spot_img
Home Blog Page 5386

୨୬୨ଜଣ ତାଲିବାନ ଆତଙ୍କବାଦୀଙ୍କୁ ହତ୍ୟା କଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ୨୬୨ ତାଲିବାନ ଆତଙ୍କବାଦୀଙ୍କ ହତ୍ୟା କରିଛି ଆଫଗାନିସ୍ତାନ ସେନା । ଏନେଇ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଘୋଷଣା କରିଛି। ଏହି ଅଭିଯାନ ସମୟରେ ଆହୁରି ୧୭୬ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି ଏବଂ ୨୧ଟି ‘ଆଇଇଡି’ ବା ‘ଲ୍ୟାଣ୍ଡ୍‌ ମାଇନ୍‌’ ଅକାମି କରାଯାଇଛି ବୋଲି ନିରାପତ୍ତା ବଳ କହିଛି।

ଲଗମାନ, ନାନଗରହର, ନୁରିସ୍ତାନ, କୁଆଁର, ଗଜନି, ପକ୍ତିଆ, କାନ୍ଦାହାର, ହେରାତ, ବାଲ୍‌କ, ଜୌଓ୍ୱାଜ୍ଜାନ ହେଲମାନ୍ଦ, କୁନ୍ଦୁଜ୍ ଏବଂ କାପିସା ପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଏଏନଡିଏସଏଫ୍ ଅଭିଯାନ ଫଳରେ ୨୬୨ ଜଣ ତାଲିବାନ ଆତଙ୍କବାଦୀ ନିପାତ ହୋଇଥିବା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାଲିବାନମାନେ ବିଭିନ୍ନ ସହର ଆକ୍ରମଣ କରିବା ଆଶଙ୍କା ଥିବାରୁ ଶନିବାର ଦିନ ସରକାର ପ୍ରାୟ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛନ୍ତି। କାବୁଲ ଏବଂ ଅନ୍ୟ ଦୁଇଟି ପ୍ରଦେଶ ବ୍ୟତୀତ ଅନ୍ୟତ୍ର ରାତି ୧୦ଟାରୁ ଭୋର୍ ୪ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି ।

https://twitter.com/MoDAfghanistan/status/1418815094956380166

୨୦୨୨ ଜୁନ ସୁଦ୍ଧା ସରିବ ବରମୁଣ୍ଡା ଆଇଏସବିଟି ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: 5T ସଚିବ ଭି.କେ ପାଣ୍ଡିଆନ ଆଜି ଭୁବନେଶ୍ୱରର ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ ଟି ସଚିବ ଶ୍ରୀ ପାଣ୍ଡିଆନ ବରମୁଣ୍ଡାସ୍ଥିତ ଆନ୍ତଃରାଜ୍ୟ ବସ ଟର୍ମିନାଲ ବା ଆଇଏସବିଟି କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହା ସହ ସିଆରପିଏଫ ସ୍କୋୟାରରୁ ଗଣିତ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ରାସ୍ତା, ଚନ୍ଦ୍ରଶେଖରପୁରସ୍ଥିତ ଗୃହ ନିର୍ମାଣ ପ୍ରକଳ୍ପ ଓ ଇନଫୋସିଟି ନିକଟସ୍ଥ ଇନକ୍ୟୁବେସନ ଟାୱାର କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଥିଲେ।

ସୂଚନା ମୁତାବକ,  ୧୮୦ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବରମୁଣ୍ଡାରେ ପ୍ରାୟ ୧୫ ଏକର ୫ ଡେସିମିଲ ଜାଗାରେ ନିର୍ମାଣ ହେବ ଆଇଏସବିଟି। ଆସନ୍ତା ୨୦୨୨ ଜୁନ ସୁଦ୍ଧା ଏହାର କାମ ଶେଷ ହେବ। ଖଣ୍ଡଗିରିସ୍ଥିତ ବସ ଡିପୋଟ ମଧ୍ୟ ଏହି ପ୍ରକଳ୍ପର ଅନ୍ତର୍ଗତ ଏବଂ ଏଠାରେ ୩୦୦ ବସ୍ ରହିପାରିବାର ବ୍ୟବସ୍ଥା ରହିଛି । ପ୍ରକଳ୍ପର ଗୁଣବତ୍ତା ନେଇ ଗୁରୁତ୍ୱ ପ୍ରଦାନ କରିଥିଲେ ଫାଇଭ ଟି ସଚିବ।

ସେହିପରି ଜୟଦେବ ବିହାର ଓ ପଟିଆ ମଧ୍ୟରେ ଟ୍ରାଫିକ ଜାମ୍ ଦୂର କରିବା ଲାଗି ପୂର୍ତ୍ତ ବିଭାଗ ଦ୍ବାରା ବାମ ସମାନ୍ତରାଳ ପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରୋଡ ସିଆରପିଏଫ ସ୍କୋୟାରରୁ ଗଣିତ ପ୍ରତିଷ୍ଠାନକୁ ସଂଯୋଗ କରିବ । ୯୨ କୋଟି ଟଙ୍କା ମୂଲ୍ୟରେ ଏହି ୧୩.୬ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି । ସେହିପରି ଜାଭିୟର ସ୍କୋୟାରରୁ ଇନଫୋସିଟି ସ୍କୋୟାରକୁ ସଂଯୋଗ କରୁଥିବା ରାସ୍ତାର ବି ନିର୍ମାଣ ଚାଲିଛି । ଚନ୍ଦ୍ରଶେଖରପୁରରେ ୨୦.୨୧ ଏକର ଜାଗାରେ ନିର୍ମାଣାଧୀନ ରହିଛି ୨୬୦୦ ଘର। ଏହି ପ୍ରକଳ୍ପରେ ସ୍କୁଲ, ସ୍ୱାସ୍ଥ୍ୟ, ସପିଂ ସେଣ୍ଟର, ଖେଳ ପଡିଆ ଆଦି ବ୍ୟବସ୍ଥା ରହିବ। ସେହିପରି ୨୨୧ କୋଟି ଟଙ୍କା ବ୍ୟୟରେ ଇଡକୋ ଦ୍ୱାରା ଇନଫୋସିଟି ନିକଟରେ  ଇନକ୍ୟୁବେସନ ଟାଓ୍ୱାର ନିର୍ମାଣାଧୀନ ରହିଛି । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଲକ୍ଷ୍ୟ ରହିଛି।

ପାଣ୍ଡିଆନଙ୍କ ସହ ବିଏମସି କମିଶନର ସଞ୍ଜୟ ସିଂହ, ପୂର୍ତ୍ତ ସଚିବ କ୍ରିଷନ କୁମାର ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ । ଉନ୍ନତମାନର କାର୍ଯ୍ୟ ଉପରେ ଫାଇଭ-ଟି ସଚିବ ଗୁରୁତ୍ୱ ଦେଇଥିବାବେଳେ ନିର୍ଦ୍ଦିଷ୍ଟ ସମୟସୀମା ସୁଦ୍ଧା ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଇସ୍ରାଏଲ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପି.ଭି ସିନ୍ଧୁ ବିଜୟୀ

ଟୋକିଓ: ଇସ୍ରାଏଲ ବିପକ୍ଷରେ ପ୍ରଥମ ମ୍ୟାଚ୍‌ରେ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ । ଇସ୍ରାଏଲ ପ୍ରତିପକ୍ଷ କସେନିଆଙ୍କ ବିପକ୍ଷରେ ସେ ୨୧-୭, ୨୧-୧୦ ସେଟ୍‌ରେ ବିଜୟୀ ହୋଇଛନ୍ତି ।  ଅପରପକ୍ଷରେ ମହିଳା ସୁଟର ମନୁ ଭାକେର ଏବଂ ୟଶସ୍ୱିନୀ ସିଂହ ୧୦ ମିଟର ଏୟାର ପିଷ୍ଟଲ ଫାଇନାଲ ପାଇଁ ଯୋଗତ୍ୟା ହାସଲରେ ବିଫଳ ହୋଇଛନ୍ତି । ପିସ୍ତଲ୍‌ରେ ତ୍ରୁଟି ଦେଖା ଦେବାରୁ ଭାକରଙ୍କୁ ୫ ମିନିଟ୍‌ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ତିମ ଦୁଇ ରାଉଣ୍ଡ୍‌ରେ ସେ ଭଲ ପ୍ରଦର୍ଶନ କରିଥିଲେ ବି ଶେଷ ସଟ୍‌ରେ ୮ରେ ଅଟକି ଯିବାରୁ ଫାଇନାଲ୍‌ରେ ପ୍ରବେଶ କରିବାରୁ ବଞ୍ଚିତା ହୋଇଥିଲେ।  ଅପରପକ୍ଷରେ ରୋଇଂରେ ଅରବିନ୍ଦ ସିଂହ ଏବଂ ଅର୍ଜୁନ ଜଟ୍ ତୃତୀୟ ସ୍ଥାନ ହାସଲ କରିବା ସହ ସେମିଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଦୂତୀ: ଚିଙ୍ଗୁଡ଼ି ଖାଇଲେ, ସେଲ୍ଫି ନେଲେ

ICSE ବୋର୍ଡରେ ୯୯% ନମ୍ୱର ରଖି ଟପ୍ପର ହେଲେ ଭୁବନେଶ୍ୱରର ପ୍ରସନଜିତ୍

ଭୁବନେଶ୍ୱର: ଦିନ ଅପରାହ୍ନ ୩ ଟାରେ ICSE ଦଶମ ଶ୍ରେଣୀ ଏବଂ ICS ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇଛି। ତେବେ ଭୁବନେଶ୍ୱରର ନେତାଜୀ ଇଂଲିଶ ମିଡିୟମ ସ୍କୁଲର ଛାତ୍ର ପ୍ରସନଜିତ୍ ନାୟକ ପରୀକ୍ଷାରେ ଶତକଡା ୯୯ ପ୍ରତିଶତ ମାର୍କ ରଖି ଗୌରବ ଆଣିଛନ୍ତି। ଏହା ସହ ସ୍କୁଲର ରାଜ ରାଜେଶ ମହାପାତ୍ର ୯୫ ପ୍ରତିଶତ ମାର୍କ ରଖିଛନ୍ତି।

ତେବେ ଏହି ଖବର ମିଳିବା ପରେ ଏନେଇ ସ୍କୁଲ ପକ୍ଷରୁ କେକ୍ କାଟି ସେଲିବ୍ରେସନ କରାଯାଇଛି। ସର୍ବାଧିକ ନମ୍ବର ରଖିଥିବା ପ୍ରସନ୍ନଜିତ୍ ଓ ରାଜ ରାଜେଶ ସଫଳତାର ସମସ୍ତ ଶ୍ରେୟ ସ୍କୁଲର ଫାଉଣ୍ଡର ପାର୍ଥ ସାରଥି ସ୍ୱାଇଁଙ୍କୁ ଦେଇଛନ୍ତି।

CISCE ଦ୍ୱାରା ପ୍ରକାଶିତ ଫଳାଫଳ ଅନୁଯାୟୀ, ICSE (ଶ୍ରେଣୀ ଦଶମ) ର ମୋଟ ପାସ୍ ହାର ରହିଛି ୯୯.୯୮% । ସେହିପରି ISC (ଦ୍ୱାଦଶ ଶ୍ରେଣୀ) ପାସ୍ ହାର ହେଉଛି ୯୯.୭୬ ପ୍ରତିଶତ । ISC ରେ ୯୯.୮୬ପ୍ରତିଶତ ବାଳକ ପାସ୍ କରିଥିବା ବେଳେ ଓ ୯୯.୬୬ ଛାତ୍ରୀ ପାସ୍ କରିଛନ୍ତି

ଡାକ୍ତରଖାନା ସାମ୍ନାରେ ଶବ ରଖି ରାସ୍ତାରୋକ

ବାଲେଶ୍ୱର: ନୀଳଗିରି ମେଡିକାଲ ସାମ୍ନାରେ ମୃତକଙ୍କ ଶବ ରଖି ରାସ୍ତାରୋକ । ଉପଜିଲ୍ଲାପାଳ ଓ ବାଲେଶ୍ୱର ସାଂସଦଙ୍କ ପ୍ରତିଶୃତି ପରେ ରାସ୍ତାରୁ ଉଠିଲା ଶବ । ମୃତ ବ୍ୟକ୍ତି ହେଉଛନ୍ତି ପାଟଣା ଗ୍ରାମର ଭାଗିରଥି ମାଝୀ । ଘଟଣା ଅନୁସାରେ ନୀଳଗିରି ଥାନା ବଡ଼ବିଲ ଗ୍ରାମରେ ଆଉଟ୍ ସୋର୍ସ ଭାବେ କାର୍ଯ୍ୟ କରୁଥିବା ଲାଇନ୍ ମ୍ୟାନ ଭାଗିରଥୀ ମାଝୀ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ।

ଏହାପରେ ତାଙ୍କୁ ନୀଳଗିରି ମେଡିକାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ଯାହାପରେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ପ୍ରତି ଅବହେଳା ଅଭିଯୋଗ ଆଣି ଅଧରାତିରେ ମେଡିକାଲ ସାମ୍ନା ରାସ୍ତାରେ ଶବ ରଖି ରାସ୍ତାରୋକ କରିଥିଲେ ଲୋକେ। ପରେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ ଚନ୍ଦ୍ର ଜେନା ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପହଞ୍ଚି ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନା ସହ ଘରଲୋକଙ୍କୁ ବୁଝାଇବା ପରେ ରାସ୍ତାରୁ ଶବ ଉଠିଥିଲା।

ଅନୁମତି ପରେ ବି ମିଳୁନି ଫାଇଜର ଓ ମଡର୍ଣ୍ଣା ଟିକା

ନୂଆଦିଲ୍ଲୀ: ଜରୁରୀକାଳିନ ଅନୁମତି ପରେ ମଧ୍ୟ ଭାରତରେ ମିଳୁନି ମଡର୍ଣ୍ଣା ଓ ଫାଇଜର ଟିକା  । କୋଭିସିଲ୍ଡ, କୋଭାକ୍ସିନ ଓ ସ୍ଫୁଟନିକ୍ ଭି ପରେ ଚତୁର୍ଥ ଟିକା ଭାବେ ମଡର୍ଣ୍ଣାକୁ ଗତ ଜୁନ୍ ୨୧ରେ ଅନୁମତି ଦେଇଥିଲେ ଦେଇଥିଲା ଡିସିଜିଆଇ  । କିଛିଦିନ ପରେ ମଡର୍ଣ୍ଣା ଭାରତରେ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାର ମଧ୍ୟ କହିଥିଲେ  । ମାତ୍ର ଅନୁମତି ଦେବାର ମାସେ ପରେ ମଧ୍ୟ ଭାରତରେ ଟିକା ଉପଲବ୍ଧ ହୋଇନାହିଁ  । ଦେଶକୁ କେବେ ଏହି ବିଦେଶୀ ଟିକା ଆସିବ ତାହା ମଧ୍ୟ ଅସ୍ପଷ୍ଟ ହୋଇରହିଛି  । ଅନ୍ୟପଟେ ଫାଇଜରକୁ ଅନୁମତି ମିଳିଥିଲେ ମଧ୍ୟ ତାହାର ବି ଦେଖା ନାହିଁ  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମାସ ବେଳକୁ ଫାଇଜର ଟିକା ମିଳିବାର ସମ୍ଭାବନା ରହିଛି  । ଭାରତରେ ବିଦେଶୀ ଟିକା ମିଳୁନଥିବାବେଳେ ପଡୋଶୀ ଦେଶର ନାଗରିକ ଏହି ଟିକା ନେଲେଣି  । ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କାରେ ମିଳୁଛି ମଡର୍ଣ୍ଣା ଓ ଫାଇଜର  । ଗତ କିଛି ସପ୍ତାହ ମଧ୍ୟରେ ଏଦି ଦେଶ ଗୁଡିକ ଲକ୍ଷଲକ୍ଷ ଡୋଜ୍ ବିଦେଶୀ ଟିକା ଆଣିଛନ୍ତି  । ପାକିସ୍ତାନରେ ୧୮ ବର୍ଷକୁ ଅଧିକ ବ୍ୟକ୍ତିଙ୍କୁ ମଡର୍ଣ୍ଣା ଟିକା ଦିଆଯାଉଛି  । ବାଂଲାଦେଶରେ ମଧ୍ୟ ମଡର୍ଣ୍ଣା ଦିଆଯାଉଥିବାବେଳେ ଶ୍ରୀଲଙ୍କାରେ ଫାଇଜର ଭ୍ୟାକସିନ୍ ଦିଆଯାଉଛି  । ତେବେ ଭାରତରେ ଏପର୍ଯ୍ୟନ୍ତ ଏହି ଟିକା ନମିଳିବା ନେଇ ସରକାରଙ୍କର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।

ଏଥିସହିତ ପଢ଼ନ୍ତୁ: ସୁପର ଡ୍ୟାନ୍ସରରେ ଶିଳ୍ପାଙ୍କ ସ୍ଥାନରେ କରିସ୍ମା

ଆସନ୍ତା ୨୮ରୁ ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଥିବାବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୮ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ୪ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କିଛି ସ୍ଥାନରେ ଘଡ଼ଡଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ ୧୧ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରରେ ଆସନ୍ତାକାଲି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ହାଇଦର ଏନକାଉଣ୍ଟର ପରେ ସହରରେ ୧୪୪, ୩୦ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ପରେ ସହରରେ ୧୪୪ ଧାରା ଲଗାଇଲା ପ୍ରଶାସନ  । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି  କେନ୍ଦ୍ରାପଡା ସହରରେ ୧୪୪ ଧାରା ଜାରି । ୪ଟି ପଞାୟତ ରେ ମଧ୍ୟ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ଶନିବାର ରାତି ୧୧ 30ତାରିଖ ଦିନ ୧୧ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ୧୪୪ ଧାରା । ସକାଳ ୭ ରୁ ଦିନ ୧୧ ଯାଏ ଦୋକାନ ବଜାର ଖୋଲା ରହିବ । ସେହିପରି ଧାରା ବଳବତ୍ତର ରହିବା ସମୟରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ  । ଏନେଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ୠତୁରାଜ ସୂଚନା ଦେଇଛନ୍ତି  ।

ଗ୍ୟାଙ୍ଗଷ୍ଟର ହାଇଦ୍ରାବାଦକୁ ଅନକାଉଣ୍ଟର ପରେ ଯେପରି ଆଇନ ଶୃଙ୍ଖଳାରେ କୈଣସି ବ୍ୟତିକ୍ରମ ନଘଟେ ସେନେଇ ସଜାଗ ରହିଛି ପୋଲିସ ପ୍ରଶାସନ   । ବାଲେଶ୍ର ମେଡିକାଲରେ ହାଇଦରର ମୃତ ଶରୀରର ରହିଥିବାବେଳେ ତାକୁ ରବିବାର ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରପାଯିବ  । ସେପଟେ କେନ୍ଦ୍ରାପଡ଼ାରେ ଯେମିତି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପ୍ରତି ମଧ୍ୟ ପ୍ରଶାସନ ଧ୍ୟାନ ରଖି ୩୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛି  ।

ବିଦେଶିନୀଙ୍କ ଜଗା ପ୍ରୀତି, ରୁଷିଆରୁ ଆସି ଶ୍ରୀକ୍ଷେତ୍ରରେ ସାଝିଛନ୍ତି ବୋହୂ

ପୁରୀ: ବିଦେଶିନୀଙ୍କ ଜଗା ପ୍ରୀତି । ସୁଦୂର ରୁଷିଆରୁ ଆସି ଶ୍ରୀକ୍ଷେତ୍ରରେ ବୋହୂ ସାଝିଛନ୍ତି ସୁନ୍ଦରୀ ଗୋପୀକା ଦେବୀ ଦାସ । ବିଦେଶର ପରିପାଟୀ ଛାଡି ଓଡ଼ିଆଣୀ ବେଶରେ ଶ୍ରୀକ୍ଷେତ୍ରରେ ଦିନ କାଟୁଛନ୍ତି । ଶ୍ରୀକ୍ଷେତ୍ରର କଳା ସଂସ୍କୃତିକୁ ଆପଣେଇଛନ୍ତି । ଲୀଳାମୟ ଠାକୁରଙ୍କ ଲୀଳାର ଛିଟା ଏମିତି ଲାଗିଛି ଯେ ଶ୍ରୀକ୍ଷେତ୍ର ଧାମରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଇଛା ରଖିଛନ୍ତି ।

ଖାଲି ଏତିକି ନୁହେଁ ରୁଷିଆରେ ରହୁଥିବା ନିଜ ସାଙ୍ଗ, ସାଥି, ବନ୍ଧୁ ଓ ପରିଜନଙ୍କୁ ମଧ୍ୟ ଜଗାର ଲୀଳାଖେଳା, ରୀତିନୀତି ଓ ଓଡ଼ିଆର କଳା ସଂସ୍କୃତି ବିଷୟରେ ବୁଝାଉଛନ୍ତି । ନିଜ ଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଲାଗି ପଡିଛନ୍ତି ଗୋପୀକା ଦେବୀ ଦାସ । ନବଦିନାତ୍ମକ ଯାତ୍ରା ପରେ ଶ୍ରୀକ୍ଷେତ୍ରକୁ କଟକଣା ହଟିବା ପରେ ଆଜି ବଡଦାଣ୍ଡରୁ ନୀଳଚକ୍ର ସହ ପତିତପାବନଙ୍କୁ ଦର୍ଶନ କରିଛନ୍ତି ।.

ହାଇଦର ଆଉଟ: କେନ୍ଦ୍ରାପଡ଼ାରେ ହାଇ ଆର୍ଲଟ, 4 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର: ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ାରେ ହାଇ ଆର୍ଲଟ  । ହାଇଦର ଅଲ୍ଲୀର ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାରେ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ବଡ଼ ପଦକ୍ଷେପ । ସହରର ପୁରୁଣା ବସଷ୍ଟାଣ୍ଡ,ନୂଆ ବସଷ୍ଟାଣ୍ଡ,ବଡହାଟ,ତିନିମୁହାଣୀ, ଗରାପୁର,ରଣପଡ଼ା,ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ଚେକିଂ କୁ କଡାକଡି କରାଯାଇଛି । ସହରର ପରିସ୍ଥିତି ଉପରେ କଡା ନଜର ରଖିଛି ପୋଲିସ।

ଆଜି ବାରିପଦା ଜେଲକୁ ସ୍ଥାନାନ୍ତର ବେଳେ ଖସିଯିବାକୁ ଚେଷ୍ଟା କରୁଥିଲା ହାଇଦର  । ପରିସ୍ରା କରୁଥିବା ସମୟରେ ଦୌଡ଼ିବାକୁ ଆରମ୍ଭ କରିଥିଲା ସେକ ହାଇଦର  । ଫଳରେ ପୋଲିସ ହାଇଦରକୁ କାବୁ କରିବାକୁ ଯାଇ ଆପଣାଇଥିଲା ଶେଷ ଉପାୟ  । ଏବଂ ସିମୁଳିଆ ନିକଟରେ ହିଁ କରିଥିଲା ଏନକାଉଣ୍ଚଟର  । ପୋଲିସର ଗୁଳି ମାଡରେ ହାଇଦର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି  । ଏହାପରେ ପୋଲିସ ହାଇଦରକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲା  । କିନ୍ତୁ ଡାକ୍ତର ସେଠି ହାଇଦରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  ।