆଧାର  । ଅପେକ୍ଷାର ଅନ୍ତ, ଚୁଡ଼ାନ୍ତ ହେଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା  । ମାଟ୍ରିକର ସର୍ବୋତ୍ତମ ୩ଟି ବିଷୟର ମାର୍କ ସମେତ  ଏକାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାର ୩୦ ପ୍ରତିଶତ ମାର୍କ ଏବଂ ଦ୍ବାଦଶ ପ୍ରିବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ମାର୍କକୁ ନେଇ ମୂଲ୍ୟାୟନ କରିବ ସିବିଏସଇ  । ପ୍ରାକ୍ଟିକାଲ ଶହେ ମାର୍କ ପାଇଁ ବିଦ୍ୟାଳୟ ଗୁଡ଼ିକ ଦାଖଲ କରିଥିବା ମାର୍କ ଆଧାରରେ ମୂଲ୍ୟାୟନ ହେବ । ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବା ପାଇଁ ସିବିଏସଇ ଆଶା ପ୍ରକାଶ କରିଛି  । ସିବିଏସଇର ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ବାଗତ କରିଛନ୍ତି  ।  ସିବିଏସଇର ପ୍ରକ୍ରିୟାରେ ସନ୍ତୁଷ୍ଟ ଥିବା ସହ  ସନ୍ତୋଷଜନକ ମାର୍କ ନମିଳିଲେ ପରୀକ୍ଷା ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ  ।

ସେପଟେ ଯୁକ୍ତ ଦୁଇ ପରୀକ୍ଷା ନେଇ ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ କରୁଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ  । ରାଜ୍ୟ ସରକାର ଗଠନ କରିଥିବା ବିଶେଷଜ୍ଞ କମିଟି ଖୁବଶୀଘ୍ର ତାର ରିପୋର୍ଟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରଦାନ କରିବ  । ଏନେଇ ଆଜି ଶେଷଥର ପାଇଁ ବିଶେଷଜ୍ଞ କମିଟିର କିଛି ସଦସ୍ୟଙ୍କ ସହିତ ପରୀକ୍ଷା ନିୟନ୍ତ୍ରକ ଏକ ବୈଠକ କରିଛନ୍ତି  । ବୈଠକରେ ମୂଲ୍ୟାୟନର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି  । ମୂଲ୍ୟାୟନ ପାଇଁ ସ୍ବତନ୍ତ୍ର ପାରାମିଟର କରାଯାଇଛି   । ମାଟ୍ରିକ ଫଳାଫଳକୁ ସର୍ବେତ୍ତମ ଆଧାର ଭାବେ ବିବେଚନା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି  । ବିଶେଷଜ୍ଞ ରିପୋର୍ଟ ପାଇବା ପରେ ପରିଷଦ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ  । ରାଜ୍ୟ ସରକାରଙ୍କ ମୋହର ପରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି  । ସେପଟେ ପ୍ରକ୍ରିୟା ତୁରନ୍ତ ସାରି ଫଳ ପ୍ରକାଶ କରିବା ପାଇଁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ଦିବ୍ୟାଙ୍ଗ କଲେ ରକ୍ତଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ଙ୍କ ତତ୍ତ୍ଵବଧାନରେ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ  ଆଶିଷ ରଂଜନ ମିଶ୍ର ଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ରକ୍ତଦାନ ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସ୍ବେଛାକୃତ ଭାବେ ରକ୍ତଦାନ କରି ସମାଜ ସେବା ରେ ବ୍ରତି ହେବାର ଏକ ଅଭିନବ ବାର୍ତ୍ତା ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ  ଅନନ୍ତ ନାରାୟଣ ଜେନା, ଭିନ୍ନକ୍ଷମ ଆୟୋଗ କମିଶନର ସୁଲୋଚନା ଦାସ୍, ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ  ଅମରେଶ ପତ୍ରୀ,ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ  ଚିନ୍ମୟ ସାହୁ, ବିଜେଡି ସମ୍ପାଦକ ଦୂର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା,,ତନ୍ମୟ ସ୍ବାଇଁ ପ୍ରମୁଖ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଉପସଭାପତି ସୋଫିଆ ଆଲାମ୍, ସୁନିଲ୍ ପଣ୍ଡା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,କଟକ ଜୋନ୍ ସଭାପତି ଶୁଭ୍ରାଂଶୁ ମିଶ୍ର, କଟକ ଜିଲ୍ଲା ସଭାପତି ସ୍ମୁତି ରଂଜନ ନାୟକ, ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା, ତାରିଣୀ ନାୟକ,ଅବିନାଶ ପ୍ରଧାନ, ସମ୍ପାଦକ ଲଗ୍ନଦୀପା ମିଶ୍ର, ଯୁଗ୍ମ ସମ୍ପାଦକ ଶିବାନୀ ସାହୁ, ଯୁବନେତା ଉମାକାନ୍ତ ପୃଷ୍ଟି, ନିଳକଣ୍ଠ ଦାସ, ପ୍ରାଣବନ୍ଧୁ ବେହେରା,ମାନସ ତ୍ରିପାଠୀ,କିରଣ ଦାଶ,ମାନସ ଥାଟୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

ଚିରାଗ-ପଶୁପତି ଲଢେଇ: ହଟିଲେ ପୁତୁରା, ବସିଲେ ଦାଦା

ପାଟନା: ବିହାର ଲୋକଜନଶକ୍ତି ପାର୍ଟି ଦେଖିଲା ନୂଆ ନେତା । ଚିରାଗ ପାଶ୍ବାନଙ୍କ ବିରୋଧୀ ତଥା ଦାଦା ପଶୁପତି କୁମାର ପାରସ ହୋଇଛନ୍ତି ଦଳର ନୂଆ ନେତା । ଦଳର ସମସ୍ତ କାର୍ଯ୍ୟକଳାପ ସମ୍ପ୍ରତି ପଶୁପତିଙ୍କ ନେତୃତ୍ବରେ ଚାଲିବ । ଚିରାଗଙ୍କୁ ଦଳର ମୁଖ୍ୟ ପଦରୁ ପଶୁପତି ହଟାଇବା ସହ ୬ସାଂସଦଙ୍କ ମଧ୍ୟରୁ ୫ ସାଂସଦଙ୍କୁ ନିଜ ପକ୍ଷକୁ ଆଣିବାରେ ସକ୍ଷମ ହୋଇଥିଲେ ପଶୁପତି । ଗତ ମଙ୍ଗଳବାର ଏଲଜେପି ସାଂସଦମାନେ ଚିରାଗଙ୍ଗୁ ଦଳର ସଭାପତି ପଦରୁ ହଟାଇବା ପରେ ଜରୁରୀ ବୈଠକ ଡାକି ପଶୁପତିଙ୍କୁ ଦଳର ସଭାପତି ନିର୍ବାଚିତ କରିଛନ୍ତି ।

ଦାଦାଙ୍କୁ ମନାଇବାରେ ଚିରାଗ ବିଫଳ ହେବା ସହ ନିଜ ଦଳରେ ବେଶ୍ ଅସହାୟ ହୋଇପଡିଛନ୍ତି । ଲୋକସଭା ବାଚସ୍ପତି ଓମ ବିରଲା ବି ପଶୁପତିଙ୍କୁ ସଂସଦୀୟ ଦଳ ନେତା ଭାବେ ସ୍ବୀକୃତି ଦେଇଥିଲେ । ୬ଥର ବିଧାୟକ ଥିବା ତଥା ୭୧ ବର୍ଷ ବୟସ୍କ ପଶୁପତିଙ୍କ ଗୋଟିଚାଳନାରେ ଚିରାଗଙ୍କ ରାଜନୈତିକ ଭବିଷ୍ୟତ ପ୍ରାୟତଃ ଚୂନା ହୋଇଯାଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସଙ୍କ ଅଘୋଷିତ ମ୍ୟାନେଜର ଭାବେ ପରିଚିତ ପଶୁପତି ଏବେ ସମଗ୍ର ଦଳକୁ ନିଜ କବଜାକୁ ନେଇଛନ୍ତି ।

ଓଡିଆ କାରିଗରଙ୍କ ନିଆରା ପ୍ରୟାସ, ଗଲୱାନ ବୀରଙ୍କୁ ଜଣାଇଲେ ବାଉଁଶରେ ଶ୍ରଦ୍ଧାଞ୍ଜଳୀ

ଅନୁଗୁଳ: ବଅଁରପାଳ ବ୍ଳକର ଗଡ଼ସନ୍ତ୍ରୀ ପଞ୍ଚାୟତର ଗାଙ୍ଗୀଯୋଡ଼ି ଗ୍ରାମର ଯୁବ ଶିଳ୍ପୀ ରଜତ ରଞ୍ଜନ ନାଥ । ନିଜର ବାଉଁଶ ହସ୍ତକଳା ମାଧ୍ୟମରେ ବୀର ଯବାନ ମାନଙ୍କ ସମ୍ମାନ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ତାଙ୍କ ସହିଦକୁ ଏକ ବର୍ଷ ପୁରିଥିବା ବେଳେ ଯବାନଙ୍କ  ଉଦେଶ୍ୟରେ ରଜତ ରଞ୍ଜନ ନାଥ ନିଜ କଳା କାରୀଗର ମାଧ୍ୟମରେ ବାଉଁଶରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ନିଜ କଳା ସାହାଯ୍ୟରେ ସହିଦ ଯବାନ ଙ୍କର ଚିତ୍ରକୁ ଜୀବନ୍ତ ଭାବେ ବାଉଁଶରେ ଚିତ୍ରିତ କରିଛନ୍ତି । ବୀର ଯବାନ ମାନଙ୍କୁ ଆନ୍ତରିକତାର ସହିତ ନିଜ କଳା ସାହାଯ୍ୟରେ ବାଉଁଶରେ ଯବାନ ମାନଙ୍କ ଚିତ୍ର ଆଙ୍କି ତାଙ୍କୁ ଭକ୍ତିପୃତ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ଏହି ନିଆର ଢଙ୍ଗରେ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକୁ ଜନସାଧାରଣ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ରଜତ ରଞ୍ଜନଙ୍କୁ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ ସେ ରାଜ୍ୟ ତଥା ଦେଶ ସ୍ଥରରେ ନିଜ କଳାର ପ୍ରଚାର ପ୍ରସାର କରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ରାସ୍ତା ମଝିରେ ଏସିଡ୍ ଟ୍ୟାଙ୍କର ଲିକ, ଉଦ୍ୟମ ଜାରି ରଖିଛି ଅଗ୍ନିଶମ ଟିମ୍

ଭୁବନେଶ୍ୱର: ଟାଙ୍ଗୀ ୧୬ ନଂ ଜାତୀୟ ରାଜପଥ ଚଂପାଗଡ ଛକ ଓ ସକେଇ ଖୋଲ ନିକଟରେ  ଏସିଡ୍ ଟ୍ୟାଙ୍କର ଲିକ୍ । ଟ୍ୟାଙ୍କର ଲିକ ହେବା ଫଳରେ ଜାତୀୟ ରାଜପଥ ଧୂଆଁମୟ ହୋଇଛି । ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା ମୁତାବକ ହାଇଡ୍ରୋକ୍ଲୋରାଇଡ୍ ଟ୍ୟାଙ୍କର ଗଂଜାମରୁ କୋଲକତା ଯାଉଥିଲା । ଟ୍ୟାଙ୍କର ଭାଲଭ୍ କଟିଯିବାରୁ ଏସିଡ୍ ଲିକ ହୋଇଛି । ସେପଟେ ଏସିଡ୍ ଲିକ ହେଉଥିବାରୁ ବର୍ତ୍ତମାନ ସୁଦ୍ଧା ଭୟବହତା ଜାରି ରହିଛି  । ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଁଛି ଉଦ୍ୟମ କାର୍ଯ୍ୟ ଜାରି ରଖିଛନ୍ତି  ।

ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ୟାଙ୍କର ଉପରେ ପାଣି ମାଡ କରୁଥିବେଳେ ଆଉ ଏକ ଅଗ୍ନିଶମ ବାହିନୀ ଘାଡ଼ି ଜଙ୍କିଆରୁ ଆସି ପହଁଚିଛି  । ଅନ୍ୟପଟେ ମିଳିଥିବା ଖବର ମୁତାବକ ଯେହେତୁ ଜାତୀୟ ରାଜପଥ ଉପରେ ଗାଡି ଟି ଲିକ ହୋଇଛ ଏବଂ ଏସିଡ ନିର୍ଗତ ହୋଇଛି  । ତେଣୁ ଜନଜୀବନକୁ ପ୍ରାଧାନ୍ୟ ଦେଇ ପୋଲିସ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି  । ଜାତୀୟ ରାଜପଥରେ ଅନ୍ୟ କୌଣସି ଗାଡ଼ି ଯେପରି ଯା ଆସ ନକରେ, ସେଥିପାଇଁ ପ୍ରାଧାନ୍ୟ ଦେଇଛି  ।

ଗ୍ୟାସ ଟ୍ୟାଙ୍କର ଲିକ ହୋଇଥିବା ସ୍ଥାନରେ କୌଣସି ଜନବସତୀ ନଥିବାବେଳେ ପାଖରେ ଜଙ୍ଗଲ ରହିଛି  । ଯଦି ଏସିଡ ଲିକ ହୋଇ ଜଙ୍ଗଲ ମଧ୍ୟକୁ ଯାଏ, ତେବେ ଏହା ନିଶ୍ଚିତ ଜଙ୍ଗଲ ଉପରେ ପ୍ରଭାବ ପକାଇବା ନେଇ ଅନୁମାନ କରାଯାଉଛି  । ନିକଟରେ ଜନବସତି ନଥିବାରୁ ଆଶ୍ୱସ୍ଥି ଲାଭ କରିଛି ଅଗ୍ନିଶମ ବାହିନୀ  । ସେପଟେ ଚ୍ୟାଙ୍କରରୁ ଏସିଡ ନିର୍ଗତ ଜାରି ରହିଥିବାବେଳେ ଅଗ୍ନିଶମ ବାହିନୀ ଅନବରତ ଉଦ୍ୟମ ଜାରି ରଖିଛି  । ବର୍ତ୍ତମାନ ସୁଦ୍ଧା ଦୁଇଟି ଟ୍ୟାଙ୍କର ପାଣି ମାଡ଼ ଜାରି ରଖିଛନ୍ତି  । ଅନ୍ୟପଟେ ଟେକନିକାଲ ଟିମ ମଧ୍ୟ ଘଟଣା ସ୍ଥଳରେ ପହଁଚିଛି  । କିପରି ଏସିଡ ଲିକକୁ ରୋକିହେବ ସେନେଇ ଉଦ୍ୟମ ଆରମ୍ଭ କରିବ ଏହି ଟିମ  ।